Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ଉପକୂଳରୁ କ୍ୟୁଆରସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବିଶେଷ ଖବର

ଓଡ଼ିଶା ଉପକୂଳରୁ କ୍ୟୁଆରସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

December 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Quick Reaction Surface to Air Missile

ସମୀକ୍ଷା ବ୍ୟୁରୋ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୧ଟା ୪୫ମିନିଟ ସମୟରେ ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର (କ୍ୟୁଆରସାମ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ସମ୍ପୂର୍ଣ୍ଣ ଭାବେ ନିୟୋଜନ ସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା, ଯାହା ମଝି ଆକାଶରେ ଥିବା ଲକ୍ଷ୍ୟକୁ ନିଷ୍କ୍ରିୟ କରିବା ସହ ଅଭିଯାନର ଉଦ୍ଦେଶ୍ୟ ପୂରଣ କରିଥିଲା । ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ୍ସ, ରେଞ୍ଜ ରାଡାର ସିଷ୍ଟମ୍ସ, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରାଯାଇଥିଲା ।

କ୍ୟୁଆରସାମ କ୍ଷେପଣାସ୍ତ୍ରରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ କମାଣ୍ଡ ଓ କଂଟ୍ରୋଲ ବ୍ୟବସ୍ଥା, ଆକ୍ଟିଭ ଆରେ ବ୍ୟାଟେରୀ ସର୍ଭେଲାନ୍ସ ରାଡାର, ଆକ୍ଟିଭ ଆରେ ବ୍ୟାଟେରୀ ମଲ୍ଟିଫଙ୍କସନ ରାଡାର ଓ ଲଂଚର ସଂଯୋଗ ହୋଇଛି । ଉଭୟ ରାଡାରରେ ୪ଟି ଆସ୍ତରଣ ସହ ୩୬୦ ଡିଗ୍ରୀ କଭରେଜ ସିଷ୍ଟମ ରହିଛି, ଏହା ଗତି କରିବା ସମୟରେ ଲକ୍ଷ୍ୟକୁ ସନ୍ଧାନ ଓ ଠାବ କରିପାରିବ । ଏହି କ୍ଷେପଣାସ୍ତ୍ର ନିକ୍ଷେପ ଲାଗି ସର୍ବନିମ୍ନ ସଂଖ୍ୟକ ବାହନର ଆବଶ୍ୟକତା ରହିଛି । ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ଥିବା ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରିବା ଦ୍ୱାରା ନିଜର ସାମର୍ଥ୍ୟ ପ୍ରତିଷ୍ଠା କରିପାରିଛି । ଏହି ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ଓ ରଣନୈତିକ ସିଷ୍ଟମ୍ସର ମହାନିର୍ଦ୍ଦେଶକ ଶ୍ରୀ ଏମଏସଆର ପ୍ରସାଦ ଉପସ୍ଥିତ ଥିଲେ ।

ଏହି ଅଭିଯାନ ସହିତ କ୍ୟୁଆରସାମ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳତା ପୂର୍ବକ ଶେଷ ହୋଇଛି । ଏହା ୨୦୨୧ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବ ବୋଲି ଆଶା କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଏହି ପରୀକ୍ଷଣ ପାଇଁ କ୍ୟୁଆରସାମ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

Chandipur Drdo
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଓଡ଼ିଶାରେ ୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି

June 19, 2026

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ନୂଆ SOP

June 19, 2026

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.