ବିଜେପିରୁ ବହିସ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର

Published: May 17, 2024, 8:18 pm IST

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ,ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ବିଜୟ ମହାପାତ୍ର ଦୀର୍ଘ ଦିନ ଧରି ଦଳରୁ ଦୂରେଇ ରହିଥିଲେ। ଏଥର ନିର୍ବାଚନରେ ତାଙ୍କର ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପୁଅଙ୍କୁ ଭୋଟ ଦେବା ପାଇଁ ବିଜୟ ଘରେ ବୈଠକ କରୁଛନ୍ତି। ସେଥିପାଇଁ ଦଳ ତାଙ୍କ ଉପରେ ଏହି ପଦକ୍ଷେପ ଗ୍ରହଣ କରିଛି।

Related posts