Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଣାର୍କ ଯାତ୍ରୀ ନିବାସ, ଓଡିଶାର ଉଜ୍ଜଳ ଛବି ବା ବ୍ରାଣ୍ଡ ଓଡ଼ିଶାକୁ ଭାଙ୍ଗିଦେବାର ସବୁଠୁ କଳଙ୍କିତ ପ୍ରତୀକ  
ବିଶେଷ ଖବର

କୋଣାର୍କ ଯାତ୍ରୀ ନିବାସ, ଓଡିଶାର ଉଜ୍ଜଳ ଛବି ବା ବ୍ରାଣ୍ଡ ଓଡ଼ିଶାକୁ ଭାଙ୍ଗିଦେବାର ସବୁଠୁ କଳଙ୍କିତ ପ୍ରତୀକ  

January 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ପାଞ୍ଚ ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। ଚନ୍ଦ୍ରଭାଗା କବିତା ଉତ୍ସବ ନାଁରେ ଆମେ କୋଣାର୍କର କଳାକୃତି, ଓଡିଆ କବିତା ଓ ଜନଜୀବନକୁ ନେଇ ଏହି ଉତ୍ସବରେ ଆଲୋଚନା କରିଥାଉ। ଓଡିଶାର ସର୍ବ ବରିଷ୍ଠ ଲେଖକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହେଉଥିବା ଏହି ଉତ୍ସବର ସ୍ଵାଭାବିକ ସ୍ଥାନ ହେଉଛି କୋଣାର୍କ ଯାତ୍ରୀ ନିବାସ। କୋଣାର୍କ ମନ୍ଦିର ସାମ୍ନାରେ ରହିଥିବା ଓ ଓଡିଶା ସରକାରଙ୍କ ପର୍ୟଟନ ବିକାଶ ନିଗମ ଦ୍ଵାରା ପରିଚାଳିତ ଏହି ଯାତ୍ରୀ ନିବାସ ଓ ପାନ୍ଥ ନିବାସ ଆମର ନିୟମିତ ଆକର୍ଷଣ ହୋଇ ରହିଆସିଛି।

ତେବେ ଏ ଯାତ୍ରୀ ନିବାସରେ କୋଣାର୍କ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ କିଛି ସୁଖଦ ଅନୁଭୂତି ଅଛି କି? ଆଜି ଯେତେବେଳେ ଆମେ ନୂଆ ଓଡିଶା ଏବଂ ବ୍ରାଣ୍ଡ ଓଡିଶାର କଥା କହୁଛୁ, ସେତେବେଳେ ଓଡିଶାର ସବୁଠୁ ବଡ ଐତିହ୍ୟ ସମ୍ପଦ କୋଣାର୍କକୁ ଆମେ କେମିତି ଦେଖୁଛୁ, ତାରି ଉପରେ ଅନେକ କିଛି ନିର୍ଭର କରୁଛି। କୋଣାର୍କ ଯାତ୍ରୀ ନିବାସର ପରିସର ବେଶ ବ୍ୟାପକ। ଏହାର ବାହାର ପରିବେଶ ସୁନ୍ଦର। ହେଲେ ଏହାର କୋଠରି ଗୁଡିକ ଭୁତ କୋଠିଠୁ ବି ଭୟଙ୍କର। ତେବେ ଏ ସବୁ କୋଠରୀର ଦୈନିକ ଭଡା କିଛି କମ ନୁହେଁ। ୨୪ ଘଣ୍ଟାର ରହଣି ରେ  ସୁଟ ପାଇଁ ୩୭୦୦, ଡିଲକ୍ସ କୋଠରୀ ପାଇଁ ୨୩୦୦ ଓ ସାଧାରଣ କୋଠରୀ ଲାଗି ୧୨୦୦ ଟଙ୍କାର ଭଡା ଦେବାକୁ ପଡିଥାଏ। ଡିସେମ୍ବର ମାସରେ ଏ ଭଡା ଟିକେ ଅଧିକ। ଏ ଭଡା କୌଣସି ଦୁଇ/ତିନି ତାରକା ହୋଟେଲ ଠାରୁ କମ ନୁହେଁ। କିନ୍ତୁ ଏଇ କୋଠରୀ ସବୁ ଏତେ ଦୟନୀୟ କାହିଁକି?

ମୁଁ ରହୁଥିବା ୩୨୫ ନମ୍ବର କୋଠରୀ କୁ ପଶୁ ପଶୁ ମଶା ଓ ଅସରପାଙ୍କ ସ୍ଵାଗତ ମୋତେ ସତର୍କ ହେବାକୁ ବାଧ୍ୟ କରିଥିଲା। କୋଠରୀ ରେ ଥିବା ଏୟାର କଣ୍ଡିସନରର ଢାଙ୍କୁଣୀ ଉଡିଯାଇଛି। କହିବା ବାହୁଲ୍ୟ ଯେ ଏସି କାମ କରୁନଥିଲା କି କରିବାର ସମ୍ଭାବନା ମଧ୍ୟ ନଥିଲା। ଯାହାହେଉ ଶୀତ ଦିନେ ସେ କିଛି ସମସ୍ୟା ନୁହେଁ। ଏସି ସହିତ କୋଠରୀର ପ୍ରତ୍ୟେକ କୋଣରେ ଅସଂଖ୍ୟ  ଉଈ ହୁଙ୍କା।    ଝରକାରେ ଲାଗିଥିବା ପରଦା ହଠାତ ଖସିଆସି ବାଜିଲା ମୋ ଗୋଡରେ। ସେ ପରଦା ଆଉ ଥରେ ଲାଗିବାର ସମ୍ଭାବନା ଦିଶୁନଥିଲା। ଗାଧୁଆ ଘର ଅବସ୍ଥା ନ କହିଲେ ଭଲ।ଅନେକ ସମୟ ଯାଏ କୋଠରୀରେ ଲାଇଟ ବା ପାଣି ଆସୁନଥିଲା। ଅଭିଯୋଗ କଲାପରେ ଯେଉଁ ପାଣି ଆସିଲା ସେଥିରେ କାଦୁଅ ଭର୍ତ୍ତି ନଳାପାଣି।   ଅନେକ ବନ୍ଧୁଙ୍କର ଅଭିଯୋଗ ଥିଲା ତାଙ୍କ କୋଠରୀର ଗୀଜର କାମ କରୁନାହିଁ। ପାଣି ପାଇପ ସବୁ କଳଙ୍କି ଲଗା ଓ ଅନେକ ଅକାମୀ। କୋଠରୀରେ ପାଣି ଟୋପେ ପାଇବାକୁ ହେଲେ ଆପଣଙ୍କୁ ଘଣ୍ଟାଏ ଅପେକ୍ଷା କରିବାକୁ ପଡିବ। ଅଦ୍ଭୁତ, ଅଣ ପେଶାଦାର ଓ ନିହାତି ରହିବା ଅନୁପଯୋଗୀ ଏମିତି ଏକ ଯାତ୍ରୀ ନିବାସର ଦାୟିତ୍ଵ ଓଡିଶା ସରକାର ଚଳାଉଛନ୍ତି, ଏକଥା ଜାଣିଲା ପରେ ମୁମ୍ବାଇ ରୁ ଆସିଥିବା ଆମର ଜଣେ ବିଶିଷ୍ଟ ଇଂରାଜୀ କବି ବନ୍ଧୁ କହିଲେ- ନା, ବିଶ୍ଵକପ ହକି ଆୟୋଜନ କରୁଥିବା ଗୋଟେ ସରକାରଠୁ ଏ ପ୍ରକାର ପରିଚାଳନା ଆଶା କରାଯାଇ ପାରେନା।

ଯାତ୍ରୀ ନିବାସର ପରିଚାଳନାକୁ ନେଇ ସମସ୍ୟାର ତାଲିକା ବହୁତ ଲମ୍ବା। ଆଜିକାଲି କୌଣସି ୩୦୦ ଟଙ୍କିଆ ହୋଟେଲକୁ ଗଲେ ସେ ଆପଣଙ୍କୁ ମାଗଣା ରେ ୱାଇ ଫାଇ ସୁବିଧା ଦେବା କିନ୍ତୁ ତିନି ହଜାର ଟଙ୍କିଆ କୋଠରୀ ରେ ଇଣ୍ଟର୍ନେଟ ସେବା ଉପଲବ୍ଧ ନାହିଁ। ଏତେ ଟଙ୍କା ଦେଇ ଯେଉଁ ପର୍ୟଟକ ଯାତ୍ରୀ ନିବାସରେ ରହିବ, ତାର ଅନୁଭବ ଏତେ ତିକ୍ତ ଓ ବିରକ୍ତିକର ଯେ, ସେ ହୁଏତ ପୁଣି ଥରେ କୋଣାର୍କ କଥା ଭାବିବାକୁ ଡରିବ। ଚଳିତ ବର୍ଷ ରାଜ୍ୟ ସରକାର ଚନ୍ଦ୍ରଭାଗା ବେଳାଭୂମିରେ ଇକୋ ରିଟ୍ରିଟର ଆୟୋଜନ କରିଛନ୍ତି। ତାହା ସୁନ୍ଦର ହୋଇଛି ମଧ୍ୟ। ହେଲେ କୋଣାର୍କ ଯାତ୍ରୀ ନିବାସର ଏ ସ୍ଥିତି ସୁଧାରିବାକୁ ସରକାର ଚାହୁଁ ନାହାନ୍ତି କାହିଁକି? ଏଠି କହିରଖେ, ଗତ ବର୍ଷ ମଧ୍ୟ ଏମିତି ସମାନ ଅନୁଭବର କଥା ମୁଁ ଲେଖିଥିଲି। କୋଣାର୍କ ଭଳି ଓଡିଶାର ସବୁଠୁ ବଡ ପର୍ୟଟନ କେନ୍ଦ୍ରରେ ଏମିତି ଏକ ଯାତ୍ରୀ ନିବାସ ଓଡିଶାର ସବୁ ଭଲକାମକୁ ଖରାପ କରି ଦେଖାଇବାକୁ ସୁଯୋଗ ଦେବ। ଏକଥା ଓଡିଶା ସରକାରଙ୍କର ପର୍ୟଟନ ବିଭାଗ ବୁଝୁଛି ତ!

ଆମେ ଏ ରାଜ୍ୟର ସବୁଠୁ ବଡ ପର୍ୟଟନ କ୍ଷେତ୍ରର ଯାତ୍ରୀ ନିବାସଟିକୁ ସାଧାରଣ ସୁବିଧା ଦେଇ ପରିଚାଳିତ କରିବାରେ ଯଦି ବିଫଳ, ତାହେଲେ, କେଉଁ ମୁହଁ ରେ ଆମେ ବିକଶିତ ଓଡିଶା, ବ୍ରାଣ୍ଡ ଓଡିଶା ବା ମେକ ଇନ ଓଡିଶାର କଥା କହିବା?

KONARK
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026
Latest News

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.