Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଢାବାଗୁଡ଼ିକ କଞ୍ଚା କୋଇଲା ବ୍ୟବହାର ନ କରିବା ଲାଗି ଜାରି ସରକାରୀ ନିର୍ଦ୍ଦେଶକୁ କଡାକଡି କରିବା ଲାଗି ଆଦେଶ ଦେଲେ ବାଚସ୍ପତି
ଆଜିର ଖବର

ଢାବାଗୁଡ଼ିକ କଞ୍ଚା କୋଇଲା ବ୍ୟବହାର ନ କରିବା ଲାଗି ଜାରି ସରକାରୀ ନିର୍ଦ୍ଦେଶକୁ କଡାକଡି କରିବା ଲାଗି ଆଦେଶ ଦେଲେ ବାଚସ୍ପତି

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ରାଜ୍ୟର ଢାବାଗୁଡ଼ିକ କଞ୍ଚା କୋଇଲା ବ୍ୟବହାର ନ କରିବା ଲାଗି ଜାରି ସରକାରୀ ନିର୍ଦ୍ଦେଶକୁ କଡାକଡି କାର୍ଯ୍ୟକାରୀ କରିବା ନିମନ୍ତେ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ବିଧାନସଭାରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠିଥିଲା। ଶାସକ ଦଳ ବିଧାୟକ ନୃସିଂହ ଚରଣ ସାହୁ ଅଭିଯୋଗ କରିଥିଲେ ଯେ, ରାଜ୍ୟର ଢାବାଗୁଡ଼ିକ ବେଆଇନ ଭାବେ କଞ୍ଚା କୋଇଲା ବ୍ୟବହାର କରୁଛନ୍ତି। ତେବେ କଞ୍ଚା କୋଇଲା ଉପଯୋଗ ନ କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ 2016 ମସିହାରୁ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଥମେ କୋଇଲା ଗଚ୍ଛିତ ଥିବା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ ପ୍ରଭୃତି ଜିଲ୍ଲାର ଢାବାଗୁଡ଼ିକ କଞ୍ଚା କୋଇଲା ଜାଳେଣି ହିସାବରେ ବ୍ୟବହାର କରିପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶ ଜାରି ହୋଇଥିଲା। ପରବର୍ତ୍ତୀ କାଳରେ ତାହା ସମଗ୍ର ରାଜ୍ୟ ପାଇଁ ଲାଗୁ ହୋଇଥିଲା। ତେବେ ରାଜ୍ୟର ଢାବାଗୁଡ଼ିକ ଅବିଚାରିତ ଭାବେ କଞ୍ଚା କୋଇଲା ଉପଯୋଗ କରୁଥିଲେ ସୁଦ୍ଧା ବିଭାଗୀୟ କର୍ମକର୍ତ୍ତା ସେଥିପ୍ରତି ଆଖିବୁଜି ଦେଇଛନ୍ତି। ଅନ୍ୟ ପକ୍ଷରେ କଞ୍ଚା କୋଇଲା ଜାଳିବା ଯୋଗୁଁ ପ୍ରଚୁର ପରିମାଣରେ ଧୂଆଁ ନିର୍ଗତ ହୋଇ ପରିବେଶ ପ୍ରଦୂଷିତ ହେଉଛି ଏବଂ ରାସ୍ତା ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇଛି।

ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଟିପ୍ପଣୀ ଦେଇଥିଲେ ଯେ, ବିଭାଗୀୟ ନିର୍ଦ୍ଦେଶ ପାଳନ କରିବାକୁ ଜଙ୍ଗଲ ମନ୍ତ୍ରୀ ଅଫିସରମାନଙ୍କୁ ଆଦେଶ ଦିଅନ୍ତୁ। ବାଚସ୍ପତିଙ୍କ ଏହି ମନ୍ତବ୍ୟ ପରେ ସେଥିନେଇ ସଭ୍ୟମାନଙ୍କ ଉଦ୍‌ବେଗ ପ୍ରଶମିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025
Latest News

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.