ଚ଼ିଲିକା ବିଜେପିର ମିଶ୍ରଣ ପର୍ବ, ଯୋଗ ଦେଲେ ପାଞ୍ଚଟି ଗ୍ରାମ ପଞ୍ଚାୟତର‌ ବହୁ ବିଜେଡ଼ି କର୍ମୀ

Published: May 7, 2024, 7:09 am IST

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚ଼ନ ମଣ୍ଡଳୀର କୁମାରଙ୍ଗ, ବିଷ୍ଣୁଡ଼ିହ, ମାନସିଂହପୁର, କୁମାଣ୍ଡଳ,ଭବାନୀପୁର ଗ୍ରାମ ପଞ୍ଚାୟତର‌ ୧୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି। ସେମାନେ ଦଳର ନୀତି, ଆଦର୍ଶ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ବିଜେପିରେ ଯୋଗଦେଇଛନ୍ତି।

ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ।ଦଲରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ।

ଏହି ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ବିଷ୍ଣୁଡ଼ିହ ପଞ୍ଚାୟତର‌ ସଂଗଠକ ଶ୍ରୀ ରାଜେଶ ନାୟକ, ଭବାନୀପୁର ପଞ୍ଚାୟତର‌ ସରପଞ୍ଚ ଶ୍ରୀ କାର୍ତ୍ତିକ ବାରିକ,ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ,ଭେଟେଶ୍ବର ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ରଶ୍ମିତା ପ୍ରଧାନ,ମାନସିଂହପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ରତ୍ନାକର ବେହେରା ଏବଂ କୁମାରଙ୍ଗ ପଞ୍ଚାୟତ ର‌ ଭାଜପା ସଭାପତି ଶ୍ରୀ ସନାତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related posts