Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BREAKING NEWS: ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କାରଣ କଣ ?
ଜାତୀୟ ଖବର

BREAKING NEWS: ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କାରଣ କଣ ?

August 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
BREAKING NEWS: ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କାରଣ କଣ ?

ଭୁବନେଶ୍ବର, ଆଜି ବିଜେପିର ପାଣିପାଗରେ ବଡ ପରିବର୍ତ୍ତନ ଘଟିଛି। ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ ବିଜୟଙ୍କ ବାସଭବନ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି। ସାକ୍ଷାତ ପରେ ଖୋଦ୍ ମନ୍ତ୍ରୀ ଧର୍ମେନ୍ଦ୍ର ତାଙ୍କର ସାମାଜିକ ଗଣମାଧ୍ୟମରେ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଆମ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସୌଜନ୍ୟ ସାକ୍ଷାତ କଲି।

ତେବେ ଦୁଇଜଣ ଯେହେତୁ ଗୋଟିଏ ଦଳର ନେତା ସେଥିପାଇଁ ଭେଟିବାରେ କିଛି ଅସୁବିଧା ନାହିଁ। ହେଲେ ରାଜନୈତିକ ପାଣିପାଗ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛି। କାରଣ ବିଜୟ ମହାପାତ୍ର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଭଲ ପଡୁ ନାହିଁ ବୋଲି ସମସ୍ତେ ଜାଣନ୍ତି। ବିଜୟ ମହାପାତ୍ର ବିଜେପିରେ ଥିଲେ ମଧ୍ୟ ତାଙ୍କୁ କଣଠୋସା କରି ରଖାଯାଇଥିଲା। ଦଳ ଭିତରୁ ତାଙ୍କୁ ଦୃଢ ସମର୍ଥନ ମିଳୁ ନ ଥିଲା। ଏହା ପଛରେ ଯେ ଧର୍ମେନ୍ଦ୍ରଙ୍କ ହାତ ଥିଲା ଏହା ସମସ୍ତେ ଜାଣିଛନ୍ତି।

ତେବେ ହଠାତ କଣ ହେଲା ଯେ, ମନ୍ତ୍ରୀ ଧର୍ମେନ୍ଦ୍ର, ବିଜୟଙ୍କୁ କୋଳାଇବାକୁ ବାଧ୍ୟ ହେଲେ। ସୁତ୍ର ଅନୁସାରେ ବର୍ତ୍ତମାନ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ପତିୟାରା ହ୍ରାସ ପାଇବାରେ ଲାଗିଛି। ଏହାର କାରଣ ହେଲା ଧର୍ମେନ୍ଦ୍ର ରାଜ୍ୟ ସଂଗଠନକୁ ଠିକ ବାଟରେ ପରିଚାଳିତ କରିପାରୁ ନାହାଁନ୍ତି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ହମବଡା ନୀତି ପାଇଁ ଦଳରେ ଅନେକ ବରିଷ୍ଠ ଏପରିକି ତୃଣମୂଳ ନେତା ଅସନ୍ତୁଷ୍ଠ ମଧ୍ୟ ହେଉଛନ୍ତି। ଏସବୁ କେନ୍ଦ୍ରୀୟ ନେତା ଜାଣିବା ପରେ ଧର୍ମେନ୍ଦ୍ରଙ୍କ ପକ୍ଷ ଛେଦନ କରିଛନ୍ତି। ତାଙ୍କୁ ତାଗିଦ ମଧ୍ୟ କରିଛନ୍ତି।

ଏସବୁ ଘଟଣା ନିଜେ ଧର୍ମେନ୍ଦ୍ର ବୋଧହୁଏ ହୃଦବୋଧ କରିସାରିଲେଣି। ସେଥିପାଇଁ ଦଳରେ ବର୍ତ୍ତମାନ ଏକଚାଟିଆ ରାଜନୀତି ଆଉ ଚଳିବ ନାହିଁ ବୋଲି ଧର୍ମେନ୍ଦ୍ର ଅନୁଭବ କଲେଣି। ବିଭିନ୍ନ ନିର୍ବାଚନରେ ଦଳର ବିପୁଳ ପରାଜୟ ପ୍ରସଂଗକୁ ତୃଣମୂଳ ସ୍ତରର ନେତା ଆଉ ଗ୍ରହଣ କରୁ ନାହାଁନ୍ତି। କେଉଁଠି ନା କେଉଁ ତାଙ୍କର ହମବଡା ନିଷ୍ପତି ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି।

କାହାକୁ କଣଠୋସା କରିବା, କାହାକୁ ହାଇରାଣ କରିବା, କାହାକୁ ରାଗ ତମତମ ହେବା ପ୍ରଭୃତି କାମକୁ ଓଡିଶା ଲୋକେ ଆଉ ପସନ୍ଦ କରୁ ନାହାଁନ୍ତି। ସେ ସବୁକୁ ଅନୁଭବ କରି ଧର୍ମେନ୍ଦ୍ର ନିଜକୁ ସଜାଡିବାରେ ଲାଗିଛନ୍ତି। ଯାହାର ପ୍ରଥମ ପଦକ୍ଷେପ ହେଲା ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରି ମାନଭଞ୍ଜନ କରିବା। ଧର୍ମେନ୍ଦ୍ର ହୃଦବୋଧ କରିସାରିଲେଣି ଯେ, ଯଦି ସେ ସମସ୍ତଙ୍କୁ ସାଥିରେ ନ ନେଇ ଚାଲିବେ, ତେବେ ଆଗାମୀ ଦିନରେ ହୁଏତ ତାଙ୍କର ମନ୍ତ୍ରୀ ପଦ ମଧ୍ୟ ଖସିଯିବାର ସମ୍ଭାବନା ସୃଷ୍ଟି ହୋଇପାରେ।

ଓଡିଶା ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ବିଜୟ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.