Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଆଜି ସେ ନିଜ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇ ମିଶ୍ରଣ ପର୍ବରେ ସାମିଲ କରାଯାଇଥିଲା। ଏଥିରେ ମହାଙ୍ଗା ବିଧାୟକ ପ୍ରତାପ ଜେନା, ଅଂଶମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ଏବଂ ସୁଶାନ୍ତ ରାଉତ ପ୍ରମୁଖ ଅରବିନ୍ଦଙ୍କୁ ଦଳରେ ସାମିଲ କରାଇଥିଲେ।

ମିଶ୍ରଣ ପରେ ସେ ମିଡିଆଙ୍କୁ କହିଛନ୍ତି ଯେ, ଆଜି ମୋ ପାଇଁ ଏକ ଖୁସିର କଥା। ଆଜି ମୁଁ ବିଜେଡିରେ ଯୋଗ ଦେଇଛି। ବହୁଦିନ ଧରି ପାଟକୁରା ଅଞ୍ଚଳରେ କାମ କରୁଛି। ବିଜେଡିରେ ଯୋଗଦେବା ପୂର୍ବରୁ ମୁଁ ପାଟକୁରା ଲୋକଙ୍କ ସହିତ କଥା ହୋଇଛି। ସେମାନଙ୍କ ମତରେ ମୁଁ ବିଜେଡିରେ ଯୋଗ ଦେଲି। ଏହି ଉପଲକ୍ଷେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ତେବେ ତାଙ୍କର ବାପା ବିଜୟ ମହାପାତ୍ର ମଧ୍ୟ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ସେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହିତ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ ତାହା ଶେଷ ମୂହୁର୍ତ୍ତରେ ବାତିଲ ହୋଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ବିଜେଡିରେ ସାମିଲ ହେବେ ବିଜୟ ମହାପାତ୍ର ଏବଂ ତାଙ୍କ ପୁଅ ଅରବିନ୍ଦ

ଭୁବନେଶ୍ବର: ଶେଷରେ ସମସ୍ତ କଥାବାର୍ତ୍ତା ସରିଲା। ଆଜି ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର। ବହୁଦିନ ଧରି ଏ ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ତେବେ ଏହି ମିଶ୍ରଣ ପରେ ଏଥ ବିଜୟ କିନ୍ତୁ ଆଉ ନିର୍ବାଚନରେ ଲଢେଇ କରିବା ନାହିଁ। ତାଙ୍କ ପୁଅ କେନ୍ଦ୍ରାପଡାର କେଉଁଠାରୁ ଛିଡା ହେବେ ବୋଲି ଜଣାପଡିଛି।

ବିଜୟ ମହାପାତ୍ର ହେଉଛନ୍ତି ବିଜେଡିର ମୁଖ୍ୟ ପୁରୋଧା ଥିଲେ। ସେ ହିଁ ବିଜେଡି ଗଠନର ମୁଖ୍ୟ ନେତା ଥିଲେ। ପରବର୍ତ୍ତି ସମୟରେ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ। ହେଲେ ଆଜି ସେ ବିଜେଡିରେ ସାମିଲ ହେବା ନିଶ୍ଚିତ ଏକ ଭିନ୍ନ ଘଟଣା ବୋଲି କୁହାଯାଉଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର କେନ୍ଦ୍ରାପଡା ଅଭିଯାନ: ଅଂଶୁମାନଙ୍କ ପରେ ଦଳରେ ମିଶିବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ବର: ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତି ଓଡିଶାରେ ବେଶ ଚର୍ଚ୍ଚା ଚାଲିଛି। କାରଣ ନିକଟରେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗ ଦେବା ପରେ ଏହି ଜିଲ୍ଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପରେ ପରେ ଦଳ ଏହି ଜିଲ୍ଲାର ସଭାପତିଙ୍କୁ ବଦଳାଇବା ସହିତ ସଂଗଠନ ସ୍ତରରେ ଅଦଳବଦଳ କରିଛି।

ବର୍ତ୍ତମାନ କେନ୍ଦ୍ରାପଡାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେଲା , ଓଡିଶାର ଏକଦା ଟାଣୁଆ ନେତା ଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ମିଶିବେ। ବର୍ତ୍ତମାନ ବିଜୟ ମହାପାତ୍ର ରାଜନୀତିରୁ ଏକ ପ୍ରକାରର ଦୂରେଇ ଗଲେଣି। ସେଥିପାଇଁ ସେ ତାଙ୍କ ପୁଅଙ୍କୁ ମଇଦାନକୁ ଆଣିବା ପାଇଁ ଆଗ୍ରହୀ ଅଛନ୍ତି। ତେବେ ପୁଅ ବିଜେପି ରେ ନ ମିଶି ବିଜେଡିରେ ମିଶୁ ବୋଲି କୁଆଡେ ବିଜୟ ଚାହୁଁଛନ୍ତି।

ତେବେ ଏ ନେଇ ବିଜେଡି ତରଫରୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି। ବିଜୟକୁ ହୁଏତ ବିଜେଡି ଗ୍ରହଣ କରି ନ ପାରେ ହେଲେ ତାଙ୍କ ପୁଅଙ୍କୁ ଦଳରେ ସାମିଲ କରିବାରେ କିଛି ଅସୁବିଧା ନାହିଁ। ସେଥିପାଇଁ କୁଆଡେ ନବୀନ ନିବାସରୁ ସବୁଜ ସଙ୍କେତ ମଧ୍ୟ ମିଳିସାରିଛି ବୋଲି କୁହାଯାଉଛି। ଖୁବ ଶିଘ୍ର ଏ ନେଇ ଘୋଷଣା କରାଯିବ ବୋଲି ଜଣାପଡିଛି।

କେନ୍ଦ୍ରାପଡି ଜିଲ୍ଲା ବର୍ତ୍ତମାନ ବିଜେଡି ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳିର ସାଂସଦ ଅନୁଭବ ମହାନ୍ତିଙ୍କୁ ବିଜେଡି ଆଉ ଟିକେଟ ଦେବ ନାହିଁ। ଫଳରେ ସେଠାରୁ କିଏ ସାଂସଦ ପ୍ରାର୍ଥୀ ହେବ ସେ ନେଇ ଦଳ ହିସାବ କରିବା ଆରମ୍ଭ କରିଛି। ତେବେ ଦଳ ପାଇଁ ଏକ ସୁବିଧା ହୋଇଛି ଯେ, ଏଥର ବୈଜୟନ୍ତ ପଣ୍ଡା ଲଢେଇ କରିବେ ନାହିଁ।

ସେଥିପାଇଁ ଦଳ ନୂଆ ଯୁବ ପ୍ରାର୍ଥୀଙ୍କୁ ଆଗକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ ତାଙ୍କ ଦଳରେ ଅଂଶୁମାନ ମହାନ୍ତି ଜଣେ ସାଂସଦ ପ୍ରାର୍ଥୀ ହୋଇ ପାରିବେ। ସେହିପରି ଯଦି ବିଜୟ ମହାପାତ୍ରଙ୍କ ପୁଅ ବିଜେଡିରେ ସାମିଲ ହେଲେ ତେବେ ସେ ମଧ୍ୟ ଜଣେ ସାଂସଦ ପ୍ରାର୍ଥୀ ହୋଇପାରିବେ। କାରଣ ଉଭୟଙ୍କର ଜିଲ୍ଲାରେ ଲୋକପ୍ରିୟତା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅଙ୍କୁ ନେଇ କାହିଁକି ଚାଲିଛି ଚର୍ଚ୍ଚା ?

ଭୁବନେଶ୍ବର: ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର ବର୍ତ୍ତମାନ ଦୀର୍ଘ ମାସ ଧରି ନିରବ ରହିଛନ୍ତି। ସେ ବର୍ତ୍ତମାନ ବିଜେପିରେ ଥାଇ ମଧ୍ୟ ନ ଥିଲା ପରି ମନେ ହେଉଛି। କାରଣ ସେ ଦଳର କୌଣସି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉ ନାହିଁନ୍ତି। କୌଣସି ରାଜନୈତିକ ଟିପଣୀ ମଧ୍ୟ ଆଉ ଦେଉ ନାହାଁନ୍ତି।

ସେ ଚର୍ଚ୍ଚାରୁ ଦୂରେଇ ରହିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ପୁଅଙ୍କୁ ନେଇ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ତାହା ହେଲା ତାଙ୍କ ପୁଅ ଅରବିନ୍ଦ ମହାପାତ୍ର କୁଆଡେ ରାଜନୀତି ପଡିଆରେ ପାଦ ଥାପିବେ। ପୂର୍ବରୁ ଏ ନେଇ ଚର୍ଚ୍ଚା ଜାରୀ ରହିଥିଲା। ହେଲେ ନୂଆବର୍ଷ ଉପଲକ୍ଷେ ଆୟୋଜିତ ଏକ ବନ୍ଧୁ ମିଳନ ପର୍ବରେ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

ଗତକାଲି କେନ୍ଦ୍ରାପଡା ଜିଲ୍ଲାର ଗଦରପୁର ବ୍ଲକର ତିକନପୁର ପଞ୍ଚାୟତ ଖେଳ ପଡିଆରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହିତ ତାଙ୍କ ପୁତ୍ର ଅରବିନ୍ଦ ମହାପାତ୍ର ଗୋଟିଏ ମଞ୍ଚରେ ବସିଥିଲେ। ଯାହାକୁ ନେଇ କେନ୍ଦ୍ରପଡା ରାଜନୀତି ସରଗରମ ହୋଇଯାଇଛି।

ତେବେ ପୂର୍ବରୁ ପ୍ରତିବର୍ଷ ନୂଆବର୍ଷରେ ଏହି ବନ୍ଧୁ ମିଳନର ଆୟୋଜନ ହୋଇଥାଏ। ହେଲେ କେବେ ବି ବାପପୁଅ ଗୋଟିଏ ମଞ୍ଚରେ ବସି ନ ଥିଲେ। ସେହିପରି ଏଥର ବନ୍ଧୁ ମିଳନଟି ବେଶ ବ୍ୟାପକ ଆକାରର କରାଯାଇଥିଲା। ବହୁ ଲୋକକଙ୍କର ସମାଗମ ମଧ୍ୟ କରାଯାଇ ଥିଲା। ଏପରି ପରିବେଶ ଦେଖି ସାଧାରଣରେ ଏକ ଚର୍ଚ୍ଚା ଆରମ୍ଭ ହେବା ସ୍ବାଭିବିକ।

ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି ଯେ, ଏହା ବନ୍ଧୁ ମିଳନ ନୁହେଁ ବରଂ ବିଜୟ ମହାପାତ୍ର ପୁତ୍ରଙ୍କର ରାଜନୈତିକ ପ୍ରବେଶ ଉତ୍ସବ ଥିଲା। ଏଥିରେ ଅରବିନ୍ଦ ମଞ୍ଚର ପଡିଥିବା ଅତିଥୀ ଆସନର ଶେଷକୁ ବସିଥିଲେ। ବିଜୟ ମହାପାତ୍ର ମଝିରେ ବସିଥିଲେ। ହେଲେ ସମସ୍ତେ ଫୁଲମାଳ ଆଣି ଅରବିନ୍ଦଙ୍କୁ ଲଗାଉଥିବାର ପରିଲକ୍ଷିତ ହୋଇଥିଲା।

ଏ ନେଇ ବିଜୟ ମହାପାତ୍ର ସ୍ପଷ୍ଟ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ ପୁଅ ରାଜନୀତିରେ ପ୍ରବେଶକୁ ସଂପୂର୍ଣ୍ଣ ଏଡାଇ ଯାଇ ନ ଥିଲେ। ସେ କହିଥିଲେ ଯେ, ପୁଅ ଲୋକଙ୍କ ସାଥୀରେ ବହୁ ଆଗରୁ ରହିଛି। ଯଦି ସେମିତି କିଛି ସୁବିଧା ଆସେ ତେବେ ଦେଖିବା ବୋଲି ବିଜୟ କହିଥିଲେ। ସେ ଆହୁରି କହିଥିଲେ ଯେ, ଆଗାମୀ ବିଧାନ ସଭା ନିର୍ବାଚନ ଏକ ନିର୍ଣ୍ଣାୟକ ମୋଡ ନେବ।

ତେବେ ପୁଅ ଅରବିନ୍ଦ ମହାପାତ୍ର ସିଧା କହିଲେ ଯେ, ଆଗକୁ ସେହିପରି ଯୋଜନା ଅଛି। ରାଜନୀତି କରିବା ପାଇଁ ଏକ ଯୋଜନା ଚାଲିଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ନାହିଁ। କେଉଁ ଦଳରୁ ରାଜନୀତି କରିବେ ବୋଲି ପ୍ରଶ୍ନ ପଚାରିବାରେ ତାହା ମଧ୍ୟ ଠିକ ହୋଇ ନାହିଁ ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଯେ, ସେ ବିଜେପି ଦଳରୁ ନହେଁ ଅନ୍ୟ କୌଣସି ଦଳରୁ ରାଜନୀତି କରିବେ।

ପୂର୍ବରୁ ବିଜୟ ମହାପାତ୍ରଙ୍କ ପୁଅ ବିଜେଡିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେହି ଚର୍ଚ୍ଚାକୁ ଅରବିନ୍ଦଙ୍କ ଏକ ସୂଚନା ଆହୁରି ସ୍ପଷ୍ଟ କରିଛି। ସେ ବିଜେଡିରେ ସାମିଲ ହୋଇ କେନ୍ଦ୍ରପଡାର ମଙ୍ଗ ଧରିବେ ବୋଲି ତାଙ୍କର ସମର୍ଥକ କହିବା ମଧ୍ୟ ଆରମ୍ଭ କରିସାରିଲେଣି।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ଦର୍ଶନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ମା’ ଭଗବତୀ ପୀଠ ଦର୍ଶନକୁ ଆସିଥିଲେ। ତାଙ୍କ ସାଙ୍ଗରେ ପୂର୍ବତନ ସାଂସଦ ରବି ନାରାୟଣ ପାଣି ମଧ୍ୟ ସାମିଲ ଥିଲେ। ଶ୍ରୀ ମହାପାତ୍ର ମନ୍ଦିରରେ ମା’ଙ୍କ ଦର୍ଶନ ସାରି ବେଢାରେ କିଛି ସମୟ ଅତିବାହିତ କରିବା ସହ ପ୍ରସାଦ ସେବନ କରିଥିଲେ।

ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ସେବାୟତଙ୍କ ସହ ଶ୍ରୀ ମହାପାତ୍ର ମନ୍ଦିରର ଉନ୍ନତି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।

ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ମନ୍ଦିର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ତେବେ ବାଣପୁର ଗସ୍ତର ଆଭିମୁଖ୍ୟ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି କହିବା ସହ କେବଳ ମା’ ଭଗବତୀଙ୍କ ଦର୍ଶନ ପାଇଁ ଆସିଥିବାର କହିଛନ୍ତି। ତେବେ ରାଜନୈତିକ ପ୍ରଶ୍ନରୁ ସମ୍ପୂର୍ଣ୍ଣ ଦୁରେଇ ରହିଥିଲେ ଶ୍ରୀ ମହାପାତ୍ର।

Categories
ଆଜିର ଖବର ରାଜ୍ୟ ଖବର

୩ରୁ ୪ ସପ୍ତାହ ଅଧ୍ୟରେ ସଂକ୍ରମଣ ବଢିବା ଆଶଙ୍କା ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅନ୍ୟ ରାଜ୍ୟ ଅପେକ୍ଷା ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ତେଣୁ ଏହାକୁ ଦେଖି ଚତୁର୍ଥ ଲହର ଆଶଙ୍କା କରାଯାଉଛି।

ଏହିଭଳି ସ୍ଥିତିରେ ଓଡିଶାରେ ମଧ୍ୟ ୩ ରୁ ୪ ସପ୍ତାହ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ରାଜ୍ୟ ସରକାର ପକ୍ଷରୁ ପରିସ୍ଥିତି ଉପରେ କଡା ନଜର ରଖାଯାଉଛି। ସେଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ବଢିଲେ ରାଜ୍ୟର ସବୁ କୋଭିଡ ହସ୍ପିଟାଲକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଏଯାଏଁ ବିପଦ ଟଳି ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟରେ ଏବେ ଡେଲଟା ଭାରିଆଣ୍ଟର ଉପସ୍ଥିତି ଥିବାରୁ ବିପଦ ଜାରି ରହିଛି। ତେଣୁ କରୋନା ନିୟମକୁ ମାନିବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହିତ ସମସ୍ତଙ୍କୁ ଭ୍ୟାକ୍ସିନ ନେବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିବେଦନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ଓଡିଶା ବିଜେପିରେ ହେବ ଭୂକମ୍ପ, ହଟିବେ ସମୀର, ମଙ୍ଗ ଧରିବେ ବିଜୟ ମହାପାତ୍ର

ଭୁବନେଶ୍ବର, ଓଡିଶା ବିଜେପିରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହେବ। ଏ ନେଇ ରାଜ୍ୟ ତଥା ଜାତୀୟ ରାଜନୈତିକ ପାଗ ବିଶେଷଜ୍ଞମାନେ ଆକଳନ କରିସାରିଲେଣି। ସେମାନଙ୍କ ତଥ୍ୟ ଅନୁସାରେ ପ୍ରଦେଶ ବିଜେପି ସଭାପତି ପଦରୁ ହଟିବେ ସମୀର ମହାନ୍ତି। ଆଉ ତାଙ୍କ ସ୍ଥାନ ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର। ଏହାର କୌଣସି ସମୟ କୁହାଯାଇ ନ ଥିଲେ ମଧ୍ୟ ଖୁବ ଶିଘ୍ର ଏପରି ଅଦଳବଦଳ ହେବ ବୋଲି କୁହାଯାଇଛି।

ତେବେ କାରଣରେ ଯାହା କୁହାଯାଇଛି, ତାହା ହେଉଛି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ବିଜେପି ସଂଗଠନ ସୁଦୃଢ ହୋଇପାରିଲା ନାହିଁ। ଓଡିଶାରେ ବିଜେପି ସଂଗଠନକୁ ସୁଦୃଢ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ବିଜେପି ଅଖଣ୍ଡ କ୍ଷମତା ପ୍ରଦାନ କଲେ। ଜିରୋରୁ ହିରୋ କଲେ। ହେଲେ ତାଙ୍କର ଅହଂ ଭାବ ଦଳକୁ ତଳିତାଳନ୍ତ କରିଦେଲା। ଏ ନେଇ କେନ୍ଦ୍ରୀୟ ବିଜେପି ନେତାମାନେ ମର୍ମେ ମର୍ମେ ଅନୁଭବ କରିସାରିଲେଣି। ଆଉ ଧର୍ମେନ୍ଦ୍ରଙ୍କ ଦ୍ବାରା ଓଡିଶା ବିଜେପି ସୁଧରିବ ନାହିଁ ବୋଲି ଜାଣିସାରିଲେଣି। ସେଥିପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ତାଙ୍କର କ୍ଷମତାକୁ ସଂକୁଚିତ କରିଦିଆଗଲା।

ଏହାର ପରବର୍ତ୍ତି ପଦକ୍ଷେପ ସ୍ବରୂପ ଧୀରେ ଧୀରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ରାଜନୀତିରୁ ମଧ୍ୟ ଦୂରେଇ ଦିଆଯିବ। ଏହାର ଏକ ସାମ୍ପୁଲ ଭାବେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମିଳିତ ଗସ୍ତରୁ ଆଭାସ ମିଳିସାରିଲାଣି। ବିନା ଧର୍ମେନ୍ଦ୍ରରେ ଅଶ୍ବିନୀଙ୍କ ଏକକୀ ଗସ୍ତ କୁଆଡେ ବେଶ୍ ଭଲ ଫଳପ୍ରଦ ହେଲା ବୋଲି ରାଷ୍ଟ୍ରୀୟ ସଂଗଠନ ଜାଣିସାରିଲେଣି। ଧର୍ମେନ୍ଦ୍ରଙ୍କୁ ବାଦଦେଲେ ରାଜ୍ୟ ବିଜେପିରେ ଏକ ନୂଆ ଆଗ୍ରହ ସୃଷ୍ଟି ହେଉଛି ବୋଲି କେନ୍ଦ୍ରୀୟ ଦଳ ଅନୁଭବ କରିଛନ୍ତି। ଫଳରେ ବର୍ତ୍ତମାନ ରାଜ୍ୟ ବିଜେପିରୁ ଧର୍ମେନ୍ଦ୍ରଙ୍କୁ ହଟାଇବାକୁ ରାଷ୍ଟ୍ରୀୟ ବିଜେପି ନିଷ୍ପତି କରିଛି।

କେବଳ ଧର୍ମେନ୍ଦ୍ର ନୁହଁନ୍ତି, ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଉପରେ ମଧ୍ୟ କେନ୍ଦ୍ରୀୟ ନେତାଙ୍କ କୋପ ଦୃଷ୍ଟି ପଡିଛି। ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠୀ ଓଡିଶାରେ ଦଳ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ସେମାନେ ଅନୁଭବ କରିସାରିଲେଣି। ତେଣୁ ଧର୍ମେନ୍ଦ୍ରଙ୍କୁ ନିଷ୍କ୍ରିୟ କରିବା ପରେ ପରେ ତାଙ୍କ ଗୋଷ୍ଠୀକୁ ମଧ୍ୟ ଚୁପ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବ।

ପ୍ରଥମେ ପଦକ୍ଷେପ ସ୍ବରୂପ ରାଜ୍ୟ ସଭାପତି ପଦରୁ ସମୀର ମହାନ୍ତିଙ୍କୁ ହଟାଇ ଦିଆଯିବ। ତାଙ୍କ ସ୍ଥାନରେ ବିଜୟ ମହାପାତ୍ର ରାଜ୍ୟ ବିଜେପିର ଦାୟିତ୍ବ ସମ୍ଭାଳିବେ ବୋଲି କୁଆଡେ ନିଷ୍ପତି ହୋଇସାରିଛି। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ବିରୋଧୀଙ୍କୁ ଆଗକୁ ଅଣାଯିବ। ସେମାନଙ୍କ ହାତରେ ଓଡିଶା ସଂଗଠନ ଛାଡି ଦିଆଯିବ। ତେବେ ଆକଳନ ଅନୁସାରେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ନବକଳେବର କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING NEWS: ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କାରଣ କଣ ?

ଭୁବନେଶ୍ବର, ଆଜି ବିଜେପିର ପାଣିପାଗରେ ବଡ ପରିବର୍ତ୍ତନ ଘଟିଛି। ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ ବିଜୟଙ୍କ ବାସଭବନ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି। ସାକ୍ଷାତ ପରେ ଖୋଦ୍ ମନ୍ତ୍ରୀ ଧର୍ମେନ୍ଦ୍ର ତାଙ୍କର ସାମାଜିକ ଗଣମାଧ୍ୟମରେ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଆମ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସୌଜନ୍ୟ ସାକ୍ଷାତ କଲି।

ତେବେ ଦୁଇଜଣ ଯେହେତୁ ଗୋଟିଏ ଦଳର ନେତା ସେଥିପାଇଁ ଭେଟିବାରେ କିଛି ଅସୁବିଧା ନାହିଁ। ହେଲେ ରାଜନୈତିକ ପାଣିପାଗ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛି। କାରଣ ବିଜୟ ମହାପାତ୍ର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଭଲ ପଡୁ ନାହିଁ ବୋଲି ସମସ୍ତେ ଜାଣନ୍ତି। ବିଜୟ ମହାପାତ୍ର ବିଜେପିରେ ଥିଲେ ମଧ୍ୟ ତାଙ୍କୁ କଣଠୋସା କରି ରଖାଯାଇଥିଲା। ଦଳ ଭିତରୁ ତାଙ୍କୁ ଦୃଢ ସମର୍ଥନ ମିଳୁ ନ ଥିଲା। ଏହା ପଛରେ ଯେ ଧର୍ମେନ୍ଦ୍ରଙ୍କ ହାତ ଥିଲା ଏହା ସମସ୍ତେ ଜାଣିଛନ୍ତି।

ତେବେ ହଠାତ କଣ ହେଲା ଯେ, ମନ୍ତ୍ରୀ ଧର୍ମେନ୍ଦ୍ର, ବିଜୟଙ୍କୁ କୋଳାଇବାକୁ ବାଧ୍ୟ ହେଲେ। ସୁତ୍ର ଅନୁସାରେ ବର୍ତ୍ତମାନ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ପତିୟାରା ହ୍ରାସ ପାଇବାରେ ଲାଗିଛି। ଏହାର କାରଣ ହେଲା ଧର୍ମେନ୍ଦ୍ର ରାଜ୍ୟ ସଂଗଠନକୁ ଠିକ ବାଟରେ ପରିଚାଳିତ କରିପାରୁ ନାହାଁନ୍ତି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ହମବଡା ନୀତି ପାଇଁ ଦଳରେ ଅନେକ ବରିଷ୍ଠ ଏପରିକି ତୃଣମୂଳ ନେତା ଅସନ୍ତୁଷ୍ଠ ମଧ୍ୟ ହେଉଛନ୍ତି। ଏସବୁ କେନ୍ଦ୍ରୀୟ ନେତା ଜାଣିବା ପରେ ଧର୍ମେନ୍ଦ୍ରଙ୍କ ପକ୍ଷ ଛେଦନ କରିଛନ୍ତି। ତାଙ୍କୁ ତାଗିଦ ମଧ୍ୟ କରିଛନ୍ତି।

ଏସବୁ ଘଟଣା ନିଜେ ଧର୍ମେନ୍ଦ୍ର ବୋଧହୁଏ ହୃଦବୋଧ କରିସାରିଲେଣି। ସେଥିପାଇଁ ଦଳରେ ବର୍ତ୍ତମାନ ଏକଚାଟିଆ ରାଜନୀତି ଆଉ ଚଳିବ ନାହିଁ ବୋଲି ଧର୍ମେନ୍ଦ୍ର ଅନୁଭବ କଲେଣି। ବିଭିନ୍ନ ନିର୍ବାଚନରେ ଦଳର ବିପୁଳ ପରାଜୟ ପ୍ରସଂଗକୁ ତୃଣମୂଳ ସ୍ତରର ନେତା ଆଉ ଗ୍ରହଣ କରୁ ନାହାଁନ୍ତି। କେଉଁଠି ନା କେଉଁ ତାଙ୍କର ହମବଡା ନିଷ୍ପତି ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି।

କାହାକୁ କଣଠୋସା କରିବା, କାହାକୁ ହାଇରାଣ କରିବା, କାହାକୁ ରାଗ ତମତମ ହେବା ପ୍ରଭୃତି କାମକୁ ଓଡିଶା ଲୋକେ ଆଉ ପସନ୍ଦ କରୁ ନାହାଁନ୍ତି। ସେ ସବୁକୁ ଅନୁଭବ କରି ଧର୍ମେନ୍ଦ୍ର ନିଜକୁ ସଜାଡିବାରେ ଲାଗିଛନ୍ତି। ଯାହାର ପ୍ରଥମ ପଦକ୍ଷେପ ହେଲା ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରି ମାନଭଞ୍ଜନ କରିବା। ଧର୍ମେନ୍ଦ୍ର ହୃଦବୋଧ କରିସାରିଲେଣି ଯେ, ଯଦି ସେ ସମସ୍ତଙ୍କୁ ସାଥିରେ ନ ନେଇ ଚାଲିବେ, ତେବେ ଆଗାମୀ ଦିନରେ ହୁଏତ ତାଙ୍କର ମନ୍ତ୍ରୀ ପଦ ମଧ୍ୟ ଖସିଯିବାର ସମ୍ଭାବନା ସୃଷ୍ଟି ହୋଇପାରେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ମଧ୍ୟ କରୋନାର ଦ୍ଵିତୀୟ ଲହର ସରିନି। ଆଜି ରାଜ୍ୟରେ ୧ ହଜାର ୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ଭିତରେ ତୃତୀୟ ଲହର ଆସିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ହେଲେ ଆସନ୍ତା ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଅଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।