Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ନିର୍ବାଚନ କମିଶନ ନିଜକୁ ନିରପେକ୍ଷ ବୋଲି କହିଲେ ହେବନାହିଁ, ନିରପେକ୍ଷତା ଦେଖାଯିବା ଜରୁରୀ   
ବିଶେଷ ଖବର

ଭାରତର ନିର୍ବାଚନ କମିଶନ ନିଜକୁ ନିରପେକ୍ଷ ବୋଲି କହିଲେ ହେବନାହିଁ, ନିରପେକ୍ଷତା ଦେଖାଯିବା ଜରୁରୀ   

February 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନିର୍ବାଚନ ସରିବାର କେତେ ସମୟ ପରେ ଭୋଟଦାତାଙ୍କର ସଂଖ୍ୟା ଜଣା ପଡିବା ଉଚିତ? ଆମେ ବର୍ଷ ବର୍ଷ ଧରି ଦେଖି ଆସିଛୁ, ନିର୍ବାଚନ ସରିବାର ମାତ୍ର ଘଣ୍ଟେ ଦୁଇ ଘଣ୍ଟା ଭିତରେ ଏହି ପରିସଙ୍ଖ୍ୟାନ ଜଣା ପଡିଯାଏ। ଏପରିକି ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଏକଥା ସମ୍ଭବ ହୋଇ ପାରିଥିଲା। ଯେଉଁ ରାଜ୍ୟରେ ଦୁର୍ଗମ ଅଞ୍ଚଳ ରହିଛି ଓ ନିର୍ବାଚନ ଅଧିକାରୀମାନେ ଶୀଘ୍ର ବୁଥରୁ ଫେରିବାର ଅସୁବିଧା ଅଛି, ସେହି ଜାଗାରେ ହୁଏତ ଏ ସଂଖ୍ୟା ଗଣନା ବିଳମ୍ବିତ ହୋଇଥାଏ। ହେଲେ ଦିଲ୍ଲୀ ଭଳି ଏକ ଛୋଟିଆ, ପୂରା ସହରୀ ରାଜ୍ୟର ନିର୍ବାଚନରେ କେତେ ପ୍ରତିଶତ ଭୋଟର ଭୋଟ ଦେଇଛନ୍ତି, ସେକଥା ଜଣାଇବାକୁ ନିର୍ବାଚନ କମିଶନଙ୍କୁ ପାଖାପାଖି ୩୦ ଘଣ୍ଟା ସମୟ ଲାଗିଲା କାହିଁକି? ସେହି ସମୟ ଭିତରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ନିଜର ଏଗଜିଟ ପୋଲ ଫଳ ପ୍ରକାଶ କରିଥିଲେ। ନିର୍ବାଚନ କମିଶନ ଏହି ସଂଖ୍ୟା ଜଣାଇବାରେ ବିଳମ୍ବ କରୁଥିବା ସମୟରେ ଦେଶର ଗୃହମନ୍ତ୍ରୀ କହୁଥିଲେ ଯେ, ତାଙ୍କ ଦଳ ନିର୍ବାଚନ ନିଶ୍ଚୟ ଜିତିବ। ଏହା ସହିତ କମିଶନଙ୍କ ଅହେତୁକ ବିଳମ୍ବର କିଛି କାରଣ ରହିଛି କି? ନିର୍ବାଚନ କମିଶନ ଦେଶର ଏବଂ ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନାରେ ସ୍ଵଚ୍ଛତା ଅବଲମ୍ବନ କରୁନାହାନ୍ତି ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଛି, ସେଥିରେ ଦେଶର ଗଣତନ୍ତ୍ର ସବୁଠୁ ବେଶୀ ଆହତ ହେଉଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ। ନିର୍ବାଚନ ପରିଚାଳନାରେ କମିଶନଙ୍କ ଭୂମିକା ଅତ୍ୟନ୍ତ ବିବଦମାନ ହେବା ଆଜି ପାଇଁ ସବୁଠୁ ଚିନ୍ତାର ବିଷୟ।

ଦିଲ୍ଲୀ ନିର୍ବାଚନ ପୂର୍ବରୁ ନିକଟରେ ମହାରାଷ୍ଟ୍ର,ହରିଆଣା ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସରିଛି। ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏକତ୍ର ହେବା ପଛରେ କୌଣସି ଅସୁବିଧା ନଥିଲା। ତଥାପି ୧୦ ଦିନ ବ୍ୟବଧାନରେ ଏହାକୁ ଅଲଗା କରି ଘୋଷଣା କରିବାର ଉଦ୍ଦେଶ୍ୟ କୁ ନେଇ ସେତେବେଳେ ପ୍ରଶ୍ନବାଚୀ ଉଠିଥିଲା? ନିର୍ବାଚନ କମିଶନ ନିଜ ଇଚ୍ଛା ମୁତାବକ ନିର୍ବାଚନ ତାରିଖ ଓ କାର୍ୟକ୍ରମ ଘୋଷଣା କରିପାରିବେ। ହେଲେ ସେଥିଲାଗି କିଛିଟା ତର୍କସଙ୍ଗତ ପୃଷ୍ଠଭୂମି ରହିବା ନିତାନ୍ତ ଆବଶ୍ୟକ।

ଏସବୁ ଘଟିବା ପଛରେ ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ଅନେକାଂଶରେ ପିଲାଳିଆ ମାନେ ହେଉଛି। ଗତ ସାଧାରଣ ନିର୍ବାଚନ ତାରିଖ ଘୋଷଣାରେ ମଧ୍ୟ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଥିଲେ।

ଅନେକ ସମୟରେ ଶାସକ ଦଳର ନେତାଙ୍କ ପ୍ରଚାର ସୁବିଧା ଦେଖି ନିର୍ବାଚନର ନିର୍ଘଣ୍ଟ ତିଆରି ହେଉଛି ବୋଲି ଏକ ଧାରଣା ଏବେ ସୃଷ୍ଟି ହେଲାଣି। ଏହା ଆଦୌ ଶୁଭଂକର ନୁହେଁ। ଦୀର୍ଘକାଳୀନ ନିର୍ବାଚନୀ ନିର୍ଘଣ୍ଟ ତିଆରି କରି ଜନମତକୁ ପ୍ରଭାବିତ କରିବାର ସୁଯୋଗ ନିର୍ବାଚନ କମିଶନ ଦେଉଛନ୍ତି। ପ୍ରଥମ ପର୍ଯାୟ ନିର୍ବାଚନରୁ ପଞ୍ଚମ ପର୍ଯାୟ ନିର୍ବାଚନ ଭିତରେ ନିର୍ବାଚନ ପୂର୍ବରୁ ଯେଉଁ “ନୀରବ ସମୟ” ରହିଥାଏ, ଏବେ ଆଉ ତାର କୌଣସି ମୂଲ୍ୟ ରହୁନାହିଁ। ବେଳେ ବେଳେ ଗୋଟିଏ ଜିଲ୍ଲାରେ ଦୁଇ ବା ତିନି ପର୍ଯାୟ ନିର୍ବାଚନ ହେଉଛି। ଏ ପ୍ରକାର ବ୍ୟବସ୍ଥା ଆମର ନିର୍ବାଚନୀ ପ୍ରକ୍ରିୟାର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ବାଧ୍ୟ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯେଉଁ ପ୍ରକାର ଉଗ୍ର ଓ ହିଂସ୍ର ଭାଷାର ପ୍ରୟୋଗ କରାଗଲା, ତାହା ଅତ୍ୟନ୍ତ ଚିନ୍ତାଜନକ। ସେତେବେଳେ ଏହାକୁ ନେଇ ନିର୍ବାଚନ କମିଶନଙ୍କ କାର୍ୟାନୁଷ୍ଠାନ କେବଳ ଧର୍ମକୁ ଆଖିଠାର ବୋଲି କୁହା ଯାଇପାରେ। ସେହିପରି ନିର୍ବାଚନ ପରିଚାଳନା କଲାବେଳେ କମିଶନଙ୍କର ସବୁ ଦଳ ପ୍ରତି ସମାନ ଆଭିମୁଖ୍ୟ ରହିବା ନିହାତି ଜରୁରୀ। ସେହି ଆଭମୁଖ୍ୟ ଉପରେ ପ୍ରଶ୍ନ ଉଠିବାର ଅର୍ଥ ହେଉଛି, ନିର୍ବାଚନ କମିଶନ ନିଜ ଦାୟିତ୍ଵ ନିର୍ବାହରେ ବିଫଳ ହେଉଛନ୍ତି।

ଏହା ଆମର ଗଣତନ୍ତ୍ର ଲାଗି ଆଦୌ ଶୁଭ ସୂଚନା ନୁହେଁ।

 

election commision
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026
Latest News

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଏବେ ବ୍ୟାଟସମ୍ୟାନ କରିବେ ନାହିଁ ଫିଲ୍ଡିଂ!: ବଦଳିଯିବ ଲିଗ୍ କ୍ରିକେଟର ଦୃଶ୍ୟପଟ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.