Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ,କଣ ରହିଛି ଏଥିରେ
ବିଶେଷ ଖବର

ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ,କଣ ରହିଛି ଏଥିରେ

January 6, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ,କଣ ରହିଛି ଏଥିରେ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଅଡିଟୋରିୟମରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଏହି ସମାରୋହରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁଯୋଗ ଦେଇ କହିଥିଲେ ଯେ, ଆସାମର ଗୌହାଟୀ ଠାରେ ଆସନ୍ତା ୧୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାପରେ ଭୁବନେଶ୍ୱରରେ ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ । ଏହାବ୍ୟତିତ କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନିଷ୍ପତି ନେଇଛନ୍ତି ।

ସେହିପରି ଖେଲୋ ଇଣ୍ଡିଆ ପାରମ୍ପରିକ କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା ବାର୍ଷିକ ବୈକଳ୍ପିକ ଭାବେ ଆୟୋଜନ କରାଯିବା ଲାଗି ନିଷ୍ପତି ନିଆଯାଇଥିବା ଶ୍ରୀ ରିଜିଜୁ ପ୍ରକାଶ କରିଥିଲେ । ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଓଡ଼ିଶାରେ ଅନେକ କ୍ରୀଡ଼ା ପ୍ରତିଭା ରହିଛନ୍ତି, କ୍ରୀଡ଼ାର ପ୍ରୋତ୍ସାହନ ଲାଗି ମଧ୍ୟ ଏଠାରେ ଅନୁକୂଳ ପରିବେଶ ରହିଛି। ହକି ଓ ଦୌଡ଼କୁଦ ଭଳି କ୍ରୀଡ଼ା ପ୍ରତିଯୋଗିତାର ପ୍ରୋତ୍ସାହନ ଲାଗି ଶ୍ରୀ ରିଜିଜୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଶ୍ରୀ ରିଜିଜୁ କହିଥିଲେ ଯେ ସାରା ପୃଥିବୀରେ ଭାରତ ହେଉଛି ସବୁଠୁ ଯୁବ ରାଷ୍ଟ୍ର । ଭାରତରେ ସର୍ବାଧିକ ସଂଖ୍ୟକ ଯୁବକ ରହିଛନ୍ତି । କିନ୍ତୁ ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା ଆଶାନୁରୂପ ହୋଇପାରୁନାହିଁ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ଦେଶକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଲାଗି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆମେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ, ପରବର୍ତୀ ୨୦୨୪ର ପ୍ୟାରିସ ଅଲିମ୍ପିକ୍ସ ଏବଂ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଆଖି ଆଗରେ ରଖି କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ପ୍ରୟାସ କରୁଛୁ । ଯାହାଫଳରେ ଦେଶ ଅଲିମ୍ପିକ୍ସ ପଦକ ତାଲିକାର ଶୀର୍ଷ ୧୦ଟି ସ୍ଥାନ ମଧ୍ୟରେ ରହିପାରିବ । ଭାରତ ସରକାର “ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡ଼ା”ର ବିକାଶକୁ ପ୍ରାଥମିକତା ଦେବାର ନୀତି ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ରାଜ୍ୟକୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ।

ଏହାବାଦ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ପାଣ୍ଠିରୁ ସେହି କ୍ରୀଡ଼ାର ବିକାଶ ଲାଗି ଯୋଗଦାନ ଦେଇପାରିବେ । ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଭା ବିକାଶ ଲାଗି ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାରୁ ବହୁ ବିଶ୍ୱ ଚାମ୍ପିଅନ ପ୍ରତିଭା ସୃଷ୍ଟି ହୋଇଛନ୍ତି । ଓଡ଼ିଶାର ଥିବା ବିଭିନ୍ନ ବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ବ୍ୟାପକ ସୁଯୋଗ ରହିଛି । ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରରେ ମିଳିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ରିଜିଜୁ କହିଥିଲେ । କ୍ରୀଡ଼ାର ପ୍ରୋତ୍ସାହନ ଲାଗି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଶ୍ରୀ ରିଜିଜୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର କ୍ରୀଡ଼ାସୂଚୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖେଲୋ ଇଣ୍ଡିଆ ଭଳି ଅଭିଯାନର ଆରମ୍ଭ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ରୀଡ଼ାର ପ୍ରୋତ୍ସାହନ ମିଳିବା ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ । ଖେଲୋ ଇଣ୍ଡିଆ ଭଳି ଅଭିଯାନ ଓଡ଼ିଶାର ଗ୍ରାମୀଣ ଓ ଆଦିବାସୀ ଅଂଚଳର କ୍ରୀଡ଼ା ପ୍ରତିଭାଙ୍କ ବିକାଶ ଲାଗି ମୂଳଦୁଆ ପ୍ରତିଷ୍ଠା କରିବ। ରାଜ୍ୟରେ ପ୍ରାୟ ୨୫ ପ୍ରତିଶତ ଆଦିବାସୀ ରହିଛନ୍ତି, ଏମାନଙ୍କ ମଧ୍ୟରେ ବହୁସଂଖ୍ୟକ କ୍ରୀଡ଼ା ପ୍ରତିଭା ରହିଛନ୍ତି । ଓଡ଼ିଶାର କୋଣଅନୁକୋଣରେ ଥିବା କ୍ରୀଡ଼ା ସଂଗଠନ ଏବଂ ଯୁବ ସଂଗଠନଗୁଡ଼ିକୁ ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ସହ ଯୋଡ଼ାଗଲେ କ୍ରୀଡ଼ାର ଆହୁରି ବିକାଶ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ‘ନିଶଙ୍କ’ କହିଥିଲେ ଯେ ପ୍ରାଚୀନ କାଳରୁ ସମଗ୍ର ବିଶ୍ୱରେ ଜ୍ଞାନର ମହାଶକ୍ତି ଭାବେ ଖ୍ୟାତି ଲାଭ କରିଥିବା ଭାରତ ନିକଟରେ କ୍ରୀଡ଼ା ମହାଶକ୍ତି ହେବାର ଅପାର ସମ୍ଭାବନା ରହିଛି । ଦେଶରେ ୧ ହଜାରରୁ ଊଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟ, ୪୫ ହଜାରରୁ ଅଧିକ ଡିଗ୍ରୀ କଲେଜ ରହିଛି । ପ୍ରତି ଶିକ୍ଷାନୁଷ୍ଠାନରୁ ୧୦ରୁ ୨୦ ଜଣ କ୍ରୀଡ଼ାବିତ ବାହାରିଲେ ଭାରତ ବିଶ୍ୱ କ୍ରୀଡ଼ା ମହାଶକ୍ତିରେ ପରିଣତ ହୋଇପାରିବ । ଓଡ଼ିଶା ମାଟିରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ସୌଭାଗ୍ୟର କଥା । ଏହି ମାଟିରେ ଆରମ୍ଭ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ସଫଳ ହୋଇଥାଏ ବୋଲି ସେ କହିଥିଲେ । ଏହି ଅବସରରେ ସେ ପ୍ରତିଯୋଗିତାର ମାସ୍କଟ ‘ଜୟ’ ଓ ‘ବିଜୟ’ର ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହେବା ସୌଭାଗ୍ୟର ବିଷୟ । ସମଗ୍ର ଦେଶରେ ଓଡ଼ିଶା କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଛି । ଓଡ଼ିଶା ପୂର୍ବରୁ ଅନେକ କ୍ରୀଡ଼ା ପ୍ରତିଯୋଗିତା ସଫଳତା ପୂର୍ବକ ଆୟୋଜନ କରିସାରିଛି । ତିନି ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଏଥିରେ ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରୁ ୪ ହଜାରରୁ ଅଧିକ ପ୍ରତିଯୋଗୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।

ଏଠାକୁ ଆସୁଥିବା କ୍ରୀଡ଼ାବିତ, ଅଫିସିଆଲ ଏବଂ କ୍ରୀଡ଼ାପ୍ରେମୀଙ୍କୁ ଉତମ ଆତିଥ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କ୍ରୀଡ଼ା ପ୍ରତିଯୋଗିତାର ଜର୍ସି ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ସଚିବ ରାଧେଶ୍ୟାମ ଜୁଲାନିୟାଁ, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଜାତୀୟ ପୁରୁଷ ହକି ଦଳ, ରାଜ୍ୟର ବହୁ ବିଶିଷ୍ଟ କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ, ସ୍କୁଲକଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

kheloindia
Share. Facebook Twitter LinkedIn Email WhatsApp Copy Link

Related Posts

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ପୋହା ଏବଂ ଉପମା

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.