Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିରେ ଅମିତ ଶାହାଙ୍କ ଭଳି ସଭାପତି, ଅତୀତରେ ନଥିଲେ, ଭବିଷ୍ୟତରେ ହେବାର ସମ୍ଭାବନା ମଧ୍ୟ କମ
ବିଶେଷ ଖବର

ବିଜେପିରେ ଅମିତ ଶାହାଙ୍କ ଭଳି ସଭାପତି, ଅତୀତରେ ନଥିଲେ, ଭବିଷ୍ୟତରେ ହେବାର ସମ୍ଭାବନା ମଧ୍ୟ କମ

January 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
amit shah is the second powerful leader of bjp
amit shah is the second powerful leader of bjp

କେଦାର ମିଶ୍ର

ଚିରକାଳ ବିଜେପିର ବିଚାର ଓ କାର୍ୟଶୈଳୀକୁ ସମାଲୋଚନା କରି ଆସୁଥିବା ମୋ ଭଳି ଜଣେ ସମାଲୋଚକ ପାଖରୁ, ଏମିତି ଏକ ଶୀର୍ଷକ ଦେଖି କେହି କେହି ଚମକି ପଡିବେ ନିଶ୍ଚୟ। ତେବେ ଏ ଶୀର୍ଷକ ଲେଖିବାକୁ ଆମେ ବାଧ୍ୟ, କାରଣ ଭାରତୀୟ ଜନତା ପାର୍ଟିର ଚାଳିଶ ବର୍ଷର ଇତିହାସ ଓ ଏହାର ପୂର୍ବ ଅବତାର ଜନସଙ୍ଘର ୨୫ ବର୍ଷର ଅସ୍ତିତ୍ବରେ ଅମିତ ଶାହାଙ୍କ ଭଳି ସଭାପତି, ସେମାନେ ପାଇନଥିଲେ। ଆଗକୁ ପାଇବେ କି ନା, ସେଥିରେ ସନ୍ଦେହ ରହିଛି। ବିଜେପିକୁ “ଭାତ ଡାଲମା ଓ ଧୋତି କୁର୍ତ୍ତା”ର ଦଳରୁ ସବୁଠୁ “ହାଇ ଟେକ ଓ କର୍ପୋରେଟ ଢାଞ୍ଚା” ର ସଂଗଠନ ଭାବେ ଗଢି ତୋଳିବାରେ ଅମିତ ଶାହାଙ୍କର ଅନନ୍ୟ ଭୂମିକା ରହିଛି। ଏହା କେତେଦୂର ଭଲ ଓ ବିଜେପି ଆଦର୍ଶ ସହିତ ଏହା କେତେଦୂର ଖାପ ଖାଉଛି, ସେ ପ୍ରସଙ୍ଗ ଭିନ୍ନ। ହେଲେ ଏକ ରାଜନୈତିକ ଦଳ ଭାବରେ ବିଜେପିକୁ କ୍ଷମତାର ଶୀର୍ଷରେ ପହଞ୍ଚାଇବା, ଦଳର ପାଣ୍ଠିକୁ ଏତେ ଅଧିକ ସମୃଦ୍ଧ କରିବା ଓ ଦଳ ପାଇଁ ଚିରସ୍ଥାୟୀ ଭିତ୍ତିଭୂମି ତିଆରି କରିବାରେ ଅମିତ ଶାହା ବିଜେପିକୁ ସବୁ ରାଜନୈତିକ ଦଳଙ୍କଠାରୁ ବହୁ ଆଗରେ ଛିଡା କରାଇ ଦେଇଛନ୍ତି। ଆଜି ଅମିତ ଶାହା ବିଜେପି ସଭାପତି ପଦ ଛାଡିଲା ବେଳକୁ, ବିଜେପି ପାଖରେ ତାରକା ହୋଟେଲ ଭଳି କାର୍ୟାଳୟ, ସର୍ବାଧିକ ପାଣ୍ଠି ଓ ସବୁଠୁ ଅଧିକ କ୍ଷମତା ଦେଇ ଯାଇଛନ୍ତି। ନୂଆ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କୁ ଆଜି ଯେଉଁ ବିଜେପିର ଦାୟିତ୍ଵ ମିଳିଛି, ସେ ବିଜେପି ଗୋଟେ ସ୍ଵୟଂ ସଂପୂର୍ଣ୍ଣ ସଂଗଠନ।

କଂଗ୍ରେସ ଦଳ ଭାରତରେ ପଚାଶ ବର୍ଷ ଶାସନ କଲା ପରେ ମଧ୍ୟ ଦଳ ପାଖରେ ନା ଭିତ୍ତିଭୂମି ରହିଛି, ନା ତିଆରି ହୋଇଛି ଏତେ ସମୃଦ୍ଧ ଦଳୀୟ ପାଣ୍ଠି। କଂଗ୍ରେସ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାବରେ ଆଜି ମଧ୍ୟ ନିଜର ମୁଖ୍ୟ କାର୍ୟାଳୟ ଏକ ସରକାରୀ ବାସଭବନରୁ ଚଳାଇ ଆସୁଛି। ଗତ ପାଞ୍ଚ ବର୍ଷ ଭିତରେ ବିଜେପି ନିଜର ଜାତୀୟ କାର୍ୟାଳୟକୁ ସବୁଠୁ ଉତ୍କୃଷ୍ଠ ଯୋଗାଯୋଗର କେନ୍ଦ୍ର ଭାବରେ ଗଢିଛି। କ୍ଷମତାର ପ୍ରୟୋଗ କରି ଦଳକୁ ସୁଦୃଢ କରିବାର କଳା କଂଗ୍ରେସ ବୋଧେ ଜାଣିନଥିଲା।

ଅମିତ ଶାହାଙ୍କ ଆଗରୁ ଯେଉଁମାନେ ବିଜେପିର ସଭାପତି ଥିଲେ ସେମାନେ ନିତାନ୍ତ ସାଧାରଣ ଲୋକ ଭଳି ବଞ୍ଚୁଥିଲେ। ଅଟଳ ବିହାରୀ ବାଜପାୟୀ, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କୁଶାଭାଉ ଥାକରେ, ବଙ୍ଗାରୁ ଲକ୍ଷ୍ମଣ, ଜାନା କୃଷ୍ଣମୂର୍ତ୍ତି, ଭେଙ୍କୟା ନାଇଡୁ, ରାଜନାଥ ସିଂ ଓ ନିତିନ ଗଡକାରୀଙ୍କ ଭଳି ପୂର୍ବତନ ବିଜେପି ସଭାପତିମାନେ ଦଳକୁ କର୍ପୋରେଟ ଢାଞ୍ଚାରେ ଗଢିବାକୁ ହୁଏତ ସଙ୍କୋଚ କରୁଥିଲେ। କୁଶାଭାଉ ଥାକରେ ଓ ଜାନା କୃଷ୍ଣମୂର୍ତ୍ତି ବିଜେପିରେ ସବୁଠୁ ସରଳ ଜୀବନ ପାଇଁ ପ୍ରସିଦ୍ଧ ଥିଲେ। ଗୋଟେ ସମୟ ଏମିତି ଥିଲା ଯେ ବଙ୍ଗାରୁ ଲକ୍ଷ୍ମଣ ମାତ୍ର ଏକ ଲକ୍ଷ ଟଙ୍କା ବିଜେପି ପାଇଁ ଚାନ୍ଦା ନେଇ ଧରା ପଡିଥିଲେ ଓ ସେଥିରେ ଦଳ ପ୍ରବଳ ବଦନାମ ମଧ୍ୟ ହୋଇଥିଲା। ଆଜି ଯେତେବେଳେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ସବୁଠୁ ଅଧିକ ଅଘୋଷିତ ଚାନ୍ଦା ବିଜେପିକୁ ଆସୁଛି, ସେତେବେଳେ କେହି ବିଜେପିକୁ ସେ ପ୍ରଶ୍ନ ପଚାରିବାକୁ ସାହସ କରୁନାହାନ୍ତି। ଅମିତ ଶାହା ବିଜେପିକୁ ସେଇ ସ୍ତରକୁ ନେଇ ଯାଇଛନ୍ତି, ଯେଉଁଠି ଏ ଦଳକୁ ନେଇ କାହାର ବି ପ୍ରଶ୍ନ କରିବାର ସାହସ ନାହିଁ। ବିଜେପିକୁ ପ୍ରଶ୍ନ କରିବା ଏକ ପ୍ରକାର ଦେଶଦ୍ରୋହ ବୋଲି ଗୋଟେ ବିଚିତ୍ର ଧାରଣା ଅମିତ ଶାହାଙ୍କ ନେତୃତ୍ବରେ ତିଆରି କରାଗଲା ଓ ଏହି ଧାରଣାକୁ ଭାରତର ମଧ୍ୟବିତ୍ତ ଭୋଟର ବିନା ବିଚାରରେ ଗ୍ରହଣ ମଧ୍ୟ କରିଗଲେ। ଏହା ଅମିତ ଶାହାଙ୍କର ବିଜେପି ପ୍ରତି ସବୁଠୁ ବଡ ଉପହାର। ଦେଶପ୍ରେମ ବିଜେପିର ଏକଚାଟିଆ ଅଧିକାର ଓ ବାକି ବିରୋଧୀ ଦେଶ ବିରୋଧୀ ବା ପାକିସ୍ତାନ ସପକ୍ଷବାଦୀ ବୋଲି ଏକ ରାଜନୈତିକ ବାର୍ତ୍ତା ଅମିତ ଶାହାଙ୍କ ନେତୃତ୍ବରେ ଲୋକଙ୍କ ପାଖରେ ପହଞ୍ଚାଇ ଦିଆଗଲା।

ଅମିତ ଶାହାଙ୍କ ସାଙ୍ଗଠନିକ ସଫଳତାର ତିନୋଟି ବିନ୍ଦୁ ଥିଲା- ଉଗ୍ର ଓ ଆକ୍ରାମକ ରାଜନୀତି, ଦଳୀୟ ପାଣ୍ଠି ସଂଗ୍ରହରେ ଏକାଧିପତ୍ୟ ଓ ବିଜେପିର କର୍ପୋରେଟିକରଣ। ସଂଘ ପରିବାରର ଯେଉଁ ଉଗ୍ର ହିନ୍ଦୁତ୍ଵବାଦୀ ଏଜେଣ୍ଡା ରହିଥିଲା ତାକୁ ପୁରୁଣା ଢଙ୍ଗରେ ଲାଗୁ କରାଇବା ସମ୍ଭବ ନୁହେଁ ବୋଲି ଅମିତ ଶାହ ଜାଣିଥିଲେ। ତେଣୁ ତାଙ୍କ ସମୟରେ ହାଇ ଟେକ ହିନ୍ଦୁତ୍ଵର ପ୍ରୟୋଗ ଆରମ୍ଭ ହେଲା। ବିରୋଧୀଙ୍କୁ ପରାସ୍ତ କରିବାର ଗଣତାନ୍ତ୍ରିକ ଉପାୟ ତୁଳନାରେ ସେମାନଙ୍କ ଉପରେ ଅନ୍ଧାଧୁନିଆଁ ଆକ୍ରମଣ ଲାଗି ସମାନ୍ତରାଳ ଆଇଟି ସେଲ ଗଠନ ଅମିତ ଶାହାଙ୍କ ଉର୍ବର ମସ୍ତିସ୍କର ଖେଳ ଥିଲା। ଗତ ପାଞ୍ଚ ବର୍ଷ ଭିତରେ ଅମିତ ଶାହା ବିଜେପିକୁ ସବୁଠୁ ଶକ୍ତିଶାଳୀ କରିବାକୁ ସବୁଠୁ ନକାରାତ୍ମକ ପ୍ରୟୋଗମାନ କରିଛନ୍ତି। ସେଥିରେ ଭାରତର ଗଣତନ୍ତ୍ର ଓ ସମ୍ବିଧାନ ହୁଏତ ବିପନ୍ନ ହୋଇଛି, ହେଲେ ବିଜେପି ଏକ ଦଳ ଭାବରେ ନିଜର ଭାଗ୍ୟ ଓ ଭବିଷ୍ୟତକୁ ଚିରସ୍ଥାୟୀ କରିବାରେ ସଫଳ ହୋଇପାରିଛି।     

amitsaha
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.