Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମ୍ବାଦିକ ହେବା ବିଜେପି ଶାସନରେ ସବୁଠୁ ବଡ ଅପରାଧ, ସାମ୍ବାଦିକତା କାରଣରୁ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ଜୀବନକୁ ବିପନ୍ନ କରିଛି ବିଜେପି !!
ବିଶେଷ ଖବର

ସାମ୍ବାଦିକ ହେବା ବିଜେପି ଶାସନରେ ସବୁଠୁ ବଡ ଅପରାଧ, ସାମ୍ବାଦିକତା କାରଣରୁ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ଜୀବନକୁ ବିପନ୍ନ କରିଛି ବିଜେପି !!

December 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବ୍ରିଟିଶ ସରକାର ଅମଳରେ ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ଲେଖୁଥିଲେ, ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଉଥିଲା। ସ୍ଵାଧୀନତା ପରେ ସେ ଚିତ୍ର ବଦଳିଯିବ ବୋଲି ଆମେ ଆଶା କରୁଥିଲୁ। ତେବେ ଗତ ସତୁରୀ ବର୍ଷ ଭିତରେ ଏମିତି ଅନେକ ଉଦାହରଣ ରହିଛି,ଯେଉଁଠି ନିଜର ଦାୟିତ୍ଵ ନିର୍ବାହ କରିବାକୁ ଯାଇ ସମ୍ବାଦିକମାନେ ଲାଞ୍ଛିତ ହୋଇଛନ୍ତି। ଅନେକ ସମୟରେ ସାମ୍ବାଦିକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି। ୧୯୭୫ ମସିହାରେ ଯେତେବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ, ତା ବିରୋଧରେ ଲେଖିଥିବା ଅନେକ ସାମ୍ବାଦିକଙ୍କୁ ଜେଲରେ ଦିନ କାଟିବାକୁ ପଡିଥିଲା। ତେବେ ସରକାର ବିରୋଧରେ ଲେଖାଲେଖି କରି ଜେଲ ଭୋଗିଥିବା ସେ ସାମ୍ବାଦିକମାନେ ଥିଲେ ଆମ ପାଇଁ ମହାନାୟକ। ଆମେ କୁଲଦୀପ ନାୟାର କିମ୍ବା ପ୍ରଭାସ ଯୋଷିଙ୍କୁ ସାମ୍ବାଦିକତାର ମହାନାୟକ ବୋଲି କହିଆସିଛୁ କାରଣ ସେମାନେ ସରକାର ଓ ସତ୍ତା ବିରୋଧରେ ଲେଖିପାରିବାର ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ଯେତେବେଳେ ରାଜୀବ ଗାନ୍ଧୀ ସରକାର ଗଣମାଧ୍ୟମର ସ୍ଵାଧୀନତା କ୍ଷୁଣ୍ଣ କଲାଭଳି ଏକ ଆଇନ ଆଣିଥିଲେ, ତାରି ବିରୋଧରେ ସାରା ଦେଶର ସାମ୍ବାଦିକ ଏକାଠି ହୋଇ ସେହି ଆଇନର ବିରୋଧ କରିଥିଲେ।

ରାଜୀବ ଗାନ୍ଧି ଏ ଦେଶର ସବୁଠୁ ବୃହତ୍ତମ ଜନମତ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଭାରତୀୟ ସାମ୍ବାଦିକମାନେ ତାଙ୍କୁ ପ୍ରତି ପାଦରେ ସମାଲୋଚନା କରିଛନ୍ତି। ରାଜୀବ ଗାନ୍ଧୀ ସରକାର ବିରୋଧରେ ବୋଫୋର୍ସ ଦୁର୍ନୀତି ମାମଲାକୁ ନେଇ ଅରୁଣ ଶୌରୀଙ୍କ ଲେଖା ସେତେବେଳେ ପ୍ରବଳ ମାନ୍ୟତା ପାଇଥିଲା। ବୋଫୋର୍ସ ଦୁର୍ନୀତି କେବେହେଲେ ଅଦାଲତରେ ପ୍ରମାଣିତ ହୋଇନଥିଲା। ହେଲେ ଆମେ ଏଥିଲାଗି ଅରୁଣ ଶୌରୀ ବା ଚିତ୍ରା ସୁବ୍ରମନ୍ୟମଙ୍କ ସାମ୍ବାଦିକତା ଉପରେ କେବେ ପ୍ରଶ୍ନଚିହ୍ନ ଲଗାଇନାହୁଁ। ଆଜି ହଠାତ ସାମ୍ବାଦିକତା ଏତେ ବଡ ଅପରାଧ ପାଲଟି ଯାଇଛି କେମିତି? ସରକାରକୁ ସମାଲୋଚନା କରୁଥିବା ସାମ୍ବାଦିକଙ୍କୁ ଅପରାଧୀ ଭଳି ବ୍ୟବହାର କରିବାର ଏ ଅଶ୍ଳୀଳତା କୁ ଶାସକ ବିଜେପି ଦଳ ସର୍ବାଧିକ ପ୍ରୋତ୍ସାହନ ଦେଉଛି କେମିତି ଓ କାହିଁକି?

ସରକାର ବିରୋଧରେ ସତର୍କ ରହିବା ଓ ସମାଲୋଚନା କରିବା ସାମ୍ବାଦିକତାର ମୌଳିକ କର୍ତ୍ତବ୍ୟ। ସରକାରଙ୍କ ପ୍ରଚାର କରିବା ଲାଗି ସରକାରୀ ବ୍ୟବସ୍ଥା ରହିଛି। ସାମ୍ବାଦିକ ସରକାରର ଆଲୋଚକ, ସ୍ତାବକ ନୁହେଁ। ବିଜେପି ସରକାର ବୋଧହୁଏ ଚାହୁଁଛନ୍ତି, ଭାରତୀୟ ସାମ୍ବାଦିକତା ତାଙ୍କର ଭାଟଗିରି ଓ ଗୋଲାମଗିରି କରୁ। କିଛି ଗଣମାଧ୍ୟମ ସରକାରୀ ଦଳର ଭାଟ ତଥା ଗୋଲାମ ହେବାକୁ ପସନ୍ଦ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଆମର କିଛି କହିବାର ନାହିଁ। ହେଲେ ଯେଉଁ ସାମ୍ବାଦିକମାନେ ସରକାରର ସମାଲୋଚକ ସେମାନଙ୍କ ଉପରେ ଲାଞ୍ଛନା ଲଗାଇବା ଓ ସେମାନଙ୍କ ଜୀବନକୁ ବିପନ୍ନ କଲାଭଳି ପରିସ୍ଥିତି ବିଜେପି ସୃଷ୍ଟି କରୁଛି। ସରକାର ବିରୋଧୀ ସାମ୍ବାଦିକମାନଙ୍କୁ ଦେଶଦ୍ରୋହୀ ଓ ସନ୍ତ୍ରାସବାଦୀ ବୋଲି କହିବାର ଅତ୍ୟନ୍ତ ନୀଚ ଉଦ୍ୟମ ବିଜେପି କରୁଛି।

ଏହାର ଶେଷତମ ଉଦାହରଣ ହେଉଛି, ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ବିଷୟରେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଦେଇଥିବା ଅରୁଚିକର ,ମନ୍ତବ୍ୟ। ରାଜଦୀପ ସନ୍ତ୍ରାସବାଦୀ ସଂଗଠନ ଆଇଏସଆଇଏସର ମୁଖପାତ୍ର ହେବାକୁ ଯୋଗ୍ୟ କି ବୋଲି କହି ଏକ ସୋସିଆଲ ମିଡିଆ ସର୍ଭେ କରାଯାଇଛି। ଏହା କେବଳ ଅଶ୍ଳୀଳ ନୁହେଁ, ମାନବତା ବିରୋଧୀ ମଧ୍ୟ। ଦାୟିତ୍ଵ ନିର୍ବାହ କରୁଥିବା ଜଣେ ସାମ୍ବାଦିକଙ୍କୁ ସନ୍ତ୍ରାସବାଦୀ ବୋଲି କହି ତାଙ୍କ ବିରୋଧରେ ଘୃଣା ଓ ହିଂସା ସୃଷ୍ଟି କରିବାକୁ ଶାସକ ଦଳ ଖୋଲାଖୋଲି ଉଦ୍ୟମ କରିଛି। ରାଜଦୀପ ଓ ତାଙ୍କ ପତ୍ନୀ ସାଗରିକା ଘୋଷଙ୍କ ବିରୋଧରେ ବିଜେପିର ଆଇଟି ସେଲ ଗତ ପାଞ୍ଚ ବର୍ଷ ଧରି ଏ ପ୍ରକାର ଘୃଣା ସୃଷ୍ଟି କରିଚାଲିଛି। ହେଲେ ଦଳୀୟ କର୍ମକର୍ତ୍ତା ଭାବରେ ଅମିତ ମାଲବ୍ୟଙ୍କ ଏହି କୁତ୍ସିତ କାମ ବିଜେପିର ବିଧିବଦ୍ଧ ସ୍ଵୀକୃତି ପାଇଛି ବୋଲି ଆମକୁ କହିବାକୁ ପଡିବ। ଅମିତ ମାଲବ୍ୟ ନିୟମିତ ଭାବରେ ନିଜର ବିରୋଧୀଙ୍କ ପ୍ରତି କଦର୍ୟ ବ୍ୟବହାର ଓ ମିଛ ପ୍ରଚାର ପାଇଁ ବେଶ କୁଖ୍ୟାତ। ତେବେ ଖୋଲାଖୋଲି ଜଣେ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଏ ମହାଶୟଙ୍କ ବିରୋଧରେ କିଛି କାର୍ୟାନୁଷ୍ଠାନ ହେବ କି?

ଆମେ କାଣିଛୁ, ଅମିତ ମାଲବ୍ୟଙ୍କ ବିରୋଧରେ କିଛି ବି କାର୍ୟାନୁଷ୍ଠାନ ହେବନାହିଁ। ସରକାର ବିରୋଧୀ ପ୍ରତ୍ୟେକ ସ୍ଵରକୁ ଦବାଇ ଦେବାର ଉଦ୍ୟମ ଯୋଗୁଁ ଅମିତଙ୍କୁ ଓଲଟି ପୁରସ୍କାର ମିଳିପାରେ। ତେବେ ରାଜଦୀପ ଓ ତାଙ୍କ ପରି ସରକାର ବିରୋଧୀ ସାମ୍ବାଦିକଙ୍କ ଉପରେ ହେଉଥିବା ବିଜେପିର ଏହି ଆକ୍ରମଣ ବିରୋଧରେ ସାମ୍ବାଦିକମାନେ ଠିଆ ହେବେ ନା ନାହିଁ? ଏହାର ଉତ୍ତର ମଧ୍ୟ ଅତି ସହଜ। ସମାଜର ସବୁ ବର୍ଗଙ୍କୁ ତୀବ୍ର ଭାବରେ ବିଭାଜିତ କରିଥିବା ବିଜେପି, ସାମ୍ବାଦିକତାକୁ ମଧ୍ୟ ବିଭାଜିତ କରି ସାରିଛି। ସରକାରୀ ଦଳର ଚାମଚାଗିରିକୁ ନିଜର ଧର୍ମ ମନେ କରୁଥିବା କିଛି ସାମ୍ବାଦିକ ଓ ତାଙ୍କର ପୋଷା ଟ୍ରୋଲ ବାହିନୀ, ଏଥିପାଇଁ ନୀରବ ରହିବେ କିମ୍ବା ଅମିତ ମାଲବ୍ୟଙ୍କ ସହ ସ୍ଵର ମିଳାଇବେ। ବାକି ଯେଉଁମାନେ ରାଜାଦୀପଙ୍କ ସହ ରହିବେ, ସେମାନଙ୍କୁ ଦେଶଦ୍ରୋହୀର ସାର୍ଟିଫିକେଟ ବିଜେପି ଅଫିସ ତରଫରୁ ପଠାଇ ଦିଆଯିବ। ବିଜେପିର ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ଏ ପ୍ରକାର ପଦକ୍ଷେପ ବିରୋଧରେ ଯଦି ତୀବ୍ର ପ୍ରତିବାଦ ନ ହୁଏ, ତାହେଲେ ଏ ଦେଶ ନିଜର ଗଣତନ୍ତ୍ରକୁ ବଞ୍ଚାଇ ରଖିବା ସମ୍ଭବ ହେବନାହିଁ ।

Modi rajdeepsardesai
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.