Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅପରାଧୀଙ୍କ ହାତରେ ରାଜନୀତି, ସୁପ୍ରିମ କୋର୍ଟଙ୍କ ନୂଆ ନିର୍ଦ୍ଦେଶ ଅପରାଧୀଙ୍କୁ ରାଜନୀତିରୁ ଦୂରେଇ ରଖିବାରେ ସଫଳ ହେବ କି?
ବିଶେଷ ଖବର

ଅପରାଧୀଙ୍କ ହାତରେ ରାଜନୀତି, ସୁପ୍ରିମ କୋର୍ଟଙ୍କ ନୂଆ ନିର୍ଦ୍ଦେଶ ଅପରାଧୀଙ୍କୁ ରାଜନୀତିରୁ ଦୂରେଇ ରଖିବାରେ ସଫଳ ହେବ କି?

February 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମାନ୍ୟବର ସୁପ୍ରିମ କୋର୍ଟ ବିଭିନ୍ନ ସମୟରେ ନିର୍ବାଚନକୁ ଅପରାଧମୁକ୍ତ କରିବାଲାଗି ନିର୍ଦ୍ଦେଶ ଦେଇ ଆସୁଛନ୍ତି। ହେଲେ ସୁପ୍ରିମ କୋର୍ଟଙ୍କ ଆଦେଶ ଶୁଣୁଛି କିଏ ବା ମାନୁଛି କିଏ? ଦେଶର ରାଜନୈତିକ ଦଳଗୁଡିକ ଅନେକ ସମୟରେ ଆଇନର ଶାସନକୁ ନିଜର ପୈତୃକ ସମ୍ପତ୍ତି ବୋଲି ଭାବନ୍ତି ଓ ନିଜକୁ ସୁହାଇଲା ଭଳି ଆଇନର ବ୍ୟବହାର କରିଥାନ୍ତି। ଗତକାଲି ଆଉ ଏକ ବିଶେଷ ନିର୍ଦ୍ଦେଶ ଦେଇ ସୁପ୍ରିମ କୋର୍ଟ କହିଛନ୍ତି ଯେ ଏଣିକି ରାଜନୈତିକ ଦଳମାନେ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ଟିକଟ ଦିଅନ୍ତି, ତାହେଲେ ସେମାନଙ୍କ ଅପରାଧ ସମ୍ପର୍କରେ ନିଜ ୱେବ ସାଇଟ, ସୋସିଆଲ ମିଡିଆ ଯଥା ଫେସବୁକ ଓ ଟ୍ଵିଟର ଏବଂ ଖବର କାଗଜରେ ସ୍ପଷ୍ଟ ସୂଚନା ଦେବେ। ପୂର୍ବରୁ ମଧ୍ୟ ରାଜନୈତିକ ଦଳମାନଙ୍କୁ ଏହି ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଖବର କାଗଜରେ ସ୍ପଷ୍ଟ ସୂଚନା ଦେବାକୁ କୁହାଯାଇଥିଲା। ଏ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କୌଣସି ରାଜନୈତିକ ଦଳ ପାଳନ କରୁନଥିଲେ। ସେହି କ୍ରମରେ ସୁପ୍ରିମ କୋର୍ଟଙ୍କ ନୂଆ ନିର୍ଦ୍ଦେଶକୁ ରାଜନୈତିକ ଦଳଗୁଡିକ ପାଳନ କରିବେ କି?

ନିର୍ବାଚନ ସମୟରେ ଟିକଟ ବଣ୍ଟନ ପାଇଁ ରାଜନୈତିକ ଦଳଗୁଡିକ “ବିଜୟ ସମ୍ଭାବନା” କୁ ଏକ ବଡ ଯୋଗ୍ୟତା ବୋଲି କହିଥାନ୍ତି। ସୁପ୍ରିମ କୋର୍ଟ ଅପରାଧୀଙ୍କୁ ଟିକଟ ଦେବା ପାଇଁ ବିଜଯ ସମ୍ଭାବନା ଏକ କାରଣ ହୋଇ ପାରିବ ନାହିଁ ବୋଲି କହିଛନ୍ତି। ଏଣିକି ରାଜନୈତିକ ଦଳଗୁଡିକ ଅପରାଧୀଙ୍କୁ ଟିକଟ ଦେଲେ କେବଳ ଅପରାଧର ସୂଚନା ଦେବେ ନାହିଁ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିକଟ କାହିଁକି ଦିଆ ଯାଉଛି, ତାର କାରଣ ମଧ୍ୟ ଜଣାଇବେ। ଏହି କାରଣ ଜଣାଇଲା ବେଳେ ବିଜୟ ସମ୍ଭାବନାକୁ କାରଣ ଭାବେ ଦର୍ଶାଇବା ଗ୍ରହଣୀୟ ହେବନାହିଁ। ଦଳ ଟିକଟ ଦେଉଥିବା ନେତାଙ୍କର ଅପରାଧିକ ତଥ୍ୟ ପୂର୍ଣ୍ଣାଙ୍ଗ ଭାବରେ ଲୋକଙ୍କ ଅବଗତି ପାଇଁ ଦଳର ୱେବ ସାଇଟ , ସୋସିଆଲ ମିଡିଆ ଓ ଅତି କମରେ ଏକ ଜାତୀୟ ଖବର କାଗଜ ଓ ଏକ ରାଜ୍ୟସ୍ତରୀୟ ଖବର କାଗଜରେ ପ୍ରକାଶ କରିବାକୁ ପଡିବ।

ଏହା ଆପାତତଃ ଏକ ପ୍ରଭାବଶାଳୀ ନିର୍ଦ୍ଦେଶ ବୋଲି ଆମେ କହିପାରିବା। ଜଷ୍ଟିସ ରୋହିନ୍ତନ ନରିମାନ, ଜଷ୍ଟିସ ରବିନ୍ଦର ଭଟ୍ଟ ଓ ଜଷ୍ଟିସ ଭି ରାମସୁବ୍ରମନ୍ୟମଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୦୧୮ରେ ସୁପ୍ରିମ କୋର୍ଟ ଏ ସଙ୍କ୍ରାନ୍ତରେ ଏକ ସ୍ପଷ୍ଟ ରାୟ ଦେଇଥିଲେ। ଏହି ରାୟକୁ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ ଅନୁପାଳନ କରୁନଥିବାରୁ ଏହା ଅଦାଲତ ଅବମାନନା ବୋଲି ଦର୍ଶାଇ ସୁପ୍ରିମ କୋର୍ଟର ଓକିଲ ତଥା ବିଜେପି ମୁଖପାତ୍ର ଅଶ୍ବିନୀ ଉପାଧ୍ୟାୟ ଏକ ପିଟିସନ ଦାଖଲ କରିଥିଲେ। ଏହାର ବିଚାର କରି ସୁପ୍ରିମ କୋର୍ଟ ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବର୍ତ୍ତମାନ ସମୟରେ ସାଂସଦ ଓ ବିଧାୟକଥିବା ଅଧିକାଂଶ ନେତାଙ୍କ ନାମରେ ଅପରାଧୀ ମାମଲା ରହିଛି। ନିକଟରେ ସମାପ୍ତ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ରୁ ୪୩ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି ବୋଲି ଜଣା ପଡିଛି। ଗତ ଲୋକସଭା ନିର୍ବାଚନରେ ଜିତିଥିବା  ମୋଟ ୫୩୯ ସଦସ୍ୟଙ୍କ ମଧ୍ୟରୁ ୨୩୩ ଜଣଙ୍କ ନାମରେ ଅପରାଧୀ ମାମଲା ରହିଥିବା ଜଣା ପଡିଛି। ୨୩୩ ରୁ ୧୧୨ ଜଣଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଧର୍ଷଣ ଭଳି ମାମଲା ରହିଛି। ସବୁ ରାଜନୈତିକ ଦଳରୁ ଅପରାଧୀ ଚରିତ୍ରର ନେତାମାନେ ନିର୍ବାଚିତ ହୋଇ ଆସୁଛନ୍ତି। ଅପରାଧ ସମ୍ପର୍କରେ ଆଲୋଚନା କଲାବେଳେ ଅନେକ ସମୟରେ ରାଜନୈତିକ ନେତାଙ୍କ ନାମରେ ଉଦ୍ଦେଶ୍ୟମୂଳକ ଅପରାଧ ମାମଲା ରୁଜୁ ହେଉଥିବାର ଅଭିଯୋଗ ମଧ୍ୟ ଉଠୁଛି। ଅନେକ ସମୟରେ ସରକାର ତରଫରୁ ବିରୋଧୀଙ୍କ ନାମରେ ମିଛ ମାମଲା ମଧ୍ୟ କରା ଯାଇଥାଏ।

ସାଧାରଣ ଅପରାଧୀ ମାମଲା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲାକୁ ଅଲଗା କରି ଦେଖା ଯାଇପାରିବ କି? କେବଳ ଅପରାଧ ମାମଲା ସମ୍ପର୍କରେ ସୂଚନା ଦେଲେ ରାଜନୀତିର ଅପରାଧିକାରଣ କମି ଯିବ କି? ରାଜନୈତିକ ଦଳଗୁଡିକ ଆଜି ମଧ୍ୟ ସୂଚନା ଅଧିକାର ଆଇନ ବାହାରେ ରହିଛନ୍ତି ଓ ସେମାନଙ୍କ ଆୟବ୍ୟୟ ଆଜି ମଧ୍ୟ ଲୋକଙ୍କ ଅଗୋଚରରେ ରହିଛି। ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳ ପାଉଥିବା ଅର୍ଥ ଏବେ ଗୋପନୀୟ ହୋଇ ରହିଛି। ସେ ସମ୍ପର୍କିତ ମାମଲାରେ ସୁପ୍ରିମ କୋର୍ଟ ଚୁପ ରହିଛନ୍ତି।

ଏ ସବୁର ଉର୍ଦ୍ଧ୍ଵରେ ସବୁଠୁ ବଡ ପ୍ରଶ୍ନ ହେଉଛି, ନିର୍ବାଚନ ପରିଚାଳନା କରୁଥିବା ନିର୍ବାଚନ କମିଶନ ନିଜର ଦାୟିତ୍ଵ ସଠିକ ଭାବରେ ତୁଲାଉଛନ୍ତି କି? ଯେ ପର୍ୟନ୍ତ ନିର୍ବାଚନ କମିଶନଙ୍କ ନିଯୁକ୍ତି ସରକାରଙ୍କ ହାତରେ ରହିଥିବ, ସେତେଦିନ ପର୍ୟନ୍ତ ଏହାର ନିରପେକ୍ଷତା ସନ୍ଦେହମୁକ୍ତ ହେବନାହିଁ। ନିର୍ବାଚନ କମିଶନ ଗଠନ ଓ ନିଯୁକ୍ତି ପ୍ରସଙ୍ଗରେ ବ୍ୟାପକ ପରିବର୍ତ୍ତନ ହେବା ଜରୁରୀ। ଏହା ସହିତ ଅପରାଧୀଙ୍କୁ ଟିକଟ ଦେଉଥିବା ରାଜନୈତିକ ଦଳମାନଙ୍କ ବିରୋଧରେ କଠିନ ଦଣ୍ଡ ବିଧାନ, ସେମାନଙ୍କ ଆୟବ୍ୟୟର ଖୋଲା ଅଡିଟ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ବୈଧାନିକ ମର୍ୟାଦା ଦେଲେ ଯାଇ, ନିର୍ବାଚନ ପ୍ରକ୍ରିୟାରେ କିଛିଟା ସୁଧାର ଆସିବ।

politics supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Latest News

ଖୋର୍ଦ୍ଧା ଟାଉନ୍ ଶାଖା ଚଣ୍ଡିଚୁଆ ନୁତନ ଷ୍ଟେଟ୍ ବ୍ୟାଙ୍କର ଶୁଭାରମ୍ଭ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.