Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁର୍ନୀତି ଜାଲରେ ପଡିଥିବା ଅମଲାତନ୍ତ୍ରର ବଡମାଛମାନଙ୍କ ପ୍ରତି ଆମ ଗଣମାଧ୍ୟମ ଓ ବିରୋଧୀ ନେତାଙ୍କର କରୁଣା ବୋହି ପଡୁଛି କାହିଁକି?
ବିଶେଷ ଖବର

ଦୁର୍ନୀତି ଜାଲରେ ପଡିଥିବା ଅମଲାତନ୍ତ୍ରର ବଡମାଛମାନଙ୍କ ପ୍ରତି ଆମ ଗଣମାଧ୍ୟମ ଓ ବିରୋଧୀ ନେତାଙ୍କର କରୁଣା ବୋହି ପଡୁଛି କାହିଁକି?

January 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ ଆମ ସାମ୍ବାଦିକତାର ହାତ ଥକି ପଡେ ନାହିଁ। ହେଲେ ଦୁର୍ନୀତି ନିବାରଣ ବିଭାଗ ଯଦି କୌଣସି ବଡ ଅମଲାଙ୍କୁ କାବୁ କରେ, ତାହେଲେ ସେଠି ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ବଦଳି ଯାଏ। କିରାଣୀ ଓ ପିଅନଙ୍କ ଦୁର୍ନୀତି ବିରୋଧରେ ଆମେ ଯେଉଁ ଭାଷା ପ୍ରୟୋଗ କରୁ, ଆଇଏଏସଙ୍କ କ୍ଷେତ୍ରରେ ସେ ଭାଷା ବଦଳିଯାଏ। ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ହୋଇଯାଏ– “ଅଧିକାରୀଙ୍କୁ ଫସେଇଦେବାକୁ ଉଚ୍ଚ ସ୍ତରୀୟ ଷଡଯନ୍ତ୍ର” କିମ୍ବା “ନିଜ ପତିଆରା ଜାହିର କରିବାକୁ ଅମୁକ ଅଧିକାରୀଙ୍କୁ ଫସେଇ ଦେଇଛନ୍ତି ସମୁକ ଅଧିକାରୀ”। ବଡ ବିଚିତ୍ର ଯୁକ୍ତି!

ଗଣମାଧ୍ୟମର ପାତର ଅନ୍ତର ନୀତିର ଗୋଟେ ବଢିଆ ନମୂନା ଆମେ ଏବେ ଦେଖୁଛୁ ରାଜ୍ୟର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ କ୍ଷେତ୍ରରେ। କିଛିଦିନ ତଳେ ରାଜ୍ୟ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଥିଲା। ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନ ଲାଞ୍ଚ ନେଉଥିବାର ଅଭିଯୋଗ କେତେ ସତ ବା ମିଛ, ତାର ପ୍ରମାଣ ଆଗାମୀ ଦିନରେ ଅଦାଲତରେ ହେବ। ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ ନାଁରେ ଏ ପ୍ରକାର ଅଭିଯୋଗ ଆସିବା ଅତ୍ୟନ୍ତ ଗୁରୁତର ବିଷୟ। ତୁରନ୍ତ ଏହା ଉପରେ ରାଜ୍ୟ ସରକାର କାର୍ୟାନୁଷ୍ଠାନ ନେବା ଜରୁରୀ ଥିଲା। ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି ଓ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରୁଛନ୍ତି। ଆଇନ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି। ସବୁଠୁ ମଜା କଥା ହେଉଛି ଏହି ଅଧିକାରୀଙ୍କ ସପକ୍ଷରେ ଜଣେ ବରିଷ୍ଠ କଂଗ୍ରେସ ନେତା ଓକିଲାତି କରିବା ଆରମ୍ଭ କରିଛନ୍ତି।

ଏ କ୍ଷେତ୍ରରେ ଗଣମାଧ୍ୟମର ଦାୟିତ୍ଵ କଣ ହେବା ଉଚିତ? ଯେଉଁ ଅଧିକାରୀଙ୍କ ବିରୋଧରେ ସରକାର ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ଆମର ପ୍ରାଥମିକ ଦାୟିତ୍ଵ। ହେଲେ ଆମେ କରୁଛୁ କଣ? ଆମେ ସାକ୍ଷ୍ୟ ପ୍ରମାଣରେ ଆମେ  କହିବାକୁ ଚାହୁଁଛୁ ଯେ ବାବୁ ଜଣକ ନିରୀହ ଓ ତାଙ୍କୁ ଫସାଇ ଦେବାକୁ କେହିଜଣେ “ବଡ କ୍ଷମତାଶାଳୀ ଲୋକ” ଉଦ୍ୟମ କରୁଛନ୍ତି। ଇଏ ଏକ ବିଚିତ୍ର ଯୁକ୍ତି। ବଡ ବଡ ଅଧିକାରୀଙ୍କ ଦୁର୍ନୀତିକୁ ବିଶ୍ଵାସ କରିବାକୁ ଆମେ ପ୍ରସ୍ତୁତ ନୋହୁ। ଯେତେବେଳେ ବି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କ ବିରୋଧରେ କିଛି ପଦକ୍ଷେପ ନେବାକୁ ଉଦ୍ୟମ କରନ୍ତି, ତୁରନ୍ତ ଆମର ଗଣମାଧ୍ୟମ ସେହି ଅଧିକାରୀଙ୍କର ରକ୍ଷା କବଚ ହୋଇ ଠିଆ ହୋଇପଡେ। ଓଡିଆ ଗଣମାଧ୍ୟମ, ବିଶେଷ କରି ଟେଲିଭିଜନ ସାମ୍ବାଦିକତାର ଏହା ଏକ ବିଶେଷ ଲକ୍ଷଣ। ଯଦି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କୁ ନିଲମ୍ବିତ କାଲେ, ତାହେଲେ ଟେଲିଭିଜନ ଷ୍ଟୁଡିଓରେ ତାଙ୍କ ଲାଗି ଜାଗା ମିଳିବା ପକ୍କା। ଆମର ସେଲେବ୍ରିଟି ଟିଭି ସାମ୍ବାଦିକମାନେ ଅଭିଯୁକ୍ତ ବାବୁମାନଙ୍କୁ ନିଜକୁ ମହାପୁରୁଷ ଭାବେ ପ୍ରମାଣିତ କରାଇବାର ବ୍ୟାପକ ସୁଯୋଗ ସୃଷ୍ଟି କରାନ୍ତି।

ଏହାର ସବୁଠୁ ବଡ ଉଦାହରଣ ହେଉଛି ପିପିଲିରେ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ବେବିନା ବେହେରାଙ୍କ ଏଫଆଇଆର ରଖିନଥିବା ପୋଲିସ ଅଧିକାରୀଙ୍କୁ ଯେତେବେଳେ ରାଜ୍ୟ ସରକାର ନିଲମ୍ବିତ କଲେ, ସେହି ପୋଲିସ ଅଧିକାରୀଙ୍କୁ ଓଡିଶାର ଏକ ବଡ ଟିଭି ଚାନେଲରେ ନିଜର ପକ୍ଷ ରଖିବାକୁ ତୁରନ୍ତ ସୁଯୋଗ ଦିଆଗଲା। ଅଦାଲତରେ ନିଜର ପକ୍ଷ ରଖିବା ପୂର୍ବରୁ ଗଣମାଧ୍ୟମରେ ଏହି ମହାଶୟ ନିଜକୁ “ହିରୋ” ବନାଇବାର ଗୋଟେ ଭଲ ସୁଯୋଗ ପାଇଗଲେ। 

ଆଜିର ତାରିଖରେ ବିଜୟ କେତନ ଉପାଧ୍ୟାୟଙ୍କ ପ୍ରତି ମଧ୍ୟ ସେଇ ସମାନ ନୀତି ଲାଗୁ ହେବାକୁ ଯାଉଛି। ସରକାରଙ୍କ ଫାଇଭ ଟି କାର୍ୟକ୍ରମକୁ ସମାଲୋଚନା କରିବାକୁ ଯାଇ ଏବେ ବିଜୟ କେତନଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ହାଲୁକା କରିଦେବାର ଉଦ୍ୟମ ଆରମ୍ଭ ହେଲାଣି। ଏହି ଅଧିକାରୀ ଜାମିନ ପାଇଲା କ୍ଷଣି ବିଭିନ୍ନ ଟେଲିଭିଜନ ଚାନେଲରେ ବୁଲି ବୁଲି ନିଜକୁ ନିର୍ଦ୍ଦୋଷ ବୋଲି କହିବେ। ସେଥିଲାଗି ଆମର ଷ୍ଟୂଡିଓ ଗୁଡିକ ପ୍ରସ୍ତୁତ ହୋଇ ରହିଛନ୍ତି।

ଏଠି ଆମର ପ୍ରଶ୍ନ ହେଉଛି, ଯେତେବେଳେ ସାଧାରଣ କିରାଣୀ ବା କନେଷ୍ଟବଳ ଟି ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ଚଢାଉ କରେ, ସେତେବେଳେ ବି ଆମେ ତାଙ୍କୁ ଏତିକି ସୁଯୋଗ ଦେଇଥାଉ କି? ଦୁର୍ନୀତି ନିବାରଣ ପାଇଁ ବଡମାଛଙ୍କୁ ଛାଡି ଦିଆଯାଉଛି ବୋଲି ଆମେ ସବୁବେଳେ ଅଭିଯୋଗ କରି ଆସିଛୁ। ହେଲେ ଜାଲରେ ବଡମାଛ ପଡିଲେ, ଆମେ ନିଜେ ମାଛକୁ ଜାଲରୁ ଖସାଇ ଦେବାକୁ ତତ୍ପର ହୋଇପଡୁ କାହିଁକି?

 ବିଜୟ କେତନ ଉପାଧ୍ୟାୟ ଦୋଷୀ କି ନିର୍ଦ୍ଦୋଷ, ସେ କଥା ଅଦାଲତ ବିଚାର କରିବେ। ତାଙ୍କୁ ସାମ୍ବାଦିକମାନେ ଆରମ୍ଭରୁ “କ୍ଳିନ ଚିଟ” ଦେବାର ଅର୍ଥ ହେଉଛି, ଦୁର୍ନୀତି ସହିତ ନିଜକୁ ଛିଡା କରାଇବା।                             

corruption media oppositionleader
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.