Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷାଠିଏ ସେକେଣ୍ଡରେ ଷ୍ଟକ ବଜାରରେ ବୁଡିଲା ୪.୪୨ ଲକ୍ଷ କୋଟି ଟଙ୍କାର ଧନ
ବିଶେଷ ଖବର

ଷାଠିଏ ସେକେଣ୍ଡରେ ଷ୍ଟକ ବଜାରରେ ବୁଡିଲା ୪.୪୨ ଲକ୍ଷ କୋଟି ଟଙ୍କାର ଧନ

March 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ସକାଳେ ଭାରତୀୟ ଷ୍ଟକ ବଜାର ଖୋଲିବାର ମାତ୍ର ଷାଠିଏ ସେକେଣ୍ଡ ଭିତରେ ଏକ ବିରାଟ ଝଟକା ଖାଇଛି। କରୋନା ଭୂତାଣୁ ଭୟ ଯୋଗୁଁ ବିଶ୍ଵ ଅର୍ଥନୀତିର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଚିତ୍ର ସ୍ପଷ୍ଟ ହୋଇଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆମେରିକାର କେନ୍ଦ୍ରୀୟ ଫେଡେରାଲ ବ୍ୟାଙ୍କ ନିଜ ସୂଚୀରେ ପଚାଶ ପଏଣ୍ଟ କମ କରିଛି। ଏହାର ସିଧା ପ୍ରଭାବରେ ଭାରତୀୟ ପୁଞ୍ଜିନିବେଶକାରୀଙ୍କର ୪.୪୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ମାତ୍ର ଷାଠିଏ ସେକେଣ୍ଡରେ ବୁଡିଯାଇଛି।

କରୋନା ସଂକ୍ରମଣର ଭୟ ସହିତ ଦେଶର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ “ୟେସ ବ୍ୟାଙ୍କ” କୁ ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ନେଇଛି। ଏହି ବ୍ୟାଙ୍କରେ ଜମା ରଖିଥିବା ଗ୍ରାହକ ମାସକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛି। ଏହାର ପ୍ରଭାବରେ ଷ୍ଟକ ବଜାରରେ ଭୟ, ଆଶଙ୍କା ଓ ଉଦବିଗ୍ନତାର ବାତାବରଣ ଲାଗି ରହିଛି।

“ବେଡ ଲୋନ” ବା ଅନାବାଦି ଋଣର ବୋଝ ତଳେ ଚାପି ହୋଇ “ୟେସ ବ୍ୟାଙ୍କ” ବୁଡିଯିବା ପଛରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗୋଷ୍ଠୀର ବଡ ହାତ ରହିଛି। ଦେଶର ପୂରା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଶୋଚନୀୟ ସ୍ଥିତିରେ ରହିଥିବା ବେଳେ ସରକାରୀ ବ୍ୟାଙ୍କ ତଥା ବୀମା କମ୍ପାନୀ ଜରିଆରେ ଘରୋଇ ବ୍ୟାଙ୍କ ଗୁଡିକୁ ବଞ୍ଚାଇବାର ଉଦ୍ୟମ ଭାରତ ସରକାର କରୁଛନ୍ତି।

ବଜାର ଓ ଅର୍ଥନୀତିର ଏହି ଚରମ ସଙ୍କଟ ସମୟରେ ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଇଂରାଜୀ ଖବର କାଗଜ “ଦି ହିନ୍ଦୁ” ରେ ଏକ ଲେଖା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଜନିତ ଅର୍ଥନୀତିର ପ୍ରଭାବ ଓ ଭାରତରେ ବଢି ଚାଲିଥିବା ସାମାଜିକ ହିଂସାର ପ୍ରଭାବ ଆମର ଅର୍ଥନୀତିକୁ ଆହୁରି ଦୁର୍ବଳ କରିବ ବୋଲି ସେ କହିଛନ୍ତି। କେବଳ କରୋନା ସଂକ୍ରମଣ ପ୍ରଭାବରେ ଆମର ଜିଡିପି ହାର ୦.୫ ରୁ ୧% ଯାଏ କମିଯିବ ବୋଲି ଶ୍ରୀ ସିଂ ଭବିଷ୍ୟବାଣୀ କରିଛନ୍ତି। ବିମୂଦ୍ରାକରଣ ପରେ ମନମୋହନ ସିଂ ଅଭିବୃଦ୍ଧି ଓ ଜିଡିପିକୁ  କୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଥିଲା।

ଅର୍ଥ ବ୍ୟବସ୍ଥାର ଏହି ସଙ୍କଟଜନକ ସମୟରେ ଡକ୍ଟର ମନମୋହନ ସିଂଙ୍କ ଭଳି ଅଭିଜ୍ଞ ଅର୍ଥନୀତିଜ୍ଞ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମତ ଉପରେ ମୋଦୀ ସରକାର ଗୁରୁତ୍ଵ ଦେବେ କି? ଇତିହାସ କହୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ଗତ ଛଅ ବର୍ଷ ଭିତରେ ଅର୍ଥନୀତିକୁ ସଜାଡିବାକୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇ ନାହାନ୍ତି। ଯାହାର ପରିଣତି ଆଜି ଆମେ ବଜାରରେ ଦେଖିବାକୁ ପାଉଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025
Latest News

ଜଳସୀମାରେ ବେଆଇନ ପ୍ରବେଶ କରିଥିବା ୧୯ ବାଂଲାଦେଶୀଙ୍କୁ ଗିରଫ କଲା ଭାରତୀୟ ତଟରକ୍ଷୀ ବାହିନୀ

November 18, 2025

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025

ଭୋଟର ତାଲିକାର SIR ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବ ନିର୍ବାଚନ କମିଶନଙ୍କ ଦଳ

November 18, 2025

ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.