Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ସଭାପତି ଚୟନ ନେଇ ଦ୍ବନ୍ଦ୍ବରେ ବିଜେପି
ବିଶେଷ ଖବର

ରାଜ୍ୟ ସଭାପତି ଚୟନ ନେଇ ଦ୍ବନ୍ଦ୍ବରେ ବିଜେପି

January 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ:

ଆସନ୍ତା କାଲି ହେବାକୁ ଯାଉଛି ରାଜ୍ୟ ବିଜେପି ସଭାପତି ନିର୍ବାଚନ। ସଭାପତି ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଏହି ଦୌଡରେ ଆଗୁଆ ରହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି। ତେବେ ରାଜ୍ୟ ସଭାପତି ଚୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଧର୍ମେନ୍ଦ୍ରଙ୍କ ପ୍ରଭାବ। ରାଜ୍ୟର ଏକ ମାତ୍ର ନେତା ଭାବରେ ବିଗତ ୬ ବର୍ଷ ଧରି କ୍ଷମତା ଉପଭୋଗ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମୋଦି ୨.୦ରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯାଇଛି। ରାଜ୍ୟରେ ବିଜୁ ଜନତା ଦଳର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ସତ୍ତ୍ବେ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ନିଜର ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛି। ତେଣୁ ସଭାପତି ଚୟନରେ ଧର୍ମେନ୍ଦ୍ରଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଏହି ନିର୍ବାଚନ ସହିତ ବିଜେପିର ଗୋଷ୍ଠୀକନ୍ଦଳ ମଧ୍ୟ ସମ୍ମୁଖକୁ ଆସୁଛି। ଅପରପକ୍ଷରେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ପଦ୍ମ ଶିବିରର ଦାୟିତ୍ବ ପଶ୍ଚିମ ଓଡ଼ିଶା ନେତାଙ୍କ ହାତରେ ରହିଥିବାବେଳେ ଚଳିତଥର ଉପକୂଳ ଓଡ଼ିଶାର ନେତାଙ୍କୁ ସଭାପତି ଦାୟିତ୍ବ ଦେବା ନେଇ ମଧ୍ୟ ଚର୍ଚ୍ଚା ରହିଛି।

ବିଜେପି ବର୍ତ୍ତମାନ ଏପରି ଏକ ସ୍ଥିତିରେ ରହିଛି ଯେଉଁଠାରୁ ଦଳକୁ ଆଗକୁ ନେବା ପାଇଁ ଦୃଢ ନେତୃତ୍ବର ଆବଶ୍ୟକତା ରହିଛି। ଉଭୟ ହରିଚନ୍ଦନ ଏବଂ ମହାନ୍ତିଙ୍କ ନିକଟରେ ଆବଶ୍ୟକୀୟ ରାଜନୈତିକ ଅଭିଜ୍ଞତା ମଧ୍ୟ ରହିଛି। ମାତ୍ର ନେତୃତ୍ବ ନେବା କ୍ଷେତ୍ରରେ ଉଭୟ ନେତା କୌଣସି ସଫଳତା ହାସଲ କରିନଥିବାରୁ ଏହାକୁ ନେଇ ଦଳୀୟ କର୍ମୀଙ୍କ ମନରେ ସାମାନ୍ୟ ଶଙ୍କା ରହିଥିବା ପ୍ରତୀୟମାନ ହେଉଛି। ନିର୍ବାଚନୀ ବିଜୟ କ୍ଷେତ୍ରରେ ଉଭୟଙ୍କ ରେକର୍ଡ ଅଲୋଡା। ଉଭୟ ନିଜ ନିଜର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଦ୍ବାରା ଆଦୃତ ହୋଇନଥିବାରୁ ଦଳୀୟ କର୍ମୀଙ୍କ ଦ୍ବାରା କେତଦୂର ଗ୍ରହଣୀୟ ହେବେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବ୍ୟତୀତ ଭୁବନେଶ୍ବରର ସାଂସଦ ରହିଥିବା ଅପରାଜିତା ଷଡଙ୍ଗୀ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ରହିଥିବା କନ୍ଦଳ ମଧ୍ୟ ସମ୍ମୁଖକୁ ଆସିଛି। ଧର୍ମେନ୍ଦ୍ରଙ୍କ ସହିତ ଅପରାଜିତାଙ୍କ ବିବାଦ ମଧ୍ୟ କର୍ମୀଙ୍କ ନିକଟକୁ ଏକ ଭୁଲ ସନ୍ଦେଶ ଦେଉଛି।

ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ନିର୍ବାଚନ ପାଇଁ ଉପସ୍ଥିତ ରହିଛନ୍ତି। ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ସଂସଦକୁ ନିର୍ବାଚିତ ହେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିଥିବା ବେଳେ ଏହାକୁ ନେଇ ଆଜି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ପରସ୍ଥିତିରେ ରାଜ୍ୟ ବିଜେପିର ସଭାପତି ଚୟନ ପାଇଁ ଦୁଇ ଆଶାୟୀ ଅତ୍ୟନ୍ତ ଦୁର୍ବଳ ମନେ ହେଉଛନ୍ତି। ଏହି ଦୁଇ ଆଶାୟୀଙ୍କ ମଧ୍ୟରୁ କିଏ ନୂତନ ମଙ୍ଗୁଆଳ ସାଜୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ। ଏହି ନୂଆ ମୁଖିଆ ବିଜେପି ପାଇଁ ଲାଭବାନ ହେବେ କି ବୁମେରାଂ ସାବ୍ୟସ୍ତ ହେବ ତାହା  ଆଗାମୀ ସମୟ କହିବ।

 

BJP dharmendra pradhan
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.