Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶାସନ କରିବ ବିଜେପି, କ୍ଷମତା ଭୋଗ କରିବେ ମୋଦୀ ଓ ଶାହ, ହେଲେ ସବୁ ସମସ୍ୟା ଲାଗି ଦାୟୀ ରହିବେ କଂଗ୍ରେସ ଏବଂ ନେହେରୁ ପରିବାର!!
ବିଶେଷ ଖବର

ଶାସନ କରିବ ବିଜେପି, କ୍ଷମତା ଭୋଗ କରିବେ ମୋଦୀ ଓ ଶାହ, ହେଲେ ସବୁ ସମସ୍ୟା ଲାଗି ଦାୟୀ ରହିବେ କଂଗ୍ରେସ ଏବଂ ନେହେରୁ ପରିବାର!!

July 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନରେନ୍ଦ୍ର ମୋଦୀ ଅମିତ ଶାହ
ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ: ଅମିତ ଶାହ

କେଦାର ମିଶ୍ର

ଦେଶର ଗୃହମନ୍ତ୍ରୀ ୨, ଜୁଲାଇ, ୨୦୧୯ରେ କାଶ୍ମୀର ପ୍ରସଙ୍ଗରେ ଜବାବ ଦେବାକୁ ଯାଇ କହୁଛନ୍ତି, ୧,ଜାନୁଆରୀ,୧୯୪୯ରେ କରିଥିବା ଭୁଲ  ପାଇଁ ନେହେରୁ ସରକାରକୁ ଜବାବ ଦେବାକୁ ପଡିବ। ପାଞ୍ଚବର୍ଷ କ୍ଷମତାରେ ରହିସାରିବା ପରେ ଆଜି ମଧ୍ୟ ମୋଦୀ ସରକାର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନୁହେଁ! ଦେଶର ସବୁ ସମସ୍ୟା ଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କୁ ଦାୟୀ କରିବା ବିଜେପିର ଅଭ୍ୟାସ ପାଲଟି ଯାଇଛି। ସତୁରୀ ବର୍ଷର କଂଗ୍ରେସ ଶାସନ ବୋଲି କହି କହି ନିଜେ ମୋଦୀ-ଶାହ ଯୋଡି ପାଞ୍ଚ ବର୍ଷ ଶାସନ କରିସାରି ଏବେ ଆଉ ପାଞ୍ଚ ବର୍ଷ ଲାଗି ନିର୍ବାଚନ ଜିଣି ସାରିଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ କାଶ୍ମୀର ସମସ୍ୟା ଅଧିକରୁ ଅଧିକ ଖରାପ ହୋଇ ଚାଲିଛି। ଗତ ପାଞ୍ଚ ବର୍ଷର ହିସାବ ମାଗିଲେ ୭୦ ବର୍ଷ ତଳର ଗପ କୁହା ଯାଉଛି। ୧, ଜାନୁଆରୀ ୧୯୪୯ ରେ କଣ ଘଟିଥିଲା, ତାର ପୃଷ୍ଟଭୂମି କଣ ଥିଲା ଓ ସେତେବେଳେ ପ୍ରଧାନମନ୍ତ୍ରୀ ନେହେରୁ ଓ ଗୃହ ମନ୍ତ୍ରୀ ପଟେଲ କେଉଁ ପରିସ୍ଥିତିରେ କି ନିର୍ଣ୍ଣୟ ନେଇଥିଲେ, ତାହା ସେ ସମୟର ରାଜନୀତିରେ ଲୋକ ସମର୍ଥନ ପାଇଥିଲା। ୧୯୪୯ ପରେ ପଣ୍ଡିତ ନେହେରୁ ୧୯୫୨, ୧୯୫୭ ଓ ୧୯୬୨ ନିର୍ବାଚନରେ ବିପୁଳ ଜନମତ ପାଇ ସରକାର ଗଢିଛନ୍ତି। ୧୯୪୭ ରୁ ପ୍ରାୟ ପଚାଶ ବର୍ଷ ଧରି କଂଗ୍ରେସ ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ୧୦ ଥର ସରକାର ଗଢି ସାରିଛି। ଇତିମଧ୍ୟରେ ବିଜେପି ମଧ୍ୟ ୫ ଥର ସରକାର ଗଢି ସାରିଲାଣି। ବାଜପାୟୀ (୧୩ ଦିନ+୧୩ମାସ+୪.୬ ବର୍ଷ) ଓ ନରେନ୍ଦ୍ର ମୋଦୀ (୫+) ବର୍ଷ ଶାସନରେ କାଶ୍ମୀର ସମସ୍ୟାର କେତେଦୂର ସମାଧାନ ହୋଇଛି, ତାର ଉତ୍ତର ବିଜେପି ଦେବା ଉଚିତ ହେବନାହିଁ କି?

ପଣ୍ଡିତ ନେହେରୁ ସ୍ଵର୍ଗରୁ ଆସି ସଂସଦରେ ନିଜର ଉତ୍ତର ରଖି ପାରିବେ ନାହିଁ। ତେଣୁ ତାଙ୍କୁ ପ୍ରଶ୍ନ ପଚାରିବା ସହଜ। ୧ ଜାନୁଆରୀ ୧୯୪୯ ବେଳକୁ ନରେନ୍ଦ୍ର ମୋଦୀ ବା ଅମିତ ଶାହ ଜନ୍ମ ମଧ୍ୟ ହୋଇନଥିଲେ। (ମୋଦୀ ୧୭, ସେପ୍ଟେମ୍ବର,୧୯୫୦ ଓ ଶାହ ୨୨, ଅକ୍ଟୋବର,୧୯୬୪ ରେ ଜନ୍ମ। ଅମିତ ଶାହ ନେହେରୁ ମରିବାର ୫ ମାସ ପରେ ଜନ୍ମ) ଇତିହାସ ସହିତ ଛାୟାଯୁଦ୍ଧ କରି ବର୍ତ୍ତମାନର ସଙ୍କଟକୁ ଭୁଲେଇଦେବାର ଭୟଙ୍କର ରଣକୌଶଳ ବିଜେପି ପ୍ରୟୋଗ କରିଚାଲିଛି। ଆଜି କାଶ୍ମୀରରେ ସାଧାରଣ ଜୀବନ ଠପ ହୋଇଯାଇଛି। ତାର କାରଣ ନେହେରୁ ନୁହନ୍ତି। ନେହେରୁ ଯଦି କିଛି ଭୁଲ କରିଥିଲେ ତାକୁ ସଂଶୋଧନ କରିବାର ଶହ ଶହ ସୁଯୋଗ ତମର ଥିଲା। ତାକୁ ନ କରି ନେହେରୁଙ୍କୁ ଗାଳି କରିବା ଅପଦାର୍ଥ ରାଜନୀତିର ସବୁଠୁ ବଡ ଉଦାହରଣ ବୋଲି କୁହାଯାଇପାରେ। ୨୦୧୫ ରେ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ହୋଇଥିଲା। ୨୦୧୪ ବେଳକୁ କାଶ୍ମୀର ଆପାତତଃ ଶାନ୍ତ ଥିଲା। ୨୦୧୫ ରେ ପିଡିପି –ବିଜେପି ମିଳିତ ସରକାର ଆସିବା ପରଠୁ କାଶ୍ମୀର ପରିସ୍ଥିତି ଅଧିକ ଅଶାନ୍ତ ହୋଇଛି। ପ୍ରତିଦିନ କାଶ୍ମୀର ଉପତ୍ୟକାରେ ଆମର ଯବାନ ମାରୁଛନ୍ତି। ସାଧାରଣ କାଶ୍ମିରୀ ମଧ୍ୟ ମରୁଛନ୍ତି। ପାଞ୍ଚବର୍ଷ ଧରି ପ୍ରତିଦିନ ସନ୍ତ୍ରାସବାଦ ନିର୍ମୂଳନର କଥା କୁହାଯାଉଛି, ହେଲେ ପ୍ରତିଦିନ ନୂଆ ସନ୍ତ୍ରାସବାଦୀ ଗୋଷ୍ଠୀ କାଶ୍ମୀରରେ ମୁଣ୍ଡ ଟେକୁଛନ୍ତି।

ଏଥିପାଇଁ ବି କଣ ନେହେରୁ ଦାୟୀ? ଜାତିସଂଘ ଆଜି ଆଉ କାଶ୍ମୀରରେ ଗଣଭୋଟ କଥା ଉଠାଉଛି କି? ନୂଆ କରି ବିଭାଜିତ ଓ ସ୍ଵାଧୀନ ହୋଇଥିବା ଗୋଟେ ଦେଶର ବାସ୍ତବ ସମସ୍ୟା କଣ ଥିଲା ତାହା ଆଜି ଆମେ ବିଚାର କରିପାରିବା କି? ଏକଥା ସତ୍ୟ ଯେ, ପଣ୍ଡିତ ନେହେରୁଙ୍କ ଉପରେ ଭାରତର ଜଣ ସାଧାରଣ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ ଓ ତାଙ୍କର ନେତୃତ୍ବକୁ ତାଙ୍କର କଟ୍ଟର ବିରୋଧୀମାନେ ମଧ୍ୟ ସେତେବେଳେ ପ୍ରଶଂସା କରିଛନ୍ତି। ଇତିହାସରେ ପଣ୍ଡିତ ନେହେରୁଙ୍କ ସପକ୍ଷରେ ଏତେ ଯୁକ୍ତି ରହିଛି ଯେ, ଅମିତ ଶାହ ନେହେରୁଙ୍କୁ ଦୋଷୀ ବୋଲି କହିଲେ, ସେ ନିଜେ ହିଁ ହାସ୍ୟାସ୍ପଦ ହେବେ। ଏ ଦେଶ  ନିରନ୍ତର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମ୍ବିଧାନିକ ଅନୁଷ୍ଠାନ ସୃଷ୍ଟି କରିଥିବା ହେତୁ ପଣ୍ଡିତ ନେହେରୁଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବ। ଯେତେବେଳେ ସମକାଳରେ ସ୍ଵାଧୀନ ହୋଇଥିବା ଅଧିକାଂଶ ରାଷ୍ଟ୍ର ସାମରିକ ଶାସନ ଓ ଏକଛତ୍ରବାଦକୁ ଆପଣାର କରୁଛନ୍ତି ସେତେବେଳେ ପଣ୍ଡିତ ନେହେରୁ ଆମକୁ ସମ୍ବିଧାନ ଓ ଗଣତନ୍ତ୍ର ଦେଇ ଯାଇଛନ୍ତି। ତାଙ୍କରି ଉତ୍ତରାଧିକାର ହେଉଛି ଏ ଦେଶର ସଂସଦୀୟ ବ୍ୟବସ୍ଥା। ସେହି ପବିତ୍ର ସଂସଦରେ ଆମ ଗଣତନ୍ତ୍ରର ଭିତ୍ତି ପକାଇଥିବା ନେହେରୁଙ୍କୁ ନିନ୍ଦିତ କରିବା ଇତିହାସର ସବୁଠୁ ବିଡମ୍ବନା।

ତେବେ ଅନ୍ତିମ ପ୍ରଶ୍ନ ହେଉଛି, ଧରି ନିଆଯାଉ ୧୯୪୯ ରେ ନେହେରୁ ଭୁଲ କରିଥିଲେ। ହେଲେ ଗତ ପାଞ୍ଚ ବର୍ଷ ଧରି ମୋଦୀ ସରକାର ସେ ଭୁଲ ସୁଧାରିବାରେ ସଫଳ ହେଲେ ନାହିଁ କାହିଁକି? ୭୦ ବର୍ଷ ତଳର ଭୁଲ କଥା କହି ନିଜ ଭୁଲକୁ ଚାପିଦେବାର ମନ୍ଦ ଉଦ୍ଦେଶ୍ୟକୁ ଲୋକ ବେଶ ବୁଝୁଛନ୍ତି।

amitsaha BJP cong Modi rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026
Latest News

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.