Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ନିର୍ବାଚନ କମିଶନ ନିଜକୁ ନିରପେକ୍ଷ ବୋଲି କହିଲେ ହେବନାହିଁ, ନିରପେକ୍ଷତା ଦେଖାଯିବା ଜରୁରୀ   
ବିଶେଷ ଖବର

ଭାରତର ନିର୍ବାଚନ କମିଶନ ନିଜକୁ ନିରପେକ୍ଷ ବୋଲି କହିଲେ ହେବନାହିଁ, ନିରପେକ୍ଷତା ଦେଖାଯିବା ଜରୁରୀ   

February 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନିର୍ବାଚନ ସରିବାର କେତେ ସମୟ ପରେ ଭୋଟଦାତାଙ୍କର ସଂଖ୍ୟା ଜଣା ପଡିବା ଉଚିତ? ଆମେ ବର୍ଷ ବର୍ଷ ଧରି ଦେଖି ଆସିଛୁ, ନିର୍ବାଚନ ସରିବାର ମାତ୍ର ଘଣ୍ଟେ ଦୁଇ ଘଣ୍ଟା ଭିତରେ ଏହି ପରିସଙ୍ଖ୍ୟାନ ଜଣା ପଡିଯାଏ। ଏପରିକି ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଏକଥା ସମ୍ଭବ ହୋଇ ପାରିଥିଲା। ଯେଉଁ ରାଜ୍ୟରେ ଦୁର୍ଗମ ଅଞ୍ଚଳ ରହିଛି ଓ ନିର୍ବାଚନ ଅଧିକାରୀମାନେ ଶୀଘ୍ର ବୁଥରୁ ଫେରିବାର ଅସୁବିଧା ଅଛି, ସେହି ଜାଗାରେ ହୁଏତ ଏ ସଂଖ୍ୟା ଗଣନା ବିଳମ୍ବିତ ହୋଇଥାଏ। ହେଲେ ଦିଲ୍ଲୀ ଭଳି ଏକ ଛୋଟିଆ, ପୂରା ସହରୀ ରାଜ୍ୟର ନିର୍ବାଚନରେ କେତେ ପ୍ରତିଶତ ଭୋଟର ଭୋଟ ଦେଇଛନ୍ତି, ସେକଥା ଜଣାଇବାକୁ ନିର୍ବାଚନ କମିଶନଙ୍କୁ ପାଖାପାଖି ୩୦ ଘଣ୍ଟା ସମୟ ଲାଗିଲା କାହିଁକି? ସେହି ସମୟ ଭିତରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ନିଜର ଏଗଜିଟ ପୋଲ ଫଳ ପ୍ରକାଶ କରିଥିଲେ। ନିର୍ବାଚନ କମିଶନ ଏହି ସଂଖ୍ୟା ଜଣାଇବାରେ ବିଳମ୍ବ କରୁଥିବା ସମୟରେ ଦେଶର ଗୃହମନ୍ତ୍ରୀ କହୁଥିଲେ ଯେ, ତାଙ୍କ ଦଳ ନିର୍ବାଚନ ନିଶ୍ଚୟ ଜିତିବ। ଏହା ସହିତ କମିଶନଙ୍କ ଅହେତୁକ ବିଳମ୍ବର କିଛି କାରଣ ରହିଛି କି? ନିର୍ବାଚନ କମିଶନ ଦେଶର ଏବଂ ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନାରେ ସ୍ଵଚ୍ଛତା ଅବଲମ୍ବନ କରୁନାହାନ୍ତି ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଛି, ସେଥିରେ ଦେଶର ଗଣତନ୍ତ୍ର ସବୁଠୁ ବେଶୀ ଆହତ ହେଉଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ। ନିର୍ବାଚନ ପରିଚାଳନାରେ କମିଶନଙ୍କ ଭୂମିକା ଅତ୍ୟନ୍ତ ବିବଦମାନ ହେବା ଆଜି ପାଇଁ ସବୁଠୁ ଚିନ୍ତାର ବିଷୟ।

ଦିଲ୍ଲୀ ନିର୍ବାଚନ ପୂର୍ବରୁ ନିକଟରେ ମହାରାଷ୍ଟ୍ର,ହରିଆଣା ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସରିଛି। ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏକତ୍ର ହେବା ପଛରେ କୌଣସି ଅସୁବିଧା ନଥିଲା। ତଥାପି ୧୦ ଦିନ ବ୍ୟବଧାନରେ ଏହାକୁ ଅଲଗା କରି ଘୋଷଣା କରିବାର ଉଦ୍ଦେଶ୍ୟ କୁ ନେଇ ସେତେବେଳେ ପ୍ରଶ୍ନବାଚୀ ଉଠିଥିଲା? ନିର୍ବାଚନ କମିଶନ ନିଜ ଇଚ୍ଛା ମୁତାବକ ନିର୍ବାଚନ ତାରିଖ ଓ କାର୍ୟକ୍ରମ ଘୋଷଣା କରିପାରିବେ। ହେଲେ ସେଥିଲାଗି କିଛିଟା ତର୍କସଙ୍ଗତ ପୃଷ୍ଠଭୂମି ରହିବା ନିତାନ୍ତ ଆବଶ୍ୟକ।

ଏସବୁ ଘଟିବା ପଛରେ ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ଅନେକାଂଶରେ ପିଲାଳିଆ ମାନେ ହେଉଛି। ଗତ ସାଧାରଣ ନିର୍ବାଚନ ତାରିଖ ଘୋଷଣାରେ ମଧ୍ୟ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଥିଲେ।

ଅନେକ ସମୟରେ ଶାସକ ଦଳର ନେତାଙ୍କ ପ୍ରଚାର ସୁବିଧା ଦେଖି ନିର୍ବାଚନର ନିର୍ଘଣ୍ଟ ତିଆରି ହେଉଛି ବୋଲି ଏକ ଧାରଣା ଏବେ ସୃଷ୍ଟି ହେଲାଣି। ଏହା ଆଦୌ ଶୁଭଂକର ନୁହେଁ। ଦୀର୍ଘକାଳୀନ ନିର୍ବାଚନୀ ନିର୍ଘଣ୍ଟ ତିଆରି କରି ଜନମତକୁ ପ୍ରଭାବିତ କରିବାର ସୁଯୋଗ ନିର୍ବାଚନ କମିଶନ ଦେଉଛନ୍ତି। ପ୍ରଥମ ପର୍ଯାୟ ନିର୍ବାଚନରୁ ପଞ୍ଚମ ପର୍ଯାୟ ନିର୍ବାଚନ ଭିତରେ ନିର୍ବାଚନ ପୂର୍ବରୁ ଯେଉଁ “ନୀରବ ସମୟ” ରହିଥାଏ, ଏବେ ଆଉ ତାର କୌଣସି ମୂଲ୍ୟ ରହୁନାହିଁ। ବେଳେ ବେଳେ ଗୋଟିଏ ଜିଲ୍ଲାରେ ଦୁଇ ବା ତିନି ପର୍ଯାୟ ନିର୍ବାଚନ ହେଉଛି। ଏ ପ୍ରକାର ବ୍ୟବସ୍ଥା ଆମର ନିର୍ବାଚନୀ ପ୍ରକ୍ରିୟାର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ବାଧ୍ୟ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯେଉଁ ପ୍ରକାର ଉଗ୍ର ଓ ହିଂସ୍ର ଭାଷାର ପ୍ରୟୋଗ କରାଗଲା, ତାହା ଅତ୍ୟନ୍ତ ଚିନ୍ତାଜନକ। ସେତେବେଳେ ଏହାକୁ ନେଇ ନିର୍ବାଚନ କମିଶନଙ୍କ କାର୍ୟାନୁଷ୍ଠାନ କେବଳ ଧର୍ମକୁ ଆଖିଠାର ବୋଲି କୁହା ଯାଇପାରେ। ସେହିପରି ନିର୍ବାଚନ ପରିଚାଳନା କଲାବେଳେ କମିଶନଙ୍କର ସବୁ ଦଳ ପ୍ରତି ସମାନ ଆଭିମୁଖ୍ୟ ରହିବା ନିହାତି ଜରୁରୀ। ସେହି ଆଭମୁଖ୍ୟ ଉପରେ ପ୍ରଶ୍ନ ଉଠିବାର ଅର୍ଥ ହେଉଛି, ନିର୍ବାଚନ କମିଶନ ନିଜ ଦାୟିତ୍ଵ ନିର୍ବାହରେ ବିଫଳ ହେଉଛନ୍ତି।

ଏହା ଆମର ଗଣତନ୍ତ୍ର ଲାଗି ଆଦୌ ଶୁଭ ସୂଚନା ନୁହେଁ।

 

election commision
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.