Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନେହେରୁ ପଟେଲଙ୍କ କଥା କହିବା ବେଳେ ବିଜେପି ନେତାମାନେ ଆଡଭାନୀ ଓ ଯୋଷୀଙ୍କ ମୁହଁ ଦେଖିବେ କି?
ବିଶେଷ ଖବର

ନେହେରୁ ପଟେଲଙ୍କ କଥା କହିବା ବେଳେ ବିଜେପି ନେତାମାନେ ଆଡଭାନୀ ଓ ଯୋଷୀଙ୍କ ମୁହଁ ଦେଖିବେ କି?

February 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବର୍ତ୍ତମାନ ସମୟରେ ଇତିହାସକୁ ନେଇ ଚର୍ଚ୍ଚା କରିବା ନୂଆ ରାଜନୈତିକ ଫେସନ ପାଲଟିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏକ ସହଜ ସମାଲୋଚନାର ପାତ୍ର। ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବାକୁ ହେଉ ବା ପୁରୁଣା ଇତିହାସକୁ ନେଇ ବିଭ୍ରାନ୍ତି ସୃଷ୍ଟି ପାଇଁ ହେଉ, ବିଜେପିର କିଛି ନେତା ମଝିରେ ମଝିରେ ନେହେରୁଙ୍କୁ  ଗାଳି କରିବାକୁ ନିଜର ଧର୍ମ ବୋଲି ଭାବି ନେଇଥାନ୍ତି। ସେଇ ତାଲିକାରେ ଏବେ ନିଜର ନାଁ ଲେଖାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ୨୦୧୯ ନିର୍ବାଚନ ପୂର୍ବରୁ ଜୟଶଙ୍କର ରାଜନେତା ନଥିଲେ, ଆଜି ବି ନାହାନ୍ତି। ଜଣେ କୂଟନୀତିଜ୍ଞ ଭାବରେ ଜୟଶଙ୍କରଙ୍କୁ ନରେନ୍ଦ୍ର ମୋଦୀ ତାଙ୍କର ଦ୍ଵିତୀୟ ମନ୍ତ୍ରୀମଣ୍ଡଳରେ ନେବା ପଛରେ ହୁଏତ ଏଇ ଉଦ୍ଦେଶ୍ୟ ଥିଲା ଯେ, ଦେଶର ବୈଦେଶିକ ନୀତିରେ ଜଣେ ପେଷାଦାର କୂଟନୀତିଜ୍ଞଙ୍କର ଯୋଗଦାନ ପୃଥିବୀରେ ଭାରତର ଛବି ଚମକାଇବାରେ ସାହାଯ୍ୟ କରିବ। ବାସ୍ତବରେ ତାହା ହେଉଛି କି ନାହିଁ, ସେକଥା ପରେ ଚର୍ଚ୍ଚା ହେବ। ହେଲେ ଜୟଶଙ୍କର ମନ୍ତ୍ରୀ ହେବା ପରେ ଟ୍ବିଟରରେ ତାଙ୍କର ମତାମତ ଦେଖି ମନେ ହେଉଛି, ସେ ଅନ୍ୟ ରାଜନେତାଙ୍କ ପରି ଅଯୌକ୍ତିକ ଓ ଅବାସ୍ତବ ମତାମତ ଦେବାକୁ ପଛଘୁଞ୍ଚା ଦେଉ ନାହାନ୍ତି।

ନିକଟରେ ଜୟଶଙ୍କର ଦେଶର ପ୍ରଥମ ପ୍ରଥାନମନ୍ତ୍ରୀ ପଣ୍ଡିତ ନେହେରୁ ଓ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ପର୍କରେ ଏମିତି କିଛି ତଥ୍ୟ ଦେଇଛନ୍ତି, ଯାହାକି ଐତିହାସିକ ମିଥ୍ୟା ବ୍ୟତୀତ ଅଧିକ କିଛି ନୁହଁ। ପଟେଲଙ୍କୁ ସ୍ଵାଧୀନ ଭାରତର ପ୍ରଥମ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ନେହେରୁ ଚାହୁଁଥିଲେ ବୋଲି ଜୟଶଙ୍କର ଯାହା କହିଛନ୍ତି,ତାର କୌଣସି ଆଧାର ନାହିଁ। ତେବେ ସ୍ଵାଧୀନତା ପରଠୁ ବିଜେପିର ପିତୃ ସଂଗଠନ ଆରଏସଏସ ନେହେରୁ ଙ୍କ ସହିତ ପଟେଲ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଶତୃତା ପ୍ରସଙ୍ଗରେ ଅନେକ ମନଗଢା କାହାଣୀ ପ୍ରଚାର କରି ଆସୁଛି। ସେଇ ଗାଲୁଗପ ସବୁକୁ ଏବେ ବିଜେପିର ମନ୍ତ୍ରୀ ଓ ନେତାମାନେ ସତ୍ୟ ବୋଲି ପ୍ରଚାର କରୁଛନ୍ତି। ଜୟଶଙ୍କର ସେଇ କ୍ରମରେ କେବଳ ଏକ ସାଧାରଣ ସଂଯୋଗ ମାତ୍ର।

ନେହେରୁ ଓ ପଟେଲଙ୍କ ଭିତରେ ସହଯୋଗୀ ସମ୍ପର୍କ ବିଷୟରେ ହଜାର ହଜାର ପୃଷ୍ଠାର ଚିଠିପତ୍ର ପ୍ରକାଶିତ ହୋଇଛି। ଉଭୟେ କଂଗ୍ରେସର ବଡ ନେତା ଓ ଗାନ୍ଧୀଙ୍କର ପଟ୍ଟଶିଷ୍ୟ। ଉଭୟଙ୍କ ଭିତରେ ଗଣତାନ୍ତ୍ରିକ ଜୀବନବୋଧ ପ୍ରତି ପ୍ରବଳ ସମ୍ମାନ ରହିଥିଲା। ତେଣୁ ସେମାନେ ପରଷ୍ପର ସହ ବିତର୍କ କରୁଥିଲେ। ସମ୍ମାନର ସହିତ ପରଷ୍ପର ସହିତ ଅସହମତ ହେଉଥିଲେ। ପଟେଲ ଓ ନେହେରୁଙ୍କ ଭିତରେ ହୋଇଥିବା ଚିଠିପତ୍ରର ସଂକଳନ ପଢିଲେ, ଆମକୁ ଗୋଟେ କଥା ସ୍ପଷ୍ଟ ଦିଶିବ ଯେ, ଉଭୟଙ୍କ ଭିତରେ ରହିଥିବା ଅସହମତି ଅପେକ୍ଷା ସହଯୋଗ ଥିଲା ଅଧିକ ଦୃଢ। ତେବେ ଦୁଇ ମହାନ ନେତା ଯେ ସବୁ କଥାରେ ସହମତ ହେବେ, ଏକଥା ଆମେ ଆଶା କରିବୁ କାହିଁକି?

ଯେଉଁ ଦଳର ନେତାମାନେ ନେହେରୁ ପଟେଲଙ୍କ ବିଭେଦ କଥା ବାରମ୍ବାର ଉଠାଉଛନ୍ତି, ସେମାନେ ନିଜ ଦଳରେ ନିଜ ନେତାମାନଙ୍କ ପ୍ରତି କି ପ୍ରକାର ଆଚରଣ କରିଛନ୍ତି, ସେକଥା ଆଲୋଚନା ହେବା ଆଜିର ରାଜନୀତିରେ ଅଧିକ ପ୍ରାସଙ୍ଗିକ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପୂର୍ବରୁ ବିଜେପିର ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତି କି ଆଚରଣ ଦେଖାଇଥିଲେ ତାହା ତ ଆଜିର ଇତିହାସ। ଏଥିଲାଗି କୌଣସି ଅଭିଲେଖାଗାରକୁ ଯିବାକୁ ପଡିବ ନାହିଁ। ବିଜେପିର ଦୁଇ ପୂର୍ବତନ ସଭାପତି ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଷୀଙ୍କୁ ଗତ ଛଅ ବର୍ଷ ହେଲା ବିଜେପିରେ ପୁରୁଣା ଆସବାବ ଭଳି କେମିତି ପକେଇ ରକ୍ଷା ଯାଇଛି, ସେ କଥା ଆମେ ଦେଖୁନୁ କି?

ବିଜେପିର ପ୍ରତିଭାବାନ ନେତାଙ୍କ ଭିତରୁ ଯଶୱନ୍ତ ସିହ୍ନା, ଶତୃଘ୍ନ ସିହ୍ନା, ଅରୁଣ ଶୌରୀ, ଶାନ୍ତା କୁମାର ପ୍ରମୁଖଙ୍କୁ ଅତ୍ୟନ୍ତ ଅପମାନଜନକ ଭାବରେ ବିଜେପି ବିଦା କରିଛି। ନିଜ ଦଳର ପୁରୁଖା ନେତାଙ୍କୁ ଅପମାନିତ କରିବାରେ ବିଜେପିର ନିଜସ୍ଵ ରେକର୍ଡ ରହିଛି। ବାଜପାୟୀ ସରକାରର ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ଭଳି ଦାୟିତ୍ଵ ସମ୍ଭାଳିଥିବା ବରିଷ୍ଠ ନେତା ଯଶୱନ୍ତ ସିଂଙ୍କୁ ତାଙ୍କର ଅନ୍ତିମ ଜୀବନରେ ବିଜେପି ଭୟଙ୍କର ଅପମାନ ଦେଇଥିଲା। ସେହି ସମାନ କଥା ଯଶୱନ୍ତ ସିହ୍ନା ଓ ଅରୁଣ ଶୌରୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି।

କେବଳ ନିଜ ଦଳର ନେତା ନୁହନ୍ତି, ବିଜେପିକୁ ନିଃସର୍ତ୍ତ ସମର୍ଥନ ଦେଇଥିବା ଏହାର ସହଯୋଗୀମାନଙ୍କୁ ମଧ୍ୟ ବିଜେପି କମ ଅପମାନିତ କରିନାହିଁ। ଚନ୍ଦ୍ରବାବୁ ନାଇଡୁ, ଉଦ୍ଧବ ଠାକରେ ପ୍ରମୁଖ ବିଜେପିର ବିଶ୍ଵାସଘାତକତା କୁ ଦେଖିଛନ୍ତି ଓ ଭୋଗିଛନ୍ତି। ଆଜି ବିଜେପିର ସହଯୋଗୀ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ୨୦୧୪-୧୫ରେ ବିଜେପି କି ପ୍ରକାର ବ୍ୟବହାର ଦେଖାଇଥିଲା, ସେକଥା ଦଳ ହୁଏତ ଭୁଲି ଥାଇପାରେ, ହେଲେ ଲୋକେ ସେକଥା ଭୁଲି ନାହାନ୍ତି।

ପଟେଲ ଓ ନେହେରୁ ପ୍ରସଙ୍ଗରେ ବିଜେପି ନେତାମାନେ କହିବା ଆଗରୁ ବିଜେପି ନେତାମାନେ ଥରେ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଚେହେରାକୁ ମନେ ପକାଇବା ଉଚିତ ହେବ!!

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଗାଜା ଶାନ୍ତି ଚୁକ୍ତି ସମ୍ପର୍କରେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ, ଯୁଦ୍ଧ ରୋକିବାକୁ କଲେ ନିବେଦନ

September 30, 2025

ନବଦୁର୍ଗାର ନବମ ରୂପ ମା’ ସିଦ୍ଧିଦାତ୍ରୀ: ମାତାଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ

September 30, 2025

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025
Latest News

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଆଜି ମହିଳା ବିଶ୍ଵକପ: ଉଦଘାଟନୀ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଜାଣନ୍ତୁ କେମିତି ଦେଖିବେ ମ୍ୟାଚ?

September 30, 2025

ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନବନ୍ଦରକୁ ଜରୁରୀକାଳୀନ ସତର୍କତା ଜାରି

September 30, 2025

ଛଟ୍ ପୂଜା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଏକ ବଡ ଘୋଷଣା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.