Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶାମ୍ବ ଦଶମୀରେ କିପରି ପୂଜା କରାଯାଏ,ଏଥିରେ କଣ କଣ ଭୋଗ ହୁଏ, ଜାଣନ୍ତୁ ଏହାର ବିଧିବିଧାନ
ବିଶେଷ ଖବର

ଶାମ୍ବ ଦଶମୀରେ କିପରି ପୂଜା କରାଯାଏ,ଏଥିରେ କଣ କଣ ଭୋଗ ହୁଏ, ଜାଣନ୍ତୁ ଏହାର ବିଧିବିଧାନ

January 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
How to celebrate Samba Dashami

ସମ୍ବିତ ତ୍ରିପାଠୀ

ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ।ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ।

ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ ଦିନ ଭିଡ ହୋଇଥାଏ। ବ୍ରତଧାରୀମାନେ ସେଠାରେ ସୂର୍ଯ୍ୟ ଉଦୟ ଦର୍ଶନ କରି ସ୍ନାନ କରିଥାନ୍ତି। ଏଥିସହିତ ସୂର୍ଯ୍ୟ ଦେବତାଙ୍କୁ ଦ୍ବୀପ ଅର୍ପଣ କରିଥାନ୍ତି। ତେବେ ଯେଉଁମାନେ ଚନ୍ଦ୍ରଭାଗା ଯାଇପାରନ୍ତି ନାହିଁ ସେମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି। ହେଲେ ଘରେ ପୂଜା ବିଧି ଭିନ୍ନ ପ୍ରକାରର ହୋଇଥାଏ।

ଘରେ ଶାମ୍ବ ଦଶମୀ ପୂଜା କିପରି କରାଯାଇଥାଏ

ସାଧାରଣତଃ ଓଡିଆ ଘରେ ଶାମ୍ବ ଦଶମୀ ପୂଜା ବିଧି ତିନୋଟି ଭାଗରେ ବିଭକ୍ତ ହୋଇଥାଏ। ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ ଏହି ପୂଜା କରାଯାଇଥାଏ। ସକାଳେ, ମଧ୍ୟାହ୍ନରେ ଏବଂ ସଂଧ୍ୟାରେ ଏହିପରି ତିନୋଟି ଭାଗରେ ଏହି ପୂଜା କରାଯିବାର ବିଧି ରହିଛି। ତେବେ ଏହି ତିନୋଟି ପୂଜା ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରକାରର ବିଧିବିଧାନ। ଏଥିସହିତ ଏହି ତିନିଥର ପୂଜାରେ ମଧ୍ୟ ଭିନ୍ନ ଭିନ୍ନ ଭୋଗ ସୂର୍ଯ୍ୟ ଦେବାତାଙ୍କୁ ଅର୍ପଣ କରାଯାଇଥାଏ।

ପ୍ରଥମ ପୂଜା- ଏହି ପୂଜା ସକାଳୁ ସକାଳୁ କରାଯାଇଥାଏ। ମୁଖ୍ୟତଃ ସୂର୍ଯ୍ୟ ଉଦୟ ହେବା ପରେ ଏହି ପୂଜା କରାଯାଏ। ଯାହାକୁ କୁହାଯାଏ ପ୍ରଥମ ଧୂପ। ଏହି ସମୟରେ ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦି କାର୍ଯ୍ୟ ଶେଷ କରି ଖୋଲା ସ୍ଥାନରେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରି ରହିବାକୁ ପଡେ। ଏଥିରେ କେବଳ ଫଳ ଓ ମିଷ୍ଟାନ୍ନ ପୂଜା କରିବାର ବିଧି ରହିଛି। ସୂର୍ଯ୍ୟ ଉଇଁବା ପରେ ଏହି ଭୋଗ ପୂଜା କରି ସୂର୍ଯ୍ୟ ପୁରାଣ ପାରାୟଣ କରିବାକୁ ପଡିଥାଏ।

ଦ୍ବିତୀୟ ପୂଜା-ଏହି ପୂଜା ହେଉଛି ସୂର୍ଯ୍ୟ ପୂଜା ବା ଶାମ୍ବ ଦଶମୀର ମୁଖ୍ୟ ପୂଜା। ଏହା ମଧ୍ୟାହ୍ନ ବେଳେ ବା ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ କରାଯାଇଥାଏ। ଏହି ସମୟରେ ଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥାଏ। ତାହା ହେଲା ଗଇଁଠା, ଅଟକଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡି ଏବଂ ଶାମ୍ବ ଦଶମୀର ସ୍ବତନ୍ତ୍ର ଭୋଗ ଘୁଡୁଘୁଡିଆ ତରକାରୀ। ଏହାକୁ କେତେ ସ୍ଥାନରେ ଘଡାଘଡା, କେତେକ ଘୁଡଘୁଡ ତରକାରୀ ବୋଲି କହିଥାନ୍ତି। ସାଧାରଣତଃ ଏହି ସମୟର ପୂଜା ମୁଖ୍ୟ ପୂଜା ହୋଇଥିବାରୁ ସମସ୍ତେ ଏହି ଗୋଟିଏ ପୂଜାରେ ସବୁକିଛି ସାରି ଦେଇଥାନ୍ତି।

ଶେଷ ପୂଜା- ଶାମ୍ବ ଦଶମୀରେ ଶେଷ ପୂଜା ହେଉଛି ସଂଧ୍ୟା ପୂଜା ବା ସଂଧ୍ୟା ଧୂପ। ସୂର୍ଯ୍ୟ ଅସ୍ତ ହେବା ବେଳେ ଏହି ପୂଜା କରାଯାଇଥାଏ। ଏଥିରେ ମଧ୍ୟ ଭୋଗ ଭିନ୍ନ ପ୍ରକାରର ହୋଇଥାଏ। ଏଥିରେ ମୁଖ୍ୟତଃ ଏଣ୍ଡୁରୀ, କାକରା ଏବଂ ମାଲପୁଆ ପୂଜା କରାଯାଇଥାଏ।

ମଧ୍ୟାହ୍ନ ପୂଜା ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। ଏହି ପୂଜାରେ ଘରର ଯେତେ ପିଲା ଅଛନ୍ତି ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ପିଠା ପୂଜା କରିବାର ବିଧି ମଧ୍ୟ ରହିଛି। ଅର୍ଥାତ ସୂର୍ଯ୍ୟ ଦେବତାଙ୍କୁ ସେହି ପିଲା ନାମରେ ସେହି ପିଠା ଭୋଗ କରାଯାଇଥାଏ। ଭୋଗ ପରେ ସେହି ପିଠାକୁ ସେ ହିଁ ପ୍ରସାଦ ଭାବେ ଗ୍ରହଣ କରିଥାଏ। ସେହିପରି ଆଉ ଏକ ପିଲା ନାମରେ ଆଉ ଏକ ପିଠା ପୂଜା କରାଯାଇ ତାଙ୍କୁ ହିଁ ପ୍ରସାଦ ଦିଆଯାଇଥାଏ। ମୁଖ୍ୟତଃ ବୁଢା ଚକୁଳି ବା ମୋଟା ଚକୁଳି ଭୋଗ ପିଲାଙ୍କ ନାମରେ ଦିଆଯାଇଥାଏ। ସେଥିପାଇଁ ଓଡିଆ ଘରେ ଏକ ଢେଗ ଅଛି – “ଯେତେ ପିଲାକୁ ସେତେ ପିଠା”

ଶାମ୍ବ ଦଶମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Latest News

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.