ନୂଆଦିଲ୍ଲୀ: ନଭେମ୍ବରରେ ଦୀପାବଳୀ ଓ ଛଠ ପର୍ବ ଆସୁଛି। ଘରକୁ ଫେରିବା ପାଇଁ ଲୋକେ ଟ୍ରେନ୍ ଟିକେଟ୍ ପାଉନାହାନ୍ତି, ବସ୍ ବି ଫୁଲ୍। ଶେଷରେ ଫ୍ଲାଇଟ୍ ବିକଳ୍ପ ଖୋଜୁଛନ୍ତି। ହେଲେ ଫ୍ଲାଇଟ୍ ଭଡା ଏବେ ଆକାଶ ଛୁଆଁ।
ସାଧାରଣ ଦିନରେ ଦିଲ୍ଲୀ-କୋଲକାତା ରୁଟର ଭଡା ୧୦-୧୧ ହଜାର ଟଙ୍କା ଥାଏ, ହେଲେ ନଭେମ୍ବର ୬ ତାରିଖ ପାଇଁ ସେହି ଭଡା ୭୮,୬୯୪ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଅର୍ଥାତ୍ ୭ ଗୁଣା ବୃଦ୍ଧି ହୋଇଛି।
କେଉଁ ରୁଟରେ କେତେ ବୃଦ୍ଧି?
ଦିଲ୍ଲୀ-ହାଇଦ୍ରାବାଦ: ୮,୯୩୫ ରୁ ୨୭,୮୯୫ ଟଙ୍କା
ଦିଲ୍ଲୀ-ଅହମ୍ମଦାବାଦ: ୬,୧୨୧ ରୁ ୨୩,୪୧୩ ଟଙ୍କା
ମୁମ୍ବାଇ-ଦିଲ୍ଲୀ: ୧୧,୫୩୧ ରୁ ୬୦,୫୭୭ ଟଙ୍କା
ବେଙ୍ଗାଲୁରୁ-ଦିଲ୍ଲୀ: ୧୫,୯୦୧ ରୁ ୪୦,୫୦୬ ଟଙ୍କା
ଦିଲ୍ଲୀ-କୋଲକାତା: ୧୧,୬୬୯ ରୁ ୭୮,୬୯୪ ଟଙ୍କା
ଦର ବଢିବାର କାରଣ କ’ଣ?
ଟିକିଟ୍ ଦର ବୃଦ୍ଧି ପଛରେ ଅନେକ କାରଣ ଅଛି, ଯେପରିକି…
ପର୍ବ ସମୟରେ, ବହୁ ସଂଖ୍ୟକ ଲୋକ ଯାତ୍ରା କରନ୍ତି, ଯାହା ଚାହିଦା ବୃଦ୍ଧି କରେ।
ଶସ୍ତା ଟିକେଟ ଶୀଘ୍ର ପୂରଣ ହୁଏ, ଯେତେବେଳେ ମହଙ୍ଗା ଟିକେଟଗୁଡିକ ବିକ୍ରି ନ ହୋଇ ରହିଯାଏ।
ଇନ୍ଧନ ମୂଲ୍ୟ ମଧ୍ୟ ଅଧିକ ଟିକେଟ ମୂଲ୍ୟ ସୃଷ୍ଟି କରିପାରେ।
ସିଟ୍ ଉପଲବ୍ଧତା ଏବଂ ଚାହିଦା ଉପରେ ନିର୍ଭର କରି ଟିକେଟ୍ ମୂଲ୍ୟ ଭିନ୍ନ ହୋଇପାରେ।


