Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାଣନ୍ତୁ, ଏଥର ସୂର୍ଯ୍ୟ ପରାଗ ସମ୍ପର୍କରେ, କେତେବେଳେ କରିବେ ପାକତ୍ୟାଗ, କେଉଁ ମନ୍ତ୍ର ଜପିବା ଉଚିତ
ବିଶେଷ ଖବର

ଜାଣନ୍ତୁ, ଏଥର ସୂର୍ଯ୍ୟ ପରାଗ ସମ୍ପର୍କରେ, କେତେବେଳେ କରିବେ ପାକତ୍ୟାଗ, କେଉଁ ମନ୍ତ୍ର ଜପିବା ଉଚିତ

December 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆସନ୍ତା ୨୬ ତାରିଖ ଅର୍ଥାତ୍‌ ଗୁରୁବାର ପୌଷ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେଉଛି। ସମଗ୍ର ଓଡ଼ିଶାରେ ଏହା ଦୃଶ୍ୟ ଓ ପାଳନୀୟ ହେବ। ଏହି ସୂର୍ଯ୍ୟ ପରାଗ ଚଳିତ ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ।

ସୂର୍ଯ୍ୟ ପରାଗର ସମୟ :

୨୬ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ଦିବା ଘ. ୦୮.୧୯.୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବାକୁ ରହିଥିବାବେଳେ ଏହା ଦିବା ଘ. ୦୯.୪୬.୦୮ ସେକେଣ୍ଡ ମଧ୍ୟ ଯାଏ ଏହା ରହିବ ଓ ଏହା ଦିବା ଘ. ୧୧.୨୯.୧୮ ସମୟରେ  ଏହା ମୋକ୍ଷ ପ୍ରାପ୍ତ ହେବ। ସର୍ବମୋଟ ଗ୍ରହଣ ସମୟ ୦୩.୦୯.୫୫ ରହିଛି।

ପାକତ୍ୟାଗ ଓ ଅନ୍ନଭୋଜନ

ଗ୍ରହଣ ଲାଗିବାର ପୂର୍ବ ରାତ୍ରି ଅର୍ଥାତ୍‌ (ବୁଧବାର) ରାତ୍ର  ୦୮.୨୦ ପରେ ଗୁରୁବାର ଦିବା ଘ. ୧୧.୩୦ମି ପର୍ଯ୍ୟନ୍ତ ଅନ୍ନଭୋଜନ ପାକଦ୍ରବ୍ୟ ଓ ଦେବ ନୀତି ନିଷେଧ। (ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ ନିୟମ ଲଂଘନୀୟ କିନ୍ତୁ ଖାଦ୍ୟରେ କୁଶ ପକାଇ ରଖିବେ)

ଗ୍ରହଣ ଦର୍ଶନେ ଶୁଭ (ଚନ୍ଦ୍ରଶୁଦ୍ଧି) ରାଶିମାନେ ହେଉଛନ୍ତି – କର୍କଟ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ରାଶି। ଏତଦ୍‌ ଭିନ୍ନ ରାଶିମାନଙ୍କ ଅଶୁଭ।

ଗ୍ରହଣ ଦର୍ଶନେ ଶୁଭ (ତାରାଶୁଦ୍ଧି) ନକ୍ଷତ୍ର  ହେଉଛନ୍ତି।  ୨, ୩, ୫,୬, ୭, ୮, ୯, ୧୧, ୧୨,୧୪,୧୫,୧୬, ୧୭, ୧୮, ୨୦, ୨୧, ୨୩, ୨୪, ୨୫, ୨୬, ୨୭ ଏ ନକ୍ଷତ୍ରମାନଙ୍କ ଗ୍ରହଣ ଦର୍ଶନ ଶୁଭ ରହିଛି। ଏତଦ୍‌ଭିନ୍ନ ନକ୍ଷତ୍ରମାନଙ୍କ ପାଇଁ ଏହା ଅଶୁଭ ।

ଗ୍ରହଣ ସ୍ପର୍ଶ ପରେ ସ୍ନାନ ମନ୍ତ୍ର

“ସ୍ବସ୍ଥାନଂ ଗମ୍ୟତାଂ କେତୋ ତ୍ୟଜ୍ୟତାଂ ସୂର୍ଯ୍ୟ ସଙ୍ଗମଃ।

କର୍ମଚଣ୍ଡାଳଯୋନେ ତ୍ବଂ ମମ ପାପଂ କ୍ଷୟଂ କୁରୁ।। ”

ମୁକ୍ତୌସ୍ନାନ ମନ୍ତ୍ର

“ଯଥାପଦୋ ବିମୁକ୍ତୋସି କେତୋର୍ବଦନ ସଙ୍କଟାତ୍‌।

ତଥା ତ୍ବଂ ସହସ୍ରାଂଶୋ ଆପଦୋ ମାଂ ବିମୋଚୟ।।”

ଅର୍ଘ୍ୟଦାନ ମନ୍ତ୍ର

“ଦିବାନାଥ ନମସ୍ତୁଭ୍ୟଂ କେତୁଗ୍ରହ ରିପୋପ୍ରଭୋଃ।

ଅର୍ଘ୍ୟଂ  ଦଦାମି ଦେବେଶ, କେତୁ ଗ୍ରହ ବିମୋଚାନତ୍‌।।”

ଗ୍ରହଣ ସମୟରେ କେଉଁ ସବୁ କାର୍ଯ୍ୟ ବର୍ଜନ କରିବେ :

ଗ୍ରହଣ ଦିନଠାରୁ ୭ ଦିନ ପର୍ଯ୍ୟନ୍ତ ମୁଖ୍ୟ ଯାତ୍ରା, ଏକ ଦିନ ବିବାହ ଓ ତିନିଦିନ ବ୍ରତୋପନୟନ ନିଷେଧ।

ଦେବନୀତି

ପୂର୍ବ ରାତ୍ରି (ବୁଧବାର) ରାତ୍ର ଘ.୦୮.୨୦ ମିଠାରୁ ଗୁରୁବାର ଦିବା ଘ. ୧୧.୩୦ ମି. ପରେ ଦେବାଦେବୀଙ୍କ ମହାସ୍ନାନ ପରେ ଯଥାରୀତିରେ ଦେବନୀତି ହୋଇପାରିବ।

ଏହି ଦିନ ଗର୍ଭବର୍ତ୍ତୀ ନାରୀ ଗ୍ରହଣ ଦେଖିବାକୁ ବାରଣ ରହିଥିବା ବେଳେ ଏହି ଦିନ କୋଳରେ ଏକ ନଡିଆ ରଖି ରାମ ନାମ ମନ୍ତ୍ର ଜପ କରିବା ଦରକାର। ଗ୍ରହଣ ସମାପ୍ତ ହେଲେ ଉକ୍ତ ନଡ଼ିଆକୁ ବହି ଯାଉଥିବା ଜଳରେ ଭସେଇ ଦେବେ।

ସୂର୍ଯ୍ୟ ଗ୍ରହଣ ସୂର୍ଯ୍ୟ ପରାଗ
Share. Facebook Twitter LinkedIn Email WhatsApp Copy Link

Related Posts

PM Modi in Odisha: ଦେଶବାସୀଙ୍କୁ ପଚାଶ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

September 27, 2025

ଓଡ଼ିଶାରେ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

September 27, 2025

ଭାରତ ପାଇଁ “ଖୁସି ଖବର”: ଆଣ୍ଡାମାନ ସାଗରରେ ମିଳିଲା ପ୍ରାକୃତିକ ଗ୍ୟାସ ଭଣ୍ଡାର

September 27, 2025

ମୋଦି ସରକାର ନେଇପାରନ୍ତି ବଡ ପଦକ୍ଷେପ, ଯାହା ଶଶି ଥରୁରଙ୍କୁ ହେବ ବଡ ଲାଭ, ଜାଣନ୍ତୁ କ’ଣ?

September 27, 2025
Latest News

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025

ବିହାର ବିଜୟ ପାଇଁ ଗୁପ୍ତ ମନ୍ତ୍ରଣା କଲେ ବିଜେପି ଚାଣକ୍ୟ ଅମିତ ଶାହ

September 27, 2025

ସୋନମ ୱାଙ୍ଗଚୁକଙ୍କ ରହିଛି ପାକିସ୍ତାନୀ ଲିଙ୍କ୍?: ଲଦାଖ ଡିଜିପି ଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 27, 2025

PM Modi in Odisha: ଦେଶବାସୀଙ୍କୁ ପଚାଶ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

September 27, 2025

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.