Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଭୂତାଣୁଠୁ ବେଶୀ ଭୟଙ୍କର କରୋନା ପାଇଁ ତୁଳସୀ ଗଛକୁ ଲଣ୍ଡା କରୁଥିବା ଗୁଜବପ୍ରେମୀ ଜନତା
ବିଶେଷ ଖବର

କରୋନା ଭୂତାଣୁଠୁ ବେଶୀ ଭୟଙ୍କର କରୋନା ପାଇଁ ତୁଳସୀ ଗଛକୁ ଲଣ୍ଡା କରୁଥିବା ଗୁଜବପ୍ରେମୀ ଜନତା

March 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜଗନ୍ନାଥେ ବଡପଣ୍ଡାଙ୍କୁ ସ୍ଵପ୍ନାଦେଶ ଦେଇଛନ୍ତି, ଆଜି ପାହାନ୍ତିଆରୁ ଉଠି ଯେ ସାତୋଟି ତୁଳସୀ ପତ୍ର ଖାଇବ, ସେ କରୋନା ଭୂତାଣୁଠାରୁ ସୁରକ୍ଷିତ ରହିବ- ଏମିତି ଗୋଟେ ବାର୍ତ୍ତା ସାରା ଓଡ଼ିଶାକୁ ଖାଇଯାଇଛି। ଲୋକେ ତୁଳସୀ ଗଛସବୁକୁ ଲଣ୍ଡା କରି ସାରିଲେଣି। ତେବେ କିଏ ସେ ବଡପଣ୍ଡା? କାହାକୁ କାହିଁକି ସ୍ଵପ୍ନାଦେଶ ହେଲା? ତୁଳସୀ ପତ୍ରରେ ଯଦି କରୋନାର ଚିକିତ୍ସା ଅଛି, ବୈଜ୍ଞାନିକମାନେ କଣ ମୂର୍ଖ? ହେଲେ ଏ ପ୍ରଶ୍ନ ସବୁ ଶୁଣିବ କିଏ? ଶୁଣିଲେ ବି ଏ ସବୁ ପ୍ରଶ୍ନର ଉତ୍ତର ନାଇଁ। କେବଳ ଗୁଜବ ଦେଖି ଭାସିଯିବାର ଗୋଟେ ମୂର୍ଖାମୀ ଆମ ଭାରତୀୟମାନଙ୍କ ରକ୍ତରେ ରହିଛି। ସେଥିଲାଗି ଆମେ ଗଣେଶଙ୍କୁ କ୍ଷୀର ପିଆଇବାକୁ  ଲମ୍ବା ଧାଡି ବାନ୍ଧି ଠିଆ ହୋଇପଡୁ। ସେଥିଲାଗି ଏକା ଧର୍ମଗୁରୁ ନାଁରେ ଏ ଦେଶର ସବୁଠୁ ବଡ ଅପରାଧୀମାନେ ଆମର ଦେବତା ପାଲଟି ଯାଆନ୍ତି। ଆଶାରାମ, ରାମ ରହିମ, ରାମପାଲ, ସୁର ବାବା ଓ ସାରଥି ବାବା ଭଳି ଭଣ୍ଡ, ଆମ ଲୋକଙ୍କର ଟଙ୍କା ପାଇ ବଡ ବିଳାସରେ ଜୀବନ ବିତାନ୍ତି।

ଆଜି ଯତେବେଳେ କରୋନା ଭଳି ଏକ ସଂକ୍ରାମକ ଭୂତାଣୁ ସାରା ପୃଥିବୀକୁ କବଳିତ କରିଛି, ସେଥିରେ ପୃଥିବୀର ରାଜନୀତି ଓ ଅର୍ଥନୀତି ପ୍ରଭାବିତ ହେଉଛି। ହେଲେ ଏହାର ସବୁଠୁ ବଡ ଲାଭ ମିଳୁଛି, ଭାରତର ଗୁଜବ ବଜାରକୁ। ହଁ, ଭାରତରେ ଗୋଟେ ବଡ ଗୁଜବ ବଜାର ରହିଛି। ଏ ବଜାରର କୌଣସି ଦୃଶ୍ୟମାନ ବଜାର ନାଇଁ। ଅଦୃଶ୍ୟରେ ଓ ରହସ୍ୟମୟ ଢଙ୍ଗରେ ଗୁଜବ ବଜାର ଚାଲେ। ଏହା ପଛରେ ଏକ ଛୋଟିଆ ବେପାରୀ ଗୋଷ୍ଠୀ ଥାନ୍ତି। ସେମାନଙ୍କୁ ଲୋକଙ୍କୁ ମୂର୍ଖ ବନାଇବାରେ ଆନନ୍ଦ ମିଳେ। ଆମ ଲୋକେ ବି ମୂର୍ଖ ହେବାକୁ ଭଲ ପାଆନ୍ତି। ବିଜ୍ଞାନ ପାଠ ପଢୁଆ ଅନେକ ବଡ ବଡ ଲୋକ କରୋନାରୁ ବଞ୍ଚିବାକୁ ତୁଳସୀ ଗଛ ଲଣ୍ଡା କରୁଥିବାର ବିକଳ ଦୃଶ୍ୟ  ଆମେ ଦେଖି ଆସୁଛୁ।

ଇତି ମଧ୍ୟରେ ୧୩୩ ଭାରତୀୟଙ୍କ ଦେଶରେ ମାତ୍ର ୩୧ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସାରା ପୃଥିବୀରେ ଏହି ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ। ହେଲେ ଏହାକୁ ନେଇ ସାତ ଶହ କୋଟି ଲୋକ ଆଶଙ୍କାରେ ଅଛନ୍ତି। ଏ ଆଶଙ୍କାର ଜନକ ଓ ନିୟାମକ ହେଉଛନ୍ତି ଆମର ଗଣମାଧ୍ୟମ। ବାୟୁ ବାହିତ ଏ ରୋଗ ଯେ ଏକ ଛୋଟିଆ ସମସ୍ୟା, ସେକଥା ଆମେ କହୁନୁ। ଏହାର ସଙ୍କଟ ରହିଛି। ହେଲେ ଏହି ସଙ୍କଟର ମୁକାବିଲା ଲାଗି ଆମକୁ ବୈଜ୍ଞାନିକ ଢଙ୍ଗରେ ସତର୍କ ରହିବାକୁ ପଡିବ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ସରକାର ଏ ସମ୍ପର୍କରେ ନିରନ୍ତର ସତର୍କ କରାଉଛନ୍ତି। ଓଡିଶା କ୍ଷେତ୍ରରେ ଏ ସ୍ଥିତି ଆହୁରି ସରଳ। ଆଜି ପର୍ୟନ୍ତ ଜଣେ ବି କରୋନା ଆକ୍ରାନ୍ତ ରୋଗୀ ଓଡିଶାରେ ଚିହ୍ନଟ ହୋଇନାହାନ୍ତି। ସେଥିରେ ଏତେ ପାଗଳାମି ଓ ଗୁଜବ କାହିଁକି? ଏ ପ୍ରକାର ଗୁଜବ ଅନେକାଂଶରେ ଲୋକଙ୍କୁ ବଡ ସମସ୍ୟାରେ ପକାଇବ, ସେକଥା ଆମେ ବୁଝୁଛୁ ତ!!

ଭାରତ ପାଇଁ କରୋନା ବିଶେଷ ସଙ୍କଟ ସୃଷ୍ଟି କରିବାର ସମ୍ଭାବନା ନାହିଁ ବୋଲି ଅନେକ ବିଶେଷଜ୍ଞ କହିଛନ୍ତି। ଏହାର କାରଣ ଭାବରେ ଭାରତୀୟ ଗ୍ରୀଷ୍ମର ଉତ୍ତାପକୁ ସହ୍ୟ କରିବାର ଶକ୍ତି କରୋନା ପାଖରେ ନାହିଁ ବୋଲି କୁହାଯାଉଛି। ତଥାପି ଏଥିଲାଗି ସମ୍ଭାବ୍ୟ ସମସ୍ୟାକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ରହିବା ଦରକାର। ବାରମ୍ବାର ହାତ ଧୋଇବା, ଥଣ୍ଡା ଓ କାଶ ପ୍ରତି ଅବହେଳା ନ କରିବା, ଆବଶ୍ୟକ ପଡିଲେ ରକ୍ତ ପରୀକ୍ଷା କରାଇନେବା ଭଳି ସତର୍କତାମୂଳକ ପଦକ୍ଷେପ ବିଷୟରେ ସଚେତନ ହେବା ଅପେକ୍ଷା ଅଯଥା ଗୁଜବରେ ଆମେ ମାତିବା, ଆମକୁ ଗୋଟେ ମୂର୍ଖ ସମାଜର ପରିଚୟ ଦେଉଛି।

ତେବେ ଓଡିଶାର ପ୍ରାକୃତିକ ବିପର୍ୟୟ ସହିତ ଧାର୍ମିକ ଗୁଜବର ନିବିଡ ସମ୍ପର୍କ ସବୁବେଳେ ରହି ଆସିଛି। ବନ୍ୟା, ବାତ୍ୟା, ମରୁଡି ଓ ମହାମାରି ସମୟରେ ଏ ପ୍ରକାର ବିଚିତ୍ର ଗୁଜବସବୁ ଘୂରିବୁଲିବା ଆରମ୍ଭ କରନ୍ତି। “ମାଳିକା” ନାମରେ ଆମ ଓଡିଶାରେ ସାମାଜିକ ଭୟ ସୃଷ୍ଟି କରାଇବାର ଏକ ଉଦ୍ଭଟ ପରମ୍ପରା ଆମର ରହିଛି। ମାଳିକା ଭବିଷ୍ୟବାଣୀ ନୁହେଁ, ଏହା ଜୀବନ ଓ ଜଗତକୁ ନେଇ ଆଧ୍ୟାତ୍ମିକ ମାର୍ଗ ନିର୍ମାଣର ଏକ ମେଟାଫର। ଆକ୍ଷରିକ ଭାବରେ ମାଳିକାକୁ କେବଳ ମହାମୂର୍ଖମାନେ ବୁଝନ୍ତି ବୋଲି ଖୋଦ ମାଳିକାକାର ମାନ କହିଛନ୍ତି। ତେଣୁ ଗୁଜବ ଓ ଗାଲୁଗାପରେ କରୋନା ଭୂତାଣୁ ଭଗେଇବାକୁ ଚେଷ୍ଟା କରୁଥିବା ଲୋକେ ଏଥିରୁ କ୍ଷାନ୍ତ ରହିବା ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026
Latest News

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.