Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା, ବିଳମ୍ବିତ ରାତିରେ ଭୁବନେଶ୍ବରରୁ କଟକ ନିଆଗଲା କିଡନୀ
ବିଶେଷ ଖବର

ଓଡିଶା ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା, ବିଳମ୍ବିତ ରାତିରେ ଭୁବନେଶ୍ବରରୁ କଟକ ନିଆଗଲା କିଡନୀ

February 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଗତକାଲି ବିଳମ୍ବିତ ରାତ୍ରୀରେ ଓଡିଶା ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା ଘଟିଛି। ଘଟଣାଟି ହେଉଛି କଟକ ଏସସିବି ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଭୁବନେଶ୍ବରରେ ବ୍ରେନ ଡେଡ୍ ଥିବା ଜଣଙ୍କ କିଡନୀକୁ ନିଆଯାଇ ପ୍ରତିରୋପଣ କରାଯାଇଛି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଓଡିଶାର ଡାକ୍ତରମାନେ ତାହା କରି ଦେଖାଇଛନ୍ତି।

ଘଟଣାଟି ହେଉଛି ଗଂଜାମ ଜିଲ୍ଲାର ପ୍ରିୟଙ୍କା ପାତ୍ର ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଆପୋଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଭଲ ନ ଥିବାରୁ ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍ ବୋଲି ଘୋଷଣା କରିଥିଲେ। ଏହାପରେ ପରିବାର ବର୍ଗ ତାଙ୍କର ଅଙ୍ଗ ପ୍ରତ୍ୟେଙ୍ଗ ଦାନ କରିବା ପାଇଁ ଚାହିଁଥିଲେ। ହସପିଟାଲ କର୍ତ୍ତୁପକ୍ଷ ଏହା ଜାଣିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। ହେଲେ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରତିରୋପଣ କେବଳ ଏସସିବିରେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି। ସେହି ଅନୁସାରେ ଏସସିବିର ଏକ ରୋଗୀଙ୍କ କିଡନୀର ଆବଶ୍ୟକତା ଥିବାରୁ ତାଙ୍କ ଶରୀରରେ ପ୍ରିୟଙ୍କାଙ୍କ କିଡନୀ ପ୍ରତିରୋପଣ ପାଇଁ ନିଷ୍ପତି କରାଯାଇଥିଲା।

ଏହା ପରେ ଏସସିବିର ଏକ ଡାକ୍ତରୀ ଦଳ ଆପୋଲ ହସପିଟାଲ ଆସି ପ୍ରିୟଙ୍କାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରି ପ୍ରତିରୋପଣ ହୋଇପାରିବ ବୋଲି ସମ୍ମତି ପ୍ରଦାନ କରିଥିଲେ। ହେଲେ ପ୍ରତିବନ୍ଧକ ସାଜିଥିଲା ଭୁବନେଶ୍ବରରୁ କଟକକୁ କିଡନୀ ପରିବହନ କାମ। କଟକଭୁବନେଶ୍ବର ଯେପରି ଟ୍ରାଫିକ ରହିଛି ସେଥିରେ କିଡନୀକୁ ନେବା ସମ୍ଭବ ନୁହେଁ। କେବଳ ବିଳମ୍ବିତ ରାତ୍ରୀରେ ନେବା ଛଡା ଅନ୍ୟ ରାସ୍ତା ନ ଥିଲା। ହେଲେ ବିଳମ୍ବିତ ରାତ୍ରୀରେ ଡାକ୍ତରମାନଙ୍କ ଉପସ୍ଥିତି ନେଇ ପ୍ରଶ୍ନ ଉଠିଲା। ଏହାପରେ ଏସସିବି ତରଫରୁ ଏକ ବୈଠକ କରି ବିଳମ୍ବିତ ରାତ୍ରୀରେ ପ୍ରତିରୋପଣ କରାଯିବ ବୋଲି ନିଷ୍ପତି ନିଆଗଲା।

ନିଷ୍ପତି ଅନୁସାରେ ସୋମବାର ରାତିରେ ଏସସିବିର ଏକ ଡାକ୍ତରୀ ଦଳ ଆପୋଲ ହସପିଟାଲ ଆସି ଦୀର୍ଘ ସମୟ ଅପରେସନ ପରେ ପ୍ରିୟଙ୍କାଙ୍କ ଶରୀରରୁ କିଡନୀ ବାହାର କରିଥିଲେ। ଏହାପରେ ଏକ ସ୍ବତନ୍ତ୍ର ଆମ୍ବୁଲାନସ ରେ ଡାକ୍ତରୀ ଦଳ ସହିତ ସୋମବାର ବିଳମ୍ବିତ ରାତିରେ କିଡନୀ ଅଣାଯାଇଥିଲା। ପୂର୍ବରୁ ଏସସିବିରେ ଡାକ୍ତରୀ ଦଳ କିଡନୀ ପ୍ରତିରୋପଣ ପାଇଁ ଅପରେସନ ଆରମ୍ଭ କରି ଦେଇଥିଲେ। ସୁରକ୍ଷିତ ଭାବେ ଏସସିବିରେ କିଡନୀ ପହଁଚିବା ପରେ ସେଠାରେ ଅଳ୍ପ ସମୟ ମଧ୍ୟରେ କିଡନୀ ପ୍ରତିରୋପଣ କରାଯାଇଥିଲା।

ସାଧାରଣତଃ କିଡନୀ ବାହର କରିବାର ପାଞ୍ଚ ଘଣ୍ଟା ମଧ୍ୟରେ ଅନ୍ୟଜଣଙ୍କ ଶରୀରରେ ପ୍ରତିରୋପଣ କରାଯିବା ଆବଶ୍ୟକ। ସେହି ସମୟ ପୂର୍ବରୁ ଏସସିବିର ଡାକ୍ତରମାନେ ଏହା କରି ଦେଖାଇ ଦେଇଥିଲେ। ଏପରି ଚିକିତ୍ସାକୁ ଡାକ୍ତରୀ ଭାଷାରେ କାଡାଭେରିକ୍ ଟ୍ରାନସପ୍ଲାଣ୍ଟ ବୋଲି କୁହାଯାଇଥାଏ। ନିକଟରେ ଏହି ଚିକିତ୍ସା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କେବଳ ଏସସିବିକୁ ନୋଡାଲ ଏଜେନ୍ସି ଭାବେ ମନୋନିତ କରିଛି।ନିଷ୍ପତି ପରେ ଏହି ପ୍ରତିରୋପଣ ହେଉଛି ପ୍ରଥମ ଘଟଣା।

KidnyTransplant
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ବଡ ପଦକ୍ଷେପ ନେଲେ ପ୍ରସାଦ ହରିଚନ୍ଦନ

December 18, 2025
Latest News

ଆଜି ୨୦ ଡିସେମ୍ବର ଶନିବାର ରାଶିଫଳ, କେମିତି କଟିବ ଆଜିର ଦିନ

December 20, 2025

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.