Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଘମେଳାରେ ବିକ୍ରି ହେଉଛି ଗୋମୂତ୍ରରୁ ପ୍ରସ୍ତୁତ ଟୁଥ୍‌ପେଷ୍ଟ ଓ ଆଇ ଡ୍ରପ୍‌
ଆଜିର ଖବର

ମାଘମେଳାରେ ବିକ୍ରି ହେଉଛି ଗୋମୂତ୍ରରୁ ପ୍ରସ୍ତୁତ ଟୁଥ୍‌ପେଷ୍ଟ ଓ ଆଇ ଡ୍ରପ୍‌

February 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

 

ପ୍ରୟାଗରାଜ : ଗୋମୂତ୍ରକୁ ଏକ ମହୌଷଧୀ ଭାବରେ ବ୍ୟବହାର କରାଯାଉଛି। ଗୋମୂତ୍ରରୁ ନାଇଟ୍ରୋଜେନ୍‌, କପର, ଫସ୍‌ଫେଟ୍‌, ୟୁରିକ୍‌ ଏସିଡ୍‌, ପଟାସିୟମ, କ୍ଲୋରାଇଡ୍‌ ଓ ସୋଡିୟମ ମିଳିଥାଏ। ନିୟମିତ ଗୋ ମୂତ୍ର ସେବନ କରିବା ଦ୍ୱାରା ରକ୍ତହୀନତା ଓ ଏନିମିଆ ସମସ୍ୟା ଦୂର ହୋଇଥାଏ। ଏହା ସହ ରକ୍ତ ପରିଷ୍କାର ମଧ୍ୟ ହୋଇଥାଏ। ଏହାଦ୍ବାରା ଆମ ହାର୍ଟ ଓ ମସ୍ତିଷ୍କକୁ ଶକ୍ତି ମିଳିବା ସହିତ ଏହା ଆମକୁ ଚାପମୁକ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗୋମୂତ୍ର ବା ଗୋବରରୁ ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଏବେ ବେଶ୍‌ ଲୋକପ୍ରିୟ ହେଲାଣି। ଏଥିରୁ ସାବୁନ୍‌ଠାରୁ ଆରମ୍ଭ  କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଲାଣି। ନିକଟରେ ପ୍ରୟାଗରାଜଠାରେ ଚାଲିଥିବା ମାଘ ମେଳାରେ ଗୋମୂତ୍ର ବା ଗୋବରରୁ ପ୍ରସ୍ତୁତ ଭିନ୍ନ ଭିନ୍ନ ଉତ୍ପାଦ ବିକ୍ରି ହେଉଛି।

ପ୍ରୟାଗରାଜଠାରେ ଚାଲିଥିବା ମାଘ ମେଳାରେ ଏବେ ଗୋମୂତ୍ର ତଥା ଗୋବରରେ ପ୍ରସ୍ତୁତ ସାବୁନ୍‌, ଟୁଥ୍‌ପେଷ୍ଟ୍‌, ରୁମ୍‌ ଫ୍ରେସ୍‌ନେଶର୍‌, ଧୂପକାଠି, ଆଇ ଡ୍ରପ୍‌, ତେଲ ତଥା ଅନ୍ୟାନ୍ୟ ଉତ୍ପାଦ ବିକ୍ରି ହେଉଛି। ଏହି ଉତ୍ପାଦଗୁଡ଼ିୁ କାନପୁରର ବିଠୁର୍‌ର ଏକ ଗୋଶାଳାରେ ପ୍ରସ୍ତୁତ କରାଯାଉଛି। ଏହା ସହିତ ଏହି ବିକ୍ରେତାମାନେ ଗୋମୂତ୍ର ତଥା ଗୋବରରୁ ପ୍ରସ୍ତୁତ ଔଷଧ ମଧ୍ୟ ବିକ୍ରି କରାଯାଉଛି । ଏବଦହଜମୀ, ଆର୍ଥାଟାଇସ୍‌, ମୋତିଆବିନ୍ଦୁ, ମଧୁମେହ ଓ ଫୁସ୍‌ଫୁସ୍‌ ସଂକ୍ରମଣ ନିମେନ୍ତ ଗୋମୂତ୍ରରୁ ପ୍ରସ୍ତୁତ ଔଷଧ ବିକ୍ରି କରାଯାଉଛି ।

ବିଏଚ୍‌ପି ଦ୍ବାରା ସଂଚାଳିତ ଏହି ଗୋଶାଳାର ପ୍ରବନ୍ଧକ ଅଭିଷେକ ବାଜପେୟୀ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ମାଘମେଳା ଅବସରରେ ବିକ୍ରି ହେଉଛି, କିନ୍ତୁ ଏହି ଉତ୍ପାଦ ମଧ୍ୟରୁ କିଛି ଉତ୍ପାଦନ 2013 ଓ 2019 କୁମ୍ଭ ମେଳାରେ ବିକ୍ରି କରିବା ପାଇଁ ବଜାର ପ୍ରବେଶ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମସ୍ତ ଉତ୍ପାଦଗୁଡ଼ିକ ଜୈବିକ ଉର୍ବରକ ।  ହୋମ୍‌ କ୍ଲିନ୍‌ରଠୁ ଆଇ ଡ୍ରପ୍‌ ଓ ମୁଣ୍ଡ ବଥା ନିରୋଧକ ମଧ୍ୟ ରହିଛି । ଗୋମୂତ୍ର ଓ ଗୋବରର ଔଷଧୀୟ ଗୁଣକୁ ସ୍ବୀକୃତ ଦେଉଥିବା ଅନେକ ସଂଖ୍ୟାରେ ଲୋକମାନେ ଆମ ଷ୍ଟଲ୍‌କୁ ଆସୁଛନ୍ତି । ଏହି ଉତ୍ପାଦକୁ ସର୍ବପ୍ରଥମେ ଆରଏସ୍‌ଏସ୍‌ ଓ ବିଏଚପି ଶିବିରରେ ଉପଲବ୍ଧ କରାଯାଉଥିଲା । ଏବେ ଏହାର ଅନ୍‌ଲାଇନ୍‌ ବ୍ରିକି କରିବା ପାଇଁ ଏହାର ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିଛି ।

ଗୋମୂତ୍ର ବା ଗୋବରରୁ ପ୍ରସ୍ତୁତ ଆଇ ଡ୍ରପ୍‌ ଦୃଷ୍ଟିଶକ୍ତିବୁ ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ । ଏତଦ୍‌ବ୍ୟତୀତ ଏଥିରୁ ପ୍ରସ୍ତୁତ ସାବୁନ୍‌, ଫେସ୍‌ପ୍ୟାକ୍‌, ଧୂପକାଠି ମଧ୍ୟ ପ୍ରସ୍ତୁତ କରାଯାଇଛି । ଆରଏସ୍‌ଏସ୍‌, ଭିଏଚ୍‌ପି ତଥା ଅନ୍ୟ ହିନ୍ଦୁ ସଙ୍ଗଠନମାନେ ଗୋମୂତ୍ରରୁ ପ୍ରସ୍ତୁତ ଉତ୍ପାଦର ବ୍ୟବସାୟକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026
Latest News

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.