Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଧ୍ୟପ୍ରଦେଶ ରାଜନୀତି, ନିର୍ବାଚନ ଜିତିଲେ ବି ବିଜେପି ହାରିଲେ ବି ବିଜେପି ସରକାର
ଜାତୀୟ ଖବର

ମଧ୍ୟପ୍ରଦେଶ ରାଜନୀତି, ନିର୍ବାଚନ ଜିତିଲେ ବି ବିଜେପି ହାରିଲେ ବି ବିଜେପି ସରକାର

March 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର  

ଯେଉଁ ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ବୟାନ ଦେଲେ ସେଦିନ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିବା ଉଚିତ ହୋଇଥାନ୍ତା! ତେବେ କଂଗ୍ରେସ ଦଳ ପାଇଁ କଣ ଉଚିତ ବା ଅନୁଚିତ, ସେ କଥା ଭାବିବାକୁ ସେ ଦଳରେ ଆଉ କେହି ନାହାନ୍ତି। କଂଗ୍ରେସ ଏବେ ବୁଡି ଯାଉଥିବା ଏକ ଜାହାଜ ଓ ଜାହାଜ ବୁଡିଗଲା ବେଳେ ମୂଷାମାନେ ପ୍ରଥମେ ପଳାୟନ କରନ୍ତି। ସେମିତି ମଧ୍ୟପ୍ରଦେଶ କଂଗ୍ରେସରେ ଆଜି ପଳାୟନ ପର୍ବ ଆରମ୍ଭ ହୋଇଛି। ଗତ କିଛିଦିନ ହେଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆଚରଣ ଓ କଥାବାର୍ତ୍ତାରେ ମୋଦୀ ଓ ବିଜେପି ପ୍ରେମ ସ୍ପଷ୍ଟ ବାରି ହୋଇପଡୁଥିଲା। ସେକଥା ଯଦି କଂଗ୍ରେସ ବୁଝି ପାରୁନଥିଲା, ତାହା କଂଗ୍ରେସର ଦୋଷ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ନିଜ ସରକାରର ଭବିଷ୍ୟତ ଯେ ସଙ୍କଟରେ ପଡିବାକୁ ଯାଉଛି, ସେ କଥା କଣ ଜାଣିନଥିଲେ! ଅବଶ୍ୟ ଜାଣିଥିଲେ। ହେଲେ କଂଗ୍ରେସ ଦଳ ଏବେ କୌଣସି ସଙ୍କଟକୁ ମୁକାବିଲା କରିବା ସ୍ଥିତିରେ ଆଉ ନାହିଁ।

କଂଗ୍ରେସର ମୁଖିଆ ବୋଲି କୁହା ଯାଉଥିବା ଗାନ୍ଧୀ ପରିବାର ଯେ ଦଳେ ଚାଟୁକାରଙ୍କୁ ଘେରି ଚାଲିଛି, ଏ କଥା ସମସ୍ତେ କହନ୍ତି। ହେଲେ ଏ ଚାଟୁକାରମାନେ ଯେ ଯେ କୌଣସି ମୁହୂର୍ତ୍ତରେ ବିଶ୍ଵାସଘାତକତା କରିପାରନ୍ତି, ତାର ଇତିହାସ ବି ରହିଛି। କ୍ଷମତା ଲଢେଇରେ କଂଗ୍ରେସର ଦ୍ଵିତୀୟ ଧାଡିର ନେତାମାନେ ସବୁବେଳେ ଫାଇଦାରେ ରହି ଆସିଛନ୍ତି। ସବୁ ନିନ୍ଦା ଓ ଅପମାନ ରାହୁଲ ଗାନ୍ଧୀଙ୍କର, ହେଲେ ସବୁ ଲାଭ କଂଗ୍ରେସ ନେତାଙ୍କର, ଏ କଥା ତ ବାରମ୍ବାର ପ୍ରମାଣିତ ହୋଇଛି। ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସର ବିଜୟ, ସେତେବେଳେ ଦଳର ଅସ୍ତିତ୍ଵକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲା। ହେଲେ ଏହି  ବିଜୟର ସଦୁପଯୋଗ କରିବାରେ କଂଗ୍ରେସ ନେତୃତ୍ଵ ସଫଳ ହେଲେ ନାହିଁ। ସରକାର ଗଠନ ହେଲାପରଠୁ ମଧ୍ୟପ୍ରଦେଶରେ କମଳନାଥ ବନାମ ସିନ୍ଧିଆ ଓ ରାଜସ୍ଥାନରେ ସଚିନ ପାଇଲଟ ବନାମ ଅଶୋକ ଗେହେଲୋଟ ଲଢାଇ ଆରମ୍ଭ ହୋଇଗଲା।

ସେହି ଲଢାଇର ଲାଭ ଉଠାଇବାକୁ ବିଜେପି ଚାହିଁବ ନାହିଁ କାହିଁକି? ଘୋଡା ଯେତେବେଳେ ବଜାରରେ ନିଜକୁ ବିକ୍ରି କରିବାକୁ ପ୍ରସ୍ତୁତ ସେତେବେଳେ ଖରିଦଦାର ପଛଘୁଞ୍ଚା ଦେବା କାହିଁକି? ବିଜେପିରେ ଅମିତ ଶାହ ସବୁଠୁ ସଫଳ ଖରିଦଦାର। ବିକ୍ରିଯୋଗ୍ୟ ଘୋଡାର ଗୁଣ ଓ ମୂଲ୍ୟ ପରଖ କରିବାର ଦକ୍ଷତା ତାଙ୍କର ରହିଛି। ଯେତେବେଳେ ଦିଲ୍ଲୀ ଦଙ୍ଗା, ୟେସ ବ୍ୟାଙ୍କ ଘୋଟାଲା ଓ ଅର୍ଥନୀତିର ଖରାପ ଅବସ୍ଥା ଚାଲିଛି, ସେତେବେଳେ ମଧ୍ୟପ୍ରଦେଶ ଘୋଡା ବଜାରକୁ ଖୋଲି ଦିଆଗଲା। ସେଇ ବଜାରର ସବୁଠୁ ମୂଲ୍ୟବାନ ଘୋଡାକୁ ଆଜି ସକାଳେ ବିଜେପି କିଣି ନେଇସାରିଛି।

ୟାପରେ ପରିଣତି ଯାହା ହେବ ଆମେ ସମସ୍ତେ ଜାଣୁ। ୨୦/୨୫ ପଚିଶ କଂଗ୍ରେସ ବିଧାୟକ ଇସ୍ତଫା ଦେବେ। କର୍ଣ୍ଣାଟକ ମଡେଲରେ କମଳନାଥ ସରକାର ସଂଖ୍ୟାଲଘୁ ହେବ ଓ ବିଜେପି ନେତୃତ୍ବରେ ନୂଆ ସରକାର ହେବ। ଭୋପାଳରେ ବିଜେପି ସରକାରରେ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କିମ୍ବା ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇପାରେ। ପ୍ରଚୁର ପରିଶ୍ରମ କରି କଂଗ୍ରେସ ଯେଉଁ ସଫଳତା ପାଇଥିଲା, ଏବେ ତାହା ପାଣିରେ ପଡିଲା।

ତେବେ ଏଥିଲାଗି କାହାକୁ ଦାୟୀ କରାଯିବ? ବିଜେପି ଠାରୁ ନୈତିକ ମୂଲ୍ୟବୋଧର ରାଜନୀତି କେହି ଆଉ ଆଶା କରୁଛନ୍ତି କି? କଂଗ୍ରେସ ନିଜ ଦଳର ନେତା ଓ ବିଧାୟକଙ୍କୁ ଏକାଠି ରଖିବାରେ ବାରମ୍ବାର ବିଫଳ ହୋଇଛି। କଂଗ୍ରେସର କେନ୍ଦ୍ରୀୟ ନେତୃତ୍ଵ ଅଧିକରୁ ଅଧିକ ଉଦାସୀନ ତଥା ଅପରିଣାମଦର୍ଶୀ ହେବା ମଧ୍ୟ ଆଉ ଏକ କାରଣ। ସୋନିଆ ଗାନ୍ଧୀଙ୍କ ବୟସ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ କଂଗ୍ରେସର ଏ ଦାୟିତ୍ଵ ସମ୍ଭାଳିବା, ତାଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ। ରାହୁଲ ଗାନ୍ଧୀଙ୍କ ଭିତରେ ନେତୃତ୍ବକୁ ନେଇ ବିଶେଷ ଆଗ୍ରହ ବା ଉଦବିଗ୍ନତା ନାହିଁ। ଗାନ୍ଧୀ ପରିବାର ବାହାରେ କଂଗ୍ରେସ ଯେ ନିଜକୁ ସଜାଡି ପାରିବ ସେ ବିଶ୍ଵାସ ମଧ୍ୟ ନାହିଁ। ତେବେ ଚୂଡାନ୍ତ ସ୍ଥିତି ହେଉଛି, କଂଗ୍ରେସ ବୁଡିବ ଇ ବୁଡିବ।

ଏଠି ଆଉ ଗୋଟେ କଥା ମଧ୍ୟ ଭବିଷ୍ୟବାଣୀ କରା ଯାଇପାରେ। କେନ୍ଦ୍ର ସରକାର ଓ ବିଜେପିର ପ୍ରବଳ ଚାପ ଆଗରେ ରାଜସ୍ଥାନ ଓ ଛତିଶଗଡ ସରକାର ଯେ ଲାମ୍ବା ସମୟ ଯାଏଁ ତିଷ୍ଠି ପାରିବେ, ସେ ଭରସା ମଧ୍ୟ କେହି ଦେଇ ପାରିବେ ନାହିଁ। ଭାରତର ଭାଗ୍ୟ ହେଉଛି, ଏଠି ନିର୍ବାଚନରେ ହାରିଲେ ମଧ୍ୟ ବିଜେପି ସରକାର ଓ ଜିତିଲେ ମଧ୍ୟ ବିଜେପି ସରକାର।

MPCrisis Scindhia
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026
Latest News

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.