Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଗଠନର ୮୫ ବର୍ଷ, କାଲିର ଓଡିଶା ଛାଇରୁ ମୁକୁଳି ଆସିବା ଆଜିର ଓଡିଶା ଲାଗି ସବୁଠୁ ବଡ ଆହ୍ଵାନ 
ବିଶେଷ ଖବର

ଓଡିଶା ଗଠନର ୮୫ ବର୍ଷ, କାଲିର ଓଡିଶା ଛାଇରୁ ମୁକୁଳି ଆସିବା ଆଜିର ଓଡିଶା ଲାଗି ସବୁଠୁ ବଡ ଆହ୍ଵାନ 

April 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ଓଡିଶା ଦିବସ। ସେ ପୁଣି ୮୫ତମ ଓଡିଶା ଦିବସ। ତେବେ ଆଜି ଆମ ଜୀବନରେ ସବୁଠୁ ନୀରସ ଉତ୍ସବର ଦିନ। ଗତ ୮୪ ବର୍ଷ ଭିତରେ ଏମିତି କୌଣସି ଦିନ ନଥିବ ଯେଉଁ ଦିନ ଓଡିଶା ଦିବସକୁ ଏତେ ନିରୁତ୍ସାହଜନକ ଭାବରେ ଆମେ ପାଳିଥିବା। ଏକ ଭୟଙ୍କର ସଙ୍କଟ ସମୟରେ ଆଜି ହୁଏତ ଆମେ ଓଡିଶା ଦିବସ ପାଳନ କରୁନାହୁଁ, ହେଲେ ଓଡ଼ିଶାକୁ ନେଇ ଆମକୁ ଆତ୍ମସମୀକ୍ଷା କରିବା ଆଜି ଏକାନ୍ତ ଜରୁରୀ। ୧, ଏପ୍ରିଲ ୧୯୩୬ ରୁ ୧, ଏପ୍ରିଲ, ୨୦୨୦- ଦୀର୍ଘ ୭୫ ବର୍ଷର ଜୀବନରେ ଓଡିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି, ଜୀବନବୋଧ ଏବଂ ଅସ୍ମିତା ଅନେକ ବଦଳିଛି। ଆଜି ହୁଏତ ଆମକୁ ଆଶ୍ଚର୍ୟ ଲାଗିପାରେ ଯେ ୧୯୩୬ ପୂର୍ବରୁ ଆମର ରାଜନୈତିକ ପରିଚୟ ହଜି ଯାଇଥିଲା। ପୁରାଣ ଓ ଇତିହାସରେ ଯେଉଁ ଓଡ୍ର, କଳିଙ୍ଗ, ଉତ୍କଳ, କୋଶଳ, କୋଙ୍ଗଦ, ଉଡ୍ର ମଣ୍ଡଳ ଇତ୍ୟାଦିର ପରିଚୟ ତାହା କେବଳ ପୋଥିର ପାଠ ହୋଇ ରହିଥିଲା। ଓଡିଶାର ରାଜନୈତିକ ପରିଚୟ ଫେରି ପାଇବାକୁ ଆମକୁ ଦୀର୍ଘ ବର୍ଷର ଆନ୍ଦୋଳନ କରିବାକୁ ପଡିଛି। ସେ ଆନ୍ଦୋଳନରେ ସାରଥିର ଭୂମିକା ନେଇଥିବା ଏ ଜାତିର କୁଳବୃଦ୍ଧ ମହାନାୟକ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଅତି ସ୍ପଷ୍ଟ ଭାବରେ କହିଥିଲେ ଯେ, ଓଡିଶା ଯଦି ନିଜକୁ ଗଢିବାକୁ ଚାହେଁ ତାହେଲେ ସେ ନିଜର କୃଷକ ଓ ଶିଳ୍ପୀଙ୍କୁ ପ୍ରଥମେ ଉପରକୁ ଉଠାଇବାକୁ ପଡିବ।

ମଧୁବାବୁଙ୍କ ନିଜ ଭାଷାରେ- “ପ୍ରଥମେ ବୁଝିବାର ଉଚିତ ଯେ ଚାଷୀ ଓ କାରିଗରମାନେ ଦେଶର ମୂଳଦୁଆ।ସେହିମାନଙ୍କ ପରିଶ୍ରମରୁ ଭୂମି ଆବାଦ ହେଉଅଛି। ସେହିମାନଙ୍କ ପରିଶ୍ରମରୁ ରାଜା କର ପାଉଅଛନ୍ତି। ସେହିମାନେ ଏକା ଦେଶର ବଡଲୋକଙ୍କୁ ପୋଷୁ ଅଛନ୍ତି। ସେମାନେ ଦେଶର ଧନ ଉତ୍ପନ୍ନ କରୁଅଛନ୍ତି ଓ ବଡଲୋକମାନେ ଘରେ ବସି ସେହି ଧନ ଭୋଗ କରୁଅଛନ୍ତି। …ସେମାନେ ଜାତିର ହାତ,ଗୋଡ ଓ ପିଠି ସ୍ୱରୂପ। ହାତ ଗୋଡ କାମ କରନ୍ତି, ପିଠି ବୋଝ ବୁହେ, କିନ୍ତୁ ପେଟ ବସି ଖାଉଥାଏ। ….ଏହି ନ୍ୟାୟରେ ବିଚାର କରିବାକୁ ଗଲେ ଯେଉଁମାନେ ଉନ୍ନତି କଲେ ଜାତୀୟ ଧନ ବଢିବ ସେହିମାନଙ୍କୁ ପ୍ରଥମେ ଉପରକୁ ଉଠାଇବା ଦରକାର। “ ଅତି ସ୍ପଷ୍ଟ ଭାବରେ ଓଡିଶାର ହାତ,ଗୋଡ ଓ ପିଠି ଭାବରେ ଚାଷୀ ଓ କାରିଗରଙ୍କର ଉନ୍ନତିର କଥା ସେ ୧୯୦୩ମସିହାରୁ କହିସାରିଛନ୍ତି। (ପ୍ରଥମ ଉତ୍କଳ ସମ୍ମିଳନୀର ସ୍ଵାଗତ ଭାଷଣ)

ମଧୁ ବାବୁ ୧୧୭ ବର୍ଷ ତଳେ ଯାହା କହିଥିଲେ ଆଜି ବି ସେଇ ସମାନ ସଂଘର୍ଷ ଆମ ଆଗରେ ପଡିଛି। ଓଡିଶାର ଚାଷୀ ଓ କାରିଗରଙ୍କ ଭାଗ୍ୟ ଉପରେ ଆମର ଭବିଷ୍ୟତ ନିର୍ଭରଶୀଳ। ତେବେ ଗତ ୮୪ ବର୍ଷରେ ଆମେ ଆମର ଚାଷୀ ଓ କାରିଗରଙ୍କୁ କେତେ ବାଟ ଆଗକୁ ଆଣି ପାରିଛୁ? ଏ ପ୍ରଶ୍ନର ଉତ୍ତର ଆଜି ନିତାନ୍ତ ଜରୁରୀ। ଯେଉଁ କାରିଗର ଦିନେ କୋଣାର୍କ ଗଢିଥିଲା ବା ବାନ୍ଧ ଶାଢୀରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପରିକଳ୍ପନା କରିଥିଲା, ତାର ଦକ୍ଷତା ଆଜି ବଦଳିଛି। ଶିଳ୍ପ ଗଢିବାର ମାଧ୍ୟମ ବଦଳିଛି। ଡିଜିଟାଲ ଯୁଗରେ କାରିଗରୀର କୌଶଳ ମଧ୍ୟ ବଦଳିଛି। ତେବେ ତାରି ଭିତରେ ଚାଷୀ ଓ କାରିଗରଙ୍କୁ ସମାଜର ସବୁଠୁ ବଡ ସୁଯୋଗ ଦେବାରେ ଆମେ ସମର୍ଥ ହୋଇଛୁ କି?

ପରିବର୍ତ୍ତିତ ପୃଥିବୀ ଓ ଭାରତର ରାଜନୀତିରେ ଓଡିଶା ନିଜର ପରିଚୟ ତିଆରି କରିବାରେ ଅନେକ କାଳ ପଛୁଆ ରହିଛି। ଗୋଟେ ସମୟରେ ଆମକୁ ଭୋକ, ଅନାହାର, ଦାରିଦ୍ର୍ୟ, ପିଲାବିକ୍ରୀ, ଅପପୁଷ୍ଟି ଭଳି ନକାରାତ୍ମକ କାରଣରୁ ନିହାତି କରୁଣ ପରିଚୟ ମିଳିଛି। ତେବେ ସେ ଓଡିଶାର ଛବି ଏବେ ବଦଳିବା ଆରମ୍ଭ କରିଛି। ଆଜିର ଓଡିଶା ଉତ୍ସାହ ଓ ଉତ୍ତେଜନା ର ଓଡିଶା। ଉଦଯୋଗ ଏବଂ ଉଦ୍ୟମର ଓଡିଶା। ସଂକଳ୍ପ ଏବଂ ସ୍ବାଭିମାନର ଓଡିଶା। ଏହି ଭାବମୂର୍ତ୍ତିର ପରିବର୍ତ୍ତନ ପଛରେ ଆମର ନିଷ୍ଠାବାନ ପରିଶ୍ରମ ରହିଛି। ଆଜିର ଓଡିଶା ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି କାଲିର ଓଡିଶାର ଛବିରୁ ମୁକୁଳିଯିବା। ଅନାହାର ଓ ଅପପୁଷ୍ଟିର ମାନଚିତ୍ର ଭାବରେ ଆମର ଯେଉଁ ପରିଚୟ ରହିଥିଲା, ସେ ପରିଚୟକୁ ପରିବର୍ତ୍ତନ କରିବାର ସମୟ ଆଜି ଆସିଛି। ତେବେ ଏହା କେବଳ ଭାଷଣ ବା ଲୋକସମ୍ପର୍କ ଅଭିଯାନରେ ହେବନାଇଁ।

ଓଡିଶା ପାଇଁ ସବୁଠୁ ବଡ ସମ୍ବଳ ଯେତିକି ଆମର ଚାଷୀ ଓ କାରିଗର, ସମାନ ଭାବରେ ଆମର ସମ୍ବଳ ହେଉଛନ୍ତି ଓଡିଶାର ଆଦିବାସୀ ଜନତା। ପ୍ରତି ଚାରିଜଣ ଓଡିଆରେ ଜଣେ ହେଉଛନ୍ତି ଆଦିବାସୀ। ଏହି ବିଶାଳ ଜନଜାତି ଭିତରେ ଅଦମ୍ୟ ସମ୍ଭାବନା ଓ ଉଦଯୋଗ ରହିଛି। ଆଦିବାସୀ ଚାଷୀ ଓ କାରିଗର ଭିତରେ ଆଗକୁ ବଢିବାର ଉତ୍ସାହ ତିଆରି କରି ନପାରିଲେ ନୂଆ ଓଡିଶାର କୌଣସି ମୂଲ୍ୟ ନାହିଁ। ଆଗାମୀ ଦିନରେ ଓଡିଶାର ଯେଉଁ ସକାରାତ୍ମକ ଛବି ଆଜି ତିଆରି ହେଉଛି, ତାକୁ ସବୁଠୁ ପ୍ରତିଷ୍ଠିତ କରିବା ପାଇଁ ସୁଯୋଗ ଏବେ ଆମ ହାତରେ।

ଏବେ ପୃଥିବୀର ଚେହେରା ବଦଲୁଛି। ଯେଉଁମାନେ ଏକଦା ଅନ୍ଧାରରେ ଥିଲେ ସେମାନେ ଆଜି ଆଲୋକବର୍ତ୍ତିକାର ଭୂମିକା ନେଉଛନ୍ତି। ସେହି ପୃଷ୍ଠଭୂମିରେ ଆଗାମୀ ଓଡିଶା ଜାତୀୟ ଓ ବିଶ୍ଵ ଜୀବନରେ ନୂଆ ଉଦଯୋଗର ବାର୍ତ୍ତା ଦେବା ବୋଲି ଆମେ ଆଶା ରଖିବା।

Share. Facebook Twitter LinkedIn Email WhatsApp Copy Link

Related Posts

ସରିଲା ପୂଜା, ବିଦାୟ ନେବେ ମା, ପୋଲିସ ତରଫରୁ କଡା ସୁରକ୍ଷା, ଶୋଭାଯାତ୍ରା ଜଗିବ ଡ୍ରୋନ କ୍ୟାମେରା

October 3, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

October 3, 2025

ଏଣିକି ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା

October 2, 2025

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା, ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

October 2, 2025
Latest News

ସରିଲା ପୂଜା, ବିଦାୟ ନେବେ ମା, ପୋଲିସ ତରଫରୁ କଡା ସୁରକ୍ଷା, ଶୋଭାଯାତ୍ରା ଜଗିବ ଡ୍ରୋନ କ୍ୟାମେରା

October 3, 2025

ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

October 3, 2025

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.