Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗାନ୍ଧୀ- ଏକ, ଅନନ୍ୟ ଓ ଅତୁଳନୀୟ, ଗାନ୍ଧୀ ହତ୍ୟାକାରୀଙ୍କ ଅନୁଗତମାନେ ଓଡିଶାରେ ଗାନ୍ଧୀଙ୍କୁ ନ ଖୋଜିବା ଭଲ!!
ବିଶେଷ ଖବର

ଗାନ୍ଧୀ- ଏକ, ଅନନ୍ୟ ଓ ଅତୁଳନୀୟ, ଗାନ୍ଧୀ ହତ୍ୟାକାରୀଙ୍କ ଅନୁଗତମାନେ ଓଡିଶାରେ ଗାନ୍ଧୀଙ୍କୁ ନ ଖୋଜିବା ଭଲ!!

March 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାରା ପୃଥିବୀରେ ଓ ଗତ ଶତାବ୍ଦୀର ସମୟଖଣ୍ଡରେ ଜଣେ ମାତ୍ର ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲେ ଯାହାଙ୍କୁ ପୁରା ପୃଥିବୀ ମହାତ୍ମା ଗାନ୍ଧୀ ବୋଲି ଜାଣେ। ସବୁ ଶତ୍ରୁତା ଓ ମିତ୍ରତାର ଉର୍ଦ୍ଧ୍ଵରେ, ସବୁ ବିଚାର ଓ ମତଭେଦର ସୀମା ବାହାରେ, ସେ ସମସ୍ତଙ୍କର ପ୍ରିୟ ବାପୁ। ଏପରିକି ତାଙ୍କ ବିଚାର ଓ ଆଦର୍ଶର ତୀବ୍ର ବିରୋଧୀମାନେ ମଧ୍ୟ ଏବେ ବାପୁଙ୍କର ଶରଣାଗତ। ବୈଚାରିକ ଭାବରେ ଗାନ୍ଧୀଙ୍କୁ ବିରୋଧ କରି ଆସିଥିବା ଏ ଦେଶର ସବୁଠୁ ଶକ୍ତିଶାଳୀ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ତାର ରାଜନୈତିକ ଅବତାର ଭାରତୀୟ ଜନତା ପାର୍ଟି ଏବେ ଗାନ୍ଧୀ ନାମ ଜପ କରିବାକୁ ବାଧ୍ୟ ହୋଇଛନ୍ତି। ସ୍ଵାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସ ଓ ଗାନ୍ଧୀ ଆଦର୍ଶ ବିରୋଧରେ ଠିଆ ହୋଇଥିବା ଆରଏସଏସ ଏବେ ନିଜ ଭିତରେ ଗାନ୍ଧୀ ଓ ପଟେଲଙ୍କୁ ଖୋଜିବା ଆରମ୍ଭ କରିଛି। ସେହି କ୍ରମରେ ଓଡିଶାରେ ମଧ୍ୟ କେହି ଜଣେ ଗାନ୍ଧୀଙ୍କୁ ଠିଆ କରିବାକୁ ବିଜେପି ଚେଷ୍ଟା କରୁଛି।

ଓଡିଶାରେ ଯେତେବେଳେ କଂଗ୍ରେସ ଆନ୍ଦୋଳନ ଆରମ୍ଭ ହେଲା, ସେତେବେଳେ ଗାନ୍ଧୀଙ୍କର ନେତୃତ୍ଵ ଜାତୀୟ ସ୍ତରରେ ପ୍ରତିଷ୍ଠା ପାଇବା ଆରମ୍ଭ କରୁ ଥିଲା। ତେବେ ଓଡିଶା କଂଗ୍ରେସର ପ୍ରାଣ ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କୁ ସେତେବେଳେ କେହି ଓଡିଶାର ଗାନ୍ଧୀ ବୋଲି କହି ନାହାନ୍ତି। ତାର ଏକମାତ୍ର କାରଣ ହେଉଛି ଗୋପବନ୍ଧୁ ସ୍ଵୟଂ ସଂପୂର୍ଣ୍ଣ ରାଜନେତା। ସେ ନିଜ ନେତୃତ୍ବରେ ନିର୍ବିକଳ୍ପ। ପରବର୍ତ୍ତୀ ସମୟରେ କଂଗ୍ରେସ କର୍ମୀମାନେ ନିଜ ନିଜ ଅଞ୍ଚଳରେ କେହି କେହି ନେତାଙ୍କୁ “ଡେଲାଙ୍ଗ ଗାନ୍ଧୀ”, “କୋରାପୁଟ ଗାନ୍ଧୀ” ବା “କେନ୍ଦ୍ରାପଡା ଗାନ୍ଧୀ” ବୋଲି ଆଦରରେ ଡାକିଛନ୍ତି, ହେଲେ ଏହି ମହାନ ଗାନ୍ଧୀ ଶିଷ୍ୟମାନେ ନିଜକୁ କେବେ ଗାନ୍ଧୀଙ୍କ ସମକ୍ଷରେ ତୁଳନା କରି ଦେଖିନାହାନ୍ତି। ତେଣୁ ଓଡିଶାରେ କେହି ଗାନ୍ଧୀ ନାହାନ୍ତି କି ନଥିଲେ। ବାସ୍ତବରେ ସାରା ପୃଥିବୀରେ ସେ ଜଣେ ଇ ଗାନ୍ଧୀ, ଯିଏ ଏକ, ଅନନ୍ୟ ଓ ଅତୁଳନୀୟ।

ତେବେ ଓଡିଶାର ଗାନ୍ଧୀ ପ୍ରସଙ୍ଗଟି ଏବେ ହଠାତ ଚର୍ଚ୍ଚାକୁ ଆସିଛି ଏକ ଛୋଟିଆ ଘଟଣାରୁ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ପ୍ରଥମ ଓଡିଶା ଗସ୍ତରେ ତାଙ୍କର ସହଯୋଗୀ ମନ୍ତ୍ରୀ ଓଡିଶାର ପ୍ରତାପ ଷଡଙ୍ଗୀଙ୍କୁ କହିଲେ, ସେ କୁଆଡେ ଓଡିଶାର ଗାନ୍ଧୀ ଭାବେ ପରିଚିତ। ଆଜିକାଲି ପ୍ରତାପ ବାବୁ ବହୁ ପରିଚୟରେ ପରିଚିତ। ସେ ମନ୍ତ୍ରୀ ହେବାପରେ ତାଙ୍କୁ ମହାପୁରୁଷ କରିବାର ଯେଉଁ ପ୍ରାୟୋଜିତ ଯୋଜନା ହୋଇଥିଲା, ସେଥିରେ କିଛି ଜାତୀୟ ଗଣମାଧ୍ୟମ ତାଙ୍କୁ “ଛୋଟା ମୋଦୀ” ବୋଲି କହିଥିଲେ। ହଠାତ ଗାନ୍ଧୀଙ୍କ ସହିତ ପ୍ରତାପ ବାବୁଙ୍କ ନାମକୁ ଯୋଡିବା ପଛରେ କାରଣ ଟି ଅଲଗା। ଏଥିରେ ଗାନ୍ଧୀଙ୍କ ଆଦର୍ଶକୁ ସ୍ପଷ୍ଟ ଭାବରେ ଅପମାନିତ କରାଯାଇଛି। ପ୍ରତାପ ଷଡଙ୍ଗୀ ଅନେକ ସମୟରେ ନିଜର ବୈଚାରିକ ଆଦର୍ଶରେ ଅନେକ ପରିମାଣରେ ଉଗ୍ର ଓ ଗାନ୍ଧୀ ବିଚାର ପ୍ରତି ତାଙ୍କର କୌଣସି ଆଗ୍ରହ କେବେ ବି ନଥିଲା। ତେଣୁ ତାଙ୍କୁ ଓଡିଶାର ଗାନ୍ଧୀ ବୋଲି କହି, ଗାନ୍ଧୀଙ୍କୁ ଅପମାନିତ କରିବାର ଏକ ପରୋକ୍ଷ ପ୍ରୟାସ ଅମିତ ଶାହଙ୍କ ଭାଷଣରେ ରହିଥିଲା।

ଅପର ପକ୍ଷରେ ନିଜର ସାର୍ବଜନୀନ ବିଚାର ଓ ବୟାନରେ ପ୍ରତାପ ଷଡଙ୍ଗୀ ନିଜକୁ ଗାନ୍ଧୀ ବିରୋଧୀ ବୋଲି କହିବାର ବହୁ ଦୃଷ୍ଟାନ୍ତ ରହିଛି। ଅନେକ ଟେଲିଭିଜନ ବିତର୍କରେ ସେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେକୁ ଜଣେ ଦେଶଭକ୍ତ ବୋଲି କହିଛନ୍ତି। ଗଡସେକୁ ଦେଶଭକ୍ତ ବୋଲି କହୁଥିବା ଜଣେ ବ୍ୟକ୍ତି ଗାନ୍ଧୀ ଭଳି ବୋଲି କହିବା, ଆମ ସମୟର ସବୁଠୁ ହାସ୍ୟାସ୍ପଦ ନାଟକ ନିଶ୍ଚୟ । ତେବେ ପ୍ରତାପ ଷଡଙ୍ଗୀ ଗାନ୍ଧୀ ବିରୋଧୀ ହେବା ତାଙ୍କର ଅଧିକାରଭୁକ୍ତ ବିଚାର। ନିଜେ ଗାନ୍ଧୀ କେବେବି ଅନ୍ଧ ଭକ୍ତ ଗଢିବାରେ ବିଶ୍ଵାସ ରଖୁ ନଥିଲେ। ଯେଉଁମାନେ ବାପୁଙ୍କୁ ବିରୋଧ କରୁଥିଲେ, ସେମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବିତର୍କ କରିବାରେ ବାପୁଙ୍କର ବିଶେଷ ଆଗ୍ରହ ଥିଲା। ତେଣୁ ପ୍ରତାପ ଷଡଙ୍ଗୀ ଗାନ୍ଧୀଙ୍କ ଭକ୍ତ ନ ହେବାରେ କିଛି ଅସୁବିଧା ନାଇଁ। ହେଲେ ଜୋର କରି ଜଣେ ବ୍ୟକ୍ତିଙ୍କ ଉପରେ “ଓଡିଶାର ଗାନ୍ଧୀ” ପଦବୀ ଲଦିବାର କୌଣସି ଆବଶ୍ୟକତା ମଧ୍ୟ ନାଇଁ।

ତେବେ ସେଇ ସଭାରେ ଅମିତ ଶାହଙ୍କୁ ତାଙ୍କ ଦଳରେ ଜଣେ ମୁଖପାତ୍ର ସର୍ଦ୍ଦାର ପଟେଲ ବୋଲି ମଧ୍ୟ କହିଲେ। ଏହା ପୂର୍ବରୁ ଲାଲକୃଷ୍ଣ ଆଡଭାନୀଙ୍କୁ ଏ ପଦ ଟି ମିଳୁଥିଲା। ଆଡଭାନୀଙ୍କ ଗାନ୍ଧୀନଗର ଆସନ ଛଡାଇ ଆଣିଲା ପରେ ଏବେ “ଛୋଟା ସର୍ଦ୍ଦାର” ପଦଟି ମଧ୍ୟ ଅମିତ ଶାହ ଅକ୍ତିଆର କଲେଣି। ଖାଲି ଦେଖିବା କଥା ସେ ଜିନ୍ନାଙ୍କ ସମାଧିକୁ କେବେ ଯାଉଛନ୍ତି!! ଏଠି ସୂଚନା ଦିଆଯାଇପାରେ ଯେ ବିଜେପିର ଲାଲକୃଷ୍ଣ ଆଡଭାନୀ ଓ ଯଶୱନ୍ତ ସିଂ ଜିନ୍ନାଙ୍କ ନେତୃତ୍ବର ବଡ ପ୍ରଶସଂକ। ଯଶୱନ୍ତ ସିଂ ତ ଜିନ୍ନାଙ୍କ ସମ୍ପର୍କରେ ଏକ ବିରାଟ ପୁସ୍ତକ ମଧ୍ୟ ରଚନା କରିଥିଲେ।

ତେବେ ଏହି ସବୁ ଘଟଣାକ୍ରମରୁ ଗୋଟେ କଥା ବୁଝା ପଡୁଛି ଯେ, ବିଜେପିରେ କେହି ଆଉ ହେଡଗେୱାର, ଗୋଲୱାଲକର, ଶ୍ୟାମା ପ୍ରସାଦ ମୁଖାର୍ଜୀ ବା ଦୀନଦୟାଲ ଉପାଧ୍ୟାୟ ହେବାକୁ ଚାହୁଁ ନାହାନ୍ତି। ଏବେ ସେମାନେ କଂଗ୍ରେସର ମଡେଲ ନେଇ ଗାନ୍ଧୀ ଓ ପଟେଲ ହେବାର ମିଛ ସ୍ଵପ୍ନରେ ମସଗୁଲ। ଏଇଟା ଅବଶ୍ୟ ଏକ ଭଲ ସଙ୍କେତ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.