Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଲବାମା, ପ୍ରଧାନମନ୍ତ୍ରୀଙ୍କ ଚଳଚ୍ଚିତ୍ର ଶୁଟିଂ ଓ ଡିଜିଟାଲ ଇଣ୍ଡିଆରେ ପ୍ରଧାନମନ୍ତ୍ରୀଙ୍କ ଅପହଞ୍ଚ ନେଟୱାର୍କ
ବିଶେଷ ଖବର

ପୁଲବାମା, ପ୍ରଧାନମନ୍ତ୍ରୀଙ୍କ ଚଳଚ୍ଚିତ୍ର ଶୁଟିଂ ଓ ଡିଜିଟାଲ ଇଣ୍ଡିଆରେ ପ୍ରଧାନମନ୍ତ୍ରୀଙ୍କ ଅପହଞ୍ଚ ନେଟୱାର୍କ

February 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Prime Minister Narendra Modi visiting the Exhibition, in Dharamshala, Himachal Pradesh on Thursday.UNI PHOTO-60U
DHARAMSHALA, DEC 27 (UNI):-Prime Minister Narendra Modi visiting the Exhibition, in Dharamshala, Himachal Pradesh on Thursday.UNI PHOTO-60U

କେଦାର ମିଶ୍ର

ଫେବୃଆରୀ ୧୪ ତାରିଖ ଦିନ ଯେତେବେଳେ ପୁଲବାମା ରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ହେଉଥିଲା ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାର ଲାଗି ଡିସ୍କଭରି ଚାନେଲ ପାଇଁ ଏକ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ଥିଲେ ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। ଏ ଅଭିଯୋଗଟି ଅବଶ୍ୟ ପିଲାଳିଆ। ଆତଙ୍କବାଦୀ ଘଟଣା ବିଷୟରେ କେହି କେବେ ଆଗରୁ ଜାଣିବାର ସମ୍ଭାବନା ନାହିଁ। ଗୋଟେ ଦୁର୍ଘଟଣା ଘଟିଲାବେଳେ ପ୍ରଧାନମନ୍ତ୍ରୀ ଯେ କେଉଁଠି ଥିବେ ତାହା ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ୟକ୍ରମ ଉପରେ ନିର୍ଭର କରୁଛି। ତେବେ କଂଗ୍ରେସର ଅଭିଯୋଗ ଆସିବା ପରେ “ସରକାରୀ ସୂତ୍ର’ ରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ତାହା ଆହୁରି ପିଲାଳିଆ। “ସରକାରୀ ସୂତ୍ର” (ଯାହାକୁ ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ଉଦ୍ଧାର କରିଛନ୍ତି)ର କହିବା କଥା ହେଲା ସେଦିନ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଜିମ କର୍ବେଟ ଅଭୟାରଣ୍ୟ ରେ ଥିଲେ। ସେଦିନ ସନ୍ଧ୍ୟା ୬.୩୦ପର୍ଯନ୍ତ ମୋଦୀ ନିଜ ସିନେମା କାମରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ କରିଥିବା ଅଭିଯୋଗର ସତ୍ୟାସତ୍ୟ ଜଣାପଡିବା ଆଗରୁ ଖୋଦ ସରକାର ଏ ବିଷୟରେ ନିଜର ପିଲାଳିଆ ପ୍ରତିକ୍ରିୟା ରଖିଛନ୍ତି। ସରକାରୀ ସୂତ୍ରର କହିବା ଅନୁସାରେ ସେ ଦିନ ଜିମ କର୍ବେଟ ଅଭୟାରଣ୍ୟ ଅଞ୍ଚଳରେ ଖରାପ ପାଣିପାଗ ଓ ଦୁର୍ବଳ ନେଟୱାର୍କ କାରଣରୁ ୨୫ ମିନିଟ ବିଳମ୍ବରେ ପ୍ରଧାନମନ୍ତ୍ରୀ ପୁଲବାମା ଖବର ପାଇଥିଲେ। ସେଦିନ ସକାଳ ୭ ଟାରେ ମୋଦୀ ଡେରାଡୁନରେ ପହଞ୍ଚିଥିଲେ ମଧ୍ୟ ଖରାପ ପାଗ କାରଣରୁ ଅଭୟାରଣ୍ୟରେ ଚାରି ଘଣ୍ଟା ବିଳମ୍ବ ଅର୍ଥାତ ୧୧.୧୫ ରେ ପହଞ୍ଚିଥିଲେ।

ସେଠାରେ ବାଘ ସଫାରି, ଇକୋ ଟୁରିଜମ କେନ୍ଦ୍ର ଇତ୍ୟାଦି ଉଦଘାତନ କରିବାକୁ ତିନି ଘଣ୍ଟା ରହିଥିଲେ। ତାପରେ ଡଙ୍ଗାରେ ବସି ସେ ଘଞ୍ଚ ଜଙ୍ଗଲ ଭିତରକୁ ଯାଇଥିଲେ। ଏହି ସମୟରେ ଏକା ପୁଲବାମା ଆକ୍ରମଣ ଘଟିଥିଲା। ଘଞ୍ଚ ଜଙ୍ଗଲ ଭିତରେ ହୁଏତ ଦୁର୍ବଳ ନେଟୱାର୍କ ଏକ ସାଧାରଣ ଘଟଣା। ହେଲେ ଭାରତର ପ୍ରଧାନମନ୍ତ୍ରୀ ନେଟୱାର୍କ ବାହାରେ ରହିବା ଡିଜିଟାଲ ଇଣ୍ଡିଆରେ ଏକ ଶୁଭ ଲକ୍ଷଣ କି? ସେ ଯାହା ବି ହେଉ ଖବର ପାଇଲା ପରେ ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଓ ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥା ହୋଇଥିଲେ। ଫେରିବାବେଳେ ପୁଣି ପାଗ ଖରାପ ହେବାରୁ ସେ ଆବୁଡା ଖାବୁଡା ରାସ୍ତାରେ ଫେରିଥିଲେ ବୋଲି କୁହାଯାଇଛି। ଏଠି ପୁଣି ପ୍ରଶ୍ନ ଉଠୁଛି, ବିଜେପି ଶାସିତ ଉତ୍ତରାଖଣ୍ଡରେ ରାସ୍ତାର ଅବସ୍ଥା କଣ ଏୟା?

୬.୩୦ ରେ ପ୍ରଧାନମନ୍ତ୍ରୀ ଚା ଜଳଖିଆ ଖାଇଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି।ସତେକି ପ୍ରଧାନମନ୍ତ୍ରୀ ଏ ଘଟଣା ପରେ ଖାଡା ଓପାସ ରୁହନ୍ତୁ ବୋଲି କଂଗ୍ରେସ ଚାହୁଁଥିଲା। ତେବେ କଂଗ୍ରେସକୁ ଜବାବ ଦେଇ ସରକାରୀ ସୂତ୍ର କହୁଛି, ପ୍ରଧାନମନ୍ତ୍ରୀ କିଛି ଖାଇନଥିଲେ। ଏ କି ପ୍ରକାର ସ୍ପଷ୍ଟୀକରଣ ଆମେ ବୁଝି ପାରୁନାହୁଁ। ପ୍ରଧାନମନ୍ତ୍ରୀ ଚା ପିଇବା କଣ ପାପ? ତେବେ ସବୁଠୁ ମଜାର କଥା ହେଉଛି, ସରକାର ପ୍ରଧାନମନ୍ତ୍ରୀ କିଛି ଖାଇନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେବା।

ଏ ପ୍ରକାର ନିହାତି ବ୍ୟକ୍ତଗତ ସ୍ତରର ଓ ଛୋଟ ଛୋଟ କଥାକୁ ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ବିତର୍କ ହେବାର କିଛି ଅର୍ଥ ଅଛି କି? ଅଯଥା ଭାବ ପ୍ରବଣତା ଓ ଗୁଡାଏ ନାଟକୀୟ ଆବେଗ ସୃଷ୍ଟି କରିବାକୁ ଯାଇ ଆମର ସରକାର, ରାଜନୈତିକ ଦଳ ଓ ଗଣ ମାଧ୍ୟମ ଆମର ଶହୀଦ ଜବାନଙ୍କ ରକ୍ତକୁ ଗୋଟେ ପ୍ରକାର ପ୍ରହସନରେ ପରିଣତ କରିଦେଲେଣି। ଖୋଦ ଭାରତୀୟ ଜନତା ପାର୍ଟିର ନେତା ମାନେ ଶହୀଦଙ୍କ ଶବ ଶୋଭାଯାତ୍ରାକୁ ଗୋଟେ ପ୍ରକାର ରାଜନୈତିକ ପ୍ରଚାର ମଞ୍ଚ କରିଦେଲେ। ତାର ପରିଣତି ସ୍ଵରୂପ ସବୁ ଦଳ ନିଜକୁ ଅଧିକରୁ ଅଧିକ ରାଷ୍ଟ୍ରବାଦୀ ଦେଖେଇ ହେବାର ପ୍ରତିଯୋଗିତାରେ ମାତିଲେ। ଗଣମାଧ୍ୟମ ଏଥିରେ ଆହୁରି ମସଲା ଢାଳି ଚାଲିଲା। ଶେଷରେ ଆମେ ପ୍ରଧାନମନ୍ତ୍ରୀ ସେଦିନ ଚା ସିଙ୍ଗଡା ଖାଇଥିଲେ କି ନାଇଁ ର ବିତର୍କରେ ପହଞ୍ଚିଲୁ।

ନିଜକୁ ଅଧିକ ରାଷ୍ଟ୍ରବାଦୀ ପ୍ରମାଣିତ କରିବାର ଦୌଡ ପ୍ରତିଯୋଗିତାରେ ବିଜେପି ଆଜି ନିଜ ଜାଲରେ ଫସି ଯାଇଛି। ସେଦିନ ସତରେ ପ୍ରଧାନମନ୍ତ୍ରୀ ଯଦି ଚଳଚ୍ଚିତ୍ର ପାଇଁ ସମୟ ଦେଇଥିଲେ ତାକୁ ମାନି ଯିବାରେ କୌଣସି ଅସୁବିଧା ନାହିଁ। ତାହା ନକରି ଏହା ଆମ ସେନା ବାହିନୀର ମନୋବଳକୁ ଦୁର୍ବଳ କରୁଛି ବୋଲି ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପ୍ରତିକ୍ରିୟା “ମନ୍ଦିର ଭିତରେ କିଏ ରେ……’’ ଭଳି ଶୁଭୁଛି। ପ୍ରଧାନମନ୍ତ୍ରୀ ସେନା ବାହିନୀର ମୁଖିଆ ନୁହନ୍ତି। ଗଣତାନ୍ତ୍ରିକ ଶାସନରେ ପ୍ରଧାନମନ୍ତ୍ରୀ ନିରନ୍ତର ସମାଲୋଚନାର ସମ୍ମୁଖୀନ ହେବାକୁ ବାଧ୍ୟ। ପୁଲବାମା ଘଟଣାରେ ଗୁଇନ୍ଦା ବିଭାଗ ବିଫଳତା ଓ ଜବାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ସରକାରୀ ଉଦାସୀନତାକୁ ସମାଲୋଚନା କରାଯିବ ନିଶ୍ଚୟ। ଏଥିରେ ସେନା ର ମନୋବଳ ଭାଙ୍ଗିବାର କୌଣସି କାରଣ ନାହିଁ। ପ୍ରଧାନମନ୍ତ୍ରୀଙ୍କ ରାଜନୀତି ସହିତ ଭାରତୀୟ ସେନାବାହିନୀର କୌଣସି ସମ୍ପର୍କ ନାଇଁ। ବିଜେପି ଓ କଂଗ୍ରେସ ନିଜ ରାଜନୀତିର କୁସ୍ତି ଭିତରକୁ ସେନାବାହିନୀକୁ ଟାଣୁଛନ୍ତି କାହିଁକି?

ଶହୀଦଙ୍କୁ ସମ୍ମାନ ଦେବା ନାଁରେ ଉଗ୍ର ରାଷ୍ଟ୍ରବାଦ ଓ ନିକୃଷ୍ଟ ରାଜନୀତିର ବହୁ ଉଦାହରଣ ଆମେ ଇତି ମଧ୍ୟରେ ଦେଖି ସାରିଲୁଣି। ଅନ୍ତତଃ ପ୍ରଧାନମନ୍ତ୍ରୀ ସ୍ତରରେ ଏ ପ୍ରକାର ଉଗ୍ରତା ଓ ନୀଚତା ପ୍ରଦର୍ଶିତ ନହେଉ ବୋଲି ସାଧାରଣ ଭାରତୀୟ ନାଗରିକ ଭାବରେ ଆମେ ଆଶା କରିବୁ।

BJP cong Modi pulwama rahul thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026

ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI Odisha: ଗଭର୍ଣ୍ଣିଙ୍ଗ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

April 18, 2026

ଆଜି ରାତି ୮:୩୦ ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

April 18, 2026
Latest News

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.