Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୋଧାରୀ ତଲୁଆରରେ ଓଡିଶା ସରକାରଙ୍କର ମନ୍ଦିର ରାଜନୀତି ଓ ଅର୍ଥନୀତି
ବିଶେଷ ଖବର

ଦୋଧାରୀ ତଲୁଆରରେ ଓଡିଶା ସରକାରଙ୍କର ମନ୍ଦିର ରାଜନୀତି ଓ ଅର୍ଥନୀତି

February 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୨୦୧୯ରେ ପଞ୍ଚମ ଥର ଲାଗି ବିପୁଳ ଆସନ ପାଇ ପୁଣିଥରେ ବିଜେଡି ସରକାର ଗଠିତ ହେବା ପରେ, ହଠାତ ନବୀନ ପଟ୍ଟନାୟକ ସରକାରଙ୍କ ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଛି। ଗତ ୧୯ ବର୍ଷ ଶାସନରେ ଥିବା ବେଳେ ପ୍ରାୟତଃ ରାଜ୍ୟର ଐତିହ୍ୟ ବିଷୟରେ ଉଦାସୀନ ରହି ଆସିଥିବା ସରକାର, ଏବେ ଓଡିଶାର ମନ୍ଦିର ଓ ଐତିହ୍ୟ ସ୍ଥଳଗୁଡିକୁ ବିକଶିତ କରିବା ଲାଗି ସ୍ଵତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୦-୨୧ ରାଜ୍ୟ ବଜେଟରେ “ମନ୍ଦିର” ଶବ୍ଦର ବିଶେଷ ପ୍ରୟୋଗ ଦେଖିବାକୁ ମିଳିଛି। ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ-“ ୩୨୦୮ କୋଟି ଟଙ୍କା ନିବେଶରେ ପୁରୀକୁ ଏକ ବିଶ୍ଵ ଐତିହ୍ୟ ସହର ରେ ପରିଣତ କରିବା ପାଇଁ ବୃହତ ଯୋଜନା କରାଯିବ”। ୩୨୦୮ କୋଟିରୁ ଚଳିତ ବର୍ଷ ପୁରୀକୁ “ଅବଢା” ଯୋଜନାରେ ୬୯୫ କୋଟି ଟଙ୍କା ଦିଆ ଯାଇଛି। ରାଜ୍ୟର ସମୁଦାୟ ପର୍ୟଟନ, ଭାଷା ଓ ସଂସ୍କୃତି ବଜେଟ ଠାରୁ ଏହା ଅଧିକ। ୨୦୨୦- ୨୧ ବର୍ଷ ପାଇଁ ରାଜ୍ୟ ସରକାର ପର୍ୟଟନ ପାଇଁ ୪୦୦.୬୯କୋଟି ଏବଂ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ୧୬୧.୮୧କୋଟି ଟଙ୍କା ଦେଇଛନ୍ତି। ସେହି ତୁଳନାରେ କେବଳ ପୁରୀର ବିକାଶ ଲାଗି ଅଧିକ ଅର୍ଥ ଦିଆ ଯାଇଛି।

ଏହା ସହିତ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିରର ବିକାଶ ଲାଗି ଏକାମ୍ର ଯୋଜନାରେ ୭୦୦ ଟଙ୍କା ଖର୍ଚ୍ଚ ହେବ ଓ ସେଥିରୁ ୧୫୦ ଟଙ୍କା ଏହି ବର୍ଷ ଲାଗି ପ୍ରଦାନ କରା ଯାଇଛି। ତାରା ତାରିଣୀ ମନ୍ଦିର ଓ ସମ୍ବଲପୁରର ସମଲେଶ୍ଵରୀ ମନ୍ଦିର ଲାଗି ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଏଠି ପ୍ରଶ୍ନ ଉଠିପାରେ, ହଠାତ ମନ୍ଦିର ପ୍ରତି ସରକାରଙ୍କର ଏ ଆଗ୍ରହ କାହିଁକି? ଓଡିଶାର ଅର୍ଥନୀତି ଓ ରାଜନୀତିରେ ମନ୍ଦିରର ଐତିହାସିକ ପ୍ରଭାବ ରହି ଆସିଛି। ସରକାର ସେହି ଐତିହାସିକ ସତ୍ୟକୁ ଆଉ ଥରେ ଆବିଷ୍କାର କରିଛନ୍ତି କି? ଅନ୍ୟ ଏକ ମତ ଅନୁସାରେ ରାଜ୍ୟରେ ଭାରତୀୟ ଜନତା ପାର୍ଟିର କ୍ରମ ବର୍ଦ୍ଧିଷ୍ଣୁ ପ୍ରଭାବକୁ ସୀମିତ କରିବା ଲାଗି, ବିଜେପିର ଆକ୍ରାମକ ମନ୍ଦିର ରାଜନୀତି ବିରୋଧରେ ଏହା ଏକ ବିକଳ୍ପ ମନ୍ଦିର ରାଜନୀତି କି?

ଓଡିଶାର ସାଂସ୍କୃତିକ ଜୀବନ ଧାରାରେ ମନ୍ଦିର ଗୁଡିକର ବ୍ୟାପକ ପ୍ରଭାବ ରହିଛି। ପୁରୀ ଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକ ଏବଂ ଧାର୍ମିକ ପ୍ରଭାବ ତ ରହିଛି। ଏହା ବ୍ୟତୀତ ରାଜ୍ୟର ଅର୍ଥନୀତିକୁ ପୁରୀର ଏକ ଭିନ୍ନ ଅବଦାନ ରହିଛି। ରାଜ୍ୟକୁ ଆସୁଥିବା ଦେଶୀ ଏବଂ ବିଦେଶୀ ପର୍ୟଟକଙ୍କ ଭିତରୁ ୯୦ ଭାଗ ପୁରୀକୁ ହିଁ ଆସନ୍ତି। ୨୦୧୮-୧୯ରେ ରାଜ୍ୟକୁ ୧୫୫.୧୦ ଲକ୍ଷ ଭାରତୀୟ ଓ ୧.୧୪ ଲକ୍ଷ ବିଦେଶୀ ପର୍ୟଟକ ଆସିଥିବାର ଆକଳନ କରାଯାଇଛି। ଏଥିରୁ ସର୍ବାଧିକ ପୁରୀକୁ ହିଁ ଆସିଥିବେ। ତେଣୁ ପୁରୀର ବିକାଶ ସହିତ ରାଜ୍ୟର ଅର୍ଥନୀତି ଜଡିତ। ରାଜ୍ୟକୁ ଆସୁଥିବା ପର୍ୟଟକଙ୍କ ତୁଳନାରେ ଆମର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଆମ ପାଖରେ ସମ୍ଭାବନା ଅଛି, ହେଲେ ତାର ଉପଯୋଗ ହୋଇ ପାରୁନି। ଗତ ପାଞ୍ଚ ବର୍ଷ ଧରି ଓଡିଶାରେ ହୋଟେଲ ଶିଳ୍ପ ସ୍ଥିର ହୋଇ ରହିଛି। ଗତ ବର୍ଷ ଫନି ବାତ୍ୟାରେ ପୁରୀ-କୋଣାର୍କ-ଭୁବନେଶ୍ବରର ହୋଟେଲ ଶିଳ୍ପ ଏକ ପ୍ରକାର ଉଜୁଡି ଯାଇଥିଲା। ଏହାର ପୁନରୁଦ୍ଧାର ଆମର ପ୍ରଥମ ଆବଶ୍ୟକତା ହେବା ଉଚିତ।

ଓଡ଼ିଶାକୁ ଆସୁଥିବା ପର୍ୟଟକମାନେ ଅଧିକ ଦିନ ଓଡିଶାରେ ରହୁ ନାହାନ୍ତି। ଗମନାଗମନ ଓ ସେବାକାରୀ ହୋଟେଲ ବ୍ୟବସ୍ଥାର ଅଭାବ ଯୋଗୁଁ, ସାରା ଓଡିଶା ବୁଲିବାକୁ ପର୍ଯଟକଙ୍କର ଆଗ୍ରହ ଆସୁନାହିଁ। ଓଡିଶାରେ ଜଣେ ବିଦେଶୀ ପର୍ୟଟକ ହାରାହାରି ୧୧ ଦିନ ଓ ଦେଶୀ ପର୍ୟଟକ ୩.୭ ରହିଥାନ୍ତି। ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଏହା ଯଥେଷ୍ଟ କମ। ଧାର୍ମିକ ପର୍ୟଟକଙ୍କ ପାଇଁ ପୁରୀ ଓ ଏହାର ଆଖପାଖରେ ସୁବିଧା ଯଥେଷ୍ଟ କମ।

ପ୍ରାଚୀନ କାଳରେ “ଯାତ୍ରୀପଣ୍ଡା” ବ୍ୟବସ୍ଥା ଯୋଗୁଁ ତୀର୍ଥାଟନ ପାଇଁ ଆସୁଥିବା ପର୍ୟଟକଙ୍କ ପାଇଁ ସହଜ ଓ ସୁଗମ ବ୍ୟବସ୍ଥା ଥିଲା। ଆଜିର ପୁରୀରେ ସାଧାରଣ ପର୍ୟଟକ ପାଇଁ ରହିବାର ବା ଖାଇବାର ସହଜ ବ୍ୟବସ୍ଥା କିଛି ରହିଛି କି? ପୁରୀର ମଠ ଓ ଧର୍ମଶାଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଉଠି ଯାଇଥିବାରୁ ଏବେ ସରକାର ଏହାର ବିକଳ୍ପ ବ୍ୟବସ୍ଥା ତୁରନ୍ତ କରିବା ଜରୁରୀ। ସେହିପରି ମହାପ୍ରସାଦ ଦର ସାଧାରଣ ଗରିବ ଭକ୍ତର କ୍ରୟଶକ୍ତି ବାହାରକୁ ଚାଲି ଯାଉଛି। ସେ ସମ୍ପର୍କରେ ସରକାର ଓ ମନ୍ଦିର ପ୍ରଶାସନ ଏକ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରୁଛନ୍ତି କି?

ଐତିହ୍ୟ ସହରର ନିର୍ମାଣ ଓ ଐତିହ୍ୟର ସୁରକ୍ଷା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଏହାର ରାଜନୈତିକ ଦିଗଟି ଅତ୍ୟନ୍ତ ସ୍ପର୍ଶକାତର। ଐତିହ୍ୟ ସ୍ଥଳ ଓ ଧାର୍ମିକ ସ୍ଥଳକୁ ନେଇ ସାମ୍ପ୍ରଦାୟିକ ରାଜନୀତିର ଏକ ଲମ୍ବା ଇତିହାସ ଆମ ଦେଶରେ ରହିଛି। ପୁରୀରେ ଧର୍ମ ସହିତ ରାଜନୀତିକୁ ଯୋଡିବାର ପ୍ରୟାସ କରି ଗତ ନିର୍ବାଚନରେ ବିଜେପି ଯଥେଷ୍ଟ ଲାଭ ଉଠାଇଛି। ମନ୍ଦିର ରାଜନୀତି ବିଜେପିକୁ ସବୁବେଳେ ଅଧିକ ସୁଯୋଗ ଦେଇ ଆସିଛି। ଏକଥା ନବୀନ ବାବୁ ଓ ତାଙ୍କ ପ୍ରଶାସନ ଭଲ ଭାବରେ ବୁଝିଥିବେ ନିଶ୍ଚୟ!!

odishagoverment odishapolitics
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.