Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପଣ ଜାଣନ୍ତି କି ? କରୋନା ସଂକ୍ରମଣ ରୋକିବାକୁ ଭାରତ କେତେବେଳେ କି ପ୍ରକାରର ପଦକ୍ଷେପ ନେଇଛି
ବିଶେଷ ଖବର

ଆପଣ ଜାଣନ୍ତି କି ? କରୋନା ସଂକ୍ରମଣ ରୋକିବାକୁ ଭାରତ କେତେବେଳେ କି ପ୍ରକାରର ପଦକ୍ଷେପ ନେଇଛି

March 29, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି। ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରି ପ୍ରଥମେ ନିଜର ସୀମାନ୍ତରେ ତାହାକୁ କାର୍ଯ୍ୟକାରୀ କରିଥିଲା। ତଦନୁସାରେ ସୀମାନ୍ତ ପଥଗୁଡ଼ିକର ଗମନାଗମନ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା।

ଏହାପରେ ବିମାନ ଯୋଗେ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କର ପରୀକ୍ଷା (ସ୍କ୍ରିନିଂ) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏଥି ସହିତ ଭାରତ ସରକାର ଭିସା ବ୍ୟବସ୍ଥାକୁ ଅସ୍ଥାୟୀଭାବେ ବନ୍ଦ କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳକୁ ଦେଶରେ ନିଷିଦ୍ଧ କରିଥିଲେ। ଅନ୍ୟ କୌଣସି ଦେଶ ଏହା କରିବା ପୂର୍ବରୁ ଭାରତ ତାହା ପ୍ରଥମେ କରିଥିଲା।
ଜାନୁଆରୀ ୧୮ରୁ ଚୀନ ଓ ହଂକଂରୁ ଭାରତ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ଭାରତରେ ଆରମ୍ଭ ହେଲା। ଭାରତରେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଜଣାପଡ଼ିବାର ଯଥେଷ୍ଟ ଆଗରୁ ଥର୍ମାଲ ସ୍କ୍ରିିନିଂ ବ୍ୟବସ୍ଥ୍‌ା ଆରମ୍ଭ ହୋଇଥିଲା।

ଏ କ୍ଷେତ୍ରରେ ବିଶ୍ୱର ସ୍ଥିତିକୁ ଦେଖିଲେ ଜାଣିହୁଏ ଯେ ଇଟାଲି ଓ ସ୍ପେନ ଭଳି ରାଷ୍ଟ୍ର୍ର୍ର, ଯେଉଁମାନେ କୋଭିଡ-୧୯ ଦ୍ୱାରା ବିଶେଷଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ, ସେମାନେ ବହୁ ବିଳମ୍ବରେ ନିଜର ପ୍ରତିରୋଧ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏ କ୍ଷେତ୍ରରେ ଭାରତ ସେମାନଙ୍କଠାରୁ ଯଥେଷ୍ଟ ଆଗରେ ରହିଥିଲା। ଇଟାଲୀରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ୨୫ ଦିନ ପରେ ସେଠାରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସ୍ପେନରେ ଏହା ପ୍ରଥମ ରୋଗୀ ଚିହ୍ନଟ ହେବାର ଦୀର୍ଘ ୩୯ ଦିନ ପରେ ଆରମ୍ଭ ହୋଇଥିଲା।

କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସକ୍ରିୟ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଭ୍ରମଣ କଟକଣା, ବିମାନ ବନ୍ଦରରେ ଯାତ୍ରୀମାନଙ୍କର ସ୍କ୍ରିନିଂ, ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରିବା, ଭିସା ସସ୍‌ପେନସନ ଓ ଆତ୍ମ ସଂଗରୋଧ ବା ସେଲ୍‌ଫ କ୍ୱାରେଂଟାଇନ ଆଦି ସେଥିମଧ୍ୟରୁ ଅନ୍ୟତମ। ଏହିସବୁ ପଦକ୍ଷେପ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଓ ରୋଗ ପରିଚାଳନା ସୂଚାରୁ ରୂପେ କରିବା ସମ୍ଭବ ହୋଇପାରିଛି। ଭାରତ ସରକାର କରୋନା ମୁକାବିଲା ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି କାଳର କ୍ରମ ଅନୁସାରେ ସେଗୁଡିକ ହେଲା..

ଜାନୁଆରୀ ୧୭ : ଚୀନ ଯାତ୍ରା ନ କରିବାକୁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କରାଗଲା।

ଜାନୁଆରୀ ୧୮ : ଚୀନ ଓ ହଂକଂରୁ ଭାରତ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ।

ଜାନୁଆରୀ ୩୦ : ଚୀନ ନ ଯିବାପାଇଁ ଭାରତୀୟ ନାଗରିକଙ୍କ ନିମନ୍ତେ କଠୋର ନିର୍ଦ୍ଦେଶନାମା ଜାରି।

ଫେବୃଆରୀ ୩ : ଚୀନ ନାଗରିକଙ୍କ ପାଇଁ ଇ-ଭସା ବ୍ୟବସ୍ଥା ଓ ସୁବିଧାକୁ ନିଲମ୍ବିତ କରାଗଲା।

ଫେବୃଆରୀ ୨୨ : ସିଙ୍ଗାପୁର ଯାତ୍ରା ନ କରିବାକୁ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଗଲା। ଏହାସହିତ କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ସବୁ ବିମାନଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ ହେଲା।

ଫେବୃଆରୀ ୨୬ : ଇରାନ, ଇଟାଲୀ ଏବଂ ଦକ୍ଷିଣ କୋରିଆ ଯାତ୍ରା ନ କରିବା ପାଇଁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି। ଏହିସବୁ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ସହିତ ସ୍କ୍ରିନିଂ ରିପୋର୍ଟ ଭିତିରେ ଆବଶ୍ୟକ ସ୍ଥଳେ ଯାତ୍ରୀଙ୍କୁ କ୍ୱାରେଂଟାଇନ ଓ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଅଟକ ରଖିବାର ବ୍ୟବସ୍ଥା କରାଗଲା।

ମାର୍ଚ୍ଚ ୩ : ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ ଓ ଚୀନ ଭ୍ରମଣ ପାଇଁ ଭିସା ପ୍ରଦାନ ବ୍ୟବସ୍ଥା ବନ୍ଦ ହେଲା। ଏଥିସହିତ ଚୀନ, ଦକ୍ଷିଣ କୋରିଆ, ଜାପାନ, ଇରାନ, ଇଟାଲୀ, ହଂକଂ, ମାକାଓ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ, ନେପାଳ, ଥାଇଲାଣ୍ଡ, ସିିଙ୍ଗାପୁର ଓ ତାଇୱାନରୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଭାରତ ଆସୁଥିବା ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଗଲା।

ମାର୍ଚ୍ଚ ୪ : ଭାରତକୁ ଆସୁଥିବା ସବୁ ଆନ୍ତର୍ଜାତିକ ବିମାନର ଯାତ୍ରୀମାନଙ୍କ ସ୍କ୍ରିନିଂ ବ୍ୟବସ୍ଥାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରାଗଲା । ସ୍କ୍ରିନିଂରେ ସନ୍ଦେହର ପରିସରକୁ ଆସୁଥିବା ଯାତ୍ରୀମାନଙ୍କୁ ଆଇସୋଲେସନ କିମ୍ବା କ୍ୱାରେଂଟାଇନରେ ରଖିବାକୁ ବ୍ୟବସ୍ଥା ହେଲା।

ମାର୍ଚ୍ଚ ୫ : ଭାରତରେ ପ୍ରବେଶ କରିବା ପୂର୍ବରୁ ଇଟାଲୀ ଓ ଦକ୍ଷିଣ କୋରିଆର ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସାର୍ଟିଫିକେଟ ଉପସ୍ଥାପନ କରିବା ବାଧ୍ୟତାମୂଳକ କରାଗଲା।

ମାର୍ଚ୍ଚ ୧୦ : ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ହୋମ ଆଇସୋଲେସନ ବ୍ୟବସ୍ଥା। ଏହି ଯାତ୍ରୀମାନେ ନିଜ ସ୍ୱାସ୍ଥ୍ୟର ଅବସ୍ଥା ନିଜେ ତଦାରଖ କରିବା ସହ ସରକାରୀ ନିର୍ଦ୍ଦେଶନାମା ପାଳନ କରିବାକୁ ମାଧ୍ୟ ହେଲେ। ସେମାନଙ୍କ ପାଇଁ କଣ କରିବେ ଓ ନ କରିବେ ସେ ନିର୍ଦ୍ଦେଶାବଳୀ ଲାଗୁ ହେଲା। ଚୀନ୍‌, ହଂକଂ, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ଜର୍ମାନୀ, ଫ୍ରାନ୍ସ, ମାଲେସିଆ ଓ ସ୍ପେନ ଆଦି ଦେଶକୁ ୨୦୨୦ ଫେବୃଆରୀ ୧୫ ପରେ ଯାତ୍ରା କରିଥିବା କୌଣସି ଯାତ୍ରୀ ଯଦି ଭାରତ ଆସିଥାନ୍ତି ସେମାନଙ୍‌କୁ ୧୪ ଦିନ କ୍ୱାରେଂଟାଇନରେ ରହିବା ବାଧ୍ୟତାମୂଳକ ହେଲା।

ମାର୍ଚ୍ଚ ୧୬,୧୭ ଓ ୧୯ – ନାଗରିକ ଓ ବିଦେଶାଗତ ବ୍ୟକ୍ତି ଏବଂ ଯାତ୍ରୀଙ୍କ ପାଇଁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି।

ମାର୍ଚ୍ଚ ୧୬ : ମାର୍ଗଦର୍ଶିକା ସଂଯୁକ୍ତ ଆରବ ଏମିରେଟ୍ସ, କାତାର, ଓମାନ ଓ କୁଏତରୁ ଆସିଥିବା କିମ୍ବା ଏହିସବୁ ଦେଶ ଦେଇ ଭ୍ରମଣ କରିଥିବା ସବୁ ଯାତ୍ରୀଙ୍କ ନିମନ୍ତେ ୧୪ ଦିନିଆ ସର୍ବନିମ୍ନ ବାଧ୍ୟତାମୂଳକ କ୍ୱାରେଂଟାଇନ ବ୍ୟବସ୍ଥା ଲାଗୁ। ୟୂୁରୋପୀୟ ସଂଘଭୁକ୍ତ ଦେଶ, ୟୁରୋପୀୟ ବାଣିଜ୍ୟ ସଂଘଭୂକ୍ତ ରାଷ୍ଟ୍ର, ତୁର୍କୀ ଓ ବ୍ରିନେଟରୁ ଭାରତକୁ ଯାତ୍ରା କରିବା ବ୍ୟବସ୍ଥା ନିଷିଦ୍ଧ।

ମାର୍ଚ୍ଚ -୧୭ : ସେହିଭଳି ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆରୁ କୌଣସି ଯାତ୍ରୀଙ୍କୁ ଭାରତ ଆସିବାକୁ ଅନୁମତି ଦିଆଗଲା ନାହିଁ ।

ମାର୍ଚ୍ଚ ୧୯ : ୨୨ ମାର୍ଚ୍ଚରୁ ଭାରତକୁ ସମସ୍ତ ଆନ୍ତର୍ଜାତିକ ବିମାନ ଉଡାଣକୁ ନିଷିଦ୍ଧ କରାଗଲା।

ମାର୍ଚ୍ଚ ୨୫ : ଭାରତକୁ ଆନ୍ତର୍ଜାତିକ ବିମାନ ଉଡାଣ ନିଷେଧ ସମୟସୀମାକୁ ୨୦୨୦ ଏପ୍ରିଲ ୧୪ ଯାଏ ସମ୍ପ୍ରସାରିତ କରାଗଲା । ଏହାଛଡ଼ା କରୋନା ସଂକ୍ରମଣ ବୃ୍‌ଦ୍ଧି ଦୃଷ୍ଟିରୁ ଇଟାଲି ଓ ଦକ୍ଷିଣକୋରିଆର ଯାତ୍ରୀଙ୍କ ଭାରତ ଯାତ୍ରା ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ସଂଶୋଧିତ କରି ଅଧିକ କଡ଼ାକଡ଼ି ହେଲା। ଏହା ସହିତ ଦେଶର ସବୁ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଲାଗୁ ହେଲା।

ସ୍କ୍ରିନିଂ ପରେ ରିପୋର୍ଟ ଆଧାରରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ କ୍ୱାରେଂଟାଇନ କିମ୍ବା ହସ୍ପିଟାଲରେ ରଖିବାର ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା । ସ୍କ୍ରିନିଂରେ ଯେଉଁ ଯାତ୍ରୀ କୃତକାର୍ଯ୍ୟ ହେଲେ ସେମାନଙ୍କ ସଂପର୍କରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କୁ ଅବଗତ କରାଯାଇ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦିଆଗଲା । ସଂପୃକ୍ତ ରାଜ୍ୟ ସରକାର ଏହି ନାଗରିକମାନଙ୍କୁ ଆବଶ୍ୟକତା ଅନୁସାରେ ପର୍ଯ୍ୟବେକ୍ଷଣରେ ରଖିବାକୁ ଆଦେଶ ପାଇଲେ ।

ଦେଶର ୩୦ଟି ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଦେଶର ୧୨ଟି ପ୍ରମୁଖ ବନ୍ଦର, ୬୫ଟି କ୍ଷୁଦ୍ର ବନ୍ଦର ଓ ସବୁ ସୀମାନ୍ତ ଫାଟକରେ ସ୍କ୍ରିନିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏ ପର୍ଯ୍ୟନ୍ତ ୩୬ ଲକ୍ଷରୁ ଅଧିକ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଛି ।

ସମୃଦ୍ଧ ଭାରତୀୟଙ୍କ ପ୍ରତ୍ୟାବର୍ତନ ସଂକ୍ରାନ୍ତ ଆମର ସ୍ଲୋଗାନକୁ ଚରିତାର୍ଥ କରିବାକୁ ହେଲେ ସବୁ ଭାରତ ଫେରନ୍ତାଙ୍କୁ ସ୍କ୍ରିନିଂ କରି ଦେଶ ଭିତରେ ପ୍ରବେଶ କରିବାର ସୁଯୋଗ ଦେବା ଆବଶ୍ୟକ। ତେବେ ଯାଇ ସେମାନେ ନିରୋଗ କିମ୍ବା ଅସୁସ୍ଥ ଥିଲେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିବେ। ସେଥିପାଇଁ ସରକାରଙ୍କ ପକ୍ଷରୁ ସବୁ ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏକ ବ୍ୟାପକ, ମଜବୁତ ସ୍କ୍ରିନିଂ, କ୍ୱାରେଂଟାଇନ, ତଦାରଖ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସରକାର କାର୍ଯ୍ୟକାରୀ କରୁଛନ୍ତି। କରୋନା ଆରମ୍ଭରୁ ସରକାର ଜନସ୍ୱାସ୍ଥ୍ୟ ଭଳି ଏକ ଅଗ୍ରାଧିକାର କ୍ଷେତ୍ରରେ ଉଚିତ ଓ ସମୟୋପଯୋଗୀ ପଦତକ୍ଷେପ ନେଇ କାମ କରୁଛନ୍ତି। ପ୍ରତ୍ୟେକ ଯାତ୍ରୀ, ବ୍ୟବସାୟ ସାରି ବିଦେଶରୁ ଫେରୁଥିବା ସସବୁ ଭାରତୀୟ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ବିଦେଶୀଙ୍କ ପାଇଁ ଏହି ବ୍ୟବସ୍ଥା ସୁରକ୍ଷା ଦୃଷ୍ଟିରୁ ଗ୍ରହଣ କରାଯାଇଛି।

କରୋନା ମୁକାବିଲା ସଂକ୍ରାନ୍ତ ପଦକ୍ଷେପଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ବାରମ୍ବାର ତାଗିଦ କରି କୌଣସି ତ୍ରୁଟି ନ ରଖିବାକୁ ପରାମର୍ଶ ଦେଉଛନ୍ତି। କ୍ୱାରେଂଟାଇନକୁ ଏଡ଼ାଇ ଯାଉଥିବା ଓ ତଦାରଖ ବ୍ୟବସ୍ଥାକୁ ଫାଙ୍କୁଥିବା ଲୋକମାନଙ୍କୁ ଧରିବା ପାଇଁ ଏକ ସୁଦୃଢ ତଥା ସଫଳ ବ୍ୟବସ୍ଥା ଲାଗୁ କରାଯାଇଛି। ଏଭଳି ଲୋକଙ୍କୁ ଧରି ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି।

କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଇତିମଧ୍ୟରେ ୨୦ଟି ଭିଡିଓ କନଫରେନ୍ସ ରାଜ୍ୟ ସରକାରମାନଙ୍କ ସହ କରି ସାରିଲେଣି। କ୍ୟାବିନେଟ ସଚିବ ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କ ସହ ଏଭଳି ୬ଟି କନଫରେନ୍ସ କରିଛନ୍ତି। ସମନ୍ୱିତ ବ୍ୟାଧି ତଦାରଖ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଏସବୁ ଭିଡିଓ କନଫରେନ୍ସିିଂରେ ବିଶେଶ ଗୁରୁତ୍ୱ ଦିଆଯାଉଛି। ସେଥିରେ ଆନ୍ତର୍ଜାତିକ ଯାତ୍ରୀଙ୍କ ଆଗମନ, ନିୟନ୍ତ୍ରଣ ବ୍ୟବସ୍ଥା, ସଂଗରୋଧ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଉପରେ ଅଧିକ ନଜର ରଖାଯାଇ କାମ କରାଯାଉଛି ।

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.