Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜନତା କର୍ଫ୍ୟୁ, କରୋନା ସଂକ୍ରମଣ କୁ ରୋକିବା ଲାଗି ଗୋଟିଏ ଦିନ ଯଥେଷ୍ଟ ନୁହେଁ!!
ଜାତୀୟ ଖବର

ଜନତା କର୍ଫ୍ୟୁ, କରୋନା ସଂକ୍ରମଣ କୁ ରୋକିବା ଲାଗି ଗୋଟିଏ ଦିନ ଯଥେଷ୍ଟ ନୁହେଁ!!

March 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ଦିନ ସାତ ଟାରୁ ରାତି ନଅ ଟା ପର୍ୟନ୍ତ ସ୍ଵେଚ୍ଛାରେ ପୂରା ଦେଶ ନିଜକୁ ଘର ଭିତରେ ବନ୍ଦୀ କରି ରଖିବ ବୋଲି ଆମେ ଆଶା କରୁଛୁ। ପ୍ରଧାନମନ୍ତ୍ରୀ ଏହାକୁ “ଜନତା କର୍ଫ୍ୟୁ” ବୋଲି କହିଛନ୍ତି। ଯଦିଓ କର୍ଫ୍ୟୁ ସହିତ ସାମରିକ ଶାସନ ଓ ପୋଲିସ ବଳର ସମ୍ପର୍କ ରହିଛି, ତେଣୁ ସେମିତି ଏକ ଶବ୍ଦକୁ ଗଣତାନ୍ତ୍ରିକ ଶାସନର ମୁଖିଆ ବ୍ୟବହାର ନ କଲେ ଭଲ। ତେବେ ସାରା ଦେଶରେ ଗୋଟିଏ ଦିନ ସ୍ଵେଚ୍ଛା ସଙ୍ଗରୋଧ ହୁଏତ କରୋନା ସଂକ୍ରମଣର ଯେଉଁ ଧାରା ଚାଲିଛି, ତାକୁ କିଛିଟା ଅଙ୍କୁଶ ଲଗାଇପାରେ। ତେବେ ଗୋଟିଏ ଦିନ ଏଥିଲାଗି ଯଥେଷ୍ଟ ନୁହେଁ। ଆମେ ଓଡିଶାରେ ଗତ ସପ୍ତାହେ ହେଲା ପ୍ରାୟ କଟକଣା ଭିତରେ ରହିଛୁ। ରହିବାକୁ ଆମ ପାଇଁ ଅପରିହାର୍ୟ। ଗତ ସପ୍ତାହ ସାରା ଓଡିଶା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଛି ଓ ଅତିକମରେ ଏପ୍ରିଲ ୧୫ ପର୍ୟନ୍ତ ଆମେ ସେମିତି ରହିବାର ମାନସିକ ପ୍ରସ୍ତୁତିରେ ଅଛୁ। ତେଣୁ ଆମ ଲାଗି ଗୋଟିଏ ଦିନ ସେହି ଦୀର୍ଘ ସଙ୍ଗରୋଧର ଏକ ଅଂଶବିଶେଷ ମାତ୍ର।

ଚୀନ ଏବଂ ଇଟାଲିରେ କରୋନାର ଯେଉଁ ପ୍ରକୋପ ସେଥିରୁ ଆମର ଜାଣୁ ଯେ, ଏହା ଚାରୋଟି ସ୍ତର ଦେଇ ସଂକ୍ରମିତ ହେଉଛି। ପ୍ରଥମେ ଏହା କରୋନା ସଂକ୍ରମିତ ଭିନ୍ନ ଏକ ଦେଶରୁ ଉଡାଜାହାଜ ବା ଜଳ ଜାହାଜ ମାଧ୍ୟମର ଆସି ପହଞ୍ଚିଥାଏ। ଦ୍ଵିତୀୟ ସ୍ତରରେ ଏହା ସ୍ଥାନୀୟ ଅଞ୍ଚଳରେ, ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସଂକ୍ରମିତ ହୋଇଥାଏ। ଭାରତରେ ବର୍ତ୍ତମାନ ସେହି ସ୍ତରର ସଂକ୍ରମଣ ଦେଖିବାକୁ ମିଳୁଛି। ଗତକାଲି ଦିନ ସାଢେ ୩ଟା ସୁଦ୍ଧା ୨୯୨ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରା ଯାଇସାରିଛି। ସେମାନଙ୍କ ଭିତରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣ ମୃତ୍ୟୁ ବରଣ କରିଛନ୍ତି। ଦ୍ଵିତୀୟ ସ୍ତରରୁ ତୃତୀୟ ସ୍ତର କୁ ପହଞ୍ଚିବା ପରେ ଏହା ଗୋଷ୍ଠୀକୁ ସଂକ୍ରମିତ ହେବା ଆରମ୍ଭ କରିଥାଏ। ପ୍ରଥମ ଓ ଦ୍ଵିତୀୟ ସ୍ତରରେ ଏହା କାହା ମାଧ୍ୟମରେ ସଂକ୍ରମିତ ହେଉଚ୍ଛି, ତାହା ଜାଣିବା ସମ୍ଭବ। ହେଲେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ଏହାର ମୂଳ ଖୋଜିବା ସମ୍ଭବ ହୁଏନାହିଁ। ଶେଷ ସ୍ତରରେ ଏହା ମହାମାରୀର ସ୍ୱରୂପ ଗ୍ରହଣ କରିଥାଏ। ଚୀନ, ଇଟାଲୀ,ସ୍ପେନ, ଇଂଲାଣ୍ଡ, ଦକ୍ଷିଣ କୋରିଆ, ଇରାନ, ଜର୍ମାନୀ ପ୍ରଭୃତି ଦେଶରେ କୋଭିଡ- ୧୯ ଚତୁର୍ଥ ସ୍ତରରେ ପହଞ୍ଚିଥିବା ବେଳେ ଭାରତର ଦ୍ଵିତୀୟ ସ୍ତର ଅତ୍ୟନ୍ତ ଜଟିଳ ସ୍ଥିତିରେ ରହିଛି।

ଗତକାଲି ପ୍ରଥମଥର ଲାଗି ୮ ଜଣ ଟ୍ରେନଯାତ୍ରୀଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ଓ ପୁନେରେ ଏମିତି ଜଣେ ରୋଗୀଙ୍କ ପରିଚୟ ମିଳିଛି ଯିଏ ବିଦେଶ ଯାଇନଥିଲେ ବା ବିଦେଶ ସହ ତାଙ୍କର ସମ୍ପର୍କ ନଥିଲା। ଏହା ଗୋଷ୍ଠୀ ସଂକ୍ରମଣର ଆରମ୍ଭ ବୋଲି ଆମେ କହିପାରିବା। ତେଣୁ ଆଜିର ଦିନ ସଂପୂର୍ଣ୍ଣ ବନ୍ଦ ରହିବା ନିହାତି ଯେତିକି ଜରୁରୀ, ଆଗାମୀ ସପ୍ତାହରେ ମଧ୍ୟ ଏ ପ୍ରକାର ସଙ୍ଗରୋଧ ଅବ୍ୟାହତ ରହିବା ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଭାରତ ସରକାର ହୁଅନ୍ତୁ ବା ରାଜ୍ୟ ସରକାର, ସେମାନେ ଲୋକଙ୍କ ସ୍ଵାସ୍ଥ୍ୟକୁ ସୁରକ୍ଷିତ ରଖିବା ଲାଗି ଯେଉଁ ପଦକ୍ଷେପ ନେଉଛନ୍ତି, ସେଥିରେ କୌଣସି ପ୍ରକାର ଅସହଯୋଗ କରିବାକୁ  ଲୋକେ ମଧ୍ୟ ଚାହୁଁନାହାନ୍ତି। ତେବେ ସ୍ଥାନୀୟ ସଂକ୍ରମଣ ସମୟରେ ଭାରତ ସରକାର ଯେଉଁ ପ୍ରକାର ସ୍ପଷ୍ଟ କଟକଣା ରଖିବା କଥା, ସେଥିରେ ବିଳମ୍ବ ହୋଇଛି। ଆଜି ରାଷ୍ଟ୍ରପତି ଭବନ ଓ ସଂସଦରେ କରୋନା ସଂକ୍ରମଣ ର ଭୟ ଦେଖା ଦେଇଛି। ଲକ୍ଷ୍ନୌ ସହରରେ ଗାୟିକା କନିକା କପୁରଙ୍କ ସହିତ ଏକ ଭୋଜିରେ ବହୁ ସାଂସଦ ଓ ମନ୍ତ୍ରୀ ଯୋଗ ଦେଇଥିଲେ। ଇତି ମଧ୍ୟରେ କନିକାଙ୍କ ଶରୀରରେ କୋଭିଡ-୧୯ ଭୂତାଣୁ ଚିହ୍ନଟ ହୋଇଛି। କନିକାଙ୍କ ସହିତ ଥିବା ମନ୍ତ୍ରୀ ଓ ସାଂସଦ ଇତି ମଧ୍ୟରେ ସଂସଦ ଓ ରାଷ୍ଟ୍ରପତି ଭବନକୁ ଆସିଛନ୍ତି। ଏ ପ୍ରକାର ବିପଦକୁ ଏଡାଇବା ଲାଗି ପ୍ରଥମରୁ ସଂସଦ ବନ୍ଦ ରଖିବା ସହିତ ସରକାରୀ ସଭା ଓ ସମିତି ବନ୍ଦ ରଖିବାକୁ ପ୍ରସ୍ତାବ ଦିଆ ଯାଉଥିଲା। ଏ ପ୍ରକାର ପ୍ରସ୍ତାବ ମାନିବାରେ ଭାରତ ସରକାର ଯଥେଷ୍ଟ ବିଳମ୍ବ କରିଛନ୍ତି।

ବିଳମ୍ବରେ ହେଲେ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କର ନିଦ ଭାଙ୍ଗିଛି ଓ ଆଦିତ୍ୟନାଥ ସରକାର ସବୁ ପ୍ରକାର ଧାର୍ମିକ ଉତ୍ସବକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତା ଦେବାଲାଗି ମଧ୍ୟ ଉତ୍ତର ପ୍ରଦେଶ ସରକାର ବ୍ୟବସ୍ଥା କରିଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଦିଲ୍ଲୀ ସରକାର ୮.୫ ଲକ୍ଷ ଲୋକଙ୍କୁ ୪-୫୦୦୦ ଟଙ୍କାର ପେନସନ ତଥା ୭୨ ଲକ୍ଷ ଲୋକଙ୍କୁ ମାଗଣା ରାସନ(ଅତିରିକ୍ତ ୫୦%) ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ଓଡିଶା ସରକାର ଏ କ୍ଷେତ୍ରରେ କିଛି ପଦକ୍ଷେପ ନେବା ନିତାନ୍ତ ଜରୁରୀ। ଉଠାଦୋକାନୀ, ଦିନ ମଜୁରିଆ ଏବଂ ନିର୍ମାଣ ଶ୍ରମିକଙ୍କ ସହାୟତା ଦେବା ଲାଗି ସରକାରୀ ଉଦ୍ୟମର ଆବଶ୍ୟକତା ରହିଛି।

କରୋନା ମୁକାବିଲା କ୍ଷେତ୍ରରେ କେରଳ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି। କରୋନା ମୁକାବିଲା ଲାଗି ଶାସକ ଓ ବିରୋଧୀ ଦଳ ଏକାଠି ମିଶି ରଣନୀତି ପ୍ରସ୍ତୁତ କରୁଛନ୍ତି ଓ ମିଳିତ ଭାବରେ ସବୁ ରାଜନୈତିକ ଦଳ ଲୋକଙ୍କ ପାଖକୁ ସତର୍କ ରହିବାର ବାର୍ତ୍ତା ପହଞ୍ଚାଉଛନ୍ତି।

JanataCurfew kedarmishra
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026
Latest News

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.