Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାଣନ୍ତୁ, ଏଥର ସୂର୍ଯ୍ୟ ପରାଗ ସମ୍ପର୍କରେ, କେତେବେଳେ କରିବେ ପାକତ୍ୟାଗ, କେଉଁ ମନ୍ତ୍ର ଜପିବା ଉଚିତ
ବିଶେଷ ଖବର

ଜାଣନ୍ତୁ, ଏଥର ସୂର୍ଯ୍ୟ ପରାଗ ସମ୍ପର୍କରେ, କେତେବେଳେ କରିବେ ପାକତ୍ୟାଗ, କେଉଁ ମନ୍ତ୍ର ଜପିବା ଉଚିତ

December 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆସନ୍ତା ୨୬ ତାରିଖ ଅର୍ଥାତ୍‌ ଗୁରୁବାର ପୌଷ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେଉଛି। ସମଗ୍ର ଓଡ଼ିଶାରେ ଏହା ଦୃଶ୍ୟ ଓ ପାଳନୀୟ ହେବ। ଏହି ସୂର୍ଯ୍ୟ ପରାଗ ଚଳିତ ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ।

ସୂର୍ଯ୍ୟ ପରାଗର ସମୟ :

୨୬ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ଦିବା ଘ. ୦୮.୧୯.୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବାକୁ ରହିଥିବାବେଳେ ଏହା ଦିବା ଘ. ୦୯.୪୬.୦୮ ସେକେଣ୍ଡ ମଧ୍ୟ ଯାଏ ଏହା ରହିବ ଓ ଏହା ଦିବା ଘ. ୧୧.୨୯.୧୮ ସମୟରେ  ଏହା ମୋକ୍ଷ ପ୍ରାପ୍ତ ହେବ। ସର୍ବମୋଟ ଗ୍ରହଣ ସମୟ ୦୩.୦୯.୫୫ ରହିଛି।

ପାକତ୍ୟାଗ ଓ ଅନ୍ନଭୋଜନ

ଗ୍ରହଣ ଲାଗିବାର ପୂର୍ବ ରାତ୍ରି ଅର୍ଥାତ୍‌ (ବୁଧବାର) ରାତ୍ର  ୦୮.୨୦ ପରେ ଗୁରୁବାର ଦିବା ଘ. ୧୧.୩୦ମି ପର୍ଯ୍ୟନ୍ତ ଅନ୍ନଭୋଜନ ପାକଦ୍ରବ୍ୟ ଓ ଦେବ ନୀତି ନିଷେଧ। (ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ ନିୟମ ଲଂଘନୀୟ କିନ୍ତୁ ଖାଦ୍ୟରେ କୁଶ ପକାଇ ରଖିବେ)

ଗ୍ରହଣ ଦର୍ଶନେ ଶୁଭ (ଚନ୍ଦ୍ରଶୁଦ୍ଧି) ରାଶିମାନେ ହେଉଛନ୍ତି – କର୍କଟ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ରାଶି। ଏତଦ୍‌ ଭିନ୍ନ ରାଶିମାନଙ୍କ ଅଶୁଭ।

ଗ୍ରହଣ ଦର୍ଶନେ ଶୁଭ (ତାରାଶୁଦ୍ଧି) ନକ୍ଷତ୍ର  ହେଉଛନ୍ତି।  ୨, ୩, ୫,୬, ୭, ୮, ୯, ୧୧, ୧୨,୧୪,୧୫,୧୬, ୧୭, ୧୮, ୨୦, ୨୧, ୨୩, ୨୪, ୨୫, ୨୬, ୨୭ ଏ ନକ୍ଷତ୍ରମାନଙ୍କ ଗ୍ରହଣ ଦର୍ଶନ ଶୁଭ ରହିଛି। ଏତଦ୍‌ଭିନ୍ନ ନକ୍ଷତ୍ରମାନଙ୍କ ପାଇଁ ଏହା ଅଶୁଭ ।

ଗ୍ରହଣ ସ୍ପର୍ଶ ପରେ ସ୍ନାନ ମନ୍ତ୍ର

“ସ୍ବସ୍ଥାନଂ ଗମ୍ୟତାଂ କେତୋ ତ୍ୟଜ୍ୟତାଂ ସୂର୍ଯ୍ୟ ସଙ୍ଗମଃ।

କର୍ମଚଣ୍ଡାଳଯୋନେ ତ୍ବଂ ମମ ପାପଂ କ୍ଷୟଂ କୁରୁ।। ”

ମୁକ୍ତୌସ୍ନାନ ମନ୍ତ୍ର

“ଯଥାପଦୋ ବିମୁକ୍ତୋସି କେତୋର୍ବଦନ ସଙ୍କଟାତ୍‌।

ତଥା ତ୍ବଂ ସହସ୍ରାଂଶୋ ଆପଦୋ ମାଂ ବିମୋଚୟ।।”

ଅର୍ଘ୍ୟଦାନ ମନ୍ତ୍ର

“ଦିବାନାଥ ନମସ୍ତୁଭ୍ୟଂ କେତୁଗ୍ରହ ରିପୋପ୍ରଭୋଃ।

ଅର୍ଘ୍ୟଂ  ଦଦାମି ଦେବେଶ, କେତୁ ଗ୍ରହ ବିମୋଚାନତ୍‌।।”

ଗ୍ରହଣ ସମୟରେ କେଉଁ ସବୁ କାର୍ଯ୍ୟ ବର୍ଜନ କରିବେ :

ଗ୍ରହଣ ଦିନଠାରୁ ୭ ଦିନ ପର୍ଯ୍ୟନ୍ତ ମୁଖ୍ୟ ଯାତ୍ରା, ଏକ ଦିନ ବିବାହ ଓ ତିନିଦିନ ବ୍ରତୋପନୟନ ନିଷେଧ।

ଦେବନୀତି

ପୂର୍ବ ରାତ୍ରି (ବୁଧବାର) ରାତ୍ର ଘ.୦୮.୨୦ ମିଠାରୁ ଗୁରୁବାର ଦିବା ଘ. ୧୧.୩୦ ମି. ପରେ ଦେବାଦେବୀଙ୍କ ମହାସ୍ନାନ ପରେ ଯଥାରୀତିରେ ଦେବନୀତି ହୋଇପାରିବ।

ଏହି ଦିନ ଗର୍ଭବର୍ତ୍ତୀ ନାରୀ ଗ୍ରହଣ ଦେଖିବାକୁ ବାରଣ ରହିଥିବା ବେଳେ ଏହି ଦିନ କୋଳରେ ଏକ ନଡିଆ ରଖି ରାମ ନାମ ମନ୍ତ୍ର ଜପ କରିବା ଦରକାର। ଗ୍ରହଣ ସମାପ୍ତ ହେଲେ ଉକ୍ତ ନଡ଼ିଆକୁ ବହି ଯାଉଥିବା ଜଳରେ ଭସେଇ ଦେବେ।

ସୂର୍ଯ୍ୟ ଗ୍ରହଣ ସୂର୍ଯ୍ୟ ପରାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ବୋମା ବିସ୍ଫୋରଣରେ ଯୁବକ ମୃତ

June 2, 2026

ଭାଇର ଟାଙ୍ଗିଆ ଚୋଟରେ ଗଲା ଭାଇର ଜୀବନ

June 2, 2026

ଶିକ୍ଷକ କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ସରକାର: ସମନ୍ୱୟ ସମିତି

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.