Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର» ଗଣମାଧ୍ୟମ ଉପରେ ସରକାରୀ ଅଙ୍କୁଶ, କିଏ କହିବ ଦେଶଦ୍ରୋହୀ ଖବରର ସଜ୍ଞା ଓ ସ୍ଵରୂପ କଣ?
ବିଶେଷ ଖବର

 ଗଣମାଧ୍ୟମ ଉପରେ ସରକାରୀ ଅଙ୍କୁଶ, କିଏ କହିବ ଦେଶଦ୍ରୋହୀ ଖବରର ସଜ୍ଞା ଓ ସ୍ଵରୂପ କଣ?

December 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁନାହିଁ କି? ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟ୍ରୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା ବୋଲି କୁହାଯାଉଛି। ହେଲେ ଯାହା ଲାଗି ଆମର ଏତେ ପ୍ରେମ, ସେ କିନ୍ତୁ ଆମକୁ ଆଜି ବି ଅବିଶ୍ଵାସ କରୁଛନ୍ତି। ଯେଉଁ ପ୍ରଧାନମନ୍ତ୍ରୀଙ୍କ ଲାଗି ଆମର ସବୁ ପ୍ରାଇମ ଟାଇମ ନିବେଦିତ, ସେ ଆମକୁ ଅବିଶ୍ଵସ୍ତ ବୋଲି କହୁଛନ୍ତି।

ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରାୟ ଦଶଦିନ ହେଲାଣି ଦେଶସାରା ନିରନ୍ତର ବିରୋଧ ଲାଗି ରହିଛି। ଅନେକ ଜାଗାରେ ହିଂସ୍ର ପ୍ରତିବାଦ ଘଟିଛି ଓ ଏହାର ପରିଣତିରେ ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଇଲେଣି।ସେହି ସମୟରେ ମୋଦୀ ସରକାର ଟେଲିଭିଜନ ଚାନେଲମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ଦେଶଦ୍ରୋହୀ ଖବର ପରିବେଷଣ ନ କରିବା ପାଇଁ। ବାସ୍ତବରେ ଏକ ମୁକ୍ତ ଗଣମାଧ୍ୟମର ଦାୟିତ୍ଵ ହେଉଛି ସେ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରିବ। ଦେଶପ୍ରେମ ସ୍ଵାଭାବିକ ଭାବରେ ସାମ୍ବାଦିକତାର ଏକ ଅଂଶବିଶେଷ। ଏ ସମ୍ପର୍କରେ ସରକାରଙ୍କର ଏ ହୁକୁମନାମା କାହିଁକି?

ଏଇଟା ହିଁ ଆଜିର ତାରିଖରେ ସବୁଠୁ ବଡ ଖବର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଭାରତର ଗଣମାଧ୍ୟମ କୌଣସି ସୁଯୋଗ ସୃଷ୍ଟି କରିବାକୁ ଭୟ କରୁଛି। ଅପରିହାର୍ୟ ପରିସ୍ଥିତି ନ ଆସିଲେ ମିଡିଆରେ ସରକାର ବିରୋଧୀ ସ୍ଵର ଶୁଣିବାକୁ ମିଳୁନାହିଁ। ଏତେ ବଡ ଜନ ପ୍ରତିବାଦକୁ ଯଦି ଗଣମାଧ୍ୟମ ଅଣଦେଖା କରେ ବା ତାହାର ଭୁଲ ଚିତ୍ରଣ କରେ ତାହେଲେ ସବୁଠୁ ବଡ କ୍ଷତି ଗଣମାଧ୍ୟମର ହିଁ ହେବ। ଏମିତିରେ  ଆଜିର ତାରିଖରେ ଗଣମାଧ୍ୟମ ପ୍ରତି ଲୋକଙ୍କର ଅବିଶ୍ଵାସ କେବଳ ବଢିଛି ତା ନୁହେଁ, ଗଣମାଧ୍ୟମ ପ୍ରତି କ୍ରୋଧ ଓ ଘୃଣା ବ୍ୟାପକ ହେଉଛି। ଲୋକେ ସିଧା ସିଧା ଗଣମାଧ୍ୟମକୁ ସରକାରଙ୍କ ପୋଷା ଶୁଆ ବୋଲି କହୁଛନ୍ତି। ନିଜ ବୃତ୍ତିକୁ ବଞ୍ଚାଇବାକୁ ହେଲେ ସରକାରୀ ଦାସତ୍ଵ ଗଣମାଧ୍ୟମର ସୁରକ୍ଷା କବଚ ହୋଇ ସବୁଠି ରହି ପାରିବ ନାହିଁ।   ସରକାରଙ୍କର ଚିଠି କହୁଛି, ସେମାନେ ଗଣମାଧ୍ୟମ ତାଙ୍କରି ଭାଷାରେ କଥା କହୁ ବୋଲି ଚାହୁଛନ୍ତି।  ଯଦି ଗଣମାଧ୍ୟମ ସେ କଥା କରେ, ତାହେଲେ ଲୋକେ ଅବଶ୍ୟ ନିଜର ବାଟ ବାଛିବେ।

ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ଵ ନେବା ପରେ ନରେନ୍ଦ୍ର ମୋଦୀ  ତାଙ୍କର ସାଂସଦ ମାନଙ୍କୁ କହିଥିଲେ- ମିଡିଆଠାରୁ ବଞ୍ଚିକି ରହିବା ପାଇଁ  ପରାମର୍ଶ ଦେଇଥିଲେ। ଉଭୟ ଛପାସ ଓ ଦିଖାସ ଗଣମାଧ୍ୟମ ଠାରୁ ଦୂରରେ ରହିବାକୁ ସେ ତାଙ୍କର ନେତାମାନଙ୍କୁ କହି ଆସୁଛନ୍ତି। ବିଜେପି ଦଳ ଓ ସରକାର ଗଣମାଧ୍ୟମକୁ ନିଜର କିଣା ବ୍ୟବସ୍ଥାର ଅଂଶ ବୋଲି ଭାବୁଛନ୍ତି। ନଚେତ ଏମିତି ଏକ ଚିଠି (ଥରେ ନୁହଁ, ଦୁଇ ଥର) ଲେଖିବାକୁ ସରକାର ସାହସ କରିନଥାନ୍ତେ। ସରକାରଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ବୁଝାଇଦେବା ଉଚିତ ଯେ ଦେଶପ୍ରେମ ଓ ଦେଶଦ୍ରୋହର ସଜ୍ଞା ଆମେ ସରକାରଙ୍କଠାରୁ ଶିଖିନାହୁଁ।  ବହୁ ସରକାର ଆସିଛନ୍ତି ଓ ଯାଇଛନ୍ତି। ହେଲେ ଏକ ଗଣତାନ୍ତ୍ରିକ ଦେଶର ମୁକ୍ତ ଗଣମାଧ୍ୟମ ଭାବରେ ଲୋକଙ୍କ କଥା କହିବ ଆମର ଏକମାତ୍ର ଦେଶପ୍ରେମ। ସରକାରଙ୍କୁ ତେଲ ମାରିବା ସାମ୍ବାଦିକତା ନୁହେଁ, ଏକଥା ଆଜିର ଗଣମାଧ୍ୟମ ମୋଦୀ ସରକାରଙ୍କୁ ବୁଝାଇ ଦେଇପାରିବ କି?

media Modi monopoly
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.