Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁଳି ମାର ବୋଲି ସ୍ଲୋଗାନ ଦେବା ଓ ଗୁଳି ମାରିବା ଭିତରେ କେବଳ ଗୋଟେ ରାଜନୀତି ହିଁ ରହିଛି
ବିଶେଷ ଖବର

ଗୁଳି ମାର ବୋଲି ସ୍ଲୋଗାନ ଦେବା ଓ ଗୁଳି ମାରିବା ଭିତରେ କେବଳ ଗୋଟେ ରାଜନୀତି ହିଁ ରହିଛି

February 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନରେ “ଦେଶ କି ଗଦ୍ଦାରୋ କୋ, ଗୋଲି ମାରୋ ଶାଲୋ କୋ” ଭଳି ଜଘନ୍ୟ ସ୍ଲୋଗାନକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବିଜେପି ପାଇଁ ଜାନୁଆରୀ ୩୦ ତାରିଖ ଐତିହାସିକ ଦିବସ ନିଶ୍ଚୟ। ୧୯୪୮ ଜାନୁଆରୀ ୩୦ ତାରିଖରେ ଏମିତି ଗୁଳି ମାରିବାର ଭାବନା ନେଇ ନାଥୁରାମ ଗଡସେ ନାମକ ଜଣେ ଯୁବକ ଭାରତର ଭାରତର ସର୍ବଶ୍ରେଷ୍ଠ ଜନନାୟକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା। ନାଥୁରାମ ଥିଲା ବୈଚାରିକ ଭାବରେ ଅନ୍ଧ ଓ ତା ମନ ଭିତରେ କେବଳ ଘୃଣାର ଭାବନା ଭାରି ରହିଥିଲା। ସେମିତି ୨୦୨୦ ଜାନୁଆରୀ ୩୦ ତାରିଖ ଦିନ ଆଉ ଜଣେ ଉନ୍ମାଦ ଯୁବକ କିଛି ପ୍ରତିବାଦକାରୀ ଯୁବକଙ୍କ ଉପରେ ଗୁଳି ଚଳାଇଥିଲା। ଦିଲ୍ଲୀ ପୁଲିସର ଉପସ୍ଥିତିରେ, ସୋସିଆଲ ମିଡିଆରେ ଖୋଲାଖୋଲି ଘୋଷଣା କରି ରାମଭକ୍ତ ନାମକ ଜଣେ ୧୭ ବର୍ଷର ଯୁବକ ପ୍ରତିବାଦକାରୀ ଜାମିଆ ମିଲିଆର ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ମାତ୍ର ୧୭ ବର୍ଷର ଏହି ଯୁବକ ଭିତରେ ଏତେ ପରିମାଣରେ ବିଜେପି ଭକ୍ତି ଓ ବିଜେପି ବିରୋଧୀଙ୍କ ପ୍ରତି ଘୃଣା ଭାରି ରହିଛି ଯେ ସେ ସବୁ ବିଜେପି ବିରୋଧୀଙ୍କୁ ଗୁଳିକରି ମାରିଦେବାକୁ ପ୍ରସ୍ତୁତ ବୋଲି କହିଛି।

ଏ ପ୍ରକାର ପାଗଳାମି କଣ ଏକ ସାଧାରଣ ଘଟନା? ଜଣେ ୧୭ ବର୍ଷର ଯୁବକ ଭିତରେ ଏ ପ୍ରକାର ହିଂସ୍ର ଭାବନା ତିଆରି କରିଛି କିଏ? ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ପ୍ରତିପକ୍ଷଙ୍କ ପ୍ରତି ତୀବ୍ର ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପିର ତୁଙ୍ଗ ନେତାମାନେ ଅତ୍ୟନ୍ତ ଭୟଙ୍କର ଭାଷା ପ୍ରୟୋଗ ଆରମ୍ଭ କରିଥିଲେ। ଖୋଦ ଗୃହମନ୍ତ୍ରୀ ଅମିତ ଶାହ ଏ ପ୍ରକାର ଭାଷାକୁ ନିଜ ରଣନୀତିର ଅଂଶ ଭାବରେ ଗ୍ରହଣ କରିଛନ୍ତି। ଦେଶର ଗୃହମନ୍ତ୍ରୀ ଭାବରେ ଅମିତ ଶାହ ଯେଉଁ ଭାଷା ବ୍ୟବହାର କରୁଛନ୍ତି, ସେଥିରେ ଶାନ୍ତି ଓ ସଦଭାବନା ଅପେକ୍ଷାଘୃଣାର ପ୍ରାବଲ୍ୟ ଅଧିକ। ଏ ପ୍ରକାର ଭାଷାର ସାଧାରଣ ପରିଣତି ହେଉଛି ହିଂସା ଏବଂ ରକ୍ତପାତ। ଜାନୁଆରୀ ୩୦ରେ “ୟେ ଲୋ ଆଜାଦି” ବୋଲି ପ୍ରତିବାଦକାରୀଙ୍କୁ  ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥିବା ଏ ଯୁବକର ଆଚରଣକୁ ଅଲଗା କରି ଦେଖିହେବ ନାହିଁ। ସରକାର ବିରୋଧୀଙ୍କ ପ୍ରତି ହିଂସାର ଭାବନା ସୃଷ୍ଟି କରିବାକୁ ବିଜେପିର ଅପପ୍ରୟାସର ଏହା ହେଉଛି ଅନ୍ତିମ ପରିଣାମ।

ଆମ ସହିତ ନଥିବା ଅନ୍ୟମାନଙ୍କୁ ଦେଶଦ୍ରୋହୀ ଓ ସେମାନେ ଗୁଳି ଖାଇବାର ଯୋଗ୍ୟ ବୋଲି ସରକାରୀ ଦଳର ଚିନ୍ତନ, ଆମର ରାଜନୀତିକୁ ସବୁଠୁ ବିପଜ୍ଜନକ ମୋଡରେ ଠିଆ କରିଛି। ବାରମ୍ବାର ହିଂସା ଓ ଘୃଣାର ବାତାବରଣ ସୃଷ୍ଟି ହେଉଥିବା ସତ୍ତ୍ୱେ ବିଜେପି ନିଜ ଚିନ୍ତନ ବଦଲାଉ ନାହିଁ। ଅନେକାଂଶରେ ବିଜେପିର ତୁଙ୍ଗ ନେତାମାନେ ହିଂସା ସପକ୍ଷରେ ନିଜର ମତ ରଖୁଛନ୍ତି।  ଗତ ମାସରୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରବଳ ପ୍ରତିରୋଧ ଆରମ୍ଭ ହେଲା ପରେ ଏହି ଆନ୍ଦୋଳନକୁ ହିଂସା ମାଧ୍ୟମରେ ଚପାଇ ଦେବାର ଉଦ୍ୟମ ହୋଇଛି। ଆସାମ, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ପ୍ରାରମ୍ଭିକ ହିଂସା ଘଟି ୩୦ ପାଖାପାଖି ନାଗରିକ ପ୍ରାଣ ହରାଇଛନ୍ତି। ସମୟ କ୍ରମେ ଏହି ଆନ୍ଦୋଳନ ଅଧିକରୁ ଅଧିକ ହିଂସାବିହୀନ ଓ ଗଣତାନ୍ତ୍ରିକ ହେବା ଆରମ୍ଭ କରିଛି।

ଏହି ଆନ୍ଦୋଳନର ଜନସୂତ୍ରକୁ ବୁଝିବାରେ ନରେନ୍ଦ୍ର ମୋଦୀ ସରକାର ସମୂର୍ଣ୍ଣ ଅକ୍ଷମ। ଲୋକଙ୍କ ସହିତ ଆଲୋଚନାର ରାସ୍ତା ବାଛିବା ପରିବର୍ତ୍ତେ ସରକାର ଓ ସରକାରୀ ଦଳ ଏହି ଆନ୍ଦୋଳନ ବିରୋଧରେ ବିଷାକ୍ତ ବାର୍ତ୍ତା ସବୁ ପ୍ରଚାର କରୁଛନ୍ତି। ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଏହାର ସୋସିଆଲ ମିଡିଆ ସେଲ ଓ ମୁଖପାତ୍ରମାନେ  ପ୍ରତିବାଦକୁ ଦେଶଦ୍ରୋହ ବୋଲି କହି ଲୋକଙ୍କ ମନରେ ପ୍ରତିଶୋଧର ଭାବନା ତିଆରି କରୁଛନ୍ତି। ବିଜେପିର ମନ୍ତ୍ରୀମାନେ ଖୋଲାଖୋଲି ବିରୋଧୀଙ୍କୁ “ଗଦ୍ଦାର” ବୋଲି କହିବା ସହିତ ସେମାନଙ୍କ ଉପରକୁ ଗୁଳି କରାଯାଉ ବୋଲି କହିବାକୁ ପଛାଉନାହାନ୍ତି। ଏ ପ୍ରକାର ଚିନ୍ତନ ପଛରେ ସୋସିଆଲ ମିଡିଆ ଏବଂ ଏକ ନିର୍ଦ୍ଦିଷ୍ଟ ବିଚାରକୁ ଭଲ ପାଉଥିବା ଲୋକଙ୍କର ସମର୍ଥନ ରହିଛି।

ଦିଲ୍ଲୀରେ ଘଟିଥିବା ଏହି ଗୁଳିକାଣ୍ଡ ପରେ ଘୃଣାର ରାଜନୀତି ବିଷୟରେ ଶାସକ ଦଳ ଆଉଥରେ ଚିନ୍ତା କରିବା ଉଚିତ ହେବନାହିଁ କି? ତେବେ ଏହି ଘଟନାକୁ ନେଇ ସରକାର ଓ ସରକାରୀ ଦଳର ପ୍ରତିକ୍ରିୟା ଦେଖି ମାନେ ହେଉଛି ଯେ, ଏ ପ୍ରକାର କଳଙ୍କ ଠୁ ଦୂରେଇବା ଅପେକ୍ଷା ଏହାକୁ ଅନେକାଂଶରେ ସମର୍ଥନ ଦେବା ଭଳି ସ୍ଥିତି ଏବେ ତିଆରି କରା ହେଉଛି। ଶାସକ ଦଳର ସମର୍ଥକ ଭାବେ ଜଣାଶୁଣା କିଛି ଗଣମାଧ୍ୟମର ସମର୍ଥନ ହତ୍ୟାକାରୀ ଓ ହିଂସାକାରୀଙ୍କୁ ମିଳୁଛି। ଏହା ସବୁଠୁ ଚିନ୍ତାର ବିଷୟ।

ରାଜନୀତିରେ ନିର୍ବାଚନ ଜିତିବା ବା ହାରିବା ବଡ କଥା ନୁହେଁ। କିନ୍ତୁ ନିର୍ବାଚନ ଜିତିବା ଲାଗି ଯଦି ଏକ ହିଂସ୍ର ପରିବେଶ ତିଆରି ହୁଏ, ତାହେଲେ ତାରପ୍ରଭାବ ଆଗାମୀ ଶହ ଶହ ବର୍ଷ ଧରି ଆମର ସାମାଜିକ ଜୀବନକୁ ବିଷାକ୍ତ କରି ରଖିବ।

amitsaha BJP nathuramgodse
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.