Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପଣଙ୍କ ବ୍ୟାଙ୍କ ବୁଡିଯାଉଛି ବୋଲି ଚିନ୍ତା କରନ୍ତୁ ନାହିଁ, ମୋଦୀ କରିଛନ୍ତି ମାନେ କିଛି ଭଲ ପାଇଁ କରିଥିବେ ନିଶ୍ଚୟ!!
ବିଶେଷ ଖବର

ଆପଣଙ୍କ ବ୍ୟାଙ୍କ ବୁଡିଯାଉଛି ବୋଲି ଚିନ୍ତା କରନ୍ତୁ ନାହିଁ, ମୋଦୀ କରିଛନ୍ତି ମାନେ କିଛି ଭଲ ପାଇଁ କରିଥିବେ ନିଶ୍ଚୟ!!

March 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଯେତେବେଳେ ଦେଶର ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ “ୟେସ ବ୍ୟାଙ୍କ” ର ଅବସ୍ଥା ଲୋକଙ୍କ ନଜରକୁ ଆସିଲା, ତାକୁ ନେଇ ଚିନ୍ତା ବଢିବା ସ୍ଵାଭାବିକ। ତେବେ ଯେ କୌଣସି ସଙ୍କଟ ସମୟରେ ସୋସିଆଲ ମିଡିଆ, ଆମକୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥାଏ। ପ୍ରଥମେ “ୟେସ ବ୍ୟାଙ୍କ” ବୁଡିବା କଥାକୁ ନେଇ, ଲୋକେ କହିଲେ, ଏଣିକି “ନୋ ବ୍ୟାଙ୍କ”। ବାସ୍ତବରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଯେଉଁ ସ୍ଥିତିରେ ଅଛି, ସେଥିରେ କେଉଁ ବ୍ୟାଙ୍କ ଯେ କେତେବେଳେ ବୁଡିଯିବ ସେ କଥା କହିବା ମୁସ୍କିଲ। ଋଣ ନେଇ ଶୁଝିନଥିବା ଓ ଲକ୍ଷ ଲକ୍ଷ ଟଙ୍କା ଅନାବାଦି ତଥା ଅଫେରା ହୋଇ ପଡିଥିବାର ପରିଣତି ଏବେ ବ୍ୟାଙ୍କ ଗୁଡିକ ଭୋଗ କରୁଛନ୍ତି। ଏହା ସହିତ ୨୦୧୭ରେ ନରେନ୍ଦ୍ର ମୋଦୀଙ୍କ ବିମୂଦ୍ରାକରଣର ଦୂରଗାମୀ ପ୍ରଭାବ ବ୍ୟାଙ୍କଗୁଡିକ ଉପରେ ପଡିଛି। ଏକ ଚାପମୁକ୍ତ ବ୍ୟାଙ୍କ ବ୍ୟବସ୍ଥା, ନୂଆ ଅର୍ଥନୀତିର ମୂଳ ମନ୍ତ୍ର ଥିଲା। ହେଲେ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ନୀତିର ଚାପ ଅନେକ ସମୟରେ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାକୁ କୂଜା କରିଦେଲା। ଏକଥା ମାନିବାକୁ ମୋଦୀ ଭକ୍ତମାନେ କିନ୍ତୁ ନାରାଜ।

ମୋଦୀ ସରକାରର ୬ ବର୍ଷ ପରେ ମଧ୍ୟ ଯେ କୌଣସି ସଙ୍କଟ, ଘୋଟାଲା ବା କୁପରିଚାଳନା ପାଇଁ କଂଗ୍ରେସକୁ ଦୋଷ ଦେଇ ଖସିଯିବାକୁ ବିଜେପି ଚେଷ୍ଟା କରୁଛି। ବିମୂଦ୍ରାକରଣ ପରେ ପ୍ରଥମେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ, ତାପରେ ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଓ ଏବେ ୟେସ ବ୍ୟାଙ୍କ ବୁଡିଯିବା ପାଇଁ, ଆମେ କଣ କଂଗ୍ରେସକୁ ଦାୟୀ କରିବା? ଦେଶରେ “ଅନାବାଦି ଋଣ” ବା ବେଡ ଲୋନ କଂଗ୍ରେସ ସମୟରେ ଆରମ୍ଭ ହୋଇଥିଲା। ସବୁ କଥା ପାଇଁ କଂଗ୍ରେସକୁ ଦାୟୀ କରୁଥିବା ମୋଦୀଙ୍କ ଭକ୍ତମାନଙ୍କୁ କିଛି ତଥ୍ୟ ଦେବା ଜରୁରୀ। ୨୦୧୮-୧୯ ଭାରତ ସରକାରଙ୍କର ଅର୍ଥ ମନ୍ତ୍ରଣାଳୟ ୨.୧୨ ଲକ୍ଷ କୋଟି ଟଙ୍କାର ଅନାବାଦି ଋଣକୁ ଛାଡ କରିଥିଲେ। ଆପଣ କଳ୍ପନା କରନ୍ତୁ, କେବଳ ଗୋଟିଏ ବର୍ଷରେ ୨.୧୨ଲକ୍ଷ କୋଟି ଟଙ୍କାର ଋଣକୁ ବୁଡେଇ ଦିଆଗଲା। ଏହି ଟଙ୍କା କାହା ସ୍ଵାର୍ଥରେ କିଏ ବା ଛାଡ କଲା?

ସେମିତି ୨୦୧୭-୧୮ ରେ କେନ୍ଦ୍ର ସରକାର ୧.୫ ଲକ୍ଷ କୋଟି ଟଙ୍କାର ଅନାବାଦି ଋଣ ଛାଡ କରିଥିଲେ। ଏ ଟଙ୍କା ଲୋକଙ୍କର କଲ୍ୟାଣ ପାଇଁ ନୁହଁ, ବରଂ ଛଦ୍ମ ଓ ବିଫଳ କମ୍ପାନୀମାନଙ୍କୁ ବାଣ୍ଟି ଦିଆଗଲା। ମାତ୍ର ଦୁଇ ବର୍ଷରେ ଭାରତର ୩.୬୨ ଲକ୍ଷ କୋଟି ଟଙ୍କା ବୁଡାଇଥିବାରୁ ଆମେ କଣ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିବା କି?

ଆଜି ସାଧାରଣ ଜମାକାରୀଙ୍କ ଭିତରେ ଯେଉଁ ଭୟ ଓ ଆଶଙ୍କା ରହିଛି, ସେଥିଲାଗି ସେମାନେ କାହାକୁ ଦାୟୀ କରିବେ? ପଞ୍ଜାବ ମହାରାଷ୍ଟ୍ର ବ୍ୟାଙ୍କରେ ମାତ୍ର ୧୧ ହଜାର କୋଟି ଟଙ୍କାର ଜମା ରହିଥିଲା। ହେଲେ ୟେସ ବ୍ୟାଙ୍କରେ ଜମା ଟଙ୍କା ପ୍ରାୟ ୨ ଲକ୍ଷ କୋଟି। ଗତ କିଛି ବର୍ଷ ଭିତରେ ବୁଡି ଯାଇଥିବା ବା ବୁଡିବାକୁ ବସିଥିବା କମ୍ପାନୀମାନଙ୍କୁ ଋଣ ଦେଇ ୟେସ ବ୍ୟାଙ୍କର ଏହି ଦୁର୍ଦ୍ଦଶା ହୋଇଛି। ସାଧାରଣ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ବୁଡାଇଦେବାର ସହଜ ସୂତ୍ରକୁ ମୋଦୀ ସରକାର ସମର୍ଥନ କରୁ ନାହାନ୍ତି କି?

ବ୍ୟାଙ୍କର ଆଜିର ସ୍ଥିତିକୁ ଆମେ ୨୦୦୪-୧୦ଭିତରେ ଘଟିଥିବା ଚିଟଫଣ୍ଡ ସ୍କାମ ସହ ତୁଳନା କରିପାରିବା। ଚିଟ ଫଣ୍ଡ ତୁଳନାରେ ଅନାବାଦି ଋଣ କାରବାରରେ ଯଥେଷ୍ଟ ଅଧିକ ଭ୍ରଷ୍ଟାଚର ହୋଇଛି। ଏହି ସବୁ ଋଣରୁ ମୁକ୍ତି ପାଇଁ କେତେ ଟଙ୍କାର ଭିତିରି କାରବାର ହୋଇଛି, ତାର ତଦନ୍ତ କରିବ କିଏ? ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଯେ କୌଣସି ଛୋଟ ବଡ ଆର୍ଥିକ ଅନିୟମିତତାକୁ ବହୁତ ବଡ କରି ପ୍ରଚାର କରା ଯାଉଥିଲା। ଏବେ କୁହାଯାଉଛି, ମୋଦୀ କରୁଛନ୍ତି ମାନେ, ଯାହା ହେଉଛି ଭଲ ହେଉଛି। ଦେଶରେ ଏହି ତର୍କ ଆଧାରରେ ବିମୂଦ୍ରାକରଣକୁ ଲୋକେ ଅନ୍ଧ ଭାବରେ ସମର୍ଥନ କରିଥିଲେ।

ଦେଶର ଅର୍ଥନୀତିକୁ ସଂପୂର୍ଣ୍ଣ ବୁଡାଇ ଦେଇଥିବା ବିମୂଦ୍ରାକରଣରେ ନା କଳା ଟଙ୍କା ଫେରିଲା, ନା ସନ୍ତ୍ରାସବାଦ କମିଲା। ଦେଶର ଅର୍ଥନୀତି ଓ ଅଭିବୃଦ୍ଧି ଏହା ଦ୍ଵାରା ପ୍ରଭାବିତ ହେଲା ଓ ତାର ପରିଣତିରେ ଆମକୁ ୨/୩% ଜିଡିପି ହରାଇବାକୁ ପଡିଲା। ତଥାପି ଆମେ କହିଲୁ, ମୋଦୀ କରିଛନ୍ତି ମାନେ କିଛି ଭଲ ପାଇଁ ହିଁ କରିଥିବେ।

ଆଜି ବ୍ୟାଙ୍କରେ ନିଜ ପଇସା ନିଜେ ଉଠାଇ ପାରିବେ ନାହିଁ। ସରକାର ଦୟା କଲା ଭଳି କହୁଛନ୍ତି, ମାସକୁ ଆପଣ ମାତ୍ର ୫୦ ହଜାର ଟଙ୍କା ଉଠାଇପାରିବେ। ଆପଣ ପ୍ରଶ୍ନ କରି ପାରିବେ ନାହିଁ ଯେ, ମୋ ପଇସା ମୁଁ ଉଠାଇ ପାରିବି ନାହିଁ କାହିଁକି। ଆପଣଙ୍କୁ ମାନିବାକୁ ପଡିବ, ମୋଦୀ ଯାହା କରିଛନ୍ତି, ଭଲ ପାଇଁ ହିଁ କରିଛନ୍ତି!!  ମୋଦୀଙ୍କୁ ଅବିଶ୍ଵାସ କଲେ ଆପଣ ନିହାତି ଜଣେ ଦେଶଦ୍ରୋହୀ ହୋଇଥିବେ!!

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.