Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନେହେରୁ ପଟେଲଙ୍କ କଥା କହିବା ବେଳେ ବିଜେପି ନେତାମାନେ ଆଡଭାନୀ ଓ ଯୋଷୀଙ୍କ ମୁହଁ ଦେଖିବେ କି?
ବିଶେଷ ଖବର

ନେହେରୁ ପଟେଲଙ୍କ କଥା କହିବା ବେଳେ ବିଜେପି ନେତାମାନେ ଆଡଭାନୀ ଓ ଯୋଷୀଙ୍କ ମୁହଁ ଦେଖିବେ କି?

February 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବର୍ତ୍ତମାନ ସମୟରେ ଇତିହାସକୁ ନେଇ ଚର୍ଚ୍ଚା କରିବା ନୂଆ ରାଜନୈତିକ ଫେସନ ପାଲଟିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏକ ସହଜ ସମାଲୋଚନାର ପାତ୍ର। ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବାକୁ ହେଉ ବା ପୁରୁଣା ଇତିହାସକୁ ନେଇ ବିଭ୍ରାନ୍ତି ସୃଷ୍ଟି ପାଇଁ ହେଉ, ବିଜେପିର କିଛି ନେତା ମଝିରେ ମଝିରେ ନେହେରୁଙ୍କୁ  ଗାଳି କରିବାକୁ ନିଜର ଧର୍ମ ବୋଲି ଭାବି ନେଇଥାନ୍ତି। ସେଇ ତାଲିକାରେ ଏବେ ନିଜର ନାଁ ଲେଖାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ୨୦୧୯ ନିର୍ବାଚନ ପୂର୍ବରୁ ଜୟଶଙ୍କର ରାଜନେତା ନଥିଲେ, ଆଜି ବି ନାହାନ୍ତି। ଜଣେ କୂଟନୀତିଜ୍ଞ ଭାବରେ ଜୟଶଙ୍କରଙ୍କୁ ନରେନ୍ଦ୍ର ମୋଦୀ ତାଙ୍କର ଦ୍ଵିତୀୟ ମନ୍ତ୍ରୀମଣ୍ଡଳରେ ନେବା ପଛରେ ହୁଏତ ଏଇ ଉଦ୍ଦେଶ୍ୟ ଥିଲା ଯେ, ଦେଶର ବୈଦେଶିକ ନୀତିରେ ଜଣେ ପେଷାଦାର କୂଟନୀତିଜ୍ଞଙ୍କର ଯୋଗଦାନ ପୃଥିବୀରେ ଭାରତର ଛବି ଚମକାଇବାରେ ସାହାଯ୍ୟ କରିବ। ବାସ୍ତବରେ ତାହା ହେଉଛି କି ନାହିଁ, ସେକଥା ପରେ ଚର୍ଚ୍ଚା ହେବ। ହେଲେ ଜୟଶଙ୍କର ମନ୍ତ୍ରୀ ହେବା ପରେ ଟ୍ବିଟରରେ ତାଙ୍କର ମତାମତ ଦେଖି ମନେ ହେଉଛି, ସେ ଅନ୍ୟ ରାଜନେତାଙ୍କ ପରି ଅଯୌକ୍ତିକ ଓ ଅବାସ୍ତବ ମତାମତ ଦେବାକୁ ପଛଘୁଞ୍ଚା ଦେଉ ନାହାନ୍ତି।

ନିକଟରେ ଜୟଶଙ୍କର ଦେଶର ପ୍ରଥମ ପ୍ରଥାନମନ୍ତ୍ରୀ ପଣ୍ଡିତ ନେହେରୁ ଓ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ପର୍କରେ ଏମିତି କିଛି ତଥ୍ୟ ଦେଇଛନ୍ତି, ଯାହାକି ଐତିହାସିକ ମିଥ୍ୟା ବ୍ୟତୀତ ଅଧିକ କିଛି ନୁହଁ। ପଟେଲଙ୍କୁ ସ୍ଵାଧୀନ ଭାରତର ପ୍ରଥମ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ନେହେରୁ ଚାହୁଁଥିଲେ ବୋଲି ଜୟଶଙ୍କର ଯାହା କହିଛନ୍ତି,ତାର କୌଣସି ଆଧାର ନାହିଁ। ତେବେ ସ୍ଵାଧୀନତା ପରଠୁ ବିଜେପିର ପିତୃ ସଂଗଠନ ଆରଏସଏସ ନେହେରୁ ଙ୍କ ସହିତ ପଟେଲ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଶତୃତା ପ୍ରସଙ୍ଗରେ ଅନେକ ମନଗଢା କାହାଣୀ ପ୍ରଚାର କରି ଆସୁଛି। ସେଇ ଗାଲୁଗପ ସବୁକୁ ଏବେ ବିଜେପିର ମନ୍ତ୍ରୀ ଓ ନେତାମାନେ ସତ୍ୟ ବୋଲି ପ୍ରଚାର କରୁଛନ୍ତି। ଜୟଶଙ୍କର ସେଇ କ୍ରମରେ କେବଳ ଏକ ସାଧାରଣ ସଂଯୋଗ ମାତ୍ର।

ନେହେରୁ ଓ ପଟେଲଙ୍କ ଭିତରେ ସହଯୋଗୀ ସମ୍ପର୍କ ବିଷୟରେ ହଜାର ହଜାର ପୃଷ୍ଠାର ଚିଠିପତ୍ର ପ୍ରକାଶିତ ହୋଇଛି। ଉଭୟେ କଂଗ୍ରେସର ବଡ ନେତା ଓ ଗାନ୍ଧୀଙ୍କର ପଟ୍ଟଶିଷ୍ୟ। ଉଭୟଙ୍କ ଭିତରେ ଗଣତାନ୍ତ୍ରିକ ଜୀବନବୋଧ ପ୍ରତି ପ୍ରବଳ ସମ୍ମାନ ରହିଥିଲା। ତେଣୁ ସେମାନେ ପରଷ୍ପର ସହ ବିତର୍କ କରୁଥିଲେ। ସମ୍ମାନର ସହିତ ପରଷ୍ପର ସହିତ ଅସହମତ ହେଉଥିଲେ। ପଟେଲ ଓ ନେହେରୁଙ୍କ ଭିତରେ ହୋଇଥିବା ଚିଠିପତ୍ରର ସଂକଳନ ପଢିଲେ, ଆମକୁ ଗୋଟେ କଥା ସ୍ପଷ୍ଟ ଦିଶିବ ଯେ, ଉଭୟଙ୍କ ଭିତରେ ରହିଥିବା ଅସହମତି ଅପେକ୍ଷା ସହଯୋଗ ଥିଲା ଅଧିକ ଦୃଢ। ତେବେ ଦୁଇ ମହାନ ନେତା ଯେ ସବୁ କଥାରେ ସହମତ ହେବେ, ଏକଥା ଆମେ ଆଶା କରିବୁ କାହିଁକି?

ଯେଉଁ ଦଳର ନେତାମାନେ ନେହେରୁ ପଟେଲଙ୍କ ବିଭେଦ କଥା ବାରମ୍ବାର ଉଠାଉଛନ୍ତି, ସେମାନେ ନିଜ ଦଳରେ ନିଜ ନେତାମାନଙ୍କ ପ୍ରତି କି ପ୍ରକାର ଆଚରଣ କରିଛନ୍ତି, ସେକଥା ଆଲୋଚନା ହେବା ଆଜିର ରାଜନୀତିରେ ଅଧିକ ପ୍ରାସଙ୍ଗିକ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପୂର୍ବରୁ ବିଜେପିର ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତି କି ଆଚରଣ ଦେଖାଇଥିଲେ ତାହା ତ ଆଜିର ଇତିହାସ। ଏଥିଲାଗି କୌଣସି ଅଭିଲେଖାଗାରକୁ ଯିବାକୁ ପଡିବ ନାହିଁ। ବିଜେପିର ଦୁଇ ପୂର୍ବତନ ସଭାପତି ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଷୀଙ୍କୁ ଗତ ଛଅ ବର୍ଷ ହେଲା ବିଜେପିରେ ପୁରୁଣା ଆସବାବ ଭଳି କେମିତି ପକେଇ ରକ୍ଷା ଯାଇଛି, ସେ କଥା ଆମେ ଦେଖୁନୁ କି?

ବିଜେପିର ପ୍ରତିଭାବାନ ନେତାଙ୍କ ଭିତରୁ ଯଶୱନ୍ତ ସିହ୍ନା, ଶତୃଘ୍ନ ସିହ୍ନା, ଅରୁଣ ଶୌରୀ, ଶାନ୍ତା କୁମାର ପ୍ରମୁଖଙ୍କୁ ଅତ୍ୟନ୍ତ ଅପମାନଜନକ ଭାବରେ ବିଜେପି ବିଦା କରିଛି। ନିଜ ଦଳର ପୁରୁଖା ନେତାଙ୍କୁ ଅପମାନିତ କରିବାରେ ବିଜେପିର ନିଜସ୍ଵ ରେକର୍ଡ ରହିଛି। ବାଜପାୟୀ ସରକାରର ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ଭଳି ଦାୟିତ୍ଵ ସମ୍ଭାଳିଥିବା ବରିଷ୍ଠ ନେତା ଯଶୱନ୍ତ ସିଂଙ୍କୁ ତାଙ୍କର ଅନ୍ତିମ ଜୀବନରେ ବିଜେପି ଭୟଙ୍କର ଅପମାନ ଦେଇଥିଲା। ସେହି ସମାନ କଥା ଯଶୱନ୍ତ ସିହ୍ନା ଓ ଅରୁଣ ଶୌରୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି।

କେବଳ ନିଜ ଦଳର ନେତା ନୁହନ୍ତି, ବିଜେପିକୁ ନିଃସର୍ତ୍ତ ସମର୍ଥନ ଦେଇଥିବା ଏହାର ସହଯୋଗୀମାନଙ୍କୁ ମଧ୍ୟ ବିଜେପି କମ ଅପମାନିତ କରିନାହିଁ। ଚନ୍ଦ୍ରବାବୁ ନାଇଡୁ, ଉଦ୍ଧବ ଠାକରେ ପ୍ରମୁଖ ବିଜେପିର ବିଶ୍ଵାସଘାତକତା କୁ ଦେଖିଛନ୍ତି ଓ ଭୋଗିଛନ୍ତି। ଆଜି ବିଜେପିର ସହଯୋଗୀ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ୨୦୧୪-୧୫ରେ ବିଜେପି କି ପ୍ରକାର ବ୍ୟବହାର ଦେଖାଇଥିଲା, ସେକଥା ଦଳ ହୁଏତ ଭୁଲି ଥାଇପାରେ, ହେଲେ ଲୋକେ ସେକଥା ଭୁଲି ନାହାନ୍ତି।

ପଟେଲ ଓ ନେହେରୁ ପ୍ରସଙ୍ଗରେ ବିଜେପି ନେତାମାନେ କହିବା ଆଗରୁ ବିଜେପି ନେତାମାନେ ଥରେ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଚେହେରାକୁ ମନେ ପକାଇବା ଉଚିତ ହେବ!!

Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.