Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ତିଷ୍ଟିବାରେ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ, ପ୍ରତିଷ୍ଠା ଦିବସରେ ନବୀନ ଏପରି କହି କାହାକୁ କଲେ ଇସାରା !
ବିଶେଷ ଖବର

ବିଜେଡି ତିଷ୍ଟିବାରେ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ, ପ୍ରତିଷ୍ଠା ଦିବସରେ ନବୀନ ଏପରି କହି କାହାକୁ କଲେ ଇସାରା !

December 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ତିଷ୍ଠିବାରେ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ ବୋଲି ନବୀନ ପ୍ରତିଷ୍ଠା ଦିବସରେ କହି କାହାକୁ କଲେ ଇସାରା !

ସଂପଦ ଦଳାଇ

ବିଜେଡିର 23 ତମ ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବୀନ ତାଙ୍କ ଭାଷଣରେ କହିଲେ ଯେ, ବିଜେଡି ଦଳ ତିଷ୍ଠିବାରେ ବା ବୃଦ୍ଧି ପାଇଁ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ। ଏପରିକି ତାଙ୍କ ଉପରେ ମଧ୍ୟ ନିର୍ଭର କରେ ନାହିଁ। ନବୀନ ଇଂରାଜୀରେ ଯାହା କହିଲେ ତାହା ହେଲା “ Biju Janat Dal is not a political party and it is not dependant on some or other leaders including me for its survival and growth.” ଅର୍ଥାତ ବିଜେଡିର କୌଣସି ନେତାଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରେ ନାହିଁ ବୋଲି ନବୀନ ସିଧାସିଧା କହିଲେ। ସେ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୁଖ୍ୟତଃ ବିଜେଡି ହେଉଛି ଏପରି ଏକ ଦଳ ଯେଉଁଠି ନବୀନ ବ୍ୟତିରକେ କୌଣସି ସ୍ଥିତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ନେତାମାନେ କେବଳ ନବୀନଙ୍କ ନାଁ ନେଇ ଜିତିବାରେ ଲାଗିଛନ୍ତି। ଏ କଥା ଖୋଦ ଦଳର ନେତାମାନେ ସ୍ବୀକାର କରନ୍ତି ଏବଂ ରାଜ୍ୟର ଲୋକଙ୍କୁ ମଧ୍ୟ ଭଲଭାବରେ ଏହା ଜଣା ଅଛି। ହେଲେ ନବୀନ ଏପରି ଗୁରୁତ୍ବ ପୂର୍ଣ୍ଣ କଥାଟି ପ୍ରତିଷ୍ଠା ଦିବସରେ କାହିଁକି କହିଲେ ତାହା ବୁଝାପଡୁ ନାହିଁ। ପ୍ରଶ୍ନ ଉଠୁଛି ବର୍ତ୍ତମାନ ଦଳରେ ସେପରି କେହି ନେତା ଅଛନ୍ତି କି ଯେ କି ନିଜକୁ ସର୍ବେସର୍ବା ଭାବୁଛନ୍ତି ? ତାଙ୍କୁ କଣ ଇସାରା କରି ନବୀନ ଏପରି କହିଛନ୍ତି କି ? ତାଙ୍କ ଦ୍ବାରା ଦଳ ବୃଦ୍ଧି ପାଇବ ନାହିଁ ବୋଲି ପରୋକ୍ଷରେ ତାଙ୍କୁ ତାଗିଦ କଲେ କି !

ଯଦି ଗତ ନିର୍ବାଚନରେ ବିଜେଡିର କାର୍ଯ୍ୟକାରିତା ଉପରେ ବିଶ୍ଲେଷଣ କରାଯାଏ ତେବେ ଏହା ସ୍ପଷ୍ଟ ହେବ ଯେ, ଦଳ ଭିତରେ ମାତ୍ର ହାତ ଗଣତି ଦୁଇ ତିନି ଜଣ ନେତା ବିଧାନସଭା ନିର୍ବାଚନକୁ ପରିଚାଳନା କରିଥିଲେ। ଆଉ ସେମାନଙ୍କ ସଠିକ ଗୋଟି ଚାଳନା ହିଁ ବିଜେଡିକୁ ସଫଳତା ମିଳି ପାରିଥିଲା। ତେବେ ସେହି ହାତ ଗଣତି ନେତାଙ୍କର କିନ୍ତୁ ସାରା ଓଡିଶାରେ ନିଜସ୍ବ ପତିୟାରା ନାହିଁ। ହେଲେ ଦଳରେ କିନ୍ତୁ ତାଙ୍କର ପତିୟାରା ବେଶ୍ ବୃଦ୍ଧି ପାଇଛି। ସେମାନଙ୍କ କଥାରେ କୁଆଡେ ନବୀନ ପରିଚାଳିତ ହେଉଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି ସେମାନଙ୍କର ଅହଂ ଭାବକୁ ଏବଂ ଏହି ଧାରଣାକୁ ଏକ ଚେକ୍ ଦେବା ପାଇଁ ନବୀନ ଏପରି କହିଲେ କି ?

ଯଦି ବିଜେଡିର ଇତିହାସ ଖୋଜାଯାଏ ତେବେ ଗୋଟିଏ କଥା ସ୍ପଷ୍ଟ ହେବ ଯେ, ନବୀନଙ୍କ ଆଗରେ କୌଣସି ନେତା ନିଜର ପତିୟାରା ଦେଖାଇ ପାରି ନାହାଁନ୍ତି। ଯେଉଁମାନେ ଦେଖାଇବାକୁ ଚେଷ୍ଠା କରିଛନ୍ତି ସେମାନଙ୍କୁ ନବୀନ ଚଟକଣା ଦେଇ ଦଳରୁ ବିଦାୟ କରି ଦେଇଛନ୍ତି। ବିଜୟ ମହାପାତ୍ର, ପ୍ୟାରୀ ମୋହନ ମହାପାତ୍ର, ଦାମୋଦର ରାଉତ ଏବଂ ବୈଜୟନ୍ତ ପଣ୍ଡା ପରି ଅନେକ ନେତା ଅଛନ୍ତି ଯେଉଁମାନଙ୍କୁ ନବୀନ ଦଳରୁ ବିତାଡିତ କରି ଧରାଶାୟୀ କରିଦେଇଛି। ନବୀନଙ୍କ ପାଖରେ ସେ କ୍ଷମତା ଓ ଦକ୍ଷତା ଥିବା ବେଳେ ସେ ସେହି ପଦକ୍ଷେପକୁ ଗ୍ରହଣ ନ କରି ପରୋକ୍ଷରେ ଏପରି ଇଙ୍ଗିତ କରିବାର ରହସ୍ୟ ଜାଣିବା ବିଜେଡି ନେତାଙ୍କ ପାଇଁ ବର୍ତ୍ତମାନ କଷ୍ଟକର ହୋଇପଡିଛି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଯାହା ନବୀନ ଏହି ପ୍ରତିଷ୍ଠା ଦିବସରେ ଉତ୍ଥାପନ କରିଛନ୍ତି। ତାହା ହେଲା ବିଜେଡିର ଭବିଷ୍ୟତ ବା Survival ସଂପର୍କରେ ସେ ସୂଚନା ମଧ୍ୟ ଦେଇଛନ୍ତି। ତାଙ୍କର କହିବା କଥା ବିଜେଡିର ଭବିଷ୍ୟତ ବା ସ୍ଥିତି ମଧ୍ୟ ଏହି ନେତାଙ୍କ ଉପରେ ନିର୍ଭର କରେ ନାହିଁ। ଏଥିରୁ ସ୍ପଷ୍ଟ ଯେ, ବିଜେଡି ନେତାମାନଙ୍କ ମଧ୍ୟରୁ କେହି ଦଳର ଭବିଷ୍ୟତ ହେବେ ନାହିଁ। ପୂର୍ବରୁ ଜାତୀୟ ଗଣମାଧ୍ୟମରେ ନବୀନ କହିଥିଲେ ଯେ, ବିଜେଡିର ଉତ୍ତରାଧିକାରୀ ତାଙ୍କ ପରିବାରରୁ କେହି ହେବେ ନାହିଁ। ସେତେବେଳେ ସ୍ପଷ୍ଟ ହେଲା ଯେ, ଯଦି ତାଙ୍କ ପରିବାରୁ କେହି ହେବେ ନାହିଁ ତେବେ ଦଳର ଏହି ନେତାମାନଙ୍କ ମଧ୍ୟରୁ କେହି ବିଜେଡିର ମଙ୍ଗୁଆଳ ହେବେ।

ବର୍ତ୍ତମାନ ଭାଷଣକୁ ତର୍ଯ୍ୟମା କଲେ ଜଣାପଡୁଛି ବିଜେଡିର ମଙ୍ଗୁଆଳ ଏହି ନେତାମାନେ ମଧ୍ୟ ହେବେ ନାହିଁ। ଯଦି ବିଜେଡିର ଭବିଷ୍ୟତ ନବୀନଙ୍କ ପରିବାରରୁ କେହି ହେବେ ନାହିଁ ଏବଂ ଏହି ବିଜେଡି ନେତାମାନଙ୍କ ମଧ୍ୟରୁ କେହି ହେବେ ନାହିଁ,  ତେବେ କିଏ ହେବ? ବିଜେଡିର ନେତା ନ ଥିବା ଏବଂ ତାଙ୍କ ପରିବାରର ସଦସ୍ୟ ନ ଥିବା ସେହି ବ୍ୟକ୍ତି ଜଣଙ୍କ କିଏ ? ଏହାର ଉତ୍ତର ଖୋଜି ପାଇବାକୁ ସକ୍ଷମ ନ ଥିବା ଲୋକଙ୍କ ଉପରେ ନବୀନ ପ୍ରଶ୍ନଟିଏ ଛିଡା କରି ଦେଇଛନ୍ତି।

bjdfoundationday
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.