Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ବିଦ୍ୟୁତ ତାର ସଂସ୍ପର୍ଶ ଜନିତ ଦୁର୍ଘଟଣା ପାଇଁ କ୍ଷତିପୂରଣ ମିଳିବ – ଶକ୍ତିମନ୍ତ୍ରୀ
ବିଶେଷ ଖବର

ଏଣିକି ବିଦ୍ୟୁତ ତାର ସଂସ୍ପର୍ଶ ଜନିତ ଦୁର୍ଘଟଣା ପାଇଁ କ୍ଷତିପୂରଣ ମିଳିବ – ଶକ୍ତିମନ୍ତ୍ରୀ

February 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ଏଣିକି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତାହତ ହେଉଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସରକାରୀ ସାହାଯ୍ୟ ମିଳିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଜଣାଇଛନ୍ତି। ଅନ୍ୟପକ୍ଷରେ ଏଥିଯୋଗୁଁ ମୃତ୍ୟୁ ଘଟୁଥିବା ଗୃହପାଳିତ ପଶୁପକ୍ଷୀଙ୍କ ପଇଁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ ଜଣ ବସ୍‌ଯାତ୍ରୀଙ୍କ ପ୍ରାଣହାନୀ ସମ୍ପର୍କରେ ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଆଗତ ହୋଇଥିଲା। ଏହି ଆଲୋଚନାର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ, ଏଣିକି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଓ.ଇ.ଆର.ସି. ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ସେହିପରି ୬୦ ଭାଗ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ୪୦ରୁ ୬୦ ଭାଗ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଅପରପକ୍ଷେ ଗୋଟିଏ ସପ୍ତାହ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ୧୨,୭୦୦ ଟଙ୍କା ଓ ସପ୍ତାହେରୁ କମ୍‌ ସମୟ ଡାକ୍ତରଖାନା ଭର୍ତ୍ତି ବାବଦ  ୪୩୦୦ଟଙ୍କା ମିଳିବ। ଏତଦ୍‌ଭିନ୍ନ ଏହି କାରଣରୁ ଗୋଟିଏ ଗାଈ ଓ ଛେଳି/ମେଣ୍ଢାର ମୃତ୍ୟୁ ପାଇଁ ଯଥାକ୍ରମେ ୧୨ ହଜାର ଟଙ୍କା ଏବଂ ୩ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶକ୍ତି ମନ୍ତ୍ରୀ ଦର୍ଶାଇଥିଲେ ଯେ, ୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ୍‌ ଗ୍ରାହକ ଥିବାବେଳେ ୨୦୧୯ ରେ ସେହି ସଂଖ୍ୟା ୯୬ ଲକ୍ଷରେ ପହଞ୍ଚିଛି। ସେହିପରି ଏଚ୍‌.ଟି (ହାଇ ଟେନସନ୍‌) ଲାଇନ୍‌ ଏହି ସମୟ ଭିତରେ ଚାରି ଗୁଣ ବୃଦ୍ଧି ପାଉଥିବାବେଳେ ଗ୍ରୀଡ୍‌, ସବ୍‌ଷ୍ଟେସନ୍‌ ପ୍ରଭୃତି ଅନେକ ପରିମାଣରେ ବୃଦ୍ଧି ପାଇଛି। ତେଣୁ ବ୍ୟବସ୍ଥାର ଉନ୍ନତିକରଣ ମାଧ୍ୟମରେ ଦୁର୍ଘଟଣା ଏଡାଇବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ସେଥିଯୋଗୁଁ ଦୁଇ ହଜାର ମସିହାରେ ବିଦ୍ୟୁତ ତାର ସଂସ୍ପର୍ଶ ଦୁର୍ଘଟଣାରେ ୨୦୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୨୦୧୯ରେ ୧୭୮ଜଣଙ୍କର ମୃତ୍ୟୁ ଘଟିଛି।

ବାଣିଜ୍ୟଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଲ୍ଲେଖ କରିଥିଲେ ଯେ, ବସ୍‌ ଡ୍ରାଇଭର୍‌ ବେପରୁଆ ମନୋଭାବ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ସେଥିପାଇଁ ତାଙ୍କୁ ଗିରଫ କରାଯିବା ସହିତ ତା’ର ଡ୍ରାଇଭିଂ  ଲାଇସେନ୍ସ ମଧ୍ୟ ସସ୍‌ପେଣ୍ଡ କରାଯାଉଛି । ଯୁଗ୍ମ ଅନୁସନ୍ଧାନ କମିଟି ଦ୍ବାରା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦ୍ରାରାଜପୁର ବସ୍‌ଯାତ୍ରୀ ଦୁର୍ଘଟଣାରେ ତଦନ୍ତ କରାଯାଇଛି। ବସ୍‌ଟି ବେଆଇନ ଭାବରେ ସେହି ରାସ୍ତାରେ ଯାଇଥିବାରୁ ତା’ର ପରମିଟ୍‌ ରଦ୍ଦ କରାଯାଇଛି । ବସ୍‌ ମାଲିକ ଓ ଡ୍ରାଇଭରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି।  ୧୧କେଭି ବିଦ୍ୟୁତ୍‌ ତା’ର ଭୂମିଠାରୁ ୨୦ ଫୁଟ୍‌ ଉଚ୍ଚରେ ରହିବା କଥା । କିନ୍ତୁ ତାହା ମାତ୍ର ୧୨ଫୁଟ ଉଚ୍ଚରେ ଥିଲା । ଡ୍ରାଇଭରର ବେପରୁଆ ଆଚରଣ ଯୋଗୁଁ ବସ୍‌ଟି ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଥିଲା । ତେବେ ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଡେଇଁ ପଡିବା ଯୋଗୁଁ ଭୂମି ସ୍ପର୍ଶରେ ଆସି ମୃତାହତ ହୋଇଥିଲେ ।  ମଣିଷମାନଙ୍କ ବ୍ୟତୀତ ୨୯ଟି ହାତୀ ଏବଂ ୧୭୭ଟି ଅନ୍ୟାନ୍ୟ ପଶୁ ମଧ୍ୟ ଇତିମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ବ୍ୟାପକ ଜନସଚେତନତା ଏବଂ ବ୍ୟବସ୍ଥାର ଉନ୍ନତିକରଣ ମାଧ୍ୟମରେ ଏହି ବିଦ୍ୟୁତ ଜନିତ ଦୁର୍ଘଟଣା ଏଡାଇବା ଲାଗି ନିରନ୍ତର ପ୍ରୟାସ ଜାରି ରହିଛି ।

ତେବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ମୁଲତବୀ ପ୍ରସ୍ତାବ ନୋଟିସ୍‌ର ବକ୍ତବ୍ୟ ପ୍ରଦାନ ଲାଗି ଉଦ୍ୟମ କରିବାରୁ ବିରୋଧୀ ଦଳର ସଭ୍ୟମାନେ ତା’ର ଦୃଢ ପ୍ରତିବାଦ କରିଥିଲେ।  ସେମାନେ ଆରୋପ କରିଥିଲେ ଯେ, ଗତ ୯ତାରିଖ ଦୁର୍ଘଟଣା ଘଟିବା ପରେ ପରିବହନ ମନ୍ତ୍ରୀ ସମ୍ପୃକ୍ତ ସ୍ଥାନକୁ ଗସ୍ତ କରିଥିଲେ ଏବଂ ଶକ୍ତି ବିଭାଗର ଅବହେଳା ପାଇଁ ଏଭଳି ଦୁର୍ଘଟଣା ସଂଘଟିତ ହୋଇଛି ବୋଲି ଜଣାଇଥିଲେ। ତେଣୁ ଶକ୍ତି ମନ୍ତ୍ରୀ ମୁଲତବୀ ପ୍ରସ୍ତାବ ନୋଟିସ୍‌ର ଉତ୍ତର ଦେବା ଦରକାର। ତେବେ ବାଚସ୍ପତି ଟିପ୍ପଣୀ ଦେଇଥିଲେ ଯେ, ସରକାର ପ୍ରତି ମନ୍ତ୍ରୀମାନଙ୍କର ସମ୍ମିଳିତ ଦାୟିତ୍ବ ରହିଛି। ତେଣୁ ଯେକୌଣସି ମନ୍ତ୍ରୀ ଉତ୍ତର ଦେଲେ ମଧ୍ୟ ତାହା ସରକାରଙ୍କ ବକ୍ତବ୍ୟ ବୋଲି ବୁଝାଯିବ। ତଥାପି ଆବଶ୍ୟକ ପଡ଼ିଲେ ଶକ୍ତିମନ୍ତ୍ରୀ ଉତ୍ତର ପ୍ରଦାନ କରିବେ ବୋଲି ସେ ଜଣାଇଥିଲେ । କିନ୍ତୁ ବାଚସ୍ପତିଙ୍କ ଏହି ମନ୍ତବ୍ୟରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ସନ୍ତୁଷ୍ଟ ହୋଇନଥିଲେ । ପ୍ରତିବାଦ ଜଣାଇ ସେମାନେ କକ୍ଷତ୍ୟାଗ କରିଥିଲେ। ଏହାପରେ ବିରୋଧୀ ସଭ୍ୟମାନଙ୍କୁ ଗୃହକୁ ଫେରାଇ ଆଣିବା ଲାଗି ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ସେମାନଙ୍କୁ ବୁଝାଇବା ଲାଗି ପଠାଇଥିଲେ। ଏପରିକି ଖୋଦ୍‌ ବାଚସ୍ପତି ଶ୍ରୀ ପାତ୍ର ମଧ୍ୟ ବିରୋଧୀ ସଭ୍ୟମାନେ ଗୃହକୁ ଫେରି ଆସିବା ଲାଗି ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ସଭ୍ୟମାନେ ନିଜ ଜିଦ୍‌ରେ ଅଟଳ ରହି ଆଲୋଚନାରେ ଭାଗ ନେଇନଥିଲେ । ଫଳରେ ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତିରେ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଉପରେ ଚର୍ଚ୍ଚା ହୋଇଥିଲା।

ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବରେ ଶାସକ ଦଳ ସଭ୍ୟ ଉଷାଦେବୀ, ଲତିକା ପ୍ରଧାନ, ପ୍ରଦୀପ କୁମାର ପାଣିଗ୍ରାହୀ, ଧ୍ରୁବ ଚରଣ ସାହୁ ଅଂଶଗ୍ରହଣ କରିଥିଲେ। ବିଦ୍ୟୁତ ତା’ର ସଂସ୍ପର୍ଶ ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ସମ୍ପୃକ୍ତ ବାତ୍ୟା ପ୍ରବଣ ଇଲାକାରେ ଭୂମିତଳ ବିଦ୍ୟୁତକରଣ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେମାନେ ପ୍ରସ୍ତାବ ବାଢିଥିଲେ।  ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଏଭଳି ଦୁର୍ଘଟଣାରେ ବାପା, ମା’, ଛେଉଣ୍ଡ ପିଲାମାନଙ୍କ ପ୍ରତିପୋଷଣ ଓ ଶିକ୍ଷା ଦାୟିତ୍ବ ସମ୍ପୂର୍ଣ୍ଣ ଭାବରେ ସରକାର ଗ୍ରହଣ କରିବାକୁ ସେମାନେ ନିବେଦନ କରିଥିଲେ। ମନ୍ତ୍ରୀ ଦ୍ବୟଙ୍କ ଉତ୍ତର ପରେ ବାଚସ୍ପତି ଶ୍ରୀ ପାତ୍ର ମୁଲତବୀ ପ୍ରସ୍ତାବ ନୋଟିସ୍‌ଟିକୁ ଅଗ୍ରାହ୍ୟ କରି ଦେଇଥିଲେ।

କ୍ଷତିପୂରଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.