Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ବିଜେପି ଓ କଂଗ୍ରେସର ମୁଖ୍ୟ ପ୍ରତିଦ୍ଵନ୍ଦୀ ହେଉଛନ୍ତି କେହି ଜଣେ ସରୋଜ ସାହୁ, ସେ କିଏ କି ?
ବିଶେଷ ଖବର

ଓଡିଶାରେ ବିଜେପି ଓ କଂଗ୍ରେସର ମୁଖ୍ୟ ପ୍ରତିଦ୍ଵନ୍ଦୀ ହେଉଛନ୍ତି କେହି ଜଣେ ସରୋଜ ସାହୁ, ସେ କିଏ କି ?

February 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଗତ ମାସେ ଭିତରେ ତାଙ୍କର ପ୍ରତ୍ୟେକ ବକ୍ତବ୍ୟରେ ଗୋଟିଏ ନାଁ କହୁଛନ୍ତି- ସରୋଜ ସାହୁ ।

ବିଜେପିର ସାମ୍ବାଦିକ ସମ୍ମିଳନୀ ଓ ବିଜେପି ପ୍ରବକ୍ତାମାନଙ୍କ ଟେଲିଭିଜନ ଆଲୋଚନାରେ ସେଇ ନାଁଟି ବାରମ୍ବାର ଆସୁଛି- ସରୋଜ ସାହୁ।

ଏପରିକି କଂଗ୍ରେସରେ ନୂଆ କରି ଯୋଗଦେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ମଧ୍ୟ ସେ ନାଁ କହିଲେ- ସରୋଜ ସାହୁ।

ଲାଗୁଛି, ସତେ ଯେମିତି ୨୦୧୯ ସାଧାରଣ ନିର୍ବାଚନରେ ସରୋଜ ସାହୁ ବନାମ ବିଜେପି ଓ କଂଗ୍ରେସର ପ୍ରତିଦ୍ଵନ୍ଦୀତା ହେବାକୁ ଯାଉଛି। ତେବେ ତିନିମାସ ଆଗରୁ ସ୍ଥିତି ଟିକେ ଅଲଗା ଥିଲା। ସବୁ ଟିଭି ଚାନେଲ ଓ ସବୁ ବିରୋଧୀ ରାଜନେତା ଆଉ ଗୋଟେ ନାଁ ନେଉଥିଲେ- ପାଣ୍ଡିଆନ। ଏବେ ହଠାତ ପାଣ୍ଡିଆନ ବାବୁଙ୍କ ନାଁର ଚର୍ଚ୍ଚା ଟିକେ କମିଯାଇଛି। ଏବେ ବିଜେଡ଼ିର ସର୍ବଶକ୍ତିମାନ ଓ ସର୍ବ ବିଦ୍ୟମାନ ନେତା ହେଉଛନ୍ତି ସରୋଜ ସାହୁ। କେନ୍ଦ୍ର ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ ବଡ ପ୍ରବକ୍ତା ତାଙ୍କ ବିରୋଧରେ ଯେତେବେଳେ କହୁଛନ୍ତି, ସେ ନିଶ୍ଚୟ ଜଣେ ବଡ ନେତା ହୋଇଥିବେ ନିଶ୍ଚୟ!!

ତେବେ ବିଜୁ ଜନତା ଦଳ ଭିତରେ ସରୋଜ ସାହୁଙ୍କ ସ୍ଥିତି କଣ, ସେକଥା  କାହାକୁ ଜଣାନାହିଁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସିକ ଦପ୍ତରର ଜଣେ କର୍ମଚାରୀ। ବଡ ଅଧିକାରୀ ମଧ୍ୟ ନୁହନ୍ତି। ତଥାପି ତାଙ୍କ ବିରୋଧରେ ଏତେ ବଡ ବଡ ନେତା କହିବାର କାରଣ କଣ? ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ ଯାଇ ବିରୋଧୀ ଦଳ ଗୁଡିକ ତାଙ୍କ କର୍ମଚାରୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବାର କାରଣ କଣ ହୋଇପାରେ? ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅନେକ କର୍ମଚାରୀ ଅଛନ୍ତି। ସେମାନେ ସମସ୍ତେ କଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି?

ତେବେ ଜଦି ବା କିଛି କ୍ଷଣ ପାଇଁ ମାନିନେବା ଯେ ସରୋଜ ସାହୁ ନବୀନ ନିବାସର କର୍ମଚାରୀ ହୋଇଥିବାରୁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇଥାଇ ପାରନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ପାଖଲୋକ ସରୋଜ ସାହୁଙ୍କର ଅପରାଧ କଣ?  ତାଙ୍କ ବିଷୟରେ ଜାଣିବାକୁ କେନ୍ଦ୍ରମନ୍ତ୍ରୀ ସ୍ତରରେ ଏତେ ଉତ୍ସୁକତା କାହିଁକି? ଏପ୍ରକାର ଉତ୍ସୁକତାର କାରଣ ହେଉଛି, ୨୨, ନଭେମ୍ବର,୨୦୧୪, ଅର୍ଥାତ ଆଜକୁ ପ୍ରାୟ ସାଢେ ଚାରି ବର୍ଷ ତଳେ ସରୋଜ ସାହୁଙ୍କୁ ସିବିଆଇର ଭୁବନେଶ୍ୱର କାର୍ୟାଳୟକୁ ଡାକି ଚିଟଫଣ୍ଡ ମାମଲାରେ ପଚରାଉଚୁରା କରାଯାଇଥିଲା। ସେତେବେଳେ ଏହି ସମ୍ବାଦ ବେଶ ହଇଚଇ ସୃଷ୍ଟି କରିଥିଲା ଓ ସିବିଆଇ ନବୀନ ନିବାସର ଦୁଆରରେ ପହଞ୍ଚି ଯାଇଛି ବୋଲି ସେତେବେଳେ କୁହାଗଲା। ସରୋଜ ସାହୁଙ୍କୁ ସି-ଶୋର ଚିଟ ଫଣ୍ଡ ମାମଲା ରେ ପ୍ରାୟ ଦେଢ ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା। ବାସ, କଥାଟି ସେତିକି ମାତ୍ର। ସରୋଜ ସାହୁ ସେଇ ନଭେମ୍ବର ୨୨, ୨୦୧୪ ରେ ସିବିଆଇ ଆଗରେ ଯାହା କହିଥିଲେ, ତା ପରଠୁ ସେ ବିଷୟରେ ଅଧିକ କିଛି କାର୍ୟାନୁଷ୍ଠାନ ହୋଇନାହିଁ।

ତେବେ ହଠାତ ଆଜି ସିବିଆଇ ଓ ସରୋଜ ସାହୁଙ୍କ କଥା ଉଠିବାର ମାନେ କଣ? ଯଦି  ସରୋଜ ସାହୁ ଚିଟ ଫଣ୍ଡ ମାମଲାରେ ସଂପୃକ୍ତ ଥିଲେ, ତାଙ୍କୁ ତ ଗିରଫ କରିବା କଥା। କାଇଁ, ସାଢେ ଚାରି ବର୍ଷ ଭିତରେ ସେକଥା ତ ହେଲାନାହିଁ। ଜଣେ ବ୍ୟକ୍ତିଙ୍କୁ ସିବିଆଇ ଜେରା କରିଦେଲେ ସେ କଣ ଅପରାଧୀ ହୋଇଯାଏ କି? ସିବିଆଇ ୨୦୧୪/୧୫ ରେ ବହୁ ନେତା, ଅଭିନେତା, ସାମ୍ବାଦିକ,ବ୍ୟବସାୟୀ, ପୋଲିସ ଅଧିକାରୀ, ପ୍ରଶାସକ ପ୍ରମୁଖଙ୍କୁ ଡାକି ପଚରା ଉଚୁରା କରିଥିଲା। ଯେଉଁମାନେ ସିବିଆଇ ଅଫିସ ଗଲେ ସେମାନେ ସମସ୍ତେ ଅପରାଧି କି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାଙ୍କ କଥାରୁ ତ ସେୟା ମନେ ହେଉଛି। ଗୋଟେ ସମୟରେ ସିବିଆଇ ଅଧିକାରୀମାନେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତଦନ୍ତ କରୁଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ସଂପୃକ୍ତି ବିଷୟରେ ତଦନ୍ତ କରିଥିଲେ। ସେଇ ଦୃଷ୍ଟିରୁ ମୋଦୀଙ୍କୁ ଆମେ ଅପରାଧୀ ବୋଲି କହିପାରିବା କି? ବିଜେପିର ଜାତୀୟ ସଭାପତି ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ, ତେଣୁ ତାଙ୍କୁ ଅପରାଧୀ ବୋଲି କହିବା ଠିକ ହେବ କି?

ସରୋଜ ସାହୁଙ୍କୁ ସାଢେ ଚାରି ବର୍ଷ ତଳେ ପଚରା ଉଚୁରା ପାଇଁ ଡକା ଯିବା ଯଦି ରାଜନୈତିକ ପ୍ରସଙ୍ଗ ହୁଏ, ତାହେଲେ ସରୋଜ ସାହୁ ଜଣେ ବଡ ରାଜନୈତିକ ହେଭିୱେଟ ହୋଇଯିବା କଥା। ତାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ବାରମ୍ବାର କହୁଥିବାରୁ, ସେ ବୋଧେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବାକୁ ସବୁଠୁ ଯୋଗ୍ୟ ପ୍ରାର୍ଥୀ!!

ସମୁଦାୟ ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଦିଶୁଛି ଯେ, ଚେସ ଖେଳରେ ରାଜାକୁ ବାନ୍ଧିବାକୁ ଯାଇ ପିଆଦାକୁ ବ୍ୟବହାର କରିବାର ପୁରୁଣା ଖେଳ ବିରୋଧୀ ଖେଳୁଛନ୍ତି।  ହେଲେ ପିଆଦାକୁ ବ୍ୟବହାର କରିବାକୁ ଯାଇ କେତେବେଳେ ସେମାନେ ଯେ ତାକୁ ଇ ରାଜା ବୋଲି ଭାବି ତା ପଛରେ ଗୋଡାଇ ବାଜି ହାରି ସାରିଲେଣି, ସେକଥା ତାଙ୍କର ଆଉ ମନେ ନାହିଁ। ଏଠି ନବୀନ ବାବୁଙ୍କ ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ବିରୋଧୀ ତାଙ୍କ କାର୍ୟାଳୟର ଛୋଟ ଛୋଟ ଅଧିକାରୀଙ୍କ ପଛରେ ହାସ୍ୟାସ୍ପଦ ଭାବରେ ଗୋଡାଗୋଡି ହେଉଛନ୍ତି। ସେଥିରେ ଅସଲ ଲୋକ ନବୀନଙ୍କୁ ମଜା ଦେଖିବାର ଓ ମଝିରେ ମଝିରେ ବିଦ୍ରୁପମିଶା ହସ ହସିବାର ଚମତ୍କାର ସୁଯୋଗ, ବିରୋଧୀ ହିଁ ସୃଷ୍ଟି କରିଛନ୍ତି!!

 

BJD BJP Congress kedarmishra odishanews thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Latest News

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.