Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୁଆଡେ ଗଲା ସବୁ ସମସ୍ୟାର ସମାଧାନ ବୋଲି କୁହା ଯାଉଥିବା “ଗୁଜରାଟ ମଡେଲ” ??
ବିଶେଷ ଖବର

କୁଆଡେ ଗଲା ସବୁ ସମସ୍ୟାର ସମାଧାନ ବୋଲି କୁହା ଯାଉଥିବା “ଗୁଜରାଟ ମଡେଲ” ??

February 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ରାଜନୀତି ହେଉଛି ମୂଳତଃ ସ୍ଲୋଗାନ ସର୍ବସ୍ଵ ରାଜନୀତି। ଗୋଟେ ଗୋଟେ ସ୍ଲୋଗାନ ଭାରତର ରାଜନୀତିକୁ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ସତୁରୀ ଦଶକରେ ଇନ୍ଦିରା ଗାନ୍ଧୀଙ୍କର “ଗରିବୀ ହଟାଓ”, ଅଶି ଦଶକରେ ରାଜୀବ ଗାନ୍ଧୀଙ୍କର “ମେରା ଭାରତ ମହାନ”, ନବେ ଦଶକରେ ଅଟଳ ବିହାରୀ ବାଜପାୟୀଙ୍କର “ଭାରତ ଉଦୟ” ଭଳି ସ୍ଲୋଗାନ ରାଜନୀତିର ଧାରାକୁ ବଦଳାଇଦେବାର ସାମର୍ଥ୍ୟ ରଖିଥିଲା। ସେମିତି ୨୦୧୪ରେ ଭାରତର ରାଜନୀତିରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ପ୍ରଭାବ ପ୍ରବଳ ପଡିବା ଆରମ୍ଭ ହେଉଥିଲା, ସେତେବେଳେ ଆମ ମୁଣ୍ଡରେ ଗୋଟେ ଶବ୍ଦ ପୂରେଇ ଦିଆଗଲା- ଗୁଜରାଟ ମଡେଲ । ଲଗାତାର ତିନୋଟି ବିଧାନସଭା ନିର୍ବାଚନ ଜିତି, ୨୦୦୨ର ଭୟଙ୍କର ଗୁଜରାଟ ଦଙ୍ଗାର ସତ୍ୟକୁ ଚାପିଦେଇ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କର ଏକ ଜାତୀୟ ଭାବମୂର୍ତ୍ତି ନିର୍ମାଣ ପାଇଁ ଏକ କୁହୁକ କଳ୍ପନାର ନିର୍ମାଣ କରା ଯାଇଥିଲା- ଯାହାକୁ କୁହା ଯାଉଥିଲା- ଗୁଜରାଟ ମଡେଲ।

ପୂରା ଦେଶ ଗୁଜରାଟ ହୋଇଯାଉ ବୋଲି ସେତେବେଳେ ଗୋଟେ ସ୍ଲୋଗାନ ଆରମ୍ଭ ହୋଇଥିଲା। ଗୁଜରାଟର ସ୍ଵପ୍ନିଳ ଓ ସୁନ୍ଦର ଛବି ସବୁ ସେତେବେଳେ ତିଆରି କରି ପ୍ରଚାର କରାଗଲା। ଦେଶର ବଡ ବଡ ପୁଞ୍ଜିପତି ଓ ସେମାନଙ୍କର ପ୍ରିୟ ଅର୍ଥନୀତିଜ୍ଞ ମାନେ ସେତେବେଳେ ଆମକୁ ବୁଝାଇ ଦେଲେ ଯେ ଦେଶ ପାଇଁ ଗୁଜରାଟ ମଡେଲ ହିଁ ଶ୍ରେଷ୍ଠ। ପ୍ରଗତି, ବିକାଶ ଓ ମାନବ ସମ୍ବଳର ସର୍ବୋତ୍ତମ ବିବିଯୋଗ କରି ସେଯାଏ ଶ୍ରେଷ୍ଠ ବିବେଚିତ ହୋଇ ରହିଥିବା “କେରଳ ମଡେଲ” ବିରୋଧରେ “ଗୁଜରାଟ ମଡେଲ” କୁ ଆଗକୁ ଅଣାଗଲା। ତେବେ ସେହି ସମୟରେ ପଶ୍ଚିମ ବଂଗର ଜଣେ ଅତ୍ୟନ୍ତ ଲୋକପ୍ରିୟ ଗାୟକ ନଚିକେତା ଚକ୍ରବର୍ତ୍ତୀ ଆମକୁ ଗୋଟେ ଗୀତରେ ଆମକୁ ସତର୍କ କରାଇ ଦେଇଥିଲେ ଯେ- “ତୁମି ଆସବେ ବୋଲେ ଇ ଏଖନ ଦେଶ ଟା ଗୁଜରାଟ ହେଇ ଯାଇନି”। ଗୁଜରାଟ ମଡ଼େଲର ଗୋଟେ ବଡ ବାସ୍ତବତା ଥିଲା- ସଙ୍ଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ଗରିବଙ୍କ ପ୍ରତି ଅସମ୍ମାନ ଓ ପଇସାବାଲାଙ୍କ ପ୍ରତି ପ୍ରବଳ ସମର୍ଥନ। ଏହି ମଡ଼େଲର ଆଉ ଏକ ଭୟଙ୍କର ବାସ୍ତବତା ଥିଲା, ସହରୀ ଓ ଗ୍ରାମୀଣ ଗୁଜରାଟ ଭିତରେ ଏକ ବିରାଟ ଖାଇ। ଏହାର ପ୍ରତିଫଳନ ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଗ୍ରାମୀଣ ଗୁଜରାଟ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ସହରୀ ଗୁଜରାଟ ବିଜେପିକୁ ବଞ୍ଚାଇଥିଲା।

ତେବେ ଗୁଜରାଟ ମଡେଲକୁ ଦେଖାଇ ନିର୍ବାଚନ ଜିତିବା ପରେ, ସେ ପ୍ରସଙ୍ଗ ଆଉ ଆଲୋଚିତ ହେଲାନାହିଁ। ଗୁଜରାଟ ମଡ଼େଲର ଯେଉଁ ସବୁ ଚକମକ ଛବି ଆମକୁ ଦେଖା ଯାଇଥିଲା ସେସବୁ କୁଆଡେ ଉଭେଇ ଗଲା। ତେବେ ଗୁଜରାଟ ମଡେଲ କହିଲେ ଆମେ ଆଜି ବୁଝୁଛୁ- ମୋଦୀ-ଶାହାଙ୍କ ଯୋଡି ଓ ତାଙ୍କୁ ଘେରି ରହିଥିବା ପଞ୍ଝାଏ ଗୁଜରାଟ କ୍ୟାଡରର ଅଧିକାରୀ.। (ମଜା କଥା ହେଉଛି ମୋଦୀଙ୍କ ବୋଲକରା ଗୁଜରାଟ ଅଧିକାରୀଙ୍କ ଭିତରେ ବେଶ ପ୍ରଭାବଶାଳୀ ଓଡିଆ ମଧ୍ୟ ରହିଛନ୍ତି) ଗୁଜରାଟ ମଡ଼େଲରେ ସତ୍ୟ ଏବଂ ପ୍ରଚାର ଭିତରେ ଦୂରତା ପ୍ରବଳ। କେବଳ ପ୍ରଚାର ମାଧ୍ୟମରେ ମିଛକୁ ସତ ବୋଲି ଦେଖାଇବାର ଏକ କୁହୁକ ଏହି ମଡେଲରେ ରହିଥିଲା ଓ ଏହା ଅନେକାଂଶରେ ସଫଳ ମଧ୍ୟ ହୋଇଥିଲା।

ତେବେ ଗୁଜରାଟ ମଡେଲକୁ ନେଇ ଆଜି କିଛି ପ୍ରାସଙ୍ଗିକତା ରହିଛି କି? ନିକଟରେ ଭାରତ ସରକାରଙ୍କର କ୍ରାଇମ ରେକର୍ଡ ବ୍ୟୁରୋ ଗୁଜରାଟ ସମ୍ପର୍କରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ୨୦୧୮ ବର୍ଷରେ ୨୯୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି, ଯାହାର କାରଣ ହେଉଛି ଦାରିଦ୍ର୍ୟ। ଅଭାବ, ଅନାଟନ ଓ ପେଟ ପାଟଣାର ଚାପ ସମ୍ଭାଳି ନ ପାରି ଏ ଦେଶର ସବୁଠୁ ବିତ୍ତଶାଳୀ ରାଜ୍ୟ କୁହାଯାଉଥିବା ଗୁଜରାଟରେ ୨୯୪ ଜଣ ଲୋକ ଆତ୍ମହତ୍ୟା କରିଥିବା ଖବର ଆଜି ଚର୍ଚ୍ଚାର ବିଷୟ କାହିଁକି ନୁହେଁ? ମୋଟ ୩୧୮ ଜଣ ବ୍ୟକ୍ତି ବେକାରୀର ଚାପ ସମ୍ଭାଳି ନପାରି ଆତ୍ମହତ୍ୟା କରିଛନ୍ତି। ୨୦୧୭ ବର୍ଷ ତୁଳନାରେ ଏହି ଆତ୍ମହତ୍ୟା ହାର ୧୬୩% ବଢିଛି ବୋଲି ସରକାରୀ ତଥ୍ୟ କହୁଛି। ଆଉ ଟିକେ ସ୍ପଷ୍ଟ କରି ଏହି ରିପୋର୍ଟ ଲେଖିଛି ଯେ ଅହମଦାବାଦରେ ୩୧ ଜଣ ଓ ବଧୋଦାରାରେ ୧୮ ଜଣ ବେକାରି ପାଇଁ ଆତ୍ମହତ୍ୟା କରିଛନ୍ତି।

୨୦୧୮ରେ ଗୁଜରାଟରେ ମୋଟ ୭୭୯୩ ତି ଆତ୍ମହତ୍ୟା ରେକର୍ଡ କରାଯାଇଥିବା ବେଳେ ଅଥିରୁ ୭୩.୩% ଲୋକ ଗରିବ ଶ୍ରେଣୀର। ଆର୍ଥିକ ଚାପ ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବାର ତଥ୍ୟ ସରକାର ଦେଇଛନ୍ତି। ଏହାକୁ ଆମେ ଗୁଜରାଟ ମଡ଼େଲର ଏକ ପ୍ରମାଣପତ୍ର ବୋଲି ବିବେଚନା କରି ପାରିବା କି? ସବୁଠୁ ଡେଙ୍ଗା ମୂର୍ତ୍ତି ତିଆରି କରିଥିବା ଗୁଜରାଟ ଆଜି ହଜାର ହଜାର ଲୋକଙ୍କୁ କର୍ମ ଯୋଗାଣ ଦେଇ ନପାରି ସେମାନଙ୍କୁ ଆତ୍ମହତ୍ୟା କରିବାକୁ ଅସହାୟ ଅବସ୍ଥାରେ ଛାଡି ଦେଉଛି। ଆମେ ଏହି ଗୁଜରାଟ ମଡେଲକୁ ପୂରା ଦେଶରେ ଲାଗୁ କରିବା ପାଇଁ ଚାହୁଁଥିଲେ କି?

ଆଜି ଗୁଜରାଟ ମଡେଲ ଅବଶ୍ୟ ଆଉ ପ୍ରାସଙ୍ଗିକ ହୋଇ ରହିନାହିଁ। ବହୁ ସ୍ଲୋଗାନ ପରି ସେ ସ୍ଲୋଗାନ ମଧ୍ୟ କୁଆଡେ ଉଡି ଗଲାଣି। ହେଲେ ଗୁଜରାଟ ମଡ଼େଲର ସତ୍ୟ ବିଷୟରେ ଆଜି ଚର୍ଚ୍ଚା ହେବା ନିତାନ୍ତ ଜରୁରୀ।

Modi
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.