Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାତି ୧୦ଟାରେ ଉଠିବ ମହାଦୀପ, ଜାଣନ୍ତୁ ପ୍ରଭୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ପାର୍କିଂ ସମ୍ପର୍କରେ
ଜାତୀୟ ଖବର

ରାତି ୧୦ଟାରେ ଉଠିବ ମହାଦୀପ, ଜାଣନ୍ତୁ ପ୍ରଭୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ପାର୍କିଂ ସମ୍ପର୍କରେ

February 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରୀ। ଏକାମ୍ର ନଗରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ଜାଗର ପର୍ବ। ଏନେଇ ବେଶ୍‌ ଚଳଚଞ୍ଚଳ ଏକାମ୍ର ପୀଠ। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ୩.୩୦ରୁ ସାହାଣମେଲା ଦର୍ଶନ କରିପାରିବେ। ଅପରାହ୍ନ ୧୨.୪୫ ରୁ ୨.୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବ। ସନ୍ଧ୍ୟା ୭.୧୦ରୁ ୭.୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ହେବା ୧୦ଟା ପରଠାରୁ ମହାଦୀପ ଦର୍ଶନ ହେବ।

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରବଳ ଭିଡକୁ ଲକ୍ଷ୍ୟ ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ସମ୍ମୁଖର ବାମ ପାର୍ଶ୍ବରେ ପୁଲିସ ‌ନିୟନ୍ତ୍ରଣ କକ୍ଷ ରହିବ। ସେହିପରି ସେଠାରେ ସୂଚନା କେନ୍ଦ୍ର ମଧ୍ୟ ରହିବ। ସେଠାରେ ମଧ୍ୟ ସିସିଟିଭି ଉପରେ ପୁଲିସ ନଜର ରଖିବ। ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ସହ ବହୁ ସାଧା ପୋଷାକଧାରୀ ପୁଲିସ ନଜର ରଖିବେ। ପୁରୁଣା ଥାନା ଥିବା ଜାଗାରେ ଲୋକ ଧାଡ଼ି ବାନ୍ଧି ଠିଆ ହେବେ। ମନ୍ଦିର ଦୁଇ ପାର୍ଶ୍ବ ରାସ୍ତାରେ ଲୋକ ବସି ଦୀପ ଜାଳିବେ।

ସେହିପରି  ଯାନବାହାନ ପାର୍କିଂ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ରୋଡରୁ ଆସୁଥିବା ଦୁଇ ଚକିଆ ଯାନ ବଢେଇବାଙ୍କ ଦେଇ ଏସ୍‌ଏମ୍‌ ଓ ବିଏମ୍‌ ହାଇସ୍କୁଲ ପଡିଆରେ ପାର୍କିଂ ହେବ। ମାଉସୀମା ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଯାନ କେଦାରଗୌରୀ ମନ୍ଦିରର ଉଭୟ ପାର୍ଶ୍ବରେ ପାର୍କିଂ କରାଯିବ। ସେହିପରି ରବି ଟକିଜ୍ ଆଡୁ ଆସୁଥିବା ସବୁ ଗାଡି ମଧ୍ୟ ସେହି ସ୍ଥାନରେ ପାର୍କିଂ ହେବ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଆସିଥିବା ଗାଡି ବିଏମସି ମାର୍କେଟ୍ କମ୍ପ୍ଲେକ୍ସ ପାଖରେ ପାର୍କିଂ କରିହେବ ବୋଲି ସୂଚନା ରହିଛି।

 

ମହାଶିବରାତ୍ରୀ ଲିଙ୍ଗରାଜ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Latest News

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.