Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରସଙ୍ଗ ବିହୀନ ଦୁର୍ବଳ ବିରୋଧୀ, ଓଡିଶାରେ ସରକାରୀ ଦଳକୁ ପ୍ରଶ୍ନ ପଚାରିବ କିଏ?
ବିଶେଷ ଖବର

ପ୍ରସଙ୍ଗ ବିହୀନ ଦୁର୍ବଳ ବିରୋଧୀ, ଓଡିଶାରେ ସରକାରୀ ଦଳକୁ ପ୍ରଶ୍ନ ପଚାରିବ କିଏ?

February 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗଣତନ୍ତ୍ରରେ ସରକାର ଯେତିକି ଗୁରୁତ୍ବପୂର୍ଣ୍ଣ, ବିରୋଧୀ ତାଠୁ ଗୁରୁତ୍ୱପୂର୍ଣ୍ଣ। ବ୍ରିଟିଶ ଢାଞ୍ଚାରେ ବିରୋଧୀ ଦଳକୁ ଛାୟା ସରକାର ବୋଲି କୁହାଯାଏ। ଗଣତନ୍ତ୍ରରେ ଗୋଟେ ସାଧାରଣ ନିୟମ ହେଉଛି, ଯେଉଁ ଦଳ ସରକାର ରେ ଅଛି ସେ କେବଳ ବହୁମତର ପ୍ରତିନିଧି । ସେ ସର୍ବସମ୍ମତ ବା ସାର୍ବଭୌମ ନୁହେଁ। ତାକୁ ସବୁ ସମୟରେ ବିରୋଧର ସାମ୍ନା କରିବାକୁ ପଡିବ। ବିନା ବିରୋଧିର ଶାସନ କେବଳ ଏକଛତ୍ରବାଦରେ ସମ୍ଭବ। ତେଣୁ ଗଣତନ୍ତ୍ରରେ ବିରୋଧୀଙ୍କର ଭୂମିକା ଶାସକ ସହିତ ସମାନ୍ତରାକରେ ରହି ସରକାରକୁ ତାଗିଦ କରିବା। ବର୍ତ୍ତମାନ ସମୟରେ ସାରା ପୃଥିବୀ ଗଣତନ୍ତ୍ର ଭିତରେ ଏକଛତ୍ରବାଦର ନୂଆ ଚେହେରା ଦେଖୁଛି। ଭାରତ ବା ଓଡିଶା ତାର ବ୍ୟତିକ୍ରମ ନୁହେଁ। ଓଡିଶାରେ ଗତ ପାଞ୍ଚଟି ଯାକ ନିର୍ବାଚନରେ ବିଜୁ ଜନତା ଦଳ ଲୋକଙ୍କର ପ୍ରବଳ ସମର୍ଥନ ପାଇ ସରକାର ଗାଢୁଛି। ଦଳର ନେତା ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦ୍ବୀ ଜନନେତା ଭାବେ ଲୋକଙ୍କର ସ୍ଵୀକୃତି ପାଉଛନ୍ତି। ତେବେ ଏଥିପାଇଁ ଓଡିଶାରେ ବିରୋଧୀ ଦଳ ଗୁଡିକ ଉଦାସ ଓ ଅକ୍ଷମ ହୋଇ ପଡି ରହିବେ କି?

ଏ ପ୍ରଶ୍ନ ପଚାରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାରେ ସରକାରୀ ଦଳର ଉପସ୍ଥିତି ଏ ପ୍ରଭାବଶାଳୀ ଓ ପ୍ରବଳ ଯେ, ତାଙ୍କ ଆଗରେ ବିରୋଧୀ ରାଜନୀତିର କୌଣସି ଉପସ୍ଥିତି ଦେଖା ଯାଉନାହିଁ। ଏହା ଗୋଟେ ଗଣତାନ୍ତ୍ରିକ ସମାଜ ଲାଗି ସବୁଠୁ ଚିନ୍ତାର ବିଷୟ ହେବା ଉଚିତ। ୧୯୮୦ ରୁ ୧୯୮୯ ଯାଏଁ ଓଡିଶାରେ କଂଗ୍ରେସର ଶାସନ ରହିଥିଲା। ସେତେବେଳେ ଓଡିଶାରେ ବିରୋଧୀଙ୍କ ସଂଖ୍ୟା ବହୁତ ଇ ଦୁର୍ବଳ ଥିଲା। କିନ୍ତୁ ସେହି ସମୟରେ ଏକାକୀ ବିରୋଧୀ ଦଳ ନେତା ଭାବରେ ବିଜୁ ପଟ୍ଟନାୟକଙ୍କର ଉପସ୍ଥିତି କଂଗ୍ରେସକୁ ବାରମ୍ବାର ଅଡୁଆରେ ପକାଉଥିଲା। ୧୯୮୫ ରୁ ୧୯୮୯, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ଵିତୀୟ ପାଳିର ସରକାରକୁ ସେତେବେଳେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ମାତ୍ର ହାତଗଣତି ବିଧାୟକ ଗୁଡେଇ ତୁଡେଇ ପ୍ରଶ୍ନ କରୁଥିଲେ। ବିଧାନସଭାରେ ଓ ରାଜରାସ୍ତାରେ ସରକାରକୁ ବାରମ୍ବାର ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରୁଥିବା ସେତେବେଳର ଟାଣୁଆ ବିଧାୟକମାନଙ୍କ ଭିତରେ ରହିଥିଲେ- ରାମକୃଷ୍ଣ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ପ୍ରସନ୍ନ ପାଟ୍ଟଶାଣୀ, ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ। ସେମାନେ ସଂଖ୍ୟାରେ କମ ଥିଲେ, କିନ୍ତୁ ବିଚାର ଓ ବିରୋଧୀ ମତ ରଖିବାର ଦୃଢତାରେ ସେମାନେ ଏକ ନୂଆ ଇତିହାସ ତିଆରି କରିଥିଲେ।

୧୯୯୦ରେ ବିଜୁ ବାବୁ ପରିଣତ ବୟସରେ ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କ ନେତୃତ୍ବରେ ଜନତା ଦଳକୁ ସେତେବେଳେ ୧୪୭ ରୁ ୧୨୫ ଆସନ ମିଳିଥିଲା। ତଥାପି ସେତେବେଳେ କଂଗ୍ରେସ ନେତୃତ୍ବରେ ବିରୋଧୀ ଓ ବାମ ଦଳର ଜଣେ ଦୁଇ ଜଣ ବିଧାୟକ ବିଜୁ ବାବୁଙ୍କ ଭଳି ଅଭିଜ୍ଞ ନେତାଙ୍କୁ ପାଣି ପିଆଇ ଦେଉଥିଲେ। ବାମପନ୍ଥୀ ବିଧାୟକ ରାଧାକାନ୍ତ ସେଠି, ସ୍ଵାଧୀନ ବିଧାୟକ ପଞ୍ଚାନନ ମିଶ୍ର ପ୍ରମୁଖ ସେ ସମୟରେ ବିରୋଧୀ ସ୍ଵରକୁ ତେଜୀୟାନ କରି ରଖିଥିଲେ। ବିରୋଧୀ ଶକ୍ତିଶାଳୀ ରହିଲେ, ଶାସକ ଦଳ ଅଧିକ ସତର୍କ ଓ ଦାୟିତ୍ୱବାନ ହେବାକୁ ବାଧ୍ୟ ହୁଅନ୍ତି।

ଓଡିଶା ରାଜନୀତିରେ ଗତ କୋଡିଏ ବର୍ଷର ସମୟ, ବିରୋଧୀ ରାଜନୀତି ପାଇଁ ସବୁଠୁ ଦୁର୍ଦ୍ଦଶାର ସମୟ। ଏହି ସମୟ ଖଣ୍ଡରେ ବିଜେପି ପ୍ରଥମ ୯ ବର୍ଷ ସରକାରରେ ରହିଛି। ସରକାରରୁ ବିଦା ହେବା ପରେ ବିଜେପି ରାଜ୍ୟ ଲାଗି ବିକଳ୍ପ ବିରୋଧୀ ଦେବାରେ ସମର୍ଥ ହୋଇ ପାରିନାହିଁ। ଆଜି ମଧ୍ୟ ଓଡିଶାର ବିଜେପି ନବୀନ ପଟ୍ଟନାୟକଙ୍କୁ ପ୍ରବଳ ବିରୋଧ କରିବାର ନୈତିକ ସାହସ ଯୋଗାଡ କରି ପାରୁନାହିଁ। କେନ୍ଦ୍ରରେ ବିଜେଡି ସମର୍ଥନର ବାଧ୍ୟ ବାଧକତା କାରଣରୁ ବିଜେପି ନିଜକୁ ବିଜେଡି ପାଖରେ ସମର୍ପିତ କରି ରଖିବାକୁ ବାଧ୍ୟ। କେବଳ ୨୦୧୭ ପଞ୍ଚାୟତ ନିର୍ବାଚନରୁ ୨୦୧୯ ସାଧାରଣ ନିର୍ବାଚନ ପର୍ୟନ୍ତ ବିଜେପିର ବିରୋଧ କିଛିଟା ପ୍ରଖର ଥିଲା। ତେବେ ନିର୍ବାଚନ ଉଦ୍ଦେଶ୍ୟରେ ବିରୋଧ ଏବଂ ବିରୋଧୀ ଦଳ ଭାବରେ ବିରୋଧ କରିବାର ତଫାତକୁ ଲୋକେ ଭଲ ଭାବରେ ବୁଝନ୍ତି।

କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଭାବରେ ଶାସକ ଦଳ ସହିତ ଲଢିବା ଅପେକ୍ଷା, ଏହା ନିଜେ ନିଜ ବିରୋଧରେ ଲଢି ଚାଲିଛି। କଂଗ୍ରେସ ପାଖରେ ନେତୃତ୍ଵ ଅଛି, ପ୍ରତିଭା ଅଛି, ହେଲେ ସଂଗଠନ ନାହିଁ। କଂଗ୍ରେସର ନୈତିକ ମନୋବଳ ଏତେ ମାତ୍ରାରେ ଭାଙ୍ଗି ପଡିଛି ଯେ, ଏହା ନିଜକୁ ସଜାଡିବାକୁ ସାହସ ଯୋଗାଡ କରି ପାରୁନାହିଁ। ଦଳ ଭିତରେ ବିଧାୟକ ଓ ନେତାମାନେ ପରଷ୍ପରର ଗୋଦା ଟାଣିବାରେ ଏତେ ବ୍ୟସ୍ତ ଯେ ସରକାର ବିରୋଧରେ ଜନ ଆନ୍ଦୋଳନ ଗଢି ପାରିବାର କ୍ଷମତା ଆଉ କାହା ପାଖରେ ନାହିଁ।

ଏହାର ପରିଣତିରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ଏବେ ସଂପୂର୍ଣ୍ଣ ନିରଙ୍କୁଶ। ସରକାର ପାଖରେ ବିରୋଧ ବା ପ୍ରଶ୍ନ ବୋଲି କିଛି ନାହିଁ। ସରକାର ନିରଙ୍କୁଶ ଭାବରେ ନିଜର ଜୟଯାତ୍ରା ଅବ୍ୟାହତ ରଖିଛନ୍ତି। ବିରୋଧୀ ନିଜ ନିଜ ଭିତରେ ଟଣା ଓଟରା ହେଉଥିବା ବେଳେ, ସରକାର ନିର୍ଭିଘ୍ନରେ ମାଡି ଚାଲିଛନ୍ତି। ଏହା ଗଣତନ୍ତ୍ର ଲାଗି କେତେଦୂର ଶୁଭଂକର ସେ ପ୍ରଶ୍ନର ଉତ୍ତର ଦେବା କିଏ??

naveenpattnaik Odisha
Share. Facebook Twitter LinkedIn Email WhatsApp Copy Link

Related Posts

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.