Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଫାଲେ ଡିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନିଲ ଅମ୍ବାନୀଙ୍କ ମଧ୍ୟସ୍ଥି ଭୂମିକା ନିଭାଇଥିଲେ କି?
ବିଶେଷ ଖବର

ରାଫାଲେ ଡିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନିଲ ଅମ୍ବାନୀଙ୍କ ମଧ୍ୟସ୍ଥି ଭୂମିକା ନିଭାଇଥିଲେ କି?

February 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଯେଉଁଦିନ ଦି ହିନ୍ଦୁ ର ନିର୍ଦ୍ଦେଶକ ଏନ.ରାମ ଏକ ସ୍ଵତନ୍ତ୍ର ଲେଖା ଜରିଆରେ ପ୍ରମାଣିତ କରିଥିଲେ ଯେ ରାଫାଲେ କିଣା ପାଇଁ ଚାଲିଥିବା ବିଚାର ମନ୍ତ୍ରଣାରେ  ପ୍ରତିରକ୍ଷା ବିଭାଗ ପ୍ରଧାନମନ୍ତ୍ରୀ କାର୍ୟାଳୟ  ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରୁଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଅର୍ଥାତ ପ୍ରତିରକ୍ଷା ବିଭାଗକୁ ଅଣଦେଖାକରି ଖୋଦ ପ୍ରଧାନମନ୍ତ୍ରୀ ଏହି ଡିଲକୁ ଚୂଡାନ୍ତ କରିଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ଦିନ ସନ୍ଧ୍ୟାରେ ବିଶିଷ୍ଟ ସାମ୍ବାଦିକ ରବୀଶ କୁମାର ତାଙ୍କର ନିଜସ୍ଵ ଅନ୍ଦାଜରେ ଗୋଟେ ଚମତ୍କାର ବାକ୍ୟ କହିଥିଲେ। “ରାଫାଲେ ମାମଲାରେ ଫାଇଲ ଭିତରର ପୃଷ୍ଠା ଗୁଡିକ ବିକଳରେ ଫଡ ଫଡ ହେଉଛନ୍ତି। ଅର୍ଥାତ ଫାଇଲ ଭିତରେ ଥିବା ତଥ୍ୟ ଗୁଡିକ ପ୍ରଘଟ ହେବା ଲାଗି ବିକଳ ହେଲେଣି।” ସତକୁ ସତ ରାଫାଲେ ଫାଇଲର ଅନେକ ଗୋପନୀୟ  ତଥ୍ୟ ଏବେ ପଦାକୁ ଆସୁଛି। ଟେଲିଭିଜନ ଚାନେଲଗୁଡିକ ଏଠି ସରକାରର ଗୁଣ କୀର୍ତ୍ତନରେ ମାତିଥିବା ବେଳେ  ଦି ହିନ୍ଦୁ ଓ ଦି ଇଣ୍ଡିଆନ ଏକ୍ସପ୍ରେସ ଭଳି ଖବର କାଗଜ ରୋଜ ରାଫାଲେ ଘୋଟଲାର କାଗଜପତ୍ର ପ୍ରକାଶିତ କରିଚାଲିଛନ୍ତି। ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ମୋଦୀ ସରକାରକୁ ଏବେ ପ୍ରତିଦିନ ଶହେ ମିଛ କହିବାକୁ ପଡୁଛି।

ପ୍ରଥମେ ରାଫାଲେ ମାମଲାରେ ପ୍ରଧାନମନ୍ତ୍ରୀ କାର୍ୟାଳୟର କୌଣସି ଭୋମ୍ମିକା ନଥିଲା ବୋଲି ସରକାର ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏ ସଙ୍କ୍ରାନ୍ତୀୟ ଫାଇଲ ପ୍ରଘଟ ହେଲାପରେ ଜଣା ପଡିଲା ଯେ ଏଥିରେ ପ୍ରତିରକ୍ଷା ବିଭାଗର ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ କାର୍ୟାଳୟ ନିଜର ଅହେତୁକ ସଂପୃକ୍ତି ଦେଖାଇଥିଲେ। ସେହିପରି ଏହି ଡିଲରୁ ଭ୍ରଷ୍ଟାଚାର ବିରୋଧୀ ଧାରାକୁ ବାଦ ଦେବାରେ ଖୋଦ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବିଷୟରେ ତଥ୍ୟ ପ୍ରମାଣ ମିଳିଛି। ଆଜି ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ତଥ୍ୟ ଅନୁସାରେ ରାଫାଲେ ଡିଲ ଚୂଡାନ୍ତ ହେବାର ସପ୍ତାହେ ଆଗରୁ ଫ୍ରାନ୍ସ ର ପ୍ରତିରକ୍ଷା ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ। ପୂର୍ବରୁ ଫ୍ରାନସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇ ହଲାଣ୍ଡେଙ୍କ ପ୍ରେମିକାଙ୍କ ଏକ ସିନେମାରେ ଅନିଲ ଅମ୍ବାନୀ ଏକ ନିୟୁତ ଡଲାର ବିନିଯୋଗ କରିଥିଲେ।

ରାଫାଲେ ଡିଲ ଏତେ ଅଧିକ ଗୋପନୀୟ ଥିଲା ଯେ ସେ ବିଷୟରେ ଖୋଦ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରୀକର ମଧ୍ୟ ବିଶେଷ କିଛି ଜାଣିନଥିଲେ। ହେଲେ ଏ ବିଷୟରେ ଅଫ ସେଟ ପାର୍ଟନର ହେବାକୁ ଥିବା ରିଲାଏନ୍ସ କମ୍ପାନୀର ମୁଖିଆ ଅନିଲ ଅମ୍ବାନୀଙ୍କ ପାଖରେ ସବୁ ତଥ୍ୟ ରହିଥିଲା। ପ୍ରଧାନମନ୍ତ୍ରୀ ମାର୍ଚ୍ଚ 2015ରେ 5ପ୍ୟାରିସ ଗସ୍ତ କରିବା ସମୟରେ ତାଙ୍କ ସାଙ୍ଗରେ ଅନିଲ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ତା ପୂର୍ବରୁ ଫ୍ରାନସର ପ୍ରତିରକ୍ଷା ଅଧିକାରୀଙ୍କ ସହ ଅନିଲଙ୍କ ଗୋପନ ସାକ୍ଷାତର ତଥ୍ୟ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଖୋଦ ପ୍ରଧାନମନ୍ତ୍ରୀ ଏ ଦେଶର ସଂବେଦନଶୀଳ ପ୍ରତିରକ୍ଷା କାରବାର ବିଷୟରେ ଘରୋଇ କମ୍ପାନୀମାନଙ୍କୁ ଅନୁକମ୍ପା ଦେଖାଇଛନ୍ତି କାହିଁକି ? ଦେଶର ପ୍ରତିରକ୍ଷା ବିଭାଗ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅଣଦେଖା କରି ଅନିଲ ଅମ୍ବାନୀ ଙ୍କୁ ଏଥିରେ ସାମିଲ କରିବା ପଛରେ କି ଉଦ୍ଦେଶ୍ୟ ରହିଛି? ଦେଶର ପ୍ରତିରକ୍ଷାକୁ ପ୍ରଧାନମନ୍ତ୍ରୀ ଘରୋଇକରଣ କରିବାକୁ ଚାହୁଛନ୍ତି କି? ଏମିତି ରାଫାଲେ ସମ୍ପର୍କରେ ବହୁ ତଥ୍ୟ ଏବେ ଲୋକ ଲୋଚନ କୁ ଆସୁଛି। ନିର୍ବାଚନର ଠିକ ପୂର୍ବରୁ ଏସବୁ ତଥ୍ୟ ମୋଦୀ ସରକାରକୁ ଅଡୁଆରେ ପକାଇବାକୁ ଯଥେଷ୍ଟ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ନିର୍ଦ୍ଦେଶ ଦେଲେ ଇସିଆଇ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025
Latest News

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025

ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’

September 16, 2025

ଅପରେସନ୍ ସିନ୍ଦୁରରେ ମସୁଦ ଆଝାରର ପରିବାରର ମୃତ୍ୟୁ ଉପରେ ଜୈଶ କମାଣ୍ଡରଙ୍କ ବଡ଼ ଖୁଲାସା

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.