Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପେଟ୍ରୋଲ ଦର, ଲାଭ ହେଉ ବା କ୍ଷତି, ଲୋକଙ୍କ ମୁଣ୍ଡରେ ପ୍ରଧାନମନ୍ତ୍ରୀ ଓ ତେଲମନ୍ତ୍ରୀଙ୍କ ପ୍ରହାର
ବିଶେଷ ଖବର

ପେଟ୍ରୋଲ ଦର, ଲାଭ ହେଉ ବା କ୍ଷତି, ଲୋକଙ୍କ ମୁଣ୍ଡରେ ପ୍ରଧାନମନ୍ତ୍ରୀ ଓ ତେଲମନ୍ତ୍ରୀଙ୍କ ପ୍ରହାର

March 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମନମୋହନ ସିଂ ସରକାର ଅମଳରେ ଯେତେବେଳେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରକୁ ସରକାରୀ ନିୟନ୍ତ୍ରଣମୁକ୍ତ କରାଗଲା, ସେତେବେଳେ ଯୁକ୍ତି ଥିଲା, ଆନ୍ତର୍ଜାତିକ ବଜାରର ଅଶୋଧିତ ତୈଳର ଭାଉ ଉପରେ ହିଁ ସ୍ଥାନୀୟ ବଜାରର ଦର ସ୍ଥିର କରାଯିବ। ତୈଳ କମ୍ପାନୀଗୁଡ଼ିକ ବଜାର ସ୍ଥିତିକୁ ଚାହିଁ ଦର ନିୟନ୍ତ୍ରିତ କରିବେ। ଗୋଟେ ସମୟରେ ଦୁଇ ଟଙ୍କା ପେଟ୍ରୋଲ ଦର ବଢିଗଲେ, ବିରୋଧୀ ଦଳଗୁଡିକ ରାସ୍ତାରେ ହୋ ହଲ୍ଲା କରୁଥିଲେ। ଆଜିର ବିଜେପି ନେତାମାନେ, ସେତେବେଳେ ବିରୋଧୀ ଦଳରେ ରହି କେତେ ପ୍ରକାର ଅଭିନବ ପ୍ରତିବାଦ କରିଛନ୍ତି। କିଏ ଗ୍ୟାସ ଟାଙ୍କି ମୁଣ୍ଡେଇ ବୁଲିଛି, କିଏ ବା ଶଗଡ ଗାଡିରେ ସଂସଦକୁ ଆସିଛି। ଏପରିକି ଏ ଦେଶର ସବୁଠୁ ବେଶୀ ଉପାର୍ଜନ କରୁଥିବା ସିନେମା ତାରକାମାନେ ମଧ୍ୟ ତେଲ ଦରକୁ ନେଇ ସେତେବେଳେ ପ୍ରତିବାଦ କରୁଥିଲେ। ବର୍ଦ୍ଧିତ ତେଲ ଦରକୁ ଦେଖି ନିଜ ଗାଡିରେ ପେଟ୍ରୋଲ ଛିଞ୍ଚି ପୂଜା କରିବାକୁ ପରାମର୍ଶ ଦେଉଥିଲେ। ଆଜି କିନ୍ତୁ ସମସ୍ତେ ନୀରବ।

କରୋନା ଭୂତାଣୁ ର ପ୍ରଭାବରେ ଯେତେବେଳେ ସାରା ପୃଥିବୀ ଏକ ଆର୍ଥିକ ସଙ୍କଟର ସାମ୍ନା କରୁଛି, ସେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ବା କଞ୍ଚା ତେଲର ବାରେଲ ପିଛା ମୂଲ୍ୟ ୩୫% କମିଯାଇଛି। ଯେତେବେଳେ ଅଶୋଧିତ ତେଲର ମୂଲ୍ୟ ଅଧ ଡଲାର ବଢୁଥିଲା, ସେତେବେଳେ ତାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ସରକାର ପକାଉଥିଲେ। ଗତ ପାଞ୍ଚ ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲ ତଥା ରନ୍ଧନ ଗ୍ୟାସର ଦର ପ୍ରାୟ ଦୁଇଗୁଣ ବଢିଛି। ଏହି ଦର ବଢିବାର କାରଣ ଭାବରେ ଆନ୍ତର୍ଜାତିକ ବଜାର ପ୍ରସଙ୍ଗ ଉଠାଇ ଆମକୁ ଚୁପ କରି ଦିଆଯାଇଛି। ହେଲେ ଆଜି ଯେତେବେଳେ କଞ୍ଚାତେଲର ଦାମ ବ୍ୟାରେଲ ପିଛା ତିରିଶ ଡଲାରକୁ ଖସି ଆସିଛି, ସେତେବେଳେ ମଧ୍ୟ ସାଧାରଣ ଲୋକେ ତାର ଲାଭରୁ ବଞ୍ଚିତ ହେବେ କାହିଁକି? ଲୋକଙ୍କୁ ନ୍ୟାଯ୍ୟ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ଯେମିତି ନ ମିଳେ, ସେଥିଲାଗି ଆଜି ଭାରତ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ତିନି ଟଙ୍କାର ଟିକସ ବଢାଇଛନ୍ତି। ଏହାର ଅର୍ଥ ହେଉଛି, ଦର ବଢିଲେ ବି ଲୋକେ କାନ୍ଦିବେ, କମିଲେ ମଧ୍ୟ ଲୋକଙ୍କୁ ଜବରଦସ୍ତ କାନ୍ଦିବାକୁ ବାଧ୍ୟ କରାଯିବ। ସରକାରୀ ରାଜସ୍ଵରେ ପ୍ରାୟ ୪୦ ହଜାର କୋଟି ଅଧିକ ଲାଭ ଯୋଡିବା ଉଦ୍ଦେଶ୍ୟରେ ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କାର ଅବକାରୀ ଓ ୧ ଟଙ୍କାର ରୋଡ ସେସ ବୃଦ୍ଧି କରାଯାଇଛି।

ଲୋକଙ୍କ ଉପରେ ଟିକସ ବୋଝ ଲଦି ସରକାରୀ ବିଳାସ ଯେ କେତେ ଅଧିକ କରାଯାଇପାରେ, ତାର ସବୁଠୁ ଭଲ ଦୃଷ୍ଟାନ୍ତ ମୋଦୀ ସରକାର ପ୍ରସ୍ତୁତ କରିଛନ୍ତି। ଭାରତ ବର୍ଷର ଇତିହାସରେ ସର୍ବାଧିକ ସମୟ ତେଲ ବିଭାଗର ମନ୍ତ୍ରୀଥିବା ଆମର ଓଡିଆ ଗୌରବ ଧର୍ମେନ୍ଦ୍ର ପ୍ରଧାନଙ୍କର ସବୁଠୁ ବଡ ସଫଳତା ହେଉଛି, ଲୋକଙ୍କ ପକେଟକୁ ଖାଲି କରି ନିୟମିତ ଚଢା ଦରରେ ତେଲ ବିକିବା। ଆନ୍ତର୍ଜାତିକ ବଜାରରେ ଦର ଖସିଲେ ମଧ୍ୟ ଲୋକଙ୍କୁ ଯେମିତି ସେ ଲାଭ ନ ଯାଏ, ତାହା ଦେଖିବା ଧର୍ମେନ୍ଦ୍ରଙ୍କର ମୁଖ୍ୟ କାମ।

ମୋଦୀ ସରକାର ଯେତେବେଳେ ଦାୟିତ୍ଵ ନେଲେ ସେତେବେଳେ ସାଧାରଣ ଖାଉଟି ପେଟ୍ରୋଲ ଲିଟର ପିଛା ୯.୪୮ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫୬ ପଇସା ଟିକସ ଦେଉଥିଲେ। ସାଢେ ପାଞ୍ଚ ବର୍ଷରେ ଆଜି ତାହା ପେଟ୍ରୋଲ ଲିଟର ପିଛା ୨୨.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୮.୮୩ ଟଙ୍କାରେ ପହଞ୍ଚିଛି। ଅର୍ଥାତ ପେଟ୍ରୋଲ ଲିଟରକୁ ଅଢେଇ ଗୁଣ ଟିକସ ବଢିଥିବା ବେଳେ ଡିଜେଲରେ ଏହା ୫ ଗୁଣ ବଢିଛି। କେନ୍ଦ୍ର ସରକାରୀ ଟିକସର ଏହି ଭୟଙ୍କର ଅଭିବୃଦ୍ଧି ସହିତ ରାଜ୍ୟ ସରକାରମାନଙ୍କର ନିଜସ୍ଵ ଟିକସ ମଧ୍ୟ ରହିଛି। ତେଲ ଓ ଗ୍ୟାସ ଦରକୁ ନେଇ ଲୋକ ପ୍ରଶ୍ନ ପଚାରିଲେ, ଶାସକ ଦଳର ଚତୁର ମୁଖପତ୍ରମାନେ କହିବେ, ରାଜ୍ୟ ସରକାର ଗୁଡିକ ନିଜ ଟିକସ କାଟୁ ନାହାନ୍ତି କାହିଁକି? ରାଜ୍ୟ ସରକାର ଗୁଡିକ ସିଧାସଳଖ ଜନ କଲ୍ୟାଣମୂଳକ କାର୍ୟକାରୀ କରୁଥିବାରୁ ସେମାନଙ୍କ ଉପରେ ଖର୍ଚ୍ଚର ମାଡ ଅଧିକ। ହେଲେ ମୋଦୀ ସରକାର ଏବେ ବଡ ଭାଇ ପଣିଆ ଦେଖାଇ ରାଜ୍ୟର ରାଜସ୍ଵକୁ ମଧ୍ୟ ନିୟନ୍ତ୍ରିତ କରିବାର ଉଦ୍ୟମ କରୁଛନ୍ତି।

ଆଜି ସାରା ଦେଶରେ ଘୋର ଆର୍ଥିକ ଦୁରବସ୍ଥା ତଥା କରୋନା ଭୂତାଣୁକୁ ନେଇ ଉଦବିଗ୍ନତା ଲାଗି ରହିଥିବା ବେଳେ ହଠାତ ଡିଜେଲ ଓ ପେଟ୍ରୋଲ ଉପରେ ତିନି ଟଙ୍କାର ଅବକାରୀ ଟିକସ ବଢାଇ ମୋଦୀ ସରକାର ନିଜର ଲୋକ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ପ୍ରଥମ ଥର କରିନାହାନ୍ତି। ୨୦୧୪ ଓ ୨୦୧୬ରେ ଯେତେବେଳେ ବିଶ୍ଵ ବଜାରରେ କଞ୍ଚା ତେଲର ଦର କମିଥିଲା, ସେତେବେଳେ ମଧ୍ୟ ଅବକାରୀ ଟିକସ ବଢାଇ ଲୋକଙ୍କ ପକେଟରେ ପ୍ରହାର କରାଯାଇଥିଲା। ଏଠି ଉଲେଖାଯୋଗ୍ୟ ଯେ ୨୦୧୪-୧୫ ବେଳକୁ କେନ୍ଦ୍ର ସରକାର ତେଲ ଉପରୁ ୯୯ ହଜାର କୋଟି ଟଙ୍କାର ଅବକାରୀ ଆଦାୟ କରୁଥିଲେ। ମୋଦୀ ଆସିବା ପରେ ୨୦୧୬-୧୭ ବେଳକୁ ଏହା ୨ ଲକ୍ଷ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା। କେବଳ ପେଟ୍ରୋଲିୟମ ରୁ ଲୋକଙ୍କ ଉପରେ ଅଢେଇ ଗୁଣ ଟିକସର ଚାବୁକ ମାଡ ସତ୍ତ୍ୱେ ଦେଶର ଅର୍ଥନୀତି ସୁଧୁରି ନାହିଁ, ଏହାହିଁ ବିଡମ୍ବନା!!

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.