Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କରିବେ ନିର୍ବାଚନ ପ୍ରଚାର, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା ପରେ ସଂଧ୍ୟାରେ ଭୁବନେଶ୍ୱର ପହଂଚି ରାତ୍ରିଯାପନ କରିବେ। ଏହି ଅବସରରେ ଶ୍ରୀ ଶାହା ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ତାରିଖ ପରେ ତାରିଖକୁ ଅପେକ୍ଷାର ଅନ୍ତ ଘଟିବ: ଅପରାଧ ସମ୍ବନ୍ଧୀୟ ତିନୋଟି ବିଲରେ କ’ଣ ରହିଛି ?

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ବିଲ୍-୨୦୨୩ ଲୋକସଭାରେ ପାରିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତିନିଟି ଅପରାଧିକ ଆଇନ ବଦଳରେ ବିଲ୍‍ଗୁଡ଼ିକ ଦାସତ୍ୱର ମାନସିକତାକୁ ଉଚ୍ଛେଦ କରିବା ଏବଂ ଔପନିବେଶିକ ଆଇନରୁ ମୁକ୍ତି ପାଇବା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଶାହ କହିଛନ୍ତି ଯେ ଏହି ପ୍ରସ୍ତାବିତ ଆଇନଗୁଡ଼ିକ ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସମାନ ବ୍ୟବହାରର ତିନିଟି ନୀତି ଉପରେ ଆଧାରିତ। ଲୋକସଭା ପରେ ରାଜ୍ୟସଭାରେ ବିତର୍କ ହେବ, ସେଠାରୁ ପାରିତ ହେବା ପରେ ଲାଗୁ ହେବ ଆଇନ। ଏହି ଆଇନଗୁଡ଼ିକ ବର୍ତ୍ତମାନର ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେବ।

ବର୍ତ୍ତମାନର ଆଇପିସିରେ ୫୧୧ଟି ଧାରା ରହିଥିବାବେଳେ ନୂଆ ଆଇନ ଅର୍ଥାତ୍ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରା ରହିଛି । ବିଶେଷଜ୍ଞଙ୍କ ମତରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ନୂଆ ଆଇନ କାର୍ଯ୍ୟକାରୀ ହେବ ଏବଂ ଏହା ନୂଆ ମାମଲା ପାଇଁ ଲାଗୁ ହେବ।ନୂଆ ଆଇନରେ ମବ୍ ଲିଞ୍ଚିଂ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।

ଭାରତୀୟ ନ୍ୟାୟ କୋଡରେ ନୂତନ ଧାରା

ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯାଇଛି। ଏବେ ନଜର ପକାଇବା କେଉଁ ଧାରାରେ ଅପରାଧକୁ ଏଥିରେ ରଖାଯାଇଛି। ଧାରା-୩୪ରୁ ୪୪ ମଧ୍ୟରେ ବ୍ୟକ୍ତିଗତ ପ୍ରତିରକ୍ଷା ବିଷୟରେ ଉଲ୍ଲେଖ ରହିଛି। ଷଡ଼ଯନ୍ତ୍ର ଅପରାଧକୁ ଧାରା-୬୧ରେ ରଖାଯାଇଛି।

୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଫାଶୀ

ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧକୁ ଧାରା-୬୩ରୁ ୯୯ ପର୍ଯ୍ୟନ୍ତ ରଖାଯାଇଛି। ଦୁଷ୍କର୍ମକୁ ୬୩ରେ ବର୍ଣ୍ଣନା କରାଯାଇଛି। ଦୁଷ୍କର୍ମ ମାମଲାରେ ଦଣ୍ଡ ବିଧାନ ପାଇଁ ଧାରା-୬୪ରେ ବ୍ୟବସ୍ଥା କରାଯାଇଛି। ଧାରା ୭୦ରେ ଗଣଦୁଷ୍କର୍ମର ସଂଜ୍ଞା ଦିଆଯାଇଛି। ନାବାଳିକାଙ୍କୁ ୧୨ ଦୁଷ୍କର୍ମ କରିବା ଅଭିଯୋଗରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଫାଶୀ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ।

ବିବାହର ପ୍ରତିଶ୍ରୁତି ଦେବା ଦୁଷ୍କର୍ମଠାରୁ ଭିନ୍ନ

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ପରିସରରୁ ବାଦ୍ ଦିଆଯାଇଛି। ଏହାକୁ ଏକ ପୃଥକ୍‍ ଅପରାଧଭାବେ ବର୍ଣ୍ଣନା କରି ଧାରା-୬୯ରେ ଏହାର ବ୍ୟବସ୍ଥା ରହିଛି। ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ରହିଛି।

ଶାରୀରିକ କ୍ଷତିର ଅପରାଧ

କାହାର ଦେହ ଉପରେ ହେଉଥିବା ଅପରାଧକୁ ୧୦୦ରୁ ୧୪୪ ବୋଲି ବର୍ଣ୍ଣନା କରାଯାଏ। ହତ୍ୟାର ସଂଜ୍ଞା ଧାରା-୧୦୧ ଅନୁଯାୟୀ ଏବଂ ହତ୍ୟା ପାଇଁ ଦଣ୍ଡ ଧାରା-୧୦୩ ଅଧୀନରେ ରହିଛି । ଦଫା-୧୦୮ ଓ ହତ୍ୟା ଉଦ୍ୟମ ଧାରା-୧୦୯ ଅନୁଯାୟୀ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରାଯାଇଛି। ଧାରା-୧୧୧ ଅନୁଯାୟୀ ସଂଗଠିତ ଅପରାଧକୁ ନିର୍ଦ୍ଧାରଣ କରାଯାଇଥିବାବେଳେ ଆତଙ୍କବାଦ ଆଇନକୁ ଧାରା-୧୧୩ରେ ରଖାଯାଇଛି। ପୂର୍ବ ଆଇପିସିରେ ଏହି ଅପରାଧଗୁଡ଼ିକ ମଧ୍ୟରୁ କୌଣସିଟି ଅନ୍ତର୍ଭୁକ୍ତ ନ ଥିଲା। ଏଥିପାଇଁ ସ୍ୱତନ୍ତ୍ର ଆଇନ ରହିଛି।

ମବ୍‍ ଲିଞ୍ଚିଂରେ ଫାଶୀ

ମବ୍ ଲିଞ୍ଚିଂ ମାମଲାରେ ୭ ବର୍ଷ କାରାଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ୨୦୧୮ ଜୁଲାଇ ୧୭ତାରିଖରେ ସୁପ୍ରିମକୋର୍ଟ କହିଥିଲେ ଯେ ଭିଡ଼ ହିଂସା ଓ ମବ୍ ଲିଞ୍ଚିଂ ମାମଲାରେ ତୁରନ୍ତ ଏଫଆଇଆର ରୁଜୁ କରାଯାଉ। ଏଥିସହ ମୃତ୍ୟୁ ପର୍ଯ୍ୟନ୍ତ ଦଣ୍ଡ ଦିଆଯିବ ବୋଲି ନିମ୍ନ ଅଦାଲତକୁ କୁହାଯାଇଥିଲା। ଏବେ ସରକାର ଆଇନରେ ଏହାର ବ୍ୟବସ୍ଥା କରିଛନ୍ତି।

ଦେଶଦ୍ରୋହ ବ୍ୟବସ୍ଥା ଉଚ୍ଛେଦ

ଦେଶ ବିରୁଦ୍ଧରେ ଯୁଦ୍ଧ କରିବା, ନିଜର ଉଦ୍ଦେଶ୍ୟ ରକ୍ଷା କରିବା ଏବଂ ଅସ୍ତ୍ରଶସ୍ତ୍ର ସଂଗ୍ରହ କ୍ଷେତ୍ରରେ ନୂଆ ଆଇନରେ ଧାରା-୧୪୭ରୁ ୧୫୮ ମଧ୍ୟରେ ବ୍ୟବସ୍ଥା ରହିଛି । ପୂର୍ବରୁ ଆଇପିସିର ଧାରା-୧୨୪(ଏ)ରେ ଦେଶଦ୍ରୋହ ବିଷୟରେ ଉଲ୍ଲେଖ ଥିଲା, କିନ୍ତୁ ନୂଆ ଆଇନରେ ଦେଶଦ୍ରୋହ ବିଷୟରେ ପୃଥକ୍‍ଭାବେ ଉଲ୍ଲେଖ ନାହିଁ ।

ସିଆରପିସି ବଦଳରେ ଭାରତୀୟ ବେସାମରିକ ପ୍ରତିରକ୍ଷା କୋଡ୍

ଏଥିରେ ଏଫଆଇଆରଠାରୁ ଆରମ୍ଭ କରି କେସ୍ ଡାଏରୀ ଓ ଚାର୍ଜସିଟ୍ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଡିଜିଟାଇଜ୍ କରିବା ଏବଂ ସେହି ନିଷ୍ପତ୍ତି ପରେ ବ୍ୟବସ୍ଥା କରାଯାଇଛି।
କୋଡରେ ବ୍ୟବସ୍ଥା କରାଯାଇଛି ଯେ କୌଣସି କ୍ଷେତ୍ରରେ ପୋଲିସଦ୍ୱାରା ସନ୍ଧାନ ଏବଂ ଜବତ ସମୟରେ ଭିଡିଓଗ୍ରାଫି ବାଧ୍ୟତାମୂଳକ ଅଟେ।

ଏହି ବିଲରେ ଏଫ୍ଏସ୍ଏଲ୍ ମୋବାଇଲ୍ ଟିମ୍‍କୁ ଅପରାଧ ସ୍ଥଳ ପରିଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି ଯେଉଁଠାରେ ୭ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡନୀୟ ଅପରାଧ ଘଟିଛି। ପୁଲିସକୁ ଅଟକ ବ୍ୟକ୍ତିଙ୍କ ପରିବାରକୁ ଲିଖିତଭାବେ ଜଣାଇବାକୁ ପଡ଼ିବ। ଅଫଲାଇନ ବ୍ୟତୀତ ପରିବାରକୁ ଅନଲାଇନରେ ମଧ୍ୟ ସୂଚନା ଦେବାକୁ ପଡ଼ିବ।ସାମାନ୍ୟ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ଗୋଷ୍ଠୀ ସେବା ସହ ଯୋଡ଼ିବା ପାଇଁ ବିଲରେ ବ୍ୟବସ୍ଥା କରାଯାଇଛି।

ନୂଆ ବିଲରେ ଉଭୟ ପୁଲିସ ଓ ଅଦାଲତଙ୍କୁ ତଦନ୍ତ, ଚାର୍ଜସିଟ୍ ଦାଖଲ ଓ ରାୟ ଶୁଣାଇବା ପାଇଁ ସମୟ ଦିଆଯାଇଛି। ପୁଲିସକୁ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ପଡ଼ିବ। ଅଦାଲତଙ୍କ ଅନୁମତି କ୍ରମେ ଏହାକୁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବୃଦ୍ଧି କରାଯାଇପାରିବ।
୩ ବର୍ଷ ମଧ୍ୟରେ ନିଷ୍ପତ୍ତି ନେବାକୁ ପ୍ରୟାସ କରାଯିବ। ୭ ଦିନ ଭିତରେ ଅନଲାଇନରେ ଉପଲବ୍ଧ ହେବାକୁ ପଡ଼ିବ ନିଷ୍ପତ୍ତି।

ବିଲରେ ଏକ ନୂଆ ବ୍ୟବସ୍ଥା ରହିଛି, ଯେଉଁଥିରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍‍ଙ୍କ ଭଳି ପଳାତକଙ୍କ ବିରୋଧରେ ମଧ୍ୟ କୋର୍ଟରେ ବିଚାର କରାଯିବ। ଯଦି କୌଣସି ମହିଳାଙ୍କ ସହ କୌଣସି ଅପରାଧ ହୋଇଛି ଏବଂ ସେ ଏତଲା ରୁଜୁ କରିବାକୁ ଯାଇଛନ୍ତି, ତେବେ ଏଭଳି ପରିସ୍ଥିତିରେ ଥାନାରେ ଜଣେ ମହିଳା କନେଷ୍ଟବଳ ଅଛନ୍ତି, ତେବେ ସେହି ମହିଳା କନଷ୍ଟେବଳଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରି ପୋଲିସକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପଡ଼ିବ।

ଭାରତୀୟ ପ୍ରମାଣ କୋଡ୍ ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ ପ୍ରମାଣର ପରିସରକୁ ବିସ୍ତାର କରିଥାଏ। କାଗଜ ରେକର୍ଡ ଭଳି ଏହି ପ୍ରମାଣ ମଧ୍ୟ ଆଇନଗତଭାବେ ବୈଧ ହେବ।
ଆଇପିସିରେ ସମଲିଙ୍ଗୀ ସମ୍ପର୍କକୁ ନେଇ ବ୍ୟବସ୍ଥା ଥିଲା, ତାହା ଭାରତୀୟ ନ୍ୟାୟ ସଂହିତାରେ ନାହିଁ। ଯଦି କେହି ଜୋରଜବରଦସ୍ତ ଏଭଳି ସମ୍ପର୍କ ସ୍ଥାପନ କରନ୍ତି ତେବେ ସେହି କ୍ଷେତ୍ରରେ କ’ଣ ହେବ ତାହା ମଧ୍ୟ ବିତର୍କର ବିଷୟ।

ବର୍ତ୍ତମାନ ସିଭିଲ ପ୍ରୋସିଜର କୋଡରେ କୁହାଯାଇଛି ଯେ ମାମଲାର ଶୁଣାଣି ଶେଷ ହେବାର ୩୦ ଦିନ ମଧ୍ୟରେ ଅଦାଲତ ରାୟ ଶୁଣାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ।
ଏଥିସହ ଯୁକ୍ତି ଉପସ୍ଥାପନଠାରୁ ଆରମ୍ଭ କରି ରାୟ ଶୁଣାଇବା ପର୍ଯ୍ୟନ୍ତ ଅଦାଲତକୁ ୬୦ ଦିନର ବାହ୍ୟ ସମୟ ସୀମା ଦିଆଯାଇଛି। ଧାରା ୩୫୩ ଅନୁଯାୟୀ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି)ରେ ମଧ୍ୟ କୁହାଯାଇଛି ଯେ ତୁରନ୍ତ ଖୋଲା ଅଦାଲତରେ କିମ୍ବା ପରବର୍ତ୍ତୀ ସମୟରେ ରାୟ ଶୁଣାଯିବ।

୨୦୦୧ମସିହାରେ ସୁପ୍ରିମକୋର୍ଟ ଏକ ରାୟରେ ଅଧସ୍ତନ ଅଦାଲତକୁ ଟାର୍ଗେଟ କରି ରାୟ ଶୁଣାଇବା ପାଇଁ ୬ ସପ୍ତାହରୁ ୨ ମାସ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଥିଲେ। ତେବେ ଏହି ସମୟସୀମାକୁ ଖୁବ୍ କମ୍ ଅନୁସରଣ କରାଯାଇଛି।

ସୁପ୍ରିମକୋର୍ଟ ତଥା ବିଭିନ୍ନ ହାଇକୋର୍ଟ ବାରମ୍ବାର କହିଛନ୍ତି ଯେ ରାୟ ଶୁଣାଇବାରେ ଏଭଳି ବିଳମ୍ବ ନ୍ୟାୟିକ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରିବାର ପ୍ରଭାବ ପକାଇଥାଏ।

ଯୁକ୍ତି ଶେଷ ହେବାର ୬ ମାସ ପରେ ମଧ୍ୟ ମାମଲାର ରାୟ ପ୍ରକାଶ ପାଇନଥିବା ଦର୍ଶାଇ ଚଳିତ ବର୍ଷ ମେ ମାସରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁଣାଣିକୁ ତ୍ୱରାନ୍ୱିତ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶ ଦେଇଥିଲେ ଏବଂ ମାମଲାର ପୁନଃ ଶୁଣାଣିକୁ ଅନ୍ୟ ଖଣ୍ଡପୀଠକୁ ସ୍ଥାନାନ୍ତର କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଲୋକସଭାରେ ବିଲ୍ ଉପରେ ବିତର୍କ ବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପୂର୍ବରୁ ରାୟ ଓ ଦଣ୍ଡାଦେଶ ମଧ୍ୟରେ ବହୁତ ସମୟ ବ୍ୟବଧାନ ଥିଲା। ଆମେ ଏହାକୁ ହ୍ରାସ କରିବାକୁ ସୁନିଶ୍ଚିତ କରିଛୁ।

ଏହାବ୍ୟତୀତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ମଧ୍ୟ କୌଣସି ମାମଲାରେ ଅଭିଯୁକ୍ତବ୍ୟକ୍ତିଙ୍କୁ କୋର୍ଟରେ ହାଜର ନ ହେଲେ ଦୋଷମୁକ୍ତ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଛି।

ଧାରା-୨୭୨ର ଯେତେବେଳେ ଅଭିଯୋଗ ଉପରେ ଶୁଣାଣି ଆରମ୍ଭ ହୋଇଛି ଏବଂ ମାମଲାର ଶୁଣାଣି ପାଇଁ ନିର୍ଦ୍ଧାରିତ କୌଣସି ଦିନରେ ଅଭିଯୋଗକାରୀ ଅନୁପସ୍ଥିତ ରହିବେ ଏବଂ ଅପରାଧ ଆଇନଗତ ଭାବରେ ଜଟିଳ ହୋଇପାରେ କିମ୍ବା ଏକ ଦଣ୍ଡନୀୟ ଅପରାଧ ନୁହେଁ, ସେତେବେଳେ ମାଜିଷ୍ଟ୍ରେଟ ଅଭିଯୋଗକାରୀଙ୍କୁ ତାଙ୍କ ବିବେକ ଅନୁଯାୟୀ ଉପସ୍ଥିତ ରହିବାକୁ ତିରିଶ ଦିନ ସମୟ ଦେଇପାରିବେ। ଯେ କୌଣସି ସମୟରେ ଚାର୍ଜସିଟ୍ ପ୍ରସ୍ତୁତ ହେବା ପୂର୍ବରୁ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିପାରିବେ।

ପ୍ରଚଳିତ ସିଆରପିସିରେ ଅଭିଯୋଗକାରୀଙ୍କୁ ନୋଟିସ୍ ଜାରି କରିବା କିମ୍ବା ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ। ସିଆରପିସି ଅନୁଯାୟୀ ପ୍ରକ୍ରିୟା ଏବଂ ସମୟସୀମା ମାଜିଷ୍ଟ୍ରେଟଙ୍କ ବିବେକ ଉପରେ ଛାଡ଼ି ଦିଆଯାଏ।

Categories
ଆଜିର ଖବର ଜାତୀୟ ଖବର

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ : ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଏମସ ତରଫରୁ ସୂଚନା ଦିଆଯାଇଛି। ଖୁବ ଶୀଘ୍ର ସେ ନିଜ ଘରକୁ ଫେରିବେ ବୋଲି ଏମସ ତରଫରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଅଗଷ୍ଟ 18 ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶ୍ରୀ ଶାହଙ୍କୁ ରାତି ଅଧରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ତେବେ  ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ। ଏଣୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଅମିତ ଶାହା ନିଜେ ଟ୍ଵିଟ୍‌ କରି ଏନେଇ ସୂଚନା ଦେଇଥିଲେ। ଏଥିସହ ସେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବି ଧନ୍ୟବାଦ ଜଣାଇଥିଲେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅମିତ୍‌ ଶାହାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହର କଲେ ଡାକ୍ତର

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶ୍ରୁତି ପରେ ଡାକ୍ତର ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଡାକ୍ତରଙ୍କୁ ଆକ୍ରମଣ ବିରୋଧରେ ଆଇନ ପ୍ରଣୟନ ପାଇଁ ଦାବି କରାଯିବା ସହିତ ପ୍ରତିବାଦରେ ଦୁଇ ଦିନିଆ ବନ୍ଦର ଡାକରା ଦେଇଥିଲେ । ମାତ୍ର ଡାକ୍ତରଙ୍କୁ ଆକ୍ରମଣ କରାଗଲେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେବା ପରେ ଭାରତୀୟ ମେଡିକାଲ ସଂଘ(ଆଇଏମ୍‌ଏ) ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ଡାକ୍ତର ସଂଘ ସହିତ ଶାହାଙ୍କର ଏହି ଭିଡିଓ କଲ୍‌ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ରହିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଓଡିଶା ସମେତ ୮ଟି ରାଜ୍ୟପାଇଁ ୫୭୫୧.୨୭ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି। ବନ୍ୟା, ମରୁଡ଼ି, ଭୂସ୍ଖଳନ ଓ ବାତ୍ୟାଭଳି ପ୍ରାକୃତିକ ବିପତି ପାଇଁ ଓଡ଼ିଶା, ବିହାର,ମହାରାଷ୍ଟ୍ର, କେରଳ, ନାଗାଲାଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଏହି ସହାୟତା ପାଇବେ। ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ଫଣ୍ଡ (ଏନଡିଆରଏଫରୁ ଏହି ଫଣ୍ଡ ଯୋଗାଇ ଦିଆଯିବ।

ତେବେ ଏହି ଅର୍ଥ ପ୍ରଦାନ ପାଇଁ କମିଟି କେତେକ ସର୍ତାରୋପ କରିଛି ।୨୦୧୯ରେ ହୋଇଥିବା ପ୍ରାକୃତିକ ବିପତି ନିମନ୍ତେ ସଂପୃକ୍ତ ରାଜ୍ୟଗୁଡ଼ିକୁ ଏହି ଅତିରିକ୍ତ ସହାୟତା ଦିଆଯିବ। ଏପ୍ରିଲ ପହିଲା ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ସଂପୃକ୍ତ ରାଜ୍ୟମାନେ ଏନଡିଆରଏଫରୁ ଯଦି ଅଗ୍ରୀମ ଆକାରରେ ଅର୍ଥ ନେଇଛନ୍ତି ତାହାହେଲେ ତାହାର ୫୦ ଭାଗ ଅର୍ଥ ମଦୁରା ହେବ ତା ତାହାକୁ ଆଡଜଷ୍ଟ କରାଯିବ। ବିହାର ଏହି ଅତିରିକ୍ତ ସହାୟତା ବାବଦରେ ୯୫୩.୧୭ କୋଟି ଟଙ୍କା ପାଇବାକୁ ଥିବାବେଳେ ଇତିମଧ୍ୟରେ ୪୦୦ କୋଟି ଟଙ୍କା ରାଜ୍ୟକୁ ଦିଆସରିଛି।

ସେହିଭଳି କେରଳ ୪୬୦କୋଟି ୭୭ଲକ୍ଷ, ନାଗାଲାଣ୍ଡ ୧୭୭.୩୭ କୋଟି, ଓଡ଼ିଶା ୧୭୯ କୋଟି ୬୪ ଲକ୍ଷ, ମହାରାଷ୍ଟ୍ର ୧୭୫୮ କୋଟି ୧୮ଲକ୍ଷ, ପଶ୍ଚିମବଙ୍ଗ ୧୦୯୦ କୋଟି ୬୮ଲକ୍ଷ, ରାଜସ୍ଥାନ ୧୧୧୯ କୋଟି ୯୮ଲକ୍ଷ ଟଙ୍କା ପାଇବେ।ଏହାଛଡ଼ା କର୍ଣ୍ଣାଟକକୁ ୨୦୧୮-୧୯ ବର୍ଷର ବକେୟା ବାବଦରେ ୧୧କୋଟି ୪୮ ଲକ୍ଷଟଙ୍କା ମିଳିବ।

୨୦୧୯-୨୦ ଆର୍ଥିକ ବର୍ଷର ଦେୟ ବାବଦରେ ଆଜିପର୍ଯ୍ୟନ୍ତ କେନ୍ଦ୍ର ସରକାର ଏନଡିଆରଏଫ ପାଣ୍ଠି ଓ ଅତିରିକ୍ତ ସହାୟତା ଆକାରରେ ୨୯ଟି ରାଜ୍ୟକୁ ୧୦୩୭ କୋଟି ୬୨ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ଏହାମଧ୍ୟରେ ଜାମ୍ମୁକାଶ୍ମୀର ମଧ୍ୟ ଅନ୍ତର୍ଭୁକ୍ତ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦେଶରେ ଗୁଜୁରାଟ ମଡେଲ ଦଙ୍ଗା ଚାଲିଛି : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡିଶା ଗସ୍ତ ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଏକ ର‌୍ୟାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଦେଶରେ ତଥା ଦିଲ୍ଲୀରେ ଦଙ୍ଗା ପାଇଁ ଦାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମିତ୍ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଶ୍ରୀମତୀ ମହାପାତ୍ର କହିଲେ ଯେ ଗୁଜୁରାଟ ଦଙ୍ଗାକାରୀ ଆଜି ଦେଶରେ ଦଙ୍ଗା କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ସେତେବେଳେ ଏମାନଙ୍କୁ ମୌତ୍ କା ସୌଦାଗର କହିଥିଲେ। ଗୁଜୁରାଟ ମଡେଲରେ ଭାରତବର୍ଷର ବିକାଶ ନାରା ଦେଇଥିବା ପ୍ରଧାନମନ୍ତ୍ରୀ ଆଜି ଭାରତରେ ଗୁଜୁରାଟ ମଡେଲ ଦଙ୍ଗା କରୁଛନ୍ତି। ବିଶେଷକରି ଦିଲ୍ଲୀ ଜଳୁଥିବା ବେଳେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ସମର୍ଥନରେ କେନ୍ଦ୍ର ସରକାରଙ୍କ ପୃଷ୍ଠପୋଷକତାରେ ଦେଶରେ କୋଟି କୋଟି ଟଙ୍କା ବ୍ୟୟରେ ଦଳୀୟ ଏବଂ ଜନବିରୋଧି ରାଲି କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ଯଜ୍ଞେଶ୍ବର ବାବୁ, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ରମାକାନ୍ତ ସାହୁ, ବିସ୍ମୟ ମହାପାତ୍ର, ଶୁଭଶ୍ରୀ ପଣ୍ଡା, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତ୍ରିପାଠୀ, ସଂଜୀବ ମହାନ୍ତି, ମୋହନ ଜେନା, ଶ୍ରୀୟାସ୍ମିତା ପଣ୍ଡା, ଲୁଲୁ ଅହମ୍ମଦ, ମଂଟୁ ମଲ୍ଲିକ, ରାଜକିଶୋର ବାରିକ, ଶିବନ ମୁଶାରଫ, ଜାନକୀ ମଲ୍ଲିକ, ଅମିତା ବିଶ୍ୱାଳ, ରୂପାଦିପ୍ତା ମହାପାତ୍ର, ଦୀପକ ମହାପାତ୍ର, ଦେବବ୍ରତ ମହାନ୍ତି, ପ୍ରତିମା ମଲ୍ଲିକ, ସରୋଜ ମହାନ୍ତି, ଦେଓ ପ୍ରସାଦ, ନାସିର ଖାନ, ଦୁଷ୍ମନ୍ତ ପାଟ୍ଟଶାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର

ଗୁଳି ମାର ବୋଲି ସ୍ଲୋଗାନ ଦେବା ଓ ଗୁଳି ମାରିବା ଭିତରେ କେବଳ ଗୋଟେ ରାଜନୀତି ହିଁ ରହିଛି

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନରେ “ଦେଶ କି ଗଦ୍ଦାରୋ କୋ, ଗୋଲି ମାରୋ ଶାଲୋ କୋ” ଭଳି ଜଘନ୍ୟ ସ୍ଲୋଗାନକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବିଜେପି ପାଇଁ ଜାନୁଆରୀ ୩୦ ତାରିଖ ଐତିହାସିକ ଦିବସ ନିଶ୍ଚୟ। ୧୯୪୮ ଜାନୁଆରୀ ୩୦ ତାରିଖରେ ଏମିତି ଗୁଳି ମାରିବାର ଭାବନା ନେଇ ନାଥୁରାମ ଗଡସେ ନାମକ ଜଣେ ଯୁବକ ଭାରତର ଭାରତର ସର୍ବଶ୍ରେଷ୍ଠ ଜନନାୟକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା। ନାଥୁରାମ ଥିଲା ବୈଚାରିକ ଭାବରେ ଅନ୍ଧ ଓ ତା ମନ ଭିତରେ କେବଳ ଘୃଣାର ଭାବନା ଭାରି ରହିଥିଲା। ସେମିତି ୨୦୨୦ ଜାନୁଆରୀ ୩୦ ତାରିଖ ଦିନ ଆଉ ଜଣେ ଉନ୍ମାଦ ଯୁବକ କିଛି ପ୍ରତିବାଦକାରୀ ଯୁବକଙ୍କ ଉପରେ ଗୁଳି ଚଳାଇଥିଲା। ଦିଲ୍ଲୀ ପୁଲିସର ଉପସ୍ଥିତିରେ, ସୋସିଆଲ ମିଡିଆରେ ଖୋଲାଖୋଲି ଘୋଷଣା କରି ରାମଭକ୍ତ ନାମକ ଜଣେ ୧୭ ବର୍ଷର ଯୁବକ ପ୍ରତିବାଦକାରୀ ଜାମିଆ ମିଲିଆର ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ମାତ୍ର ୧୭ ବର୍ଷର ଏହି ଯୁବକ ଭିତରେ ଏତେ ପରିମାଣରେ ବିଜେପି ଭକ୍ତି ଓ ବିଜେପି ବିରୋଧୀଙ୍କ ପ୍ରତି ଘୃଣା ଭାରି ରହିଛି ଯେ ସେ ସବୁ ବିଜେପି ବିରୋଧୀଙ୍କୁ ଗୁଳିକରି ମାରିଦେବାକୁ ପ୍ରସ୍ତୁତ ବୋଲି କହିଛି।

ଏ ପ୍ରକାର ପାଗଳାମି କଣ ଏକ ସାଧାରଣ ଘଟନା? ଜଣେ ୧୭ ବର୍ଷର ଯୁବକ ଭିତରେ ଏ ପ୍ରକାର ହିଂସ୍ର ଭାବନା ତିଆରି କରିଛି କିଏ? ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ପ୍ରତିପକ୍ଷଙ୍କ ପ୍ରତି ତୀବ୍ର ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପିର ତୁଙ୍ଗ ନେତାମାନେ ଅତ୍ୟନ୍ତ ଭୟଙ୍କର ଭାଷା ପ୍ରୟୋଗ ଆରମ୍ଭ କରିଥିଲେ। ଖୋଦ ଗୃହମନ୍ତ୍ରୀ ଅମିତ ଶାହ ଏ ପ୍ରକାର ଭାଷାକୁ ନିଜ ରଣନୀତିର ଅଂଶ ଭାବରେ ଗ୍ରହଣ କରିଛନ୍ତି। ଦେଶର ଗୃହମନ୍ତ୍ରୀ ଭାବରେ ଅମିତ ଶାହ ଯେଉଁ ଭାଷା ବ୍ୟବହାର କରୁଛନ୍ତି, ସେଥିରେ ଶାନ୍ତି ଓ ସଦଭାବନା ଅପେକ୍ଷାଘୃଣାର ପ୍ରାବଲ୍ୟ ଅଧିକ। ଏ ପ୍ରକାର ଭାଷାର ସାଧାରଣ ପରିଣତି ହେଉଛି ହିଂସା ଏବଂ ରକ୍ତପାତ। ଜାନୁଆରୀ ୩୦ରେ “ୟେ ଲୋ ଆଜାଦି” ବୋଲି ପ୍ରତିବାଦକାରୀଙ୍କୁ  ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥିବା ଏ ଯୁବକର ଆଚରଣକୁ ଅଲଗା କରି ଦେଖିହେବ ନାହିଁ। ସରକାର ବିରୋଧୀଙ୍କ ପ୍ରତି ହିଂସାର ଭାବନା ସୃଷ୍ଟି କରିବାକୁ ବିଜେପିର ଅପପ୍ରୟାସର ଏହା ହେଉଛି ଅନ୍ତିମ ପରିଣାମ।

ଆମ ସହିତ ନଥିବା ଅନ୍ୟମାନଙ୍କୁ ଦେଶଦ୍ରୋହୀ ଓ ସେମାନେ ଗୁଳି ଖାଇବାର ଯୋଗ୍ୟ ବୋଲି ସରକାରୀ ଦଳର ଚିନ୍ତନ, ଆମର ରାଜନୀତିକୁ ସବୁଠୁ ବିପଜ୍ଜନକ ମୋଡରେ ଠିଆ କରିଛି। ବାରମ୍ବାର ହିଂସା ଓ ଘୃଣାର ବାତାବରଣ ସୃଷ୍ଟି ହେଉଥିବା ସତ୍ତ୍ୱେ ବିଜେପି ନିଜ ଚିନ୍ତନ ବଦଲାଉ ନାହିଁ। ଅନେକାଂଶରେ ବିଜେପିର ତୁଙ୍ଗ ନେତାମାନେ ହିଂସା ସପକ୍ଷରେ ନିଜର ମତ ରଖୁଛନ୍ତି।  ଗତ ମାସରୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରବଳ ପ୍ରତିରୋଧ ଆରମ୍ଭ ହେଲା ପରେ ଏହି ଆନ୍ଦୋଳନକୁ ହିଂସା ମାଧ୍ୟମରେ ଚପାଇ ଦେବାର ଉଦ୍ୟମ ହୋଇଛି। ଆସାମ, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ପ୍ରାରମ୍ଭିକ ହିଂସା ଘଟି ୩୦ ପାଖାପାଖି ନାଗରିକ ପ୍ରାଣ ହରାଇଛନ୍ତି। ସମୟ କ୍ରମେ ଏହି ଆନ୍ଦୋଳନ ଅଧିକରୁ ଅଧିକ ହିଂସାବିହୀନ ଓ ଗଣତାନ୍ତ୍ରିକ ହେବା ଆରମ୍ଭ କରିଛି।

ଏହି ଆନ୍ଦୋଳନର ଜନସୂତ୍ରକୁ ବୁଝିବାରେ ନରେନ୍ଦ୍ର ମୋଦୀ ସରକାର ସମୂର୍ଣ୍ଣ ଅକ୍ଷମ। ଲୋକଙ୍କ ସହିତ ଆଲୋଚନାର ରାସ୍ତା ବାଛିବା ପରିବର୍ତ୍ତେ ସରକାର ଓ ସରକାରୀ ଦଳ ଏହି ଆନ୍ଦୋଳନ ବିରୋଧରେ ବିଷାକ୍ତ ବାର୍ତ୍ତା ସବୁ ପ୍ରଚାର କରୁଛନ୍ତି। ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଏହାର ସୋସିଆଲ ମିଡିଆ ସେଲ ଓ ମୁଖପାତ୍ରମାନେ  ପ୍ରତିବାଦକୁ ଦେଶଦ୍ରୋହ ବୋଲି କହି ଲୋକଙ୍କ ମନରେ ପ୍ରତିଶୋଧର ଭାବନା ତିଆରି କରୁଛନ୍ତି। ବିଜେପିର ମନ୍ତ୍ରୀମାନେ ଖୋଲାଖୋଲି ବିରୋଧୀଙ୍କୁ “ଗଦ୍ଦାର” ବୋଲି କହିବା ସହିତ ସେମାନଙ୍କ ଉପରକୁ ଗୁଳି କରାଯାଉ ବୋଲି କହିବାକୁ ପଛାଉନାହାନ୍ତି। ଏ ପ୍ରକାର ଚିନ୍ତନ ପଛରେ ସୋସିଆଲ ମିଡିଆ ଏବଂ ଏକ ନିର୍ଦ୍ଦିଷ୍ଟ ବିଚାରକୁ ଭଲ ପାଉଥିବା ଲୋକଙ୍କର ସମର୍ଥନ ରହିଛି।

ଦିଲ୍ଲୀରେ ଘଟିଥିବା ଏହି ଗୁଳିକାଣ୍ଡ ପରେ ଘୃଣାର ରାଜନୀତି ବିଷୟରେ ଶାସକ ଦଳ ଆଉଥରେ ଚିନ୍ତା କରିବା ଉଚିତ ହେବନାହିଁ କି? ତେବେ ଏହି ଘଟନାକୁ ନେଇ ସରକାର ଓ ସରକାରୀ ଦଳର ପ୍ରତିକ୍ରିୟା ଦେଖି ମାନେ ହେଉଛି ଯେ, ଏ ପ୍ରକାର କଳଙ୍କ ଠୁ ଦୂରେଇବା ଅପେକ୍ଷା ଏହାକୁ ଅନେକାଂଶରେ ସମର୍ଥନ ଦେବା ଭଳି ସ୍ଥିତି ଏବେ ତିଆରି କରା ହେଉଛି। ଶାସକ ଦଳର ସମର୍ଥକ ଭାବେ ଜଣାଶୁଣା କିଛି ଗଣମାଧ୍ୟମର ସମର୍ଥନ ହତ୍ୟାକାରୀ ଓ ହିଂସାକାରୀଙ୍କୁ ମିଳୁଛି। ଏହା ସବୁଠୁ ଚିନ୍ତାର ବିଷୟ।

ରାଜନୀତିରେ ନିର୍ବାଚନ ଜିତିବା ବା ହାରିବା ବଡ କଥା ନୁହେଁ। କିନ୍ତୁ ନିର୍ବାଚନ ଜିତିବା ଲାଗି ଯଦି ଏକ ହିଂସ୍ର ପରିବେଶ ତିଆରି ହୁଏ, ତାହେଲେ ତାରପ୍ରଭାବ ଆଗାମୀ ଶହ ଶହ ବର୍ଷ ଧରି ଆମର ସାମାଜିକ ଜୀବନକୁ ବିଷାକ୍ତ କରି ରଖିବ।

Categories
ବିଶେଷ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ, ଅରବିନ୍ଦ କେଜ୍ରିୱାଲ ବନାମ ଅମିତ ଶାହ

କେଦାର ମିଶ୍ର

ଦିଲ୍ଲୀ ବିଧାନସଭା ନିର୍ବାଚନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ବୋଲି କହିବାକୁ ଆମେ ବାଧ୍ୟପୂର୍ବରୁ ସବୁ ବିଧାନସଭା ନିର୍ବାଚନରେ ବିଜେପି ନିଜର ଏକମାତ୍ର ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥାପିତ କରି ଆସୁଥିଲାଅଳ୍ପ ଦିନ ତଳେ ଅନୁଷ୍ଠିତ ହରିୟାନା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଏକମାତ୍ର ଚେହେରା ନରେନ୍ଦ୍ର ମୋଦୀ ରହିଥିଲେ। ଯଦିଓ ଏହି ତିନୋଟି ରାଜ୍ୟରେ ବିଜେପି ସରକାର ରହିଥିଲା, ତଥାପି ରାଜ୍ୟ ପ୍ରସଙ୍ଗ ତୁଳନାରେ ଏହି ସବୁ ରାଜ୍ୟରେ ବିଜେପି ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିର ଭରସାରେ ନିର୍ବାଚନ ଲଢିଥିଲା।

 ସାଧାରଣ ନିର୍ବାଚନ ପରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ଓ ନୂଆ ନାଗରିକ ସଂଶୋଧନ ଆଇନକୁ ପ୍ରସଙ୍ଗ କରି ବିଜେପି ଏହି ନିର୍ବାଚନ ଲଢିଥିଲା ଓ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ହରିୟାନାରେ ଦଳ ସଂଖ୍ୟା ଗରିଷ୍ଠତାଠୁ ଯଥେଷ୍ଟ ଦୂରରେ ରହିଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ସହିତ ଏହାର ମେଣ୍ଟ ଭାଙ୍ଗି ଗଲା। ଝାଡଖଣ୍ଡ ନିର୍ବାଚନ ବେଳକୁ ନାଗରିକ ସଂଶୋଧନ ଆଇନକୁ ଖୋଦ ପ୍ରଧାନମନ୍ତ୍ରୀ ଏକ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବା ସତ୍ତ୍ୱେ, ଏଠାରେ ବିଜେପିର ଶୋଚନୀୟ ପରାଜୟ ଘଟିଲା। ବିଜେପି ସଭାପତି ଭାବେ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସବୁ ନିର୍ବାଚନରେ ବିଜେପିର ପରାଜୟ ପାଇଁ ନୈତିକ ଉତ୍ତର ଦାୟିତ୍ଵ ନେଇଥିଲେ କି? କଂଗ୍ରେସର ପରାଜୟରେ ରାହୁଲ ଗାନ୍ଧୀଙ୍କୁ ଗୁଡେଇ ତୁଡେଇ ଅପଦସ୍ତ କରୁଥିବା ଆମର ଗଣମାଧ୍ୟମ ବିଜେପି ସଭାପତିଙ୍କୁ ଏହି ସବୁ ବିଧାନସଭା ନିର୍ବାଚନ ପରେ ଉତ୍ତରଦାୟୀ କରିଥିଲା କି? ଏ ସବୁ ପ୍ରଶ୍ନ ଆଜିକାଲି ପଚାରିବା ମଧ୍ୟ ସମ୍ଭବ ହେଉନାହିଁ, କାରଣ ଆମ ଜାତୀୟ ଜୀବନରେ ଏବେ ଭକ୍ତିଯୁଗ ଚାଲିଛି ଓ ଭକ୍ତିଯୁଗରେ ପ୍ରଶ୍ନ ପଚାରିବା ଏକପ୍ରକାର ପାପ!

ପୂର୍ବ ତିନୋଟି ବିଧାନସଭା ନିର୍ବାଚନର ଫଳାଫଳ ଯୋଗୁଁ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପ୍ରକାର ସତର୍କ ଦୂରତାରେ ରଖିଛି। ମୋଦୀଙ୍କ ତୁଳନାରେ ଏଥର ଦିଲ୍ଲୀରେ ବିଜେପିର ଚେହେରା ଭାବରେ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ଲଢାଉଛନ୍ତି। ବେଳେ ବେଳେ ଲାଗୁଛି ବୋଧହୁଏ ଅମିତ ଶାହ ଦିଲ୍ଲୀ ନିର୍ବାଚନ ରେ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବୀ। ଅମିତ ଶାହ ଘରକୁ ଘର ବୁଲି ଦିଲ୍ଲୀର ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ନିର୍ବାଚନର ପରିବେଶକୁ ଦେଖିଲେ ଦିଲ୍ଲୀରେ ଯଦି ବିଜେପି ଜିତେ ତାହେଲେ ତାର ସବୁ ଶ୍ରେୟ ଅମିତ ଶାହଙ୍କ ପାଖକୁ ଯିବ।  ହେଲେ ଏହାର ବିପରୀତରେ ଯଦି ବିଜେପି ଦିଲ୍ଲୀରେ ପରାଜୟ ବରଣ କରେ ତାହେଲେ ଏହାର ନୈତିକ ଦାୟିତ୍ଵ ଅମିତ ଶାହ ନେବେ କି? ଆମର ସ୍ପଷ୍ଟ ମାନେ ଅଛି ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପରେ ସେତେବେଳେ ବିଜେପିର ଜାତୀୟ ସଭାପତି ଥିବା ଅମିତ ଶାହ ପଡେ ପ୍ରତିକ୍ରିୟା ରଖିବାକୁ ମଧ୍ୟ ଦେଖା ଦେଇ ନଥିଲେ। ସମାନ ଭାବରେ ଏହି ନିର୍ବାଚନରେ ବିଜେପିର ଚେହେରା ଭାବରେ ଅମିତ ଶାହ ବିଜେପିର ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ରହିବା ଉଚିତ।

ଦିଲ୍ଲୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ କାମ କୁ ଆଧାର କରି ଭୋଟ ମାଗୁଥିବା ବେଳେ ବିଜେପି ନିଜର ପୁରୁଣା ହିନ୍ଦୁ-ମୁସଲମାନ ବିଭାଜନକାରୀ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛି। ଅମିତ ଶାହାଙ୍କ ନେତୃତ୍ବରେ ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଦିଲ୍ଲୀରେ ସବୁଠୁ ହିଂସ୍ର ଓ ବିଭାଜନାକାରୀ ଭାଷଣ ଦେଉଛନ୍ତି। ନିର୍ବାଚନ କମିଶନ ଇତି ମଧ୍ୟରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ସାଂସଦ ପ୍ରଜେଶ ସିଂ ବର୍ମାଙ୍କୁ ତାରକା ପ୍ରଚାରକ ତାଲିକାରୁ ବାଦ ଦେଇଛନ୍ତିନିର୍ବାଚନ କମିଶନଙ୍କ କାର୍ଯାନୁଷ୍ଠାନ ପରେ ମନ୍ତ୍ରୀ ଭାବରେ ରହିବାର ଅଧିକାର ଅନୁରାଗ ଠାକୁରଙ୍କର ରହିଛି କି? ବିଜେପି ତରଫରୁ ନାଗରିକ ସଂଶୋଧନ ଆଇନ ବିରୋଧରେ ଶାହିନ ବାଗଠାରେ ଚାଲିଥିବା ପ୍ରଭାବଶାଳୀ ଆନ୍ଦୋଳନ ବିରୋଧରେ ନିରନ୍ତର ବିଷୋଦ୍ଗାର କରାଯାଉଛି। ଏହି ପ୍ରସଙ୍ଗକୁ ବିଜେପି ନିଜର ମୁଖ୍ୟ ଆଧାର କରିଥିବା ବେଳେ କେଜ୍ରିୱାଲ ବିଜେପି ଜାଲରେ ଧାରା ଦେଉନାହାନ୍ତି। ସେ ସିଧାସଳଖ ଦିଲ୍ଲୀ ସରକାରର କାମକୁ ନେଇ ଭୋଟ ମାଗୁଛନ୍ତି। “ଯଦି ମୁଁ କାମ କରି ନାହିଁ ତାହେଲେ ମୋତେ ଭୋଟ ଦିଅନ୍ତୁ ନାହିଁ ବୋଲି କହିବାର ସତସାହସ ତାଙ୍କର ରହିଛିବିଜେପି କେଜ୍ରିୱାଲଙ୍କ ବିକଳ୍ପ ତିଆରି କରିବା ପରିବର୍ତ୍ତେ କେବଳ ହିନ୍ଦୁ-ମୁସଲମାନ ଓ ପାକିସ୍ତାନ ନାମରେ ଭୋଟ ମାଗିବାକୁ ଚାହୁଁଛି।

ଆସନ୍ତା ୧୦ ଦିନ ଭିତରେ ବିଜେପି ନିଜର ବିଭାଜନକାରୀ ପ୍ରସଙ୍ଗକୁ ଅଧିକ ଶାଣିତ କରିବ। ହେଲେ ଆମ ଆଦମି ପାର୍ଟି ଏଥର ବିଜେପିର କୌଣସି ପ୍ରସଙ୍ଗକୁ ଗୁରୁତ୍ଵ ନଦେବାର ଏକ ସୁଚିନ୍ତିତ ରଣନୀତି ତିଆରି କରିଛି। ଶାହିନ ବାଗକୁ ନେଇ ଅମିତ ଶାହ କେଜ୍ରିୱାଲଙ୍କୁ ଯେତିକି ଟାଣିବାକୁ ଚେଷ୍ଟା କରୁଛନ୍ତି, ଏହା ଅମିତ ଶାହାଙ୍କ ବିଫଳତା ବୋଲି କେଜ୍ରିୱାଲ କହି ଚାଲିଛନ୍ତି।

ନିର୍ବାଚନ ଫଳ ଆସନ୍ତା ଫେବ୍ରୁଆରି ୧୧ରେ ପ୍ରକାଶ ପାଇବା ପରେ ବିଜେପି ଜିତିଳେ ଶାହଙ୍କ ମୁଣ୍ଡରେ ଫୁଲ ବର୍ଷା ହେବ ନିଶ୍ଚୟ, ହେଲେ ବିଜେପି ହାରିଲେ ଏହାର ଉତ୍ତରଦାୟିତ୍ଵ ଶାହ ନେବେ ତ!!

Categories
ଆଜିର ଖବର ଜାତୀୟ ଖବର

ଅମିତ ଶାହାଙ୍କୁ ପଶୁ ବୋଲି ସମ୍ବୋଧନ କଲେ ଅନୁରାଗ କଶ୍ୟପ

ମୁମ୍ବାଇ : ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଶୁ ବୋଲି ସମ୍ବୋଧନ କରିଛନ୍ତି । ଆସାମରେ ବୋଡୋ ଆତଙ୍କୀ ସଙ୍ଗଠନ ସହିତ ଗୃହମନ୍ତ୍ରୀ ଅମିତ ଶାହା ଶାନ୍ତି ଚୁକ୍ତି ସ୍ବାକ୍ଷର କରିବା ସହିତ ଏହାକୁ ଐତିହାସିକ ବୋଲି ଅଭିହିତ କରିଥିଲେ । ଅମିତ ଶାହାଙ୍କ ଏହି ମନ୍ତବ୍ୟ ପରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ସରକାର ଏବଂ ଗୃହମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ହିନ୍ଦିରେ ଟ୍ବିଟ୍ କରି କଶ୍ୟପ୍‌ ଗୃହମନ୍ତ୍ରୀଙ୍କୁ ଭୟାଳୁ ବୋଲି କହିଥିଲେ । ନିଜର ପୋଲିସ୍‌, ନିଜର ଗୁଣ୍ଡା, ନିଜର ସେନା ଏହା ସତ୍ତ୍ବେ ମଧ୍ୟ ନିଜର ସୁରକ୍ଷା ବ୍ୟବସ୍ଥା ବଢାଇ ନିରୀହ ପ୍ରତିବାଦକାରୀଙ୍କ ଉପରକୁ ଆକ୍ରମଣ କରାଯାଉଛି । ଏପରି ନିନ୍ଦନୀୟ କାର୍ଯ୍ୟ କରିଥିବାରୁ ଅମିତ ଶାହାଙ୍କ ପରି ଜଣେ ପଶୁଙ୍କ ଉପରକୁ ଇତିହାସ ଛେପ ପକାଇବ ବୋଲି କଶ୍ୟପ୍‌ ଟ୍ବିଟ୍‌ କରିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ବିଜେପିରେ ଅମିତ ଶାହାଙ୍କ ଭଳି ସଭାପତି, ଅତୀତରେ ନଥିଲେ, ଭବିଷ୍ୟତରେ ହେବାର ସମ୍ଭାବନା ମଧ୍ୟ କମ

କେଦାର ମିଶ୍ର

ଚିରକାଳ ବିଜେପିର ବିଚାର ଓ କାର୍ୟଶୈଳୀକୁ ସମାଲୋଚନା କରି ଆସୁଥିବା ମୋ ଭଳି ଜଣେ ସମାଲୋଚକ ପାଖରୁ, ଏମିତି ଏକ ଶୀର୍ଷକ ଦେଖି କେହି କେହି ଚମକି ପଡିବେ ନିଶ୍ଚୟତେବେ ଏ ଶୀର୍ଷକ ଲେଖିବାକୁ ଆମେ ବାଧ୍ୟ, କାରଣ ଭାରତୀୟ ଜନତା ପାର୍ଟିର ଚାଳିଶ ବର୍ଷର ଇତିହାସ ଓ ଏହାର ପୂର୍ବ ଅବତାର ଜନସଙ୍ଘର ୨୫ ବର୍ଷର ଅସ୍ତିତ୍ବରେ ଅମିତ ଶାହାଙ୍କ ଭଳି ସଭାପତି, ସେମାନେ ପାଇନଥିଲେ। ଆଗକୁ ପାଇବେ କି ନା, ସେଥିରେ ସନ୍ଦେହ ରହିଛି। ବିଜେପିକୁ “ଭାତ ଡାଲମା ଓ ଧୋତି କୁର୍ତ୍ତା”ର ଦଳରୁ ସବୁଠୁ “ହାଇ ଟେକ ଓ କର୍ପୋରେଟ ଢାଞ୍ଚା” ର ସଂଗଠନ ଭାବେ ଗଢି ତୋଳିବାରେ ଅମିତ ଶାହାଙ୍କର ଅନନ୍ୟ ଭୂମିକା ରହିଛି। ଏହା କେତେଦୂର ଭଲ ଓ ବିଜେପି ଆଦର୍ଶ ସହିତ ଏହା କେତେଦୂର ଖାପ ଖାଉଛି, ସେ ପ୍ରସଙ୍ଗ ଭିନ୍ନ। ହେଲେ ଏକ ରାଜନୈତିକ ଦଳ ଭାବରେ ବିଜେପିକୁ କ୍ଷମତାର ଶୀର୍ଷରେ ପହଞ୍ଚାଇବା, ଦଳର ପାଣ୍ଠିକୁ ଏତେ ଅଧିକ ସମୃଦ୍ଧ କରିବା ଓ ଦଳ ପାଇଁ ଚିରସ୍ଥାୟୀ ଭିତ୍ତିଭୂମି ତିଆରି କରିବାରେ ଅମିତ ଶାହା ବିଜେପିକୁ ସବୁ ରାଜନୈତିକ ଦଳଙ୍କଠାରୁ ବହୁ ଆଗରେ ଛିଡା କରାଇ ଦେଇଛନ୍ତି। ଆଜି ଅମିତ ଶାହା ବିଜେପି ସଭାପତି ପଦ ଛାଡିଲା ବେଳକୁ, ବିଜେପି ପାଖରେ ତାରକା ହୋଟେଲ ଭଳି କାର୍ୟାଳୟ, ସର୍ବାଧିକ ପାଣ୍ଠି ଓ ସବୁଠୁ ଅଧିକ କ୍ଷମତା ଦେଇ ଯାଇଛନ୍ତି। ନୂଆ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କୁ ଆଜି ଯେଉଁ ବିଜେପିର ଦାୟିତ୍ଵ ମିଳିଛି, ସେ ବିଜେପି ଗୋଟେ ସ୍ଵୟଂ ସଂପୂର୍ଣ୍ଣ ସଂଗଠନ।

କଂଗ୍ରେସ ଦଳ ଭାରତରେ ପଚାଶ ବର୍ଷ ଶାସନ କଲା ପରେ ମଧ୍ୟ ଦଳ ପାଖରେ ନା ଭିତ୍ତିଭୂମି ରହିଛି, ନା ତିଆରି ହୋଇଛି ଏତେ ସମୃଦ୍ଧ ଦଳୀୟ ପାଣ୍ଠି। କଂଗ୍ରେସ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାବରେ ଆଜି ମଧ୍ୟ ନିଜର ମୁଖ୍ୟ କାର୍ୟାଳୟ ଏକ ସରକାରୀ ବାସଭବନରୁ ଚଳାଇ ଆସୁଛିଗତ ପାଞ୍ଚ ବର୍ଷ ଭିତରେ ବିଜେପି ନିଜର ଜାତୀୟ କାର୍ୟାଳୟକୁ ସବୁଠୁ ଉତ୍କୃଷ୍ଠ ଯୋଗାଯୋଗର କେନ୍ଦ୍ର ଭାବରେ ଗଢିଛିକ୍ଷମତାର ପ୍ରୟୋଗ କରି ଦଳକୁ ସୁଦୃଢ କରିବାର କଳା କଂଗ୍ରେସ ବୋଧେ ଜାଣିନଥିଲା।

ଅମିତ ଶାହାଙ୍କ ଆଗରୁ ଯେଉଁମାନେ ବିଜେପିର ସଭାପତି ଥିଲେ ସେମାନେ ନିତାନ୍ତ ସାଧାରଣ ଲୋକ ଭଳି ବଞ୍ଚୁଥିଲେ। ଅଟଳ ବିହାରୀ ବାଜପାୟୀ, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କୁଶାଭାଉ ଥାକରେ, ବଙ୍ଗାରୁ ଲକ୍ଷ୍ମଣ, ଜାନା କୃଷ୍ଣମୂର୍ତ୍ତି, ଭେଙ୍କୟା ନାଇଡୁ, ରାଜନାଥ ସିଂ ଓ ନିତିନ ଗଡକାରୀଙ୍କ ଭଳି ପୂର୍ବତନ ବିଜେପି ସଭାପତିମାନେ ଦଳକୁ କର୍ପୋରେଟ ଢାଞ୍ଚାରେ ଗଢିବାକୁ ହୁଏତ ସଙ୍କୋଚ କରୁଥିଲେ। କୁଶାଭାଉ ଥାକରେ ଓ ଜାନା କୃଷ୍ଣମୂର୍ତ୍ତି ବିଜେପିରେ ସବୁଠୁ ସରଳ ଜୀବନ ପାଇଁ ପ୍ରସିଦ୍ଧ ଥିଲେଗୋଟେ ସମୟ ଏମିତି ଥିଲା ଯେ ବଙ୍ଗାରୁ ଲକ୍ଷ୍ମଣ ମାତ୍ର ଏକ ଲକ୍ଷ ଟଙ୍କା ବିଜେପି ପାଇଁ ଚାନ୍ଦା ନେଇ ଧରା ପଡିଥିଲେ ଓ ସେଥିରେ ଦଳ ପ୍ରବଳ ବଦନାମ ମଧ୍ୟ ହୋଇଥିଲା। ଆଜି ଯେତେବେଳେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ସବୁଠୁ ଅଧିକ ଅଘୋଷିତ ଚାନ୍ଦା ବିଜେପିକୁ ଆସୁଛି, ସେତେବେଳେ କେହି ବିଜେପିକୁ ସେ ପ୍ରଶ୍ନ ପଚାରିବାକୁ ସାହସ କରୁନାହାନ୍ତିଅମିତ ଶାହା ବିଜେପିକୁ ସେଇ ସ୍ତରକୁ ନେଇ ଯାଇଛନ୍ତି, ଯେଉଁଠି ଏ ଦଳକୁ ନେଇ କାହାର ବି ପ୍ରଶ୍ନ କରିବାର ସାହସ ନାହିଁବିଜେପିକୁ ପ୍ରଶ୍ନ କରିବା ଏକ ପ୍ରକାର ଦେଶଦ୍ରୋହ ବୋଲି ଗୋଟେ ବିଚିତ୍ର ଧାରଣା ଅମିତ ଶାହାଙ୍କ ନେତୃତ୍ବରେ ତିଆରି କରାଗଲା ଓ ଏହି ଧାରଣାକୁ ଭାରତର ମଧ୍ୟବିତ୍ତ ଭୋଟର ବିନା ବିଚାରରେ ଗ୍ରହଣ ମଧ୍ୟ କରିଗଲେ। ଏହା ଅମିତ ଶାହାଙ୍କର ବିଜେପି ପ୍ରତି ସବୁଠୁ ବଡ ଉପହାର। ଦେଶପ୍ରେମ ବିଜେପିର ଏକଚାଟିଆ ଅଧିକାର ଓ ବାକି ବିରୋଧୀ ଦେଶ ବିରୋଧୀ ବା ପାକିସ୍ତାନ ସପକ୍ଷବାଦୀ ବୋଲି ଏକ ରାଜନୈତିକ ବାର୍ତ୍ତା ଅମିତ ଶାହାଙ୍କ ନେତୃତ୍ବରେ ଲୋକଙ୍କ ପାଖରେ ପହଞ୍ଚାଇ ଦିଆଗଲା।

ଅମିତ ଶାହାଙ୍କ ସାଙ୍ଗଠନିକ ସଫଳତାର ତିନୋଟି ବିନ୍ଦୁ ଥିଲା- ଉଗ୍ର ଓ ଆକ୍ରାମକ ରାଜନୀତି, ଦଳୀୟ ପାଣ୍ଠି ସଂଗ୍ରହରେ ଏକାଧିପତ୍ୟ ଓ ବିଜେପିର କର୍ପୋରେଟିକରଣ। ସଂଘ ପରିବାରର ଯେଉଁ ଉଗ୍ର ହିନ୍ଦୁତ୍ଵବାଦୀ ଏଜେଣ୍ଡା ରହିଥିଲା ତାକୁ ପୁରୁଣା ଢଙ୍ଗରେ ଲାଗୁ କରାଇବା ସମ୍ଭବ ନୁହେଁ ବୋଲି ଅମିତ ଶାହ ଜାଣିଥିଲେ। ତେଣୁ ତାଙ୍କ ସମୟରେ ହାଇ ଟେକ ହିନ୍ଦୁତ୍ଵର ପ୍ରୟୋଗ ଆରମ୍ଭ ହେଲାବିରୋଧୀଙ୍କୁ ପରାସ୍ତ କରିବାର ଗଣତାନ୍ତ୍ରିକ ଉପାୟ ତୁଳନାରେ ସେମାନଙ୍କ ଉପରେ ଅନ୍ଧାଧୁନିଆଁ ଆକ୍ରମଣ ଲାଗି ସମାନ୍ତରାଳ ଆଇଟି ସେଲ ଗଠନ ଅମିତ ଶାହାଙ୍କ ଉର୍ବର ମସ୍ତିସ୍କର ଖେଳ ଥିଲାଗତ ପାଞ୍ଚ ବର୍ଷ ଭିତରେ ଅମିତ ଶାହା ବିଜେପିକୁ ସବୁଠୁ ଶକ୍ତିଶାଳୀ କରିବାକୁ ସବୁଠୁ ନକାରାତ୍ମକ ପ୍ରୟୋଗମାନ କରିଛନ୍ତି। ସେଥିରେ ଭାରତର ଗଣତନ୍ତ୍ର ଓ ସମ୍ବିଧାନ ହୁଏତ ବିପନ୍ନ ହୋଇଛି, ହେଲେ ବିଜେପି ଏକ ଦଳ ଭାବରେ ନିଜର ଭାଗ୍ୟ ଓ ଭବିଷ୍ୟତକୁ ଚିରସ୍ଥାୟୀ କରିବାରେ ସଫଳ ହୋଇପାରିଛି।     

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନି : ଶାହା

ନୂଆଦିଲ୍ଲୀ, 18/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶ ଜଳୁଥିବା ବେଳେ ଏହି ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି । କୌଣସି ବି ପରସ୍ଥିତିରେ ଏହି ଆଇନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଇଣ୍ଡିଆନ ଇକୋନୋମୀ ଫୋରମରେ ଯୋଗ ଦେଇ ଶାହା କହିଛନ୍ତି । ଏନ୍‌ଆରସି ଲାଗୁ କରାଯିବା ଯୋଜନା ରାଜୀବ ଗାନ୍ଧୀଙ୍କର ରହିଥିଲା । ଏହା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ନିଜର ନାଗରିକ ପଞ୍ଜୀକରଣ କରାଇଥିବା ବେଳେ ଭାରତ ମଧ୍ୟ କରିବା ଉଚିତ୍‌ ବୋଲି ଶାହା ମତ ଦେଇଛନ୍ତି । ଏହା ସହିତ ଏନ୍‌ଆରସି ବା ସିଏଏ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ବା ଦେଶବାସୀଙ୍କ ପାଇଁ କୌଣସି ସମସ୍ୟକା ସୃଷ୍ଟି କରିବ ନାହିଁ ବୋଲି ଶାହା ମତ ଦେଇଥିଲେ । ଦେଶରେ ସଂଖ୍ୟାଧିକ ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ କେବଳ ହାତଗଣତି କିଛି ବିଶ୍ବବିଦ୍ୟାଳୟଙ୍କୁ ଏହି ଆଇନକୁ ନେଇ କାହିଁକି ସମସ୍ୟା ହେଉଛି ବୋଲି ମଧ୍ୟ ଶାହା ପ୍ରଶ୍ନ କରିଥିଲେ । ଦେଶର ସମସ୍ତ ରାଜ୍ୟରେ ଏହା ଲାଗୁ କରାଯିବା ନେଇ ମଧ୍ୟ ଶାହା ଦୃଢୋକ୍ତି ପ୍ରକାଶ କରିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ଚାଣକ୍ୟଙ୍କ ମାଷ୍ଟରଷ୍ଟ୍ରୋକ, ଗଣତନ୍ତ୍ରର ହତ୍ୟା ଲାଗି ସହଜ ଓ ସରଳ ଉପାୟ ସାରଣୀ 

କେଦାର ମିଶ୍ର

କାଲି ଯାହା ଚାଣକ୍ୟଙ୍କ ମାଷ୍ଟରଷ୍ତ୍ରୋକ ଥିଲା, ଆଜି ତାହା ବୁମେରାଂ ପାଲଟି ଯାଇଛି। ୨୩ ନଭେମ୍ବର ସକାଳ ୮ ଟାରେ ସରକାର ଗଢିଥିବା ବିଜେପିର ଦେବେନ୍ଦ୍ର ଫଡନବିସ ମାତ୍ର ୮୦ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଇସ୍ତଫା ଦେବା ସମୟରେ ଦେବେନ୍ଦ୍ର ଫଡନବିସ ତାଙ୍କର ପୁରୁଣା କଥାକୁ ଦୋହରାଇଛନ୍ତି। ନିଜ ପାଖରେ ବହୁ ମତ ଅଛି ବୋଲି କହି ତିନିଦିନ ତଳେ ରାତି ଅଧରେ ସରକାର ଗଢିଥିବା ବିଜେପି ଆଜି ସୁପ୍ରିମ କୋର୍ଟଙ୍କ ବହୁମତ ସାବ୍ୟସ୍ତ କରିବାର ଆଦେଶ ପାଇବା ପରେ ତୁରନ୍ତ ପଳାୟନ କରିଛି। ସୁପ୍ରିମ କୋର୍ଟଙ୍କ ଆଦେଶର ପାଞ୍ଚ ଘଣ୍ଟା ଭିତରେ ମହାରାଷ୍ଟ୍ରରେ ସ୍ଥିତି ବଦଳି ଯାଇଛି। ପଛ ଦୁଆର ପଟେ ଆସି ରାତି ଅଧରେ କ୍ଷମତା ଦଖଲ କରିଥିବା ବିଜେପି, ବଡ ଅସହାୟ ଭାବରେ ପରାଜୟ ବରଣ କରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ବିଦ୍ରୁପ ଆରମ୍ଭ ହୋଇଛି। ତେବେ ଏହି ବିଦ୍ରୁପ ଭିତରୁ ଗୋଟେ ଧାଡି ବେଶ ମଜାଳିଆ। କେହିଜଣେ ଲେଖିଛନ୍ତି- ଅମିତ ଶାହ ଯାହାକୁ ଘୋଡା ବୋଲି ଭାବି କିଣିଥିଲେ, ସେ ପରିଶେଷରେ ଗଧ ପରି ବ୍ୟବହାର କଲା ଓ ଇସ୍ତଫା ଦେଇ ବିଜେପିକୁ ଅପଦସ୍ତ କଲା। କଥାଟି ଆମ ମତରେ ଆଂଶିକ ସତ। ଘୋଡା ବା ଗଧଙ୍କ ସହ ରାଜନେତାଙ୍କୁ ତୁଳନା କରିବା ଆଦୌ ଠିକ ନୁହେଁ। ଗଧ, ଘୋଡା ଇତ୍ୟାଦି ପ୍ରାଣୀମାନେ ଅତ୍ୟନ୍ତ ନିରୀହ। ସେମାନେ ରାଜନେତାଙ୍କ ପରି ବିଶ୍ଵାସଘାତକ ବା ନୀତିହୀନ ହୋଇ ପାରିବେ ନାହିଁ। ପଶୁ ଜଗତରେ ବିଶ୍ବାସର ଏକ ଭିନ୍ନ ମୂଲ୍ୟ ରହିଛି। ସେକଥା ରାଜନୀତିରେ ଦେଖିବାକୁ ମିଳେନାହିଁ।

ରାଜନୀତି କଥା ଆମେ ସମସ୍ତେ ଜାଣିଛୁ, ହେଲେ ଗଣମାଧ୍ୟମ ବି କଣ ବିଶ୍ଵାସହୀନତାର ଏକ ଅନୁଷ୍ଠାନ। ମହାରାଷ୍ଟ୍ରରେ ସରକାର ଗଢା ହେବା ଓ ଭାଙ୍ଗିବା ଭିତରେ ସବୁଠୁ ବେଶି ଭାଙ୍ଗିଛି ଗଣମାଧ୍ୟମର ବିଶ୍ଵାସନୀୟତା। ମନେପକାନ୍ତୁ, ୨୩ ତାରିଖ ସକାଳେ ଯେତେବେଳେ ମହାରାଷ୍ଟ୍ର ରାଜ୍ୟପାଳ ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ଦିଆଇଲେ, ସେତେବେଳେ ଆମ ଗଣମାଧ୍ୟମର ପ୍ରତିକ୍ରିୟା କଣ ଥିଲା। ସଂଖ୍ୟାଧିକ ଟେଲିଭିଜନ ଚାନେଲର ମୁଖ୍ୟ ଶିରୋନାମା ଥିଲା- ବିଜେପି ଚାଣକ୍ୟଙ୍କ ମାଷ୍ଟର ଷ୍ଟ୍ରୋକ। ଯେତେବେଳେ ଯାହା ବି ଅସାମ୍ବିଧାନିକ ବା ଅନୈତିକ ଘଟଣା ଘଟୁଛି, ତାକୁ ରାଜନୈତିକ ମାଷ୍ଟର ଷ୍ଟ୍ରୋକ ବୋଲି ପାଟି କରୁଥିବା ଗଣମାଧ୍ୟମ, ନିଜକୁ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ ଭାବରେ ଖଟାଇ ଚାଲିଛି। ଏହା ସବୁଠୁ ବଡ ସଙ୍କଟ। ମହାରାଷ୍ଟ୍ରରେ ଏକ ସାମ୍ବିଧାନିକ ସରକାର ନଥିଲା, ଏହା ଚୋରୀର ସରକାର ଥିଲା। କୌଣସି ପ୍ରକାର ସଂଖ୍ୟାମତ ନଥାଇ, ଅସାଧୁ ଉପାୟରେ ସରକାର ଗଢିବାକୁ ସମ୍ବିଧାନର ଅବମାନନା ବୋଲି କୁହାଯାଏ। ଏହି ପ୍ରକ୍ରିୟା ସହିତ ଦେଶର ସବୁଠୁ ବଡ ସାମ୍ବିଧାନିକ ପଦବୀର ମର୍ୟାଦା ଓ ସ୍ଵଚ୍ଛତା ମଧ୍ୟ ଜଡିତ। ସେକଥା ବିଚାରକୁ ନନେଇ, ଚାଣକ୍ୟ ବନ୍ଦନା, ଆମ ଗଣମାଧ୍ୟମର ଚରିତ୍ରକୁ କଳଙ୍କିତ କରିଛି।

କୌଣସି ବି ସମ୍ବିଧାନ ସଚେତନ ସାମ୍ବାଦିକ ଏହି ଘଟଣାରେ ପ୍ରଶ୍ନ ପଚାରିବ ଯେ ଅଜିତ ପାୱାରଙ୍କୁ ବିଶ୍ବାସକୁ ନେବା ପୂର୍ବରୁ, ରାଜ୍ୟପାଳ ଏନସିପିର ବିଧାୟକମାନଙ୍କୁ ଭେଟିଥିଲେ କି? ପାହାନ୍ତିଆ ୫.୫୭ରେ ମାନ୍ୟବର ରାଷ୍ଟ୍ରପତି ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ଲାଗି ଦସ୍ତଖତ କରିବା ପୂର୍ବରୁ ଏ ସମ୍ପର୍କରେ ସବିଶେଷ ବିଚାର ଆଲୋଚନା କରିଥିଲେ କି? ମନେ ରଖନ୍ତୁ, ସମ୍ବିଧାନକୁ ବନ୍ଦୀ କରିବା ଲାଗି ଏମିତି ଏକ ମଧ୍ୟ ରାତ୍ରିରେ ପୂର୍ବତନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲି ଅହମ୍ମଦ ଜରୁରୀ କାଳୀନ ପରିସ୍ଥିତର ଆଦେଶନାମାରେ ଦସ୍ତଖତ କରିଥିଲେ। ସେମିତି ସରକାରଙ୍କ ସବୁ ପ୍ରସ୍ତାବକୁ ବିନା ବିଚାର ଆଲୋଚନାରେ ମାନ୍ୟବର ରାଷ୍ଟ୍ରପତି ମାନିନେବା କୁ ନେଇ କୌଣସି ପ୍ରଶ୍ନ ନ ଉଠାଇବା, ଆଶ୍ଚର୍ୟଜନକ। ରାଜ୍ୟ ଗୁଡିକରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଧାରା ୩୫୬ ରାଷ୍ଟ୍ରପତିଙ୍କ ସଂପୂର୍ଣ୍ଣ ଅଧିକାର ପରିସରଭୁକ୍ତ ନୁହେଁ ଓ ଏହି ଅଧିକାର ସହିତ ଅନେକ ସର୍ତ୍ତ ଜଡିତ ରହିଛି ବୋଲି ସୁପ୍ରିମ କୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଏସଆର ବୋମ୍ମାଇ ବନାମ ଭାରତ ସରକାର ମାମଲାରେ ସ୍ପଷ୍ଟ କହିଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଷ୍ଟ୍ରପତି କ୍ୟାବିନେଟ ପ୍ରତିଟି ସୁପାରିଶକୁ ଆଖି ବୁଜି ଦସ୍ତଖତ କରୁଛନ୍ତି। ମହାରାଷ୍ଟ୍ର ରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଲାଗି କ୍ୟାବିନେଟ ନିଷ୍ପତ୍ତି ମଧ୍ୟ ହୋଇନଥିଲା। ପ୍ରଧାନମନ୍ତ୍ରୀ ନିଜସ୍ଵ କ୍ଷମତା ବଳରେ ଏହାକୁ ହଟାଇବା ଲାଗି ସୁପାରିଶ କରିଥିଲେ। ଏ ସମ୍ପର୍କରେ କଣ ଜରୁରୀ ଆବଶ୍ୟକତା ଥିଲା, ସେ ସମ୍ପର୍କରେ ମାନ୍ୟବର ରାଷ୍ଟ୍ରପତି କୌଣସି ସ୍ପଷ୍ଟୀକରଣ ମଧ୍ୟ ମାଗିଲେ ନାହିଁ।

ରାଜ୍ୟ ରେ ସରକାର ଗଠନ ଓ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନେଇ ସୁପ୍ରିମ କୋର୍ଟ ଗତ ପାଞ୍ଚ ବର୍ଷ ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅରୁଣାଚଳ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଘଟଣାରେ ସୁପ୍ରିମ କୋର୍ଟଙ୍କ ରାୟ ବେଶୀ ପୁରୁଣା ନୁହେଁ। ତା ପୂର୍ବରୁ ଜଗଦମ୍ବିକା ପାଲ ମାମଲା, ରବି ନାଏକ ମାମଲା ଓ ବୋମ୍ମାଇ ମାମଲାରେ ସୁପ୍ରିମ କୋର୍ଟ ଅତ୍ୟନ୍ତ ସ୍ପଷ୍ଟ ମତ ରଖିଛନ୍ତି। ଏ ସବୁ ଆଲୋଚନାକୁ ଗଣମାଧ୍ୟମରେ ଆମେ ଦେଖିବାକୁ ପାଇନାହୁଁ। କେବଳ ଚାଣକ୍ୟ ଚାଣକ୍ୟ ବୋଲି କହି କୀର୍ତ୍ତନ କରିବା ଓ ହାରିଗଲା ପରେ ମୁହଁ ଲୁଚାଇବାର ନିର୍ଲ୍ଲଜ ପ୍ରକ୍ରିୟାକୁ ଆମେ ଆଜିର ସାମ୍ବାଦିକତା ବୋଲି କହୁଛୁ।

ଆଜି ଚାଣକ୍ୟଙ୍କ ମାଷ୍ଟର ଷ୍ଟ୍ରୋକ ବିଫଳ ହେଲା ପରେ ଗଣମାଧ୍ୟମରେ ଥିବା ଚାଣକ୍ୟଙ୍କ କୀର୍ତ୍ତନିଆମାନେ କଣ କହିବେ କେଜାଣି!!

 

Categories
ଆଜିର ଖବର

ସମଗ୍ର ଦେଶରେ ଲାଗୁ ହେବ ଏନ୍‌ଆରସି : ଶାହା

ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ନିୟମ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ପ୍ରତ୍ୟୋକ ନାଗରିକ ଏବଂ ସମସ୍ତ ଧର୍ମର ଲୋକଙ୍କୁ ଏହି ଆଇନ ପରିସରରେ ସାମିଲ କରାଯିବ ବୋଲି ଶାହା କହିଛନ୍ତି । ଏହି ବିଲ୍‌ଟି ନାଗରିକ ସଂଶୋଧନ ବିଲ୍‌ର ପରିବର୍ତ୍ତିତ ରୂପ ବୋଲି ଶାହା କହିଛନ୍ତି । ଦେଶର କୌଣସି ସମ୍ପ୍ରଦାୟର ବ୍ୟକ୍ତି ଏହି ଆଇନ ପାଇଁ ଚିନ୍ତିତ ହେବା ଉଚିତ ନୁହେଁ । ଏହି ବିଲ ପାଇଁ ଦେଶରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକ ଚିନ୍ତିତ ହେବା ଉଚିତ୍‌ ବୋଲି ଶାହା ପ୍ରକାଶ କରିଛନ୍ତି ।

Categories
ବିଶେଷ ଖବର

ଶାସନ କରିବ ବିଜେପି, କ୍ଷମତା ଭୋଗ କରିବେ ମୋଦୀ ଓ ଶାହ, ହେଲେ ସବୁ ସମସ୍ୟା ଲାଗି ଦାୟୀ ରହିବେ କଂଗ୍ରେସ ଏବଂ ନେହେରୁ ପରିବାର!!

କେଦାର ମିଶ୍ର

ଦେଶର ଗୃହମନ୍ତ୍ରୀ ୨, ଜୁଲାଇ, ୨୦୧୯ରେ କାଶ୍ମୀର ପ୍ରସଙ୍ଗରେ ଜବାବ ଦେବାକୁ ଯାଇ କହୁଛନ୍ତି, ୧,ଜାନୁଆରୀ,୧୯୪୯ରେ କରିଥିବା ଭୁଲ  ପାଇଁ ନେହେରୁ ସରକାରକୁ ଜବାବ ଦେବାକୁ ପଡିବ। ପାଞ୍ଚବର୍ଷ କ୍ଷମତାରେ ରହିସାରିବା ପରେ ଆଜି ମଧ୍ୟ ମୋଦୀ ସରକାର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନୁହେଁ! ଦେଶର ସବୁ ସମସ୍ୟା ଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କୁ ଦାୟୀ କରିବା ବିଜେପିର ଅଭ୍ୟାସ ପାଲଟି ଯାଇଛି। ସତୁରୀ ବର୍ଷର କଂଗ୍ରେସ ଶାସନ ବୋଲି କହି କହି ନିଜେ ମୋଦୀ-ଶାହ ଯୋଡି ପାଞ୍ଚ ବର୍ଷ ଶାସନ କରିସାରି ଏବେ ଆଉ ପାଞ୍ଚ ବର୍ଷ ଲାଗି ନିର୍ବାଚନ ଜିଣି ସାରିଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ କାଶ୍ମୀର ସମସ୍ୟା ଅଧିକରୁ ଅଧିକ ଖରାପ ହୋଇ ଚାଲିଛି। ଗତ ପାଞ୍ଚ ବର୍ଷର ହିସାବ ମାଗିଲେ ୭୦ ବର୍ଷ ତଳର ଗପ କୁହା ଯାଉଛି। ୧, ଜାନୁଆରୀ ୧୯୪୯ ରେ କଣ ଘଟିଥିଲା, ତାର ପୃଷ୍ଟଭୂମି କଣ ଥିଲା ଓ ସେତେବେଳେ ପ୍ରଧାନମନ୍ତ୍ରୀ ନେହେରୁ ଓ ଗୃହ ମନ୍ତ୍ରୀ ପଟେଲ କେଉଁ ପରିସ୍ଥିତିରେ କି ନିର୍ଣ୍ଣୟ ନେଇଥିଲେ, ତାହା ସେ ସମୟର ରାଜନୀତିରେ ଲୋକ ସମର୍ଥନ ପାଇଥିଲା। ୧୯୪୯ ପରେ ପଣ୍ଡିତ ନେହେରୁ ୧୯୫୨, ୧୯୫୭ ଓ ୧୯୬୨ ନିର୍ବାଚନରେ ବିପୁଳ ଜନମତ ପାଇ ସରକାର ଗଢିଛନ୍ତି। ୧୯୪୭ ରୁ ପ୍ରାୟ ପଚାଶ ବର୍ଷ ଧରି କଂଗ୍ରେସ ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ୧୦ ଥର ସରକାର ଗଢି ସାରିଛି। ଇତିମଧ୍ୟରେ ବିଜେପି ମଧ୍ୟ ୫ ଥର ସରକାର ଗଢି ସାରିଲାଣି। ବାଜପାୟୀ (୧୩ ଦିନ+୧୩ମାସ+୪.୬ ବର୍ଷ) ଓ ନରେନ୍ଦ୍ର ମୋଦୀ (୫+) ବର୍ଷ ଶାସନରେ କାଶ୍ମୀର ସମସ୍ୟାର କେତେଦୂର ସମାଧାନ ହୋଇଛି, ତାର ଉତ୍ତର ବିଜେପି ଦେବା ଉଚିତ ହେବନାହିଁ କି?

ପଣ୍ଡିତ ନେହେରୁ ସ୍ଵର୍ଗରୁ ଆସି ସଂସଦରେ ନିଜର ଉତ୍ତର ରଖି ପାରିବେ ନାହିଁ। ତେଣୁ ତାଙ୍କୁ ପ୍ରଶ୍ନ ପଚାରିବା ସହଜ। ୧ ଜାନୁଆରୀ ୧୯୪୯ ବେଳକୁ ନରେନ୍ଦ୍ର ମୋଦୀ ବା ଅମିତ ଶାହ ଜନ୍ମ ମଧ୍ୟ ହୋଇନଥିଲେ। (ମୋଦୀ ୧୭, ସେପ୍ଟେମ୍ବର,୧୯୫୦ ଓ ଶାହ ୨୨, ଅକ୍ଟୋବର,୧୯୬୪ ରେ ଜନ୍ମ। ଅମିତ ଶାହ ନେହେରୁ ମରିବାର ୫ ମାସ ପରେ ଜନ୍ମ) ଇତିହାସ ସହିତ ଛାୟାଯୁଦ୍ଧ କରି ବର୍ତ୍ତମାନର ସଙ୍କଟକୁ ଭୁଲେଇଦେବାର ଭୟଙ୍କର ରଣକୌଶଳ ବିଜେପି ପ୍ରୟୋଗ କରିଚାଲିଛି। ଆଜି କାଶ୍ମୀରରେ ସାଧାରଣ ଜୀବନ ଠପ ହୋଇଯାଇଛି। ତାର କାରଣ ନେହେରୁ ନୁହନ୍ତି। ନେହେରୁ ଯଦି କିଛି ଭୁଲ କରିଥିଲେ ତାକୁ ସଂଶୋଧନ କରିବାର ଶହ ଶହ ସୁଯୋଗ ତମର ଥିଲା। ତାକୁ ନ କରି ନେହେରୁଙ୍କୁ ଗାଳି କରିବା ଅପଦାର୍ଥ ରାଜନୀତିର ସବୁଠୁ ବଡ ଉଦାହରଣ ବୋଲି କୁହାଯାଇପାରେ। ୨୦୧୫ ରେ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ହୋଇଥିଲା। ୨୦୧୪ ବେଳକୁ କାଶ୍ମୀର ଆପାତତଃ ଶାନ୍ତ ଥିଲା। ୨୦୧୫ ରେ ପିଡିପି –ବିଜେପି ମିଳିତ ସରକାର ଆସିବା ପରଠୁ କାଶ୍ମୀର ପରିସ୍ଥିତି ଅଧିକ ଅଶାନ୍ତ ହୋଇଛି। ପ୍ରତିଦିନ କାଶ୍ମୀର ଉପତ୍ୟକାରେ ଆମର ଯବାନ ମାରୁଛନ୍ତି। ସାଧାରଣ କାଶ୍ମିରୀ ମଧ୍ୟ ମରୁଛନ୍ତି। ପାଞ୍ଚବର୍ଷ ଧରି ପ୍ରତିଦିନ ସନ୍ତ୍ରାସବାଦ ନିର୍ମୂଳନର କଥା କୁହାଯାଉଛି, ହେଲେ ପ୍ରତିଦିନ ନୂଆ ସନ୍ତ୍ରାସବାଦୀ ଗୋଷ୍ଠୀ କାଶ୍ମୀରରେ ମୁଣ୍ଡ ଟେକୁଛନ୍ତି।

ଏଥିପାଇଁ ବି କଣ ନେହେରୁ ଦାୟୀ? ଜାତିସଂଘ ଆଜି ଆଉ କାଶ୍ମୀରରେ ଗଣଭୋଟ କଥା ଉଠାଉଛି କି? ନୂଆ କରି ବିଭାଜିତ ଓ ସ୍ଵାଧୀନ ହୋଇଥିବା ଗୋଟେ ଦେଶର ବାସ୍ତବ ସମସ୍ୟା କଣ ଥିଲା ତାହା ଆଜି ଆମେ ବିଚାର କରିପାରିବା କି? ଏକଥା ସତ୍ୟ ଯେ, ପଣ୍ଡିତ ନେହେରୁଙ୍କ ଉପରେ ଭାରତର ଜଣ ସାଧାରଣ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ ଓ ତାଙ୍କର ନେତୃତ୍ବକୁ ତାଙ୍କର କଟ୍ଟର ବିରୋଧୀମାନେ ମଧ୍ୟ ସେତେବେଳେ ପ୍ରଶଂସା କରିଛନ୍ତି। ଇତିହାସରେ ପଣ୍ଡିତ ନେହେରୁଙ୍କ ସପକ୍ଷରେ ଏତେ ଯୁକ୍ତି ରହିଛି ଯେ, ଅମିତ ଶାହ ନେହେରୁଙ୍କୁ ଦୋଷୀ ବୋଲି କହିଲେ, ସେ ନିଜେ ହିଁ ହାସ୍ୟାସ୍ପଦ ହେବେ। ଏ ଦେଶ  ନିରନ୍ତର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମ୍ବିଧାନିକ ଅନୁଷ୍ଠାନ ସୃଷ୍ଟି କରିଥିବା ହେତୁ ପଣ୍ଡିତ ନେହେରୁଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବ। ଯେତେବେଳେ ସମକାଳରେ ସ୍ଵାଧୀନ ହୋଇଥିବା ଅଧିକାଂଶ ରାଷ୍ଟ୍ର ସାମରିକ ଶାସନ ଓ ଏକଛତ୍ରବାଦକୁ ଆପଣାର କରୁଛନ୍ତି ସେତେବେଳେ ପଣ୍ଡିତ ନେହେରୁ ଆମକୁ ସମ୍ବିଧାନ ଓ ଗଣତନ୍ତ୍ର ଦେଇ ଯାଇଛନ୍ତି। ତାଙ୍କରି ଉତ୍ତରାଧିକାର ହେଉଛି ଏ ଦେଶର ସଂସଦୀୟ ବ୍ୟବସ୍ଥା। ସେହି ପବିତ୍ର ସଂସଦରେ ଆମ ଗଣତନ୍ତ୍ରର ଭିତ୍ତି ପକାଇଥିବା ନେହେରୁଙ୍କୁ ନିନ୍ଦିତ କରିବା ଇତିହାସର ସବୁଠୁ ବିଡମ୍ବନା।

ତେବେ ଅନ୍ତିମ ପ୍ରଶ୍ନ ହେଉଛି, ଧରି ନିଆଯାଉ ୧୯୪୯ ରେ ନେହେରୁ ଭୁଲ କରିଥିଲେ। ହେଲେ ଗତ ପାଞ୍ଚ ବର୍ଷ ଧରି ମୋଦୀ ସରକାର ସେ ଭୁଲ ସୁଧାରିବାରେ ସଫଳ ହେଲେ ନାହିଁ କାହିଁକି? ୭୦ ବର୍ଷ ତଳର ଭୁଲ କଥା କହି ନିଜ ଭୁଲକୁ ଚାପିଦେବାର ମନ୍ଦ ଉଦ୍ଦେଶ୍ୟକୁ ଲୋକ ବେଶ ବୁଝୁଛନ୍ତି।

Categories
ଆଜିର ଖବର

ବିଜେପି କ୍ଷମତାକୁ ଆସିଲେ ରାଜ୍ୟ ବାହାରକୁ ଯିବେନି ଓଡିଆ ଯୁବକ : ଶାହା

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି। ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ଅମିତ ଶାହା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଚାର କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି। ସ୍ଥାନୀୟ କାଶୀନଗରରେ ସେ ଦଳୀୟ କର୍ମୀଙ୍କୁ ବିଜୟର ମନ୍ତ୍ର ଦେବା ସହ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଭାଷଣ ଆରମ୍ଭରୁ ଶାହା ଉତ୍କଳ ଦିବସ ଉପଲକ୍ଷେ ଓଡିଶା ମାଟିର ବୀର ସନ୍ତାନ ମଧୁସୁଦନ ଦାଶ, ଗଙ୍ଗାଧର ମେହେର ଆଦିଙ୍କୁ ମନେ ପକାଇଥିଲେ। ଏହାପରେ ସେ କହିଥିଲେ ଯେ, ଏହା ମୋ ପାଇଁ ସୌଭାଗ୍ୟର ଦିନ ଉତ୍କଳ ଦିବସରେ ମୁଁ ଓଡିଶା ଆସିଛି। ଆଜିର ଦିନରେ ଭାଷାଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ନିର୍ମାଣ ହୋଇଥିଲା। କିନ୍ତୁ ୧୯ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡିଆ କହି ନପାରିବା ଓଡିଶା ପାଇଁ ଦୁର୍ଭାଗ୍ୟର ବିଷୟ। ୧୯ ବର୍ଷ ଶାସନ କଲେ ନବୀନ କିନ୍ତୁ ରାଜ୍ୟର ବିକାଶ ପାଇଁ କିଛି କରିନାହାନ୍ତି। ଏହି ନିର୍ବାଚନ ଦେଶ ଏବଂ ଓଡିଶାର ଭାଗ୍ୟ ନିର୍ଧାରଣ କରିବ। ଦେଶରେ କାହାର ଏବଂ ଭୁବନେଶ୍ୱରରେ କାହାର ସରକାର ହେବ ତାହା ସ୍ଥିର କରିବ। ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି। ବିଜେପି ସରକାର ଆସିଲେ ଓଡିଆ ଯୁବକ ବାହାରକୁ ଯିବେ ନାହିଁ। ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବରେ ରାଜ୍ୟରେ ବହୁତ କାର୍ଯ୍ୟକ୍ରମ ହୋଇଛି।  କିନ୍ତୁ ନବୀନ ଦକ୍ଷିଣ ଓଡିଶାର ରାଜ୍ୟଗୁଡିକ ପ୍ରତି ସଉତୁଣୀ ଭଳି ବ୍ୟବହାର କରୁଛନ୍ତି। ଏଠାରେ କଲେକ୍ଟର, ଏସପି, ନେତା ଜନତାଙ୍କଠାରୁ କମିଶନ ନେଉଛନ୍ତି। ରତ୍ନଭଣ୍ଡାର ମଧ୍ୟ ସୁରକ୍ଷିତ ନୁହେଁ। ନବୀନଙ୍କୁ ଲାଗୁଛି ଏହା ଛୋଟ କଥା। କିନ୍ତୁ ଏହା ଓଡିଶାର ସମ୍ପତି ଏବଂ ସମୃଦ୍ଧି। ବିଜେଡି ଏଠାରେ ଶାସନ କରୁଛି। ଆଦିବାସୀ ଲୋକଙ୍କ ପଟ୍ଟା ଦେଇପାରୁ ନାହିଁ, ମହେନ୍ଦ୍ରତନୟା ଏବଂ ବଂଶଧରା ଯୋଜନା ଫେଲ ମାରିଛି, ରାୟଗଡାରୁ ପାରଳାଖେମୁଣ୍ଡି ଯାଏଁ ଜଳସେଚନ ଫେଲ  ହୋଇଛି। ଗଜପତିରେ ଜନଜାତିଙ୍କୁ ମଧ୍ୟ ଉପେକ୍ଷା କରିଛି। ଶୁଦ୍ଧ ପାଣି ଯୋଗାଇବାରେ ମଧ୍ୟ ସରକାର ବିଫଳ। ଶାହା ଆହୁରି କହିଛନ୍ତି ଯେ,  ହସ୍ପିଟାଲରେ ଡାକ୍ତର ନାହାନ୍ତି, ୨୪ ଘଂଟା ବିଜୁଳି ନାହିଁ, ଗ୍ରାମରେ ରାସ୍ତା ନାହିଁ। ନବୀନ ଦୁର୍ନୀତି ଛଡା ଆଉ କିଛି କରିନାହାନ୍ତି। ରାହୁଲ ଗାନ୍ଧି ଓଡିଶାକୁ ଆସୁଛନ୍ତି। ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ଓଡିଶାକୁ ୮୦ହଜାର କୋଟି ଦେଇଥିଲା।ବିଜେପି ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ବଳିଦାନକୁ କେହି ଭୁଲି ପାରିବେ ନାହିଁ। କଂଗ୍ରେସ ଦଳ ସମଝୋତା ଏକ୍ସପ୍ରେସକୁ ନେଇ ଯେଉଁ ରାଜନୀତି କରୁଥିଲା ତାହା ବିଫଳ ହୋଇଛି। ରାହୁଲ ଗାନ୍ଧି ହିନ୍ଦୁଙ୍କୁ ନେଇ ଆତଙ୍କବାଦୀ କହୁଛନ୍ତି। କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ହିନ୍ଦୁ ସମୁଦାୟକୁ ନିନ୍ଦା କରୁଛି। ଏହାସହ ଦେଶର ସୁରକ୍ଷା ସହ କଂଗ୍ରେସ ସାଲିସ କରିଛି। ପୁଲୱାମାକୁ ନେଇ ଭାରତ ପାକ୍ ଘରେ ପଶି ଆକ୍ରମଣ କଲା କିନ୍ତୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ପାକିସ୍ତାନ ସହ କଥା ମିଳାଇ ପ୍ରମାଣ ମାଗୁଛନ୍ତି।  ଆତଙ୍କବାଦୀ ଗୁଳି ଚଳାଇଲେ ଆମେ ବୋମା ମାଡ କରି ଏହାର ଜବାବ ଦେବୁ। ହେଲେ ମୋଦୀ ସରକାର ୫ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି। ରେଳବାଇ ପାଇଁ ୪୩ହଜାର କୋଟି, ଜଳମାର୍ଗ ପାଇଁ ୨୦୦୦କୋଟି, ଅମୃତ ଯୋଜନା ପାଇଁ ୧୫୯୦ ଏବଂ ସାଗରମାଳା ପାଇଁ ୨୫ହଜାର କୋଟି ଟଙ୍କା ପ୍ରଦାନ ହୋଇଛି। ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ମିଳିଛି। ୪୮ଲକ୍ଷ ମହିଳାଙ୍କୁ ଓଡିଶାରେ ମାଗଣା ଗ୍ୟାସ ମିଳିଛି। ଦେଶରେ ୭କୋଟି ଗ୍ୟାସ ମିଳିଛି। ୮କୋଟି ପରିବାରରେ ଶୌଚାଳୟ କରାଯାଇଛି। ଓଡିଶାକୁ ଏକ ଯୁବ ମୁଖ୍ୟମନ୍ତ୍ରୀ ଦରକାରା। ବିକାଶର ରାସ୍ତାକୁ ନେବା ଭଳି ମୁଖ୍ୟମନ୍ତ୍ରୀ ଦରକାର। କେନ୍ଦ୍ରରୁ ଟଙ୍କା ଆସୁଛି କିନ୍ତୁ ତଳସ୍ତରରେ ପହଁଚୁନାହିଁ କାରଣ ନବୀନଙ୍କ ଅଫିସର ଏହାକୁ ବାଟମାରଣା କରୁଛନ୍ତି। ଏହି ବ୍ୟବସ୍ଥା ବଦଳିବା ଦରକାର। ଦେଶ ଏବଂ ରାଜ୍ୟରେ ଡବଲ ଇଂଜିନର ବ୍ୟବସ୍ଥା କରିବା ଦରକାରା। ବିଜେପିକୁ ଗୋଟିଏ ସୁଯୋଗ ଦିଆଗଲେ ୫ ବର୍ଷରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡିଶା। ଏହାସହ ଉପସ୍ଥିତ ଭୋଟର ଏବଂ କର୍ମୀଙ୍କୁ ରାଜ୍ୟ ଏବଂ ଦିଲ୍ଲୀରେ ବିଜେପି ସରକାର ଗଢିବା ପାଇଁ ନିବେଦନ କରିଥିଲେ ଶାହା।

Categories
ଆଜିର ଖବର

ମୋଦୀ ଲହରୀକୁ ଡରି ୱାୟନାଡ ଗଲେ ରାହୁଲ: ଅମିତ ଶାହା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟନାବାଜି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। କଂଗ୍ରେସ ଏହି ଘୋଷଣା ପରେ ଅମିତ ଶାହା କହିଛନ୍ତି ଯେ ମୋଦୀ ଲହରୀରେ ଡରିଯାଇଛନ୍ତି ରାହୁଲ। ସେଥିପାଇଁ  କେରଳରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରାହୁଲଙ୍କ ୱାୟନାଡରୁ ଲଢିବାକୁ ନେଇ କଂଗ୍ରେସର ଘୋଷଣାକୁ ମହାମେଣ୍ଟରେ ଥିବା ସିପିଆଇ ମଧ୍ୟ ବିରୋଧ କରିଛି। ସିପିଆଇର ବରିଷ୍ଠ ନେତା ପ୍ରକାଶ କାରାତ କହିଛନ୍ତି ଯେ କଂଗ୍ରେସ, ବିଜେପି ସହ ନଲଢି ସିପିଆଇ ସହ ଲଢିବାକୁ ଯାଉଛି ଯାହାକୁ ଆମେ ଦୃଢ ବିରୋଧ କରିବୁ। ଉତ୍ତର ପ୍ରଦେଶର ନଗୀନାରେ ଜନସଭାକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି।

Categories
ଆଜିର ଖବର

ମୋଦି ମୌନ ରହିବା ପ୍ରଧାନମନ୍ତ୍ରୀ ନୁହନ୍ତି : ଶାହା

ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ। ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା  ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଉତ୍ସବରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଶାହା। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ଶ୍ରେୟ ଦଇ ଶାହା କହିଥିଲେ ମୋଦି ମନମୋହନଙ୍କ ପରି ମୌନ ରହୁଥିବା ଲୋକ ନୁହନ୍ତି। ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ ପାଇଁକ ପ୍ରସ୍ତୁତ ନଥିବା ବେଳେ ମୋଦିଙ୍କ ପାଇଁ ଏହା ସମ୍ଭବ ହେଲା। ଦେଶର ୪୦ ବୀର ଯବାନ ପ୍ରାଣ ହରାଇବା ପରେ ପାକିସ୍ତାନ ଏହାର ସମସ୍ତ ସାମରିକ ବାହିନୀକୁ ସୀମାରେ ଛିଡା କରାଇଥିଲା। ତେଣୁ ଏୟାର ଷ୍ଟ୍ରାଇକ୍‌ କରିବା ଜରୁରୀ ଥିଲା। ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁ୍ଥିବା ରାହୁଲ ଗାନ୍ଧୀଙ୍କୁ ନିର୍ବୋଧ ବୋଲି କହିଛନ୍ତି ଶାହା। ପୂର୍ବରୁ କେବଳ ଆମେରିକା ଏବଂ ଇସ୍ରାଏଲ୍‌ ଏପରି ଆକ୍ରମଣ କରିଛନ୍ତି। ଯଦି କେହି ଆମ ଉପରକୁ ଗୁଳି ଚଳାଏ ତେବେ ଆାମ ପକ୍ଷରୁ ବମ୍ ଫିଙ୍ଗାଯିବ। ସେହିପରି ଚଳିତ ନିର୍ମାଚନରେ ମହାମେଣ୍ଟ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବ ବୋଲି ପୂର୍ବାନୂମାନ ଲଗାଇଛନ୍ତି ଶାହା। ନିଜ ସମର୍ଥକ, କେନ୍ଦ୍ରମନ୍ତ୍ରୀ, ଦଳୀୟ ନେତୃବୃନ୍ଦଙ୍କ ସହ ଦୀର୍ଘ ୪ କିଲୋମିଟର ରୋଡ ସୋ’ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିକ ଗଡକାରୀ, ରାମବିଳାଶ ପାଶୱାନ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଉପସ୍ଥିତ ରହିଥିଲେ। ଅହମ୍ମଦାବାଦରେ ଶାହାଙ୍କ ଜନସଭାରେ ଯୋଗ ଦେଇ ରାଜନାଥ ସିଂହ କହିଥିଲେ ଯେଉଁ କାମ ସାଢେ ୫ବର୍ଷରେ ମୁଁ କରିପାରିଲି ନାହିଁ ତାହା ଅମିତ ଶାହା ସାଢେ ୪ ବର୍ଷରେ କରିଦେଖାଇଲେ। ଅମିତ ଶାହା ଗାନ୍ଧିନଗରରୁ ନାମାଙ୍କନ ଭରିଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜନାଥ।

Categories
ଆଜିର ଖବର

ବିଜେପିରେ ମିଶିଲେ ବୈଜୟନ୍ତ ପଣ୍ଡା

ବିଜେଡ଼ିରୁ ବହିସ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜୟ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ କଲକ ବର୍ଦ୍ଦନ ସିଂଦେଓ ପ୍ରମୁଖ ଉପସ୍ଥିତି ରହିଥିଲେ । ଏହାପରେ ବୈଜୟନ୍ତ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ବିଜେଡିରୁ ବହିସ୍କୃତ ହେବା ପରେ ବୈଜୟନ୍ତ କେଉଁ ଦଳରେ ଯୋଗଦେବେ ସେନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗିରହିଥିଲା। କିଛିଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗଦେବା ନେଇ ବେଶ୍‌ ଚର୍ଚ୍ଚା ଜୋର୍‌ ଧରିଥିଲା । ଏପରିକି ସେ ଏକ ଆଞ୍ଚଳିକ ଦଳ ଗଠନ କରିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ।  ବିଜେଡ଼ିରୁ ବହିଷ୍କୃତ ଅନ୍ୟତମ ନେତା ଦାମୋଦର ରାଉତଙ୍କ ସହ ମିଶି ଏକ ଦଳ ଗଢିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଆସନ୍ତା ବୁଧୁବାର ଦିନ ବୈଜୟନ୍ତ ଓଡିଶା ଫେରିବେ। ସେଥିପାଇଁ ଦଳ ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି ବୋଲି ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

Categories
ଆଜିର ଖବର

ପୁଲୱାମା ଆତଙ୍କୀ ଆକ୍ରମଣ : ଇମ୍ରାନ୍‌ଙ୍କ ମୌନ ରହିବା ଉପରେ ଅମିତ୍‌ ଲଗାଇଲେ ପ୍ରଶ୍ନବାଚୀ

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ୍‌ ଶାହା ପୁଲୱାମା ଆକ୍ରମଣରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୌନ ରହିବା ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି । ଅମିତ୍‌ ଶାହା ଇମ୍ରାନ୍‌ ଖାନ୍‌ଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଇମ୍ରାନ୍‌ ଏହି ଘଟଣାରେ ଚୁପ୍‌ ରହିଲେ ଏହିଭଳି ଏକ ଜଘନ୍ୟ ଘଟଣାର ଥରେ ମାତ୍ର ନିନ୍ଦା କରିଲେ ନାହିଁ ।  ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ୍‌ ଶାହା ୧୪ ଫେବୃଆରୀର ପାକିସ୍ତାନର ଜୈଶ୍‌-ଏ- ମହମ୍ମଦ ଦ୍ଵାରା ଆତ୍ମଘାତୀ ଆକ୍ରମଣରେ ଭାରତୀୟ ୪୦ ଯବାନଙ୍କ ଶହୀଦ ହେବା ଘଟଣା ବିଷୟରେ ଚର୍ଚ୍ଚା କରି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଘେରିଛନ୍ତି । ଏହି ସମୟରେ ଭାରତ ଇମ୍ରାନ୍‌ ଖାନ୍‌ଙ୍କୁ କିପରି ବିଶ୍ଵାସ କରିବ, ସେ କେବଳ କହିବେ, ଆମେ କ’ଣ ଶୁଣିବା । ଆମେ ଜାଣିଛୁ ଯେ, ପାକିସ୍ତାନ ସରକାର ତାଙ୍କ ହାତରେ ନାହିଁ । କିନ୍ତୁ ଆତଙ୍କବାଦ ବିରୋଧରେ ପଦୁଟିଏ କହିବା ନିହାତି ଦରକାର ଥିଲା ।  ଯଦି ପାକିସ୍ତାନ ଆତଙ୍କବାଦର ବିନାଶ ଚାହୁଁଛି, ତେବେ ଆଗକୁ ଆସି ଏହି ଉପରେ ପଦକ୍ଷେପ ନେବା ଦରକାର ।  ଆଜି ପାକିସ୍ତାନ ସମ୍ପୂର୍ଣ୍ଣ ଦୁନିଆରେ ଅଲଗା ହୋଇଯାଇଛି । ଏହା ଭାରତର ବହୁତ ବଡ କୂଟନୈତିକ ବିଜୟ । ପ୍ରଥମେ ଆମେ ଶାନ୍ତି ପାଇଁ ପାକିସ୍ତାନ ସହ କଥା ହୋଇଥିଲୁ । କିନ୍ତୁ ସେ ସୁଧୁରି ନଥିଲା । ତେଣୁ ମୋଦୀ ଏବଂ ଆମ ବୀର ଯବାନ ଆତଙ୍କବାଦର କଡା ଜବାବ ଦେଇଛନ୍ତି ।