Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାତ ମାସରେ ବିଜେପି ହାତରୁ ଗଲା ଦୁଇ, ରହିଲା ଅଧା
ବିଶେଷ ଖବର

ସାତ ମାସରେ ବିଜେପି ହାତରୁ ଗଲା ଦୁଇ, ରହିଲା ଅଧା

December 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୦୧୯ ଲୋକସଭାରେ ବହୁମତ ପାଇଥିଲେ ବି ରାଜ୍ୟରେ ବେଶ୍‌ ଦୁର୍ବଳ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। ୨୦୧୯ ମଇ ୨୩ତାରିଖରେ ଲୋକସଭା ନିର୍ବାଚନ ପରିଣାମରେ ବିଜେପି ଐତିହାସିକ ବିଜୟ ପାଇଥିବାବେଳେ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରରେ ବିଜେପି ଜିତିକରି ମଧ୍ୟ ସହଯୋଗୀଙ୍କ ଆସ୍ଥା ଜିତି ନପାରି ସେଠି ସରକାର ଗଢିବାରେ ଅସମର୍ଥ ରହିଲା। ସେହିପରି ହରିୟାଣରେ ସହଯୋଗୀ ବଳରେ ସରକାର ଗଢିଲା। କିନ୍ତୁ ଝାଡଖଣ୍ଡରେ ବିଜେପିକୁ ଏକ ବଡ ଝଟ୍‌କା ମିଳିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ବହୁମତ ସହିତ ଜେଏମ୍‌ଏମ୍‌-କଂଗ୍ରେସ -ଆରଜେଡି ମେଣ୍ଟ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି। ଏହା ସହିତ ଝାଡଖଣ୍ଡରେ ବିଜେପିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି।

ଝାଡଖଣ୍ଡର ୮୧ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ୫ଟି ପର୍ଯ୍ୟାୟରେ ହୋଇଥିବାବେଳେ ଏହାର ପରିଣାମ ଆଜି ଆସିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା  ଓ କଂଗ୍ରେସର ମହାମେଣ୍ଟ ନିଜ ଦମ୍‌ରେ ସରକାର ଗଢିବାକୁ ସମର୍ଥ ହେଉଥିବା ବେଳେ ଆରମ୍ଭରୁ ବିଜେପି ପଛୁଆ ରହିଛି। ଲୋକସଭା ନିର୍ବାଚନ ପରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳିଚାଲିଛି।

୨୦୧୯ ଅକ୍ଟୋବର ମାସରେ ମହାରାଷ୍ଟ୍ର ଓ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଥମ ଝଟ୍‌କା ମିଳିଥିଲା ବିଜେପିକୁ। ଏହି ଦୁଇ ରାଜ୍ୟ ବିଜେପି ଶାସିତ ରାଜ୍ୟ ରହିଥିଲା। ମହାରାଷ୍ଟ୍ରରେ ବିଜେପି ଶିବସେନା ସହ ସରକାର ଚଳାଉଥିବାବେଳେ ହରିୟାଣାରେ ପୂର୍ଣ୍ଣ ବହୁମତରେ ସରକାର ଚଳାଉଥିଲା। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ହରିୟାଣାରେ ବିଜେପିକୁ ସରକାର ଗଢିବା ପାଇଁ ଅନ୍ୟ ଦଳର ସାହାରା ନେବାକୁ ପଡ଼ିଲା। ସେହିପରି ୨୮୧ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବୃହତ ଦଳ ଭାବେ ବିଜେପି ୧୦୫ଟି ଆସନ ଜିତିଥିବାବେଳେ ସହଯୋଗୀ ଦଳ ଶିବସେନାର ଆସ୍ଥାଭାଜକ ହୋଇନପାରି ମହାରାଷ୍ଟ୍ରକୁ ମଧ୍ୟ ନିଜ ହାତରୁ ଖସାଇବାକୁ ପଡ଼ିଥିଲା। ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏହି ଦୁଇ ସହଯୋଗୀ ଦଳ ମଧ୍ୟରେ ବୁଝାମଣା ହୋଇନପାରିବାରୁ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ସରକାର ଗଠନ କରିବାରେ ସମର୍ଥ ହେଲା। ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟ ବିଜେପି ହାତରୁ ଖସି ଯାଇଥିଲା। ସେହିପରି ହରିୟାଣାରେ ବିଜେପିକୁ ବହୁମତ ମିଳି ନପାରିବାରୁ ଜେଜେପି ସମର୍ଥନ ସରକାର ଗଢିବାରେ ଯଦିଓ ସମର୍ଥ ହେଲା, କିନ୍ତୁ ବିଜେପି ଏଠାରେ ଫୁଲ୍‌ ନୁହେଁ ବରଂ ଅଧା ସରକାର କରିବା ପାଇଁ ବାଧ୍ୟ ହେଲା।

ଝାଡଖଣ୍ଡରେ ବିଜେପିକୁ ଜନତା କଲେ ଫୁଲ୍‌ ଆଉଟ୍‌

ହରିୟାଣାରେ ମେଣ୍ଟ କରି ନିଜ ସତ୍ତା ବଂଚାଇଥିବାବେଳେ ଝାଡଖଣ୍ଡରେ କିନ୍ତୁ ବିଜେପିକୁ ସମର୍ଥନ ମିଳିପାରିନାହିଁ। ମିଳିଥିବା ସୂଚନା ଅନୁସାରେ ଜେଏମଏମ୍‌-କଂଗ୍ରେସ-ଆରଜେଡିର ମହାମେଣ୍ଟ ବିଜୟୀ ହେବାକୁ ଯାଉଛନ୍ତି।

ବିଗତ ୭ ମାସ ମଧ୍ୟରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳି ଚାଲିଛି।  ରାମମନ୍ଦିର, ଧାରା ୩୭୦ ଉଛେଦ, ସିଏଏ, ଏନ୍‌ଆରସି ପରି କିଛି ବି ପ୍ରସଙ୍ଗ ବିଜେପି ପାଇଁ ଲକି ସାବ୍ୟସ୍ତ ହେଲା ନାହିଁ। ମହଙ୍ଗା ଓ ବେରୋଜଗାରୀ ମାଡ଼ରେ ବିଜେପିର ସତ୍ତା ଆଜି ଦୁର୍ବଳ। କେବଳ ଭାଷଣବାଜି ନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ତଥା ଭାରତୀୟ ଅର୍ଥନୀତିରେ ସୁଧାର ପାଇଁ ପ୍ରୟାସ କରିବା ଏବେ ବିଜେପି ପାଇଁ ଏକମାତ୍ର ବିକଳ୍ପ।

 

BJP jharkhand maharastra
Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026
Latest News

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.