Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାକିସ୍ତାନ ପରେ ବାଂଲାଦେଶ ମଧ୍ୟ ଭାରତର ଶତ୍ରୁ ହେଉ ବୋଲି ବିଜେପି ଚାହୁଁଛି କାହିଁକି?
ବିଶେଷ ଖବର

ପାକିସ୍ତାନ ପରେ ବାଂଲାଦେଶ ମଧ୍ୟ ଭାରତର ଶତ୍ରୁ ହେଉ ବୋଲି ବିଜେପି ଚାହୁଁଛି କାହିଁକି?

January 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଜେପିର ରାଜନୀତି, କେବେହେଲେ ସକାରାତ୍ମକ ବା ଗଠନମୂଳକ ରାଜନୀତି ନଥିଲା। ବିଜେପି ଓ ଏହାର ପ୍ରାକ୍ତନ ଅବତାର ଜନସଙ୍ଘ ସବୁବେଳେ ବିଭାଜନର ରାଜନୀତିରେ ବିଶ୍ଵାସ କରି ଆସିଛନ୍ତି। ଯଦିଓ ରାଜନୀତିରେ ବିଭାଜନ ବା ସୋସିଆଲ ଇଞ୍ଜିନିୟରିଂର ଏକ ଭିନ୍ନ ଭୂମିକା ସବୁବେଳେ ରହି ଆସିଛି, ବିଜେପି ରାଜନୀତିରେ ଏହା ଧାର୍ମିକ ବିଭେଦ ସୃଷ୍ଟି କରି ଏକ ଭୟଙ୍କର ସାମାଜିକ ବିଦ୍ଵେଷ ସୃଷ୍ଟି କରିବାର ଅନେକ ଉଦାହରଣ ରହିଛି। କ୍ଷମତା ଦଖଲ କରିବାକୁ ଭାରତ ଭିତରେ ପାକିସ୍ତାନକୁ କେନ୍ଦ୍ର କରି ଏକ ଅଦ୍ଭୁତ ରାଜନୀତି ବିଜେପି ଓ ଏହାର ସମର୍ଥକମାନେ ତିଆରି କରିବାରେ ସଫଳ ହୋଇଛନ୍ତି। ନିଜର ରାଜନୈତିକ ବିରୋଧୀଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବାର ଏକ ନାଟକୀୟ ସୂତ୍ର ବିଜେପି ପାଖରେ ରହିଛି। ଏହା ରାଜନୀତିରୁ ଆସି ଏବେ ପ୍ରଶାସନକୁ ମଧ୍ୟ ଗିଳିବା ଆରମ୍ଭ କଲାଣି। ନାଗରିକ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଉତ୍ତର ପ୍ରଦେଶ ପୋଲିସ “ପାକିସ୍ତାନ ଚାଲିଯାଅ’’ ବୋଲି କହୁଥିବାର ଦେଖିବା ପରେ ଏ ବିଷ ଯେ କେତେ ଭୟାନକ ସ୍ତରରେ ପହଞ୍ଚିଲାଣି ତାହା ବୁଝି ହେଉଛି।

ଏବେ ସବୁ କଥାରେ ପାକିସ୍ତାନକୁ ନେଇ ଆମର ଚର୍ଚ୍ଚା ଆରମ୍ଭ ହେଉଛି ଏବଂ ସେଥିରେ ଶେଷ ମଧ୍ୟ ହେଉଛି। ପାକିସ୍ତାନ ସହିତ ଯଦିଓ ଆମର କୂଟନୈତିକ ସମ୍ପର୍କ ଅବ୍ୟାହତ ରହିଛି ତଥାପି ରାଜନୀତିରେ ଆମକୁ ଏମିତି ଦେଖା ଯାଉଛି, ସତେକି ଆମେ ପାକିସ୍ତାନର ଛାଇ ମାଡିବାକୁ ମଧ୍ୟ ପ୍ରସ୍ତୁତ ନୋହୁ। ଏବେ ପାକିସ୍ତାନ ସହିତ ବାଂଲାଦେଶକୁ ମଧ୍ୟ ବିଜେପି ନିଜର ନୂଆ ଶତ୍ରୁ ତାଲିକାରେ ରଖିବା ଆରମ୍ଭ କରିଛି। ନୂଆ ନାଗରିକତା ଆଇନ ଆସିବା ପରେ, ଏବେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ବାଂଲାଦେଶ ବିରୋଧରେ ସର୍ବାଧିକ ବୟାନବାଜି ଦେଖିବାକୁ ମିଳୁଛି। ଆଜିର ସମୟରେ ବାଂଲାଦେଶ ବିରୋଧୀ ମନ୍ତବ୍ୟ ଦେବାର ନେତୃତ୍ଵ  ଖୋଦ ଗୃହମନ୍ତ୍ରୀ ଅମିତ ଶାହ ନେଉଛନ୍ତି।

ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ବାଂଲାଦେଶରୁ ଯେଉଁ ଅନୁପ୍ରବେଶକାରୀ ରହୁଛନ୍ତି, ସେମାନଙ୍କୁ ଧର୍ମ ଆଧାରରେ ନାଗରିକତା ଦେବାକୁ ବିଜେପି ସରକାର ଚାହୁଁଛନ୍ତି। ଏହାକୁ ଉତ୍ତର ପୂର୍ବରେ କଡା ବିରୋଧ କରାଯାଉଛି। ଧର୍ମ ଓ ଜାତି ଆଧାରରେ କୌଣସି ଅନୁପ୍ରବେଶକାରୀଙ୍କୁ ଆସାମରେ ରହିବାର ସୁଯୋଗ ଦିଆଯିବ ନାହିଁ ବୋଲି ଆନ୍ଦୋଳନ ଚାଲିଛି। ଉତ୍ତର ପୂର୍ବରେ ବାଂଲାଦେଶ ବିରୋଧୀ ମତ ପ୍ରବଳ ରହିଛି। ପ୍ରାରମ୍ଭିକ ଭାବରେ ଯେତେବେଳେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ଆନ୍ଦୋଳନ ବ୍ୟାପକ ହେଲା, ସେତେବେଳେ ଭାରତ ଗସ୍ତରେ ଆସିବାକୁ ଥିବା ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ତାଙ୍କର ଗସ୍ତ ବାତିଲ କରିଥିଲେ।

ବାଂଲାଦେଶର ସରକାର ଏ ବିଷୟରେ ମପାଚୁପା ପ୍ରତିକ୍ରିୟା ରଖୁଥିଲେ ମଧ୍ୟ ସେଠିକାର ରାଜନୀତିରେ ଭାରତରେ ଚାଲିଥିବା ବାଂଲାଦେଶ ବିରୋଧୀ ମତକୁ ନେଇ ଉତ୍ତେଜନା ଆରମ୍ଭ ହୋଇଛି। ରୋହିଙ୍ଗିୟା ଅନୁପ୍ରବେଶକାରୀ ଏବଂ ଆସାମ ଜାତୀୟ ନାଗରିକତା ପଞ୍ଜିକରଣ ରେକର୍ଡ ପରେ ବାଦ ପଡିଥିବା ୧୯ ଲକ୍ଷ ଲୋକଙ୍କୁ ସିଧା ସିଧା ବାଂଲାଦେଶୀ ବୋଲି କୁହାଯାଉଥିବାରୁ, ବାଂଲାଦେଶ ଏହାକୁ ନାପସନ୍ଦ କରୁଛି। ସେହିପରି ପାକିସ୍ତାନ ସହିତ ବାଂଲାଦେଶକୁ ତୁଳନା କରିବା ଓ ବିଜେପି ବାଂଲାଦେଶୀ ମୁସଲମାନଙ୍କୁ ମଧ୍ୟ ଆତଙ୍କବାଦୀ ବୋଲି ଅପପ୍ରଚାର କରିବାର ପ୍ରଭାବ ଉଭୟ ଦେଶର ବନ୍ଧୁତାକୁ ପ୍ରଭାବିତ କରୁଛି।

ବାଂଲାଦେଶ ଗଠନରେ ଭାରତର ବହୁତ ବଡ ଅବଦାନ ରହିଥିବାରୁ ଉଭୟ ଦେଶ ମଧ୍ୟରେ ସବୁବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଆସିଥିଲା। ନିଜର ସାମ୍ପ୍ରଦାୟିକ ରାଜନୀତିକୁ ତେଜେଇ ରଖିବା ପାଇଁ ବିଜେପି ଏବେ ପାକିସ୍ତାନ ସହିତ ବାଂଲାଦେଶକୁ ମଧ୍ୟ ଗୋଟିଏ ବନ୍ଧନୀରେ ରଖୁଛି। ପୂର୍ବ ପାକିସ୍ତାନ ବା ଆଜିର ବାଂଲାଦେଶକୁ ସଂଖ୍ୟାଲଘୁ ବିରୋଧୀ ବୋଲି ବିଜେପି ତରଫରୁ ବାରମ୍ବାର ପ୍ରଚାର କରାଯାଉଛି।ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ୟାତିତ ଓ ବିତାଡିତ କରାଯାଉଥିବାରୁ ନାଗରିକତା ସଂଶୋଧନ ଆଇନ ଭାରତ ଆଣିବାକୁ ବାଧ୍ୟ ହୋଇଛି ବୋଲି ଯାହା କୁହାଯାଉଛି, ସେଥିରେ ବାଂଲାଦେଶର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିବାର ଅଭିଯୋଗ ଆସୁଛି।

ଅପର ପକ୍ଷରେ ପାକିସ୍ତାନ ନିଜକୁ ଏକ ଇସ୍ଲାମିକ ରାଷ୍ଟ୍ର ଭାବରେ ଘୋଷଣା କରିଥିବା ବେଳେ ବାଂଲାଦେଶ ନିଜକୁ “ସମାଜବାଦୀ –ଧର୍ମ ନିରପଏଖ-ଗଣତାନ୍ତ୍ରିକ” ରାଷ୍ଟ୍ର ବୋଲି ସାମ୍ବିଧାନିକ ଭାବେ ଗ୍ରହଣ କରିଛି। ସେହି ହିସାବରେ ଦେଖିଲେ, ବାଂଲାଦେଶକୁ ବାରମ୍ବାର ସମାଲୋଚନା କରିବା ବିଜେପି ର ଅପରିଣାମଦର୍ଶୀ ରାଜନୀତି କଥା ପ୍ରମାଣିତ କରୁଛି।

ଭାରତ ଓ ବାଂଲାଦେଶ ମଧ୍ୟରେ ରହିଥିବା ବନ୍ଧୁତାକୁ ବଜାୟ ରଖିବା ଭାରତର ପ୍ରଥମ ଆବଶ୍ୟକତା ହେବା ଉଚିତ। ନାଗରିକତା ସଂଶୋଧନ ଆଇନ ଏହି ବନ୍ଧୁତା ଆଗରେ ଏକ ବଡ ସନ୍ଦେହ ଠିଆ କରିଛି। ଇତି ମଧ୍ୟରେ ବଂଗୋପ ସାଗର ତଥା ଭାରତ ମହାସାଗର ଅଞ୍ଚଳରେ ନିଜର ପତିଆରା ବଢାଇବାକୁ ଚୀନ ଆମର ପଡୋଶୀ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶରେ ପ୍ରଚୁର ପୁଞ୍ଜି ଲଗାଉଛି। ଭାରତର ବାଂଲାଦେଶ ବିରୋଧୀ ମନୋଭାବ ଏହି ଦେଶରେ ଚୀନର ପତିଆରା ବଢାଇବ ବୋଲି ଆମ ନେତୃତ୍ଵ ବୁଝି ପାରୁନାହାନ୍ତି କି?

ପଡୋଶୀ ଦେଶ ଗୁଡିକ ସହିତ ଶାନ୍ତି ଓ ସଦଭାବନା ଦେଶର ଅର୍ଥନୈତିକ ବିକାଶ ଲାଗି ଅତ୍ୟନ୍ତ ଜରୁରୀ। ହେଲେ ନିଜର ରାଜନୈତିକ ସ୍ଵାର୍ଥ ଲାଗି ଓ  ଅହଙ୍କାରର ରାଜନୀତିକୁ ଗୌରବମଣ୍ଡିତ କରିବାର ବେକାର ଲକ୍ଷ୍ୟରେ ଶାସକ ବିଜେପି ନିରନ୍ତର ଶତ୍ରୁତାର ବାତାବରଣକୁ ବଞ୍ଚାଇ ରଖିବାକୁ ଚାହୁଁଛି। ଏଥିରେ ଦେଶର କ୍ଷତି ହିଁ ସର୍ବାଧିକ, ଏକଥା ବିଜେପି ବୁଝିବାକୁ ଚାହୁଁନାହିଁ।

bangladesh caa india NRC pakistan
Share. Facebook Twitter LinkedIn Email WhatsApp Copy Link

Related Posts

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026
Latest News

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.