ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକକୁ ପିଟିଲା ବସ, ଜଣେ ମୃତ

Published: May 8, 2024, 6:22 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ):-ବୁଧବାର ମଧ୍ୟାହ୍ନରେ ବାଲୁଗାଁ ୫ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ମା ନାରାୟଣୀ ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ସହ ଉତ୍ତରାୟଣୀ ମନ୍ଦିର ନିକଟରେ ଧକ୍କା ହୋଇଥିଲା। ଯାହାଫଳରେ ବାଇକଟି ବସ ସମ୍ମୁଖରେ ପଶି ଯାଇଥିବା ବେଳେ ବାଇକ ଚାଳକ ଆହତ ହୋଇଥିଲେ।

ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲକୁ ନେଲାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ରାଉତରାପଲ୍ଲୀ ଗ୍ରାମର ଉପେନ୍ଦ୍ର ଶତୃଶଲ୍ୟ (୬୨) ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରୁ ବାଲୁଗାଁ ପୋଲିସ ଉଭୟ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Related posts