ବାଲୁଗାଁରେ ବିଜେଡିର କର୍ମୀ ସମ୍ମିଳନୀ, ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ

Published: May 8, 2024, 8:36 pm IST

ବାଲୁଗାଁ ( ସୀତାରାମ ଅଗ୍ରୱାଲ):-ବୁଧବାର ପୂର୍ବାହ୍ନରେ ଚିଲିକା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ କର୍ମୀଙ୍କୁ ନେଇ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମୀ ସମ୍ମିଳନୀରେ ଚିଲିକା ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ବିକାଶମୂଳକ ଯୋଜନା ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳର ଉର୍ଣ୍ଣତି ସାଙ୍ଗକୁ ପ୍ରତିଟି ଜନସାଧାରଣ ଉପକୃତ ହୋଇପାରିଛନ୍ତି।ଯାହାକି ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ କରାଇବା ସହ ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଏବଂ ସାଂସଦ ପ୍ରାର୍ଥି ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ଉପସ୍ଥିତ କର୍ମୀମାନେ ସଂକଳ୍ପ ନେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ,ଏନଏସି ଯୁବ ଛାତ୍ର ବିଜେଡି ସଭାପତି ଶଶିକାନ୍ତ ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ,ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ଶତାଧିକ କର୍ମୀ ଯୋଗ ଦେଇଥିଲେ।

Related posts