Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କୋରନା କବଳରୁ ମୁକୁଳିଲେ 95 ବର୍ଷୀୟା ବୃଦ୍ଧା, ସେ ହେଉଛନ୍ତି ପୃଥିବୀର କରୋନା ରୋଗରୁ ସୁସ୍ଥ ହୋଇଥିବା ବୟୋଜ୍ୟେଷ୍ଠା ମହିଳା
ଅନ୍ତରାଷ୍ଟ୍ରୀୟ

କୋରନା କବଳରୁ ମୁକୁଳିଲେ 95 ବର୍ଷୀୟା ବୃଦ୍ଧା, ସେ ହେଉଛନ୍ତି ପୃଥିବୀର କରୋନା ରୋଗରୁ ସୁସ୍ଥ ହୋଇଥିବା ବୟୋଜ୍ୟେଷ୍ଠା ମହିଳା

March 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତକଥା। ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସକୁ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ଏକ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। କାଳେ ଏହି ଭାଇରସ ପଶିଯିବ ଆଉ ମୋତେ ମାରିଦେବ, ଏହି ଭୟ ଘାରିଛି। ଏହି ଭାଇରସ ନେଇ ଅଧା ପୃଥିବୀ ବର୍ତ୍ତମାନ ଲକଡାଉନ ସ୍ଥିତିରେ। ହେଲେ ଆଶ୍ଚର୍ଯ୍ୟର କଥା ଜଣେ 95 ବର୍ଷର ବୃଦ୍ଧା ଏହି ମାରାତ୍ମକ ଭାଇରସ କବଳରୁ ମୁକୁଳି ପାରିଛନ୍ତି। ଯାହକୁ ନେଇ ହସପିଟାଲରେ ଏକ ଆନନ୍ଦର ବାତାବରଣ ଖେଳିଯାଇଛି।

ଘଟଣାଟି ଘଟିଛି ଇଟାଲୀରେ। ଗତ ମାର୍ଚ୍ଚ 5 ତାରିଖରେ ଇଟାଲୀର ମୋଡେନା ହସପିଟାଲରେ ଜଣେ ବୃଦ୍ଧା ଆଲ୍ମା କ୍ଲାରା କ୍ରୋସିନ୍ ଥଣ୍ଡା କାସ ପାଇଁ ହସପିଟାଲରେ ଭର୍ତ୍ତି ହେଲେ। ଇଟାଲୀରେ କରୋନା ଭାଇରସ ଏକ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିଥିବାରୁ ସ୍ବାସ୍ଥ୍ୟ କର୍ମୀମାନେ ଭୟଭୀତ ହୋଇପଡିଲେ। ମୁଖ୍ୟତଃ ବୟସ୍କ ଲୋକଙ୍କୁ ଏହି ରୋଗ ହେଉଥିବାରୁ ସମସ୍ତେ ଭାବିନେଲେ ଯେ କ୍ଲାରାଙ୍କୁ କରୋନା ହିଁ ହୋଇଛି। ତୁରନ୍ତ ତାଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଗଲା ପରେ ଜଣାପଡିଲା ତାଙ୍କୁ କରୋନା ହିଁ ହୋଇଛି।

ହସପିଟାଲ କର୍ତ୍ତୃପକ୍ଷ କ୍ଲାରାଙ୍କୁ ଏହା ଅବଗତ କରାଇଲେ। ହେଲେ ସେ ହସି ହସି କହିଲେ ମୋର କିଛି ହୋଇ ନାହିଁ। ମୋତେ ଛାଡି ଦିଅନ୍ତୁ। ହେଲେ ନିୟମ ଅନୁସାରେ କ୍ଲାରାଙ୍କୁ 14 ଦିନ ପର୍ଯ୍ୟନ୍ତ ଆସୋଲେସନରେ ରଖାଗଲା। ଯେହେତୁ ଏହି ରୋଗ ପାଇଁ କିଛି ଔଷଧ ନାହିଁ ସେଥିପାଇଁ ତାଙ୍କୁ କିଛି ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଗଲା ନାହିଁ। ଆଶ୍ଚର୍ଯ୍ୟର କଥା ବୃଦ୍ଧା ଜଣଙ୍କ ଧିରେ ଧିରେ ଭଲ ହୋଇଗଲେ। ପରେ ଜଣାପଡିଲା ଯେ ବୃଦ୍ଧା ଜଣଙ୍କ କରୋନା କବଳରୁ ମୁକୁଳି ଯାଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଦେଖା କରିବାକୁ ଆସିଲେ। ସମସ୍ତେ ତାଙ୍କ ସହ ଫଟୋ ନେବା ସହିତ ଖୁସିଗପ ମଧ୍ୟ କରିଥିଲେ।

ଏ ସଂପର୍କରେ ଇଟାଲୀ ଗଣମାଧ୍ୟ ତାଙ୍କର ସାକ୍ଷାତକାର ନେବା ବେଳେ ସେ ହସି ହସି କହିଥିଲେ ଯେ  Yes, yes, I’m fine. They were good people who looked after me well, and now they’ll send me home in a little while. ‘

ବର୍ତ୍ତମାନ କରୋନା ଭାଇରସ ଚୀନ ପରେ ଇଟାଲୀରେ ସବୁଠାରୁ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଇଟାଲୀରେ 69 ହଜାର 176 ଜଣ ଆକ୍ରାନ୍ତ ହୋଇଥିବା ବେଳେ 6 ହଜାର 820 ଜଣ ମୃତ୍ୟୁବରଣ କରି ସାରିଲେଣି। ଏହି ସଂଖ୍ୟା ଆହୁରି ବଢିବ ବୋଲି ଜଣାପଡିଛି। ତେବେ ଖୁସିର କଥା ଏମାନଙ୍କ ମଧ୍ୟରୁ ପ୍ରାୟ 8 ହଜାର 326 ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

August 24, 2025

୭,୨୫୬ଟି ଅଭିଯୋଗର ସମାଧାନ କଲା ଏନସିଏଚ୍‌: ୨.୭୨ କୋଟି ଫେରି ପାଇଲେ ଉପଭୋକ୍ତା

August 24, 2025

ରାଶିଫଳ: ଅଗଷ୍ଟ ୨୪ ତାରିଖ ରବିବାରରେ ସାତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଲା

August 24, 2025

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025
Latest News

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025

କଟକ ଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ

August 24, 2025

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

August 24, 2025

ଶ୍ରୀମନ୍ଦିର ପରିସରରେ ହେବ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ: ସ୍ଥାନ ନିରୂପଣ କଲା ପ୍ରଶାସନ

August 24, 2025

୭,୨୫୬ଟି ଅଭିଯୋଗର ସମାଧାନ କଲା ଏନସିଏଚ୍‌: ୨.୭୨ କୋଟି ଫେରି ପାଇଲେ ଉପଭୋକ୍ତା

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.